୬୫,୨୧୦ଟଙ୍କା ଆଦାୟ କରି ରେକର୍ଡ କଲା ପ୍ଲାନେଟାରିୟମ

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ)- ପଠାଣି ସାମନ୍ତ ପ୍ଲାନେଟାରିୟମ ପୁଣି ଏକ ରେକର୍ଡ ସୃଷ୍ଟି କରିଛି। ଗତ ୨୨ ତାରିଖରେ ପ୍ଲାନେଟାରିୟମ ଗୋଟିଏ ଦିନରେ ସର୍ବାଧିକ ୫୫ହଜାର ୩୩୦ ଟଙ୍କା ସଂଗ୍ରହ କରି ରେକର୍ଡ ସୃଷ୍ଟି କରିଥିଲା। କିନ୍ତୁ ରବିବାର ପ୍ଲାନେଟାରିୟମ ପୁଣି ସେହି ରେକର୍ଡକୁ ଭାଙ୍ଗିଛି। ରବିବାର ଦର୍ଶକଙ୍କଠାରୁ ୬୫,୨୧୦ଟଙ୍କା ଆଦାୟ କରାଯାଇଥିଲା, ଯାହା ପଠାଣି ସାମନ୍ତ ପ୍ଲାନେଟାରିୟମର ୩୦ବର୍ଷର ଇତିହାସରେ ସର୍ବାଧିକ ବୋଲି ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ସକାଳ ୧୦ଟାରୁ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ପୂର୍ବ ପ୍ରସ୍ତୁତି ଅନୁସାରେ ସକାଳ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରତି ଅଧଘଣ୍ଟା ବ୍ୟବଧାନରେ ଗୋଟିଏ ଲେଖାଏଁ ଶୋ ପରିବେଷଣ ହୋଇଥିଲା। ଶୋ ଗୁଡ଼ିକୁ କ୍ରମନ୍ବୟରେ ଓଡ଼ିଆ ଓ ହିନ୍ଦୀ ଭାଷାରେ ପରିବେଷଣ କରାଯାଇଥିଲା। ମୋଟ ୧୮ ଶୋ’କୁ ୨୫୭୯ ଦର୍ଶକ ଦେଖିଥିଲେ। ପ୍ଲାନେଟାରିୟମ ଅପରେଟର ସୁରେଶ ଚନ୍ଦ୍ର ପରିଚ୍ଛା, ସୁଶାନ୍ତ କୁମାର ବାନରା, ଚିତ୍ତରଞ୍ଜନ ଷଡ଼ଙ୍ଗୀ ଓ ପରମାନନ୍ଦ ସୋରେନ ତଥା ଅନ୍ୟାନ୍ୟ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏହାକୁ ପରିଚାଳନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ କିରାଣି ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ,୭।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲାର ପୁଇଁତଲା ବ୍ଳକର ବରିଷ୍ଠ କିରାଣିଙ୍କ ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ଶନିବାର ସକାଳେ...

୫୬୨ ଆର୍‌ଆଇ ପଦବୀ ଖାଲି

ଭୁବନେଶ୍ୱର,୧୫ା୭(ବ୍ୟୁରୋ): ରାଜ୍ୟରେ ମୋଟ ୩୨ ତହସିଲଦାର, ମୋଟ ୭୯ ଅତିରିକ୍ତ ତହସିଲଦାର ପଦବୀ ଖାଲି ରହିଛି। ସେହିପରି ୫୬୨ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ଏବଂ ୬୧...

ଜଳବାୟୁ ପରିବର୍ତ୍ତନ: ସଂଶୋଧିତ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ପାଇଁ ଆଗାମୀ ଦିନରେ ଆହୁରି ବିପଦ ସୃଷ୍ଟି କରିବ। ଇଣ୍ଡିଆନ୍‌ ନ୍ୟାଶନାଲ୍‌ ସେଣ୍ଟର ଫର ଓସନ୍‌ ଇନ୍‌ଫର୍ମେଶନ ସର୍ଭିସେସ୍‌...

ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କଲେ ତହସିଲଦାର

ଶେରଗଡ଼,୨୫।୭(ଡି.ଏନ.ଏ.): ଗଞ୍ଜାମ ଜିଲାର ଶେରଗଡ଼ ତହସିଲଦାର ଗୁରୁବାର ଦିନ କୁଲାଗଡ଼ ସେକ୍ଟର ଓ ମହୁପଦର ସେକ୍ଟରରେ ଥେିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡିକୁ ଅଚାନକ ପରିଦର୍ଶନ କରିଛନ୍ତି।...

ନିସାହା ଗୁରୁବାରୀକୁଁ ସାହାଯ୍‌ର ହାତ୍‌ ବଢ଼ାଲେ ବିଡିଓ

କେସିଙ୍ଗା, ୩୦।୧୧ (ଡି.ଏନ.ଏ.)-  କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ନୁନମାଠ ପଁଚେତ୍‌ ଅଧୀନ ମୁଣ୍ଡାପଡ଼ାର ନିସାହା ବିଧବା ମହିଲା ଗୁରୁବାରୀ ରଣା(୬୦)କୁଁ କେସିଙ୍ଗା ବିଡିଓ ଭୀମସେନ...

‘ବନ୍ଦେ ଉତ୍କଳ ଜନନୀ’: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ, ପରିବାର ସହ ଗାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୩୦।୫(ବ୍ୟୁରୋ): କୋଭିଡ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇଛନ୍ତିି ପ୍ରତିଟି ଓଡ଼ିଆ। ଶନିବାର ଅପରାହ୍ନ ୫.୩୦ ମିନିଟ୍‌ରେ ରାଜ୍ୟ , ଦେଶ ତଥା ବିଶ୍ୱର କୋଣ ଅନୁକୋଣରେ...

ପୁଣି ସୁରଟ୍‌ରୁ ୨ ବସ୍‌ରେ ଗଞ୍ଜାମ ଫେରୁଛନ୍ତି ପ୍ରବାସୀ

ଛତ୍ରପୁର, ୩୦।୪( ଡି.ଏନ୍‌.ଏ.)- ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରେ ରହିଥିବା ପ୍ରବାସୀ ଓଡିଆ ଏବେ ଘର ବାହୁଡା ହେଉଛନ୍ତି । ଏହି କ୍ରମରେ ଗୁରୁବାର...

ଭ୍ୟାନିଟ୍‌ ଝାମ୍ପିନେଲେ ଲୁଟେରା, ଗାଡିରୁ ପଡି ମହିଳା ଗୁରୁତର

ନୂଆଗାଁ,୧୪।୯ (ଡି.ଏନ.ଏ.): ନୟାଗଡ ଜିଲା ନୂଆଗାଁ ଥାନା ମାଇଛେଳି ନିକଟସ୍ଥ ରାଇଖମଣ ବାଙ୍କଠାରେ ମଙ୍ଗଳବାର ସନ୍ଧ୍ୟାରେ ବାଇକ୍‌ରେ ଯାଉଥିବା ଜଣେ ମହିଳାଙ୍କ ଠାରୁ ଲୁଟେରା ମାନେ...

Advertisement
Archives

Model This Week