୬ କରୋନା ପଜିଟିଭ୍‌ଙ୍କ ସମ୍ପର୍କରେ ତଥ୍ୟ ଦେଲା ସ୍ବାସ୍ଥ୍ୟ ବିଭାଗ: ୧୦୩ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ୪ ଜଣ

ଭୁବନେଶ୍ୱର,୫।୫(ବ୍ୟୁରୋ)-ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଙ୍ଗଳବାର ୧୦୩, ୧୧୨, ୧୧୩, ୧୧୪, ୧୧୫, ୧୬୩ ନଂ କରୋନା ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ପ୍ରଦାନ କରାଯାଇଛି। ୬ ଜଣଙ୍କ ଘର ସୁନ୍ଦରଗଡ଼ ଜିଲା ରାଉରକେଲାରେ ବୋଲି କୁହାଯାଇଛି। ୧୦୩ ନଂ କରୋନା ପଜିଟିଭ ଜଣେ ୬୦ ବର୍ଷିୟ ବୃଦ୍ଧ। ସେ ଲକ ଡାଉନ ସମୟରେ ଘରେ ରହୁଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ଥଣ୍ଡା ଓ କାଶର ଲକ୍ଷଣ ଦେଖାଦେଇଥିଲା। ପରେ ୨୩ ଏପ୍ରିଲରେ ତାଙ୍କୁ କୋଭିଡ ହସ୍ପିଟାଲରେ ଆସୋଲେଶନରେ ରଖାଯାଇଥିଲା। ସେହିପରି ୧୧୨ ନଂ. ଆକ୍ରାନ୍ତଙ୍କ ବୟସ ୫୫ ବର୍ଷ ହୋଇଥିବାବେଳେ ସେ ୧୦୩ ନଂ କରୋନା ସଂକ୍ରମିତ ବ୍ୟକ୍ତି ସଂସ୍ପର୍ଶରେ ଆସିଥିଲେ। ତେବେ ତାଙ୍କ ନିକଟରେ କୌଣସି କରୋନା ଲକ୍ଷଣ ନ ଥିଲା। ୧୧୩ ନଂ. ଆକ୍ରାନ୍ତ ଜଣେ ୩୫ ବର୍ଷିୟ ମହିଳା ଓ ୧୧୪ ଆକ୍ରାନ୍ତ ଜଣେ ୩୮ ବର୍ଷିୟା ମହିଳା ହୋଇଥିବାବେଳେ ଉଭୟେ ୧୦୩ ନଂ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୧୫ ନଂ ଆକ୍ରାନ୍ତ ବ୍ୟକ୍ତି ଜଣକ ୧୦୩ ନଂ. ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ୧୬୩ ନଂ. ସଂକ୍ରମିତ ବ୍ୟକ୍ତି ଜଣକ ତାଙ୍କ ପଡ଼ୋଶୀ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ। ତେବେ ଲକ ଡାଉନ ସମୟରେ ତାଙ୍କ ପିଲାମାନେ ବାରମ୍ବାର କ୍ରିକେଟ ଖେଳୁଥିଲେ। ସେହିପରି ତାଙ୍କ ସ୍ବାମୀ ପ୍ରତିଦିନ ବ୍ୟାଙ୍କକୁ ଯିବା ଆସିବା କରୁଥିବା ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦକ୍ଷେପ ବଦଳରେ ଦୋଷୀକୁ ଦୟା

ଭୁବନେଶ୍ୱର, ୨୨ା୩(ବ୍ୟୁରୋ):ବଡ଼ଗଡ଼ ଥାନା ଅନ୍ତର୍ଗତ ବ୍ରହ୍ମେଶରବାଗ ଅଞ୍ଚଳରେ ଏକ ନିର୍ମାଣାଧୀନ ସ୍ବେରେଜ ଲାଇନ୍‌ ଚାମ୍ବରରେ ଶ୍ୱାସରୁଦ୍ଧ ହୋଇ ୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ଏହି ସ୍ବରେଜ...

ଓ୍ବାର୍କିଂ ଆଓ୍ବାର ୪ ଘଣ୍ଟା ବଢ଼ିଲା: ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ କରିବେ କର୍ମଚାରୀ, ମିଳିବ ଅଧିକ ପାରିଶ୍ରମିକ

ଭୁବନେଶ୍ୱର,୮।୫(ବ୍ୟୁରୋ): ବିଭିନ୍ନ ସଂସ୍ଥା ପାଇଁ ରାଜ୍ୟ ସରକାର ଓ୍ବାର୍କିଂ ଆଓ୍ବାର ବଢ଼ାଇଛନ୍ତି। ଦୈନିକ ୮ ଘଣ୍ଟା ବଦଳରେ ଓ୍ବାର୍କିଂ ଆଓ୍ବାରକୁ ୧୨ ଘଣ୍ଟା କରିଛନ୍ତି। ଦୁଇଟି...

ସମ୍ବର ମାଂସ ଭାଗ କଲା ବେଳେ ଧରାପଡ଼ିଲେ ଶିକାରୀ

ଉଦଳା,୧୩।୨: ମୟୂରଭଞ୍ଜ ଜିଲା ଉଦଳା ବନ ବିଭାଗ ବନାଞ୍ଚଳ ଅଧୀନ ଅଙ୍ଗାରପଡ଼ା ଗ୍ରାମରେ ଚଢ଼ାଉ କରି ସମ୍ବର ମାଂସ ଜବତ କରିଛି। ଏପରି କି ଅଧିକାରୀମାନେ...

ରାତି ୩.୨୯ରେ ଏକୁଟିଆ ଚାଲିଚାଲି ଯାଉଥିଲେ

ଭୁବନେଶ୍ୱର,୧୨ା୧୦(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ଗାଁ ପୋଖରୀରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ପୁଅ ମନୀଷ ଅନୁରାଗ ଦାସଙ୍କ ମୃତଦେହ ମିଳବା ଘଟଣା ଦିନକୁ ଦିନ...

୩ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର,୧୭।୮(ବ୍ୟୁରୋ): ଓଡ଼ିିଶା ପୋଲିସ ନିକଟରେ ସୋମବାର ଛତିଶଗଡ଼ କ୍ୟାଡର ୩ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ କୋଡଙ୍ଗା ମହାନଦୀ ସଂଯୁକ୍ତ ଏରିଆ କମିଟିର...

କଲେଜ ଫି’ ବୃଦ୍ଧିକୁ ବିରୋଧ: ରାଜପଥ ଅବରୋଧ କଲେ ଛାତ୍ରୀଛାତ୍ର

ଆରଡ଼ି, ୯।୧୧ (ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ସାଅଁାଳପୁର ନିକଟସ୍ଥ ଆଇଜିଏମ୍‌ କଲେଜରେ ଫି’ ବୃଦ୍ଧି ପ୍ରତିବାଦରେ ସୋମବାର ଉତ୍ତେଜନା ପ୍ରକାଶ ପାଇଥିଲା। ଯୁକ୍ତ...

ମନେପକାଇଲା ସେସୁ, ଦୁଇ ଦିନ ମଧ୍ୟରେ ବକେୟା ବିଲ୍‌ ନ ଦେଲେ କଟିବ ଲାଇନ୍‌

ଭୁବନେଶ୍ୱର,୧୪।୧(ବ୍ୟୁରୋ): ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି(ସେସୁ) ଉପଭୋକ୍ତାମାନଙ୍କୁ ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନ କଲେ ବିଦ୍ୟୁତ୍‌ କାଟ୍‌ ହେବ ବୋଲି କହିଛି। ଆସନ୍ତା ୧୬...

ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ: ବିଜେଡିକୁ କଂଗ୍ରେସର ସମାଲୋଚନା

ଭୁବନେଶ୍ୱର୧୫।୯(ବ୍ୟୁରୋ): ରାଜ୍ୟ ସଭା ଉପାଧ୍ୟକ୍ଷ ପ୍ରାର୍ଥୀ ପାଇଁ ଏନ୍‌ଡିଏକୁ ବିଜେଡି ସମର୍ଥନ ଘୋଷଣା ପରେ ସେମାନଙ୍କ ଅସଲ ରୂପ ଧରାପଡ଼ିଯାଇଛି। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ସୋମବାର...

Advertisement


Archives

Model This Week