୬ ବର୍ଷ ପରେ ଗୋଡ଼ରୁ ଫିଟିଲା ଶିକୁଳି

ଗୋପ,୧୩।୩(ଡି.ଏନ୍‌.ଏ.): ଦୀର୍ଘ ୬ବର୍ଷ ପରେ ପୁରୀ ଜିଲା ଗୋପ ବ୍ଲକର ଆକାଶ କାଣ୍ଡି(୭)ଙ୍କ ଗୋଡ଼ରେ ପଡ଼ିଥିତ୍ବା ଲୁହା ଶିକୁଳି ଫିଟିଛି। ଏବେ ଆକାଶ ସ୍କୁଲକୁ ପାଠ ପଢ଼ିବାକୁ ଯିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବ ବୋଲି ଜଣାପଡ଼ିଛି। ତେବେ ଏହା କେବଳ ଗଣମାଧ୍ୟମର ଉଦ୍ୟମ ଯୋଗୁ ମୋ ପୁଅ ସମାଜରେ ଏକ ଭଲ ମଣିଷ ହୋଇପାରିବ ବୋଲି ଏହି ବ୍ଲକ ଅଧୀନ ଦେସ୍ଥଳୀ ପଞ୍ଚାୟତର କୋଲର ଗ୍ରାମର ଧନୁ କାଣ୍ଡି କହିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡରୁ ଆକାଶକୁ ଗୋପ ତହସିଲଦାର ପୃଥିରାଜ ମଣ୍ଡଳ ଗୁରୁବାର ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ଆକାଶ ଜନ୍ମ ହେବାର ଏକ ବର୍ଷ ପରେ ମାନସିକ ସ୍ଥିତି ଠିକ୍‌ ନ ରହିବାରୁୁ ଘରର ଆସବାବପତ୍ର ଭାଙ୍ଗିବା ସହ ମାଆବାପାଙ୍କୁ କୌଣସି କାମ କରାଇ ଦେଇ ନ ଥିଲେ। ଧୀରେ ଧୀରେ ପୁଅର ଏଭଳି ଅବସ୍ଥା ବଢ଼ିବାର ଦେଖି ପରିବାର ଲୋକ ଡାକ୍ତରଖାନାରେ ଦେଖାଇଥିଲେ। ପୁଅର ଅବସ୍ଥା ଠିକ ହେବାକୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତରଙ୍କଠାରୁ ଶୁଣିବାପରେ ବାପା ଧନୁ ନିରାଶ ହୋଇଥିଲେ। ଧନୁ ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ଅଧିକ ଚିକିତ୍ସା କରିପାରି ନ ଥିଲେ। ପରେ ମାଆ ବାପା ମୂଲ ଲାଗି ଯିବାବେଳେ ବାଧ୍ୟ ହୋଇ ଗୃହ ନିକଟ ବାଉଁଶ ଭାଡ଼ି ଉପରେ ଆକାଶ ଗୋଡ଼ରେ ଶିକୁଳି ପକାଇ ଯାଉଥିଲେ। ମଜୁରି ଲାଗି ଫେରିବା ପରେ ଆକାଶକୁ ଖାଇବାକୁ ଦେବା ସହ ଘରକୁ ଆଣିଥାନ୍ତି। ଏଭଳି ୬ ବର୍ଷ ଧରି ଶିକୁଳିରେ ବନ୍ଧା ଆକାଶର ଖବର ଜଣାପଡ଼ିବା ପରେ ଗତ ଦୁଇମାସ ତଳେ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଏହା ଦେଖି ଜିଲାପାଳ ବଲୱନ୍ତ ସିଂଙ୍କ ନିର୍ଦ୍ଦେଶରେ ଗୋପ ତହସିଲଦାର କୋଲର ଗ୍ରାମରେ ପହଞ୍ଚତ୍ଥିଲେ। ପରେ ତହସିଲଦାର ମଣ୍ଡଳ କଟକ ଏସ୍‌ସିବି ମାନସିକ ବିକୃତ ବିଭାଗକୁ ଏକ ଚିଠି ଲେଖିବା ପରେ କଟକରୁ ଏକ ଟିମ୍‌ ଆସି ଆକାଶକୁ ଚିକିତ୍ସା ପାଇଁ ନେଇଯାଇଥିଲେ। ଦେଢ଼ ମାସର ଚିକିତ୍ସା ପରେ ଆକାଶ ପ୍ରାୟତଃ ୭୦ ଭାଗ ମାନସିକ ସ୍ତରରେ ଠିକ୍‌ ହୋଇଥିବା ଜଣାପଡ଼ିଛି। ନିୟମିତ ଔଷଧ ସେବନ କଲେ ନିଶ୍ଚିତ ରୂପରେ ଭଲ ହୋଇଯିବ ବୋଲି ଡାକ୍ତର କହିଥିବା ବାପା ଧନୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସମ୍ପର୍କରେ ସଚେତନ କଲା ‘ସ୍ବଚ୍ଛ ଭାରତ ଅଭିଯାନ’

ବାହାନଗା, ୩୧ା୩(ଡି.ଏନ.ଏ.)-କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସାମାଜିକ ସଙ୍ଗଠନ ଆଗେଇ ଆସିଛନ୍ତି। କେତେକ ସଙ୍ଗଠନ ସଚେତନତାର ବାର୍ତ୍ତା ବାଣ୍ଟୁଥିବା ବେଳେ କେତେକ...

କଲରାପତରିଆ ବାଘୁଣୀ ବର୍ଷା ମୃତ

ବାରଙ୍ଗ,୩୧ା୧୨(ଡି.ଏନ୍‌.ଏ)- ପ୍ରାଣୀ ଉଦ୍ୟାନ ନନ୍ଦନକାନନ ରବିବାର ବେଶ ଖୁସିରେ ପ୍ରତିଷ୍ଠା ଦିବସ ପାଳନ କରିଥିବାବେଳେ ସୋମବାର ଏକ ଦୁଃଖଦ ଘଟଣା ଘଟିଯାଇଛି। ୧୯ନଂ. ଏନ୍‌କ୍ଲୋଜରରେ ଥିବା...

ଓଡ଼ିଆଙ୍କ ଦାନ୍ତ ନାହିଁ

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ): ବିିଭିନ୍ନ କ୍ଷେତ୍ରରେ ଓଡ଼ିଶା ଅଗ୍ରଗତି କରୁଥିବା କୁହାଯାଉଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ କିନ୍ତୁ ପଛୁଆ ରହିଯାଇଥିବା ଦେଖାଯାଇଛି। ଏଠାରେ ଦାନ୍ତ ଚିକିତ୍ସା ସ୍ଥିତିକୁ ଦେଖିଲେ...

ନଈକୁ ଡେଇଁ ମଧ୍ୟ ଖସି ପାରିଲେନି ଅପରାଧୀ

ଝାରସୁଗୁଡା ଅଫିସ,୧୮ା୪- ଝାରସୁଗୁଡା ପୋଲିସ ଚୋରି ଅଭିଯୋଗରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନେ ହେଲେ ଝାରସୁଗୁଡ଼ା ସହର ସିରିଆ ବଗିଚା ଅଞ୍ଚଳର ମନିଷ...

ଶ୍ରୀମନ୍ଦିର ନାଟମଣ୍ଡପ ତୁରନ୍ତ ମରାମତି କରାଯାଉ

କଟକ,୧୨ା୯(କାର୍ତ୍ତିକ ସାହୁ):ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ତୁରନ୍ତ ମରାମତି ପାଇଁ ହାଇକୋର୍ଟରେ ରୁଜୁ ମାମଲାର ମୂଳ ଆବେଦନକାରୀ ଅଭିଷେକ ଦାସ ସୋମବାର ଏକ ମିସ୍‌କେସ୍‌ ରୁଜୁ କରିଛନ୍ତି।...

ବିଭିନ୍ନ ସମସ୍ୟାର ସମାଧାନ ନେଇ ରାସ୍ତାକୁ ଓହ୍ଲାଇଲେ କୁନିକୁନି ପିଲା

କେନ୍ଦୁଝର,୧୪ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବ୍ରାହ୍ମଣୀ ଗାଁ ପ୍ରାଥମିକ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସକୁ ଆସି ଛାତ୍ରୀଛାତ୍ର ଅଭିଯୋଗପତ୍ର ଦେଇ ସେମାନଙ୍କ...

ନୂଆପଡ଼ାରେ ଢୋଲକିଆ, ଖଡ଼ିଆଳରେ ଅଧିରାଜ ଆଗୁଆ

ନୂଆପଡ଼ା ଅଫିସ,୨୩।୫: ୧୨ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନୂଆପଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଆଗରେ ଅଛନ୍ତି। ଢୋଲକିଆ ୨୬୪୮୮ ଭୋଟ...

ଆଜି ଓଡ଼ିଶା ପହଞ୍ଚିବେ ଜଗା-କାଳିଆ

ଭୁବନେଶ୍ୱର/ କଟକ ଅଫିସ୍‌, ୭ା୯(ବ୍ୟୁରୋ): କନ୍ଧମାଳ ଜିଲାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଶନିବାର ଓଡ଼ିଶା ପହଞ୍ଚିବେ। ଶୁକ୍ରବାର ଜଗା-କାଳିଆଙ୍କୁୁ ଦିଲ୍ଲୀ ଏମ୍ସରୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ...

Advertisement
Archives

Model This Week