Posted inଖେଳ

୬୭ ବର୍ଷ ଭିତରେ କେବଳ ଏହି ୨ ଜଣ ହିନ୍ଦୁ ଖେଳାଳି ପାକିସ୍ତାନ ପାଇଁ କ୍ରିକେଟ ଖେଳିଛନ୍ତି

କରାଚି,୨୭।୧୨: ପୂର୍ବତନ ପାକିସ୍ତାନ ସ୍ପିନର ଡାନିସ କନେରିଆ ଜଣେ ହିନ୍ଦୁ ହୋଇଥିବାରୁ ସାଥୀ ପାକିସ୍ତାନ ଖେଳାଳିମାନେ ମଧ୍ୟ ତାଙ୍କୁ ଅବହେଳା କରୁଥିଲେ। ଏପରିକି କେତେକ ଖେଳାଳି କନେରିଆଙ୍କ ସହ ଏକାଠି ଖାଇବା ପାଇଁ ମଧ୍ୟ କୁଣ୍ଠିତ ହେଉଥିଲେ ବୋଲି ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର। ଏହାକୁ ନେଇ ଭାରତରେ ଆଲୋଚନା ଜୋର ଧରିଛି। ତେବେ ପାକିସ୍ତାନର ୬୭ ବର୍ଷ କ୍ରିକେଟ ଇତିହାସରେ ମାତ୍ର ୨ ଜଣ ହିନ୍ଦୁ ଖେଳାଳି ଦେଶ ପାଇଁ ଖେଳିଛନ୍ତି। ସେମାନେ ହେଲେ ଅନିଲ ଦଲପତ ଏବଂ ଡାନିଶ କନେରିଆ। ଅନିଲଙ୍କ ପିତା ଦଲପତ ସୋନାଓ୍ବାରିୟା କ୍ରିକେଟରେ ରୁଚି ରଖୁଥିଲେ। ସେ କରାଚିରେ ଏକ କ୍ରିକେଟ କ୍ଲବ୍‌ ଚଲାଉଥିଲେ। ଏହି କାରଣରୁ ପୁଅ ମଧ୍ୟ କ୍ରିକେଟ ଖେଳିବାକୁ ଆରମ୍ଭ କରିଥିଲେ। ୧୯୮୪ରେ ଅନିଲ ପାକିସ୍ତାନ ପାଇଁ ଡେବ୍‌ୟୁ ମ୍ୟାଚ୍‌ ଖେଳିଥିଲେ। ସେ ଉଇକେଟକିପର, ବ୍ୟାଟ୍ସମ୍ୟାନ୍‌ ଥିଲେ। ତାଙ୍କ ସମ୍ପର୍କୀୟ ଭଣଜା କନେରିଆ ମଧ୍ୟ ପାକିସ୍ତାନ ପାଇଁ ଖେଳିଥିଲେ। କନେରିଆ ପାକିସ୍ତାନ ପାଇଁ ୬୧ଟି ଟେଷ୍ଟ ଖେଳି ୩୪.୭୯ ରନ ହାରରେ ୨୬୧ଟି ଉଇକେଟ ହାସଲ କରିଥିଲେ। ସେ ମଧ୍ୟ ୧୮ଟି ଦିନିକିଆ ମ୍ୟାଚ ଖେଳିଥିଲେ। ଏହି ଦୁଇ ଜଣ ହିନ୍ଦୁ କ୍ରିକେଟରଙ୍କ ବ୍ୟତୀତ ୟୁସୁଫ ୟୁହାନା, ଏଣ୍ଟାଓ ଡିସୁଜା, ଡଙ୍କନ ଶର୍ପ, ଓ୍ବାଲିସ୍‌ ମ୍ୟାଥିଏଜ୍‌ ଏବଂ ସୋହେଲ ଫଜଲ ପ୍ରମୁଖ ଖ୍ରୀଷ୍ଟିଆନ୍‌ କ୍ରିକେଟର୍‌ ପାକିସ୍ତାନ ପାଇଁ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲାଇଭ୍‌ ମ୍ୟାଚ୍‌ରେ କ୍ରିକେଟର୍‌ଙ୍କ ଚିରିଗଲା ପ୍ୟାଣ୍ଟ୍‌

ରାଉଲପିଣ୍ଡି,୮।୩: ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ରାୱଲପିଣ୍ଡିରେ ଖେଳାଯାଉଛି। ଓପନର୍‌ ଇମାମ-ଉଲ-ହକ (୧୫୭) ଏବଂ ଅଜହର...

ପୁଲଓ୍ବାମା ଶହୀଦଙ୍କ ପୁଅଙ୍କୁ କ୍ରିକେଟ ଟ୍ରେନିଂ ଦେଉଛନ୍ତି ବୀରେନ୍ଦ୍ର ସେହ୍ବାଗ, ଶେୟାର କଲେ ଫଟୋ

ନୂଆଦିଲ୍ଲୀ,୧୪।୨: ପୁଲଓ୍ବାମା ଆକ୍ରମଣକୁ ବର୍ଷେ ପୂରିଛି। ଏହି ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କୁ ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର...

ଗତ ଦଶନ୍ଧିରେ ଭାରତୀୟ ଫୁଟବଲ ଉନ୍ନତି କରିଛି: ଛେତ୍ରୀ

ନୂଆଦିଲ୍ଲୀ, ୩୧।୭(ପି.ଟି.)- ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ଫୁଟବଲର ଉନ୍ନତି ହୋଇଛି ବୋଲି ତାରକା ଫୁଟବଲର ସୁନୀଲ ଛେତ୍ରୀ କହିଛନ୍ତି। ତେବେ ଅନ୍ୟ ଶକ୍ତିଶାଳୀ...

ଧୋନୀଙ୍କ ପାଇଁ ପାଇଜାମା ମଧ୍ୟ ବିକି ଦେବେ ଶାହରୁଖ ଖାନ୍‌

ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତୀୟ କ୍ରିକେଟର ସବୁଠୁ ବଡ଼ ଖେଳାଳି କୁହାଯାଇ ନ ପାରେ। ମାତ୍ର ଅଧିନାୟକଙ୍କ କ୍ଷେତ୍ରରେ ସେ ଶ୍ରେଷ୍ଠ। ତାଙ୍କୁ ଆଇପିଏଲରେ କିଣିବା...

ଚେତାବନୀ ଦେଲା ଅଫଗାନିସ୍ତାନ

ଶାରଜା,୨୬।୧୦: ଟି-୨୦ ବିଶ୍ୱକପ୍‌ରେ ଆଫଗାନିସ୍ତାନ ଏବଂ ସ୍କଟଲ୍ୟାଣ୍ଡ ଭଳି ଦେଶକୁ ଅନେକ ଲୋକ ଭାବନ୍ତି ଯେ ଏହି ଦୁଇଜଣ ଛୋଟ ଏବଂ ଦୁର୍ବଳ ଦଳ। କିନ୍ତୁ...

ମୋ ଜୀବନରେ ନକାରାତ୍ମକ ଚିନ୍ତାର ସ୍ଥାନ ନାହିଁ’

ନୂଆଦିଲ୍ଲୀ, ୧୫।୫(ପି.ଟି.)- ଇଂଲଣ୍ଡର ସୁଇଂ ବୋଲିଂ କଣ୍ଡିଶନରେ ଭାରତର ଶିଖର ଧାଓ୍ବନଙ୍କ ବ୍ୟାଟିଂ ଟେକ୍ନିକ୍‌ ସଫଳ ହେବାନେଇ ଆଶଙ୍କା ରହିଛି। ମାତ୍ର ଏହାକୁ ନେଇ ଚିନ୍ତିତ...

ବିଶ୍ୱ ଚାମ୍ପିୟନ ବେଲଜିୟମକୁ ହରାଇଲା ଭାରତ

ଆଣ୍ଟ୍ବେର୍ପ(ବେଲଜିୟମ), ୨।୧୦-ସମ୍ପ୍ରତି ବେଲଜିୟମ ଟୁର୍‌ରେ ଥିବା ଭାରତୀୟ ହକି ଦଳ ମଙ୍ଗଳବାର ଚମତ୍କାର ପ୍ରଦର୍ଶନ କରି ବିଶ୍ୱ ଏବଂ ୟୁରୋପିଆନ ଚାମ୍ପିୟନ ବେଲଜିୟମକୁ ୨-୧ ଗୋଲରେ...

ଭାରତୀୟ ମହିଳା ଫୁଟ୍‌ବଲ ଲିଗ୍‌ ୨୪ରୁ

ନୂଆଦିଲ୍ଲୀ, ୧୦ା୧ (ପି.ଟି.)- ଭାରତୀୟ ମହିଳା ଫୁଟ୍‌ବଲ ଲିଗ୍‌ ୨୦୧୯-୨୦ର ଫାଇନାଲ ରାଉଣ୍ଡ ଆସନ୍ତା ୨୪ତାରିଖରୁ ବେଙ୍ଗାଲୁରୁଠାରେ ଖେଳାଯିବ। ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ତରଫରୁ...

Advertisement
Archives

Model This Week