Posted inଖେଳ

୬ ଖେଳାଳିଙ୍କୁ ରିଲିଜ କଲେ ଷ୍ଟିମାକ୍‌

ନୂଆଦିଲ୍ଲୀ, ୨୭ା୫ (ପି.ଟି.)-ଜାତୀୟ ଫୁଟ୍‌ବଲ ପ୍ରସ୍ତୁତି କ୍ୟାମ୍ପରେ ଯୋଗ ଦେଇଥିବା ୩୭ ଜଣ ଫୁଟ୍‌ବଲ ଖେଳାଳିଙ୍କ ମଧ୍ୟରୁ ସୋମବାର ୬ଜଣଙ୍କୁ ରିଲିଜ କରିଛନ୍ତି କୋଚ୍‌ ଇଗୋର ଷ୍ଟିମାକ୍‌। ଜୁନ୍‌ ୫ରୁ ୮ ପର୍ଯ୍ୟନ୍ତ ଥାଇଲାଣ୍ଡର ବୁରିରାମଠାରେ କିଙ୍ଗ୍ସ କପ୍‌ ଖେଳାଯିବ। ଏହି ଟୁର୍ନାମେଣ୍ଟ ପୂର୍ବରୁ ବିଶାଲ କାଇଥ୍‌, ଜର୍ମନପ୍ରୀତ ସିଂ, ନନ୍ଧା କୁମାର ରେଡିମ୍‌ ଟିଲାଙ୍ଗ୍‌, ବିକ୍ରମଜିତ୍‌ ସିଂ ଏବଂ ସୁମିତ୍‌ ପାସିଙ୍କୁ ରିଲିଜ କରାଯାଇଛି। କ୍ୟାମ୍ପରେ ଖେଳାଳିମାନଙ୍କ ପ୍ରଦର୍ଶନ ନେଇ ମୁଁ ଖୁସି। କିଙ୍ଗ୍ସ କପ୍‌ ପାଇଁ ଚୂଡ଼ାନ୍ତ ୨୩ଜଣିଆ ଦଳ ମନୋନୟନ କରିବା କଷ୍ଟକର ବୋଲି ସେ କହିଛନ୍ତି। ସେ କହିଛନ୍ତି, ଆମେ ଯେଉଁ ୬ ଖେଳାଳିଙ୍କୁ ଫେରାଇ ଦେଇଛୁ, ସେମାନଙ୍କ ଲାଗି ଓ୍ବାର୍କିଂ ପ୍ରୋଗ୍ରାମ ଦିଆଯାଇଛି। ଫିଟ୍‌ନେସ୍‌, ଟେକ୍‌ନିକାଲ ଏବଂ ଟାକ୍ଟିକାଲ କ୍ଷେତ୍ରରେ ସୁଧାର ଆଣିବା ଲାଗି ସେମାନଙ୍କୁ କୁହାଯାଇଛି। ଷ୍ଟିମାକ୍‌ ହେଉଛନ୍ତି ୧୯୯୮ରେ ଫ୍ରାନ୍ସରେ ଖେଳାଯାଇଥିବା ବିଶ୍ୱକପ ଭାଗ ନେଇଥିବା କ୍ରୋଏସିଆ ଦଳର ଜଣେ ଅନ୍ୟତମ ସଦସ୍ୟ। ସେହି ସଂସ୍କରଣରେ କ୍ରୋଏସିଆ ତୃତୀୟ ସ୍ଥାନ ଅଧିକାର କରିଥିଲା। ୫୧ ବର୍ଷୀୟ ଷ୍ଟିମାକ୍‌ଙ୍କ ତତ୍ତ୍ୱାବଧାନରେ କ୍ରୋଏସିଆ ବିଶ୍ୱକପ୍‌ ମଧ୍ୟ ଖେଳିଛି। ଭାରତୀୟ ଦଳ ବର୍ତ୍ତମାନ କିଙ୍ଗ୍ସ କପ୍‌ ପାଇଁ ପ୍ରସ୍ତୁତ ହେଉଛି। ଏହା ହେଉଛି ଫିଫା ଦ୍ୱାରା ସ୍ବୀକୃତିପ୍ରାପ୍ତ ଏକ ଅନ୍ତର୍ଜାତୀୟ ଏ’ ଗ୍ରେଡ୍‌ ଟୁର୍ନାମେଣ୍ଟ। ଫୁଟ୍‌ବଲ ଆସୋସିଏଶନ ଥାଇଲାଣ୍ଡ ତରଫରୁ ଏହା ୧୯୬୮ରୁ ଆୟୋଜିତ ହୋଇଆସୁଛି। ଭାରତ ପୂର୍ବରୁ ୧୯୭୭ ଏବଂ ୧୯୮୧ରେ କିଙ୍ଗ୍ସ କପ୍‌ରେ ଅଂଶଗ୍ରହଣ କରିଥିଲା। ଭାରତ ଜୁନ୍‌ ୫ରେ କୁରାକାଓ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। ସେହିଦିନ ଅନ୍ୟ ଏକ ମ୍ୟାଚରେ ଆୟୋଜକ ଥାଇଲାଣ୍ଡ ଭିଏତ୍‌ନାମ ସହିତ ମୁକାବିଲା କରିବ। ଉଭୟ ମ୍ୟାଚ୍‌ର ବିଜେତା ଫାଇନାଲକୁ କ୍ୱାଲିଫାଏ କରିବେ। ଜୁନ୍‌ ୮ରେ ଅନ୍ୟ ଦୁଇ ଦଳ ତୃତୀୟ ସ୍ଥାନ ପାଇଁ ପ୍ଲେ-ଅଫ୍‌ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

ଲୁଟେରାଙ୍କଠାରୁ ନଗଦ ଟଙ୍କା-ବାଇକ୍‌ ସହ ଛୁରି ଜବତ, ପୁଣି ଜଣେ ଯୁବକ ଧରାପଡ଼ି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ଜାରି ରହିଛି ବର୍ଷା: ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ଦିନ ହେଲା ଲଘୁଚାପ ଜନିତ ବର୍ଷା ଜାରିରହିଛି। ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ…

ଏକମ୍ବା ଗ୍ରାମରେ ଭାଲୁ ଆତଙ୍କ

ଝରିଗାଁ, ୧୨/୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଏକମ୍ବା ଗ୍ରାମରେ ଭାଲୁ ଆତଙ୍କ ଦେଖାଦେଇଛି। ଶନିବାର ସକାଳୁ ଏକମ୍ବା ଗ୍ରାମସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର…

ବିଶ୍ଵବାସୀଙ୍କୁ ସୁସ୍ଥ ଓ ନିରୋଗ ମାର୍ଗ ଦେଖାଉଛି ଯୋଗ: ଶାରୀରିକ ମାନସିକ ସୁସ୍ଥତା ପାଇଁ ଯୋଗ ନିହାତି ଆବଶ୍ୟକ

ଦିଗପହଣ୍ଡି,୧୨|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ଶନିବାର କଲେଜ ପରିସରରେ ଯୋଗ ଓ ପ୍ରାଣାୟମ…

ଅନୁଦାନ ବଣ୍ଟନରେ ପାତରଅନ୍ତର ଅଭିଯୋଗ, ନିର୍ଦ୍ଦିଷ୍ଟ ପଞ୍ଚାୟତ ପାଇଁ ଏତେ ଅନୁକମ୍ପା କାହିଁକି

କର୍ଲାମୁଣ୍ଡା,୧୨ା୯(ପ୍ରଦୀପ କୁମାର ସାହୁ): କର୍ଲାମୁଣ୍ଡା ବ୍ଲକରେ ‘ବିକଶିତ ଓଡ଼ିଶା ବିକଶିତ ଗାଁ’ ଯୋଜନାରେ ଅନୁଦାନ ବଣ୍ଟନକୁ ନେଇ ପାତରଅନ୍ତର କରାଯାଇଥିବା ଅଭିଯୋଗ ଉଠିଛି। ବ୍ଲକର ୧୨ଟି ପଞ୍ଚାୟତ…

ଆରଟିଆଇ (RTI) ର ବଡ଼ ତଥ୍ୟ, ୭ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ମେକଅପ ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି ଟଙ୍କା

ଜେରୁଜେଲମ,୧୨।୯: ଇସ୍ରାଏଲରେ, ୨୦୧୯ ମସିହାରୁ ଅଗଷ୍ଟ ୨୦୨୬ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କେଶ ସଜ୍ଜା (hairstyling) ଏବଂ ମେକଅପ ପାଇଁ ପ୍ରାୟ ୪,୭୦,୦୦୦ ଡଲାର (ପାଖାପାଖି ୪ କୋଟି…

ପ୍ରଧାନମନ୍ତ୍ରୀ ମୋଦି, ପୁଟିନ, ଜିନପିଙ୍ଗ… ବ୍ରିକ୍ସ (BRICS)ର ଏକ ଶକ୍ତିଶାଳୀ ଚିତ୍ର, ବିଶ୍ୱ ପାଇଁ ଦେଉଛି ବଡ଼ ବାର୍ତ୍ତା…

ନୂଆଦିଲ୍ଲୀ,୧୨।୯: ବ୍ରିକ୍ସ (BRICS) ସମ୍ମିଳନୀରୁ ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ବହନ କରୁଥିବା ଚିତ୍ର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?