Posted inଜାତୀୟ

୬୦ ପ୍ରତିଶତ ଭାରତୀୟ କମ୍ପାନୀ ଉପରେ ସାଇବର ଆକ୍ରମଣ ଆଶଙ୍କା: ଆଗାମୀ ୫ ବର୍ଷରେ ୩ ଶହ ୬୦ ଲକ୍ଷ କୋଟି ହେବ କ୍ଷତି

ନୂଆଦିଲ୍ଲୀ,୧୮।୪: ଭାରତରେ ଡିଜିଟାଲକରଣ ଧାରା ଜାରି ରହିଛି। ତେବେ ୬୦ ପ୍ରତିଶତ ଭାରତୀୟ କମ୍ପାନୀ ଉପରେ ସାଇବର ଆଶଙ୍କା ଭୟ ରହିଛି। ଏହାଦ୍ୱାରା ଆଗାମୀ ୫ ବର୍ଷ ଅର୍ଥାତ୍‌ ୨୦୨୪ ବେଳକୁ ସାଇବର ଆକ୍ରମଣ ଯୋଗୁ ୩ଶହ ୬୦ କୋଟି ଲକ୍ଷ ଟଙ୍କା କ୍ଷତି ହେବ। ଏନେଇ ଆୟରଲାଣ୍ଡ ଡବଲିନ୍‌ରେ କାର୍ଯ୍ୟକରୁଥିବା ଅନ୍ତର୍ଜାତୀୟ ସଂସ୍ଥା ଆସେନଚର ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ସର୍ଭେରେ ୭୭ ପ୍ରତିଶତ ଲୋକ ମତ ଦେଇଛନ୍ତି ଯେ, ଡିଜିଟାଲ ଇକୋନୋମିର ବିକାଶ ପାଇଁ ଇଣ୍ଟରନେଟ୍‌ ସିକ୍ୟୁରିଟି ଗୁରୁତ୍ୱପୂର୍ଣ୍ଣ। ଆସେନଚର ପକ୍ଷରୁ ଏନେଇ ୧୭ ଶହ ସୂଚନା ପ୍ରଯୁକ୍ତି କମ୍ପାନୀର ସିଇଓଙ୍କ ମତାମତ ସଂଗ୍ରହ କରାଯାଇଥିଲା। ଏଥିରେ ଭାରତର ଶହେ ଜଣ ସିଇଓ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମହିଳାଙ୍କ ମୁହଁରେ ପରଦା ରହୁ ନ ଥିବାରୁ ବଢୁଛି ବଳାତ୍କାର’

ନୂଆଦିଲ୍ଲୀ,୧୩।୨: ସାରା ଦେଶରେ ଏବେ ହିଜାବ ବିବାଦକୁ ନେଇ ରାଜନୀତି ସରଗରମ ହୋଇଛି। ଅନେକ ନେତା ହିଜାବ ଉପରେ ମନ୍ତବ୍ୟ ଦେଉଥିବାର ଦେଖାଯାଇଛି। ରବିବାର କର୍ନାଟକର...

କରୋନା ଅଣାୟତ୍ତ: ୨୦ ଦିନରେ ୨୦ ଲକ୍ଷ ଟପିବା ଆଶଙ୍କା

ନୂଆଦିଲ୍ଲୀ, ୧୮।୭: ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଆସନ୍ତା ୨୦ ଦିନରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ହୋଇ ୨୦ ଲକ୍ଷ...

କଡ଼କଡ଼ଡ଼ୋମା କୋର୍ଟରେ ପୋଲିସଙ୍କୁ ପିଟିଲେ ଆଇନଜୀବୀ

ନୂଆଦିଲ୍ଲୀ,୪।୧୧: ତିସ୍‌ ହଜାରୀ କୋର୍ଟରେ ପୋଲିସ ଏବଂ ଆଇଜୀବୀଙ୍କ ମଧ୍ୟରେ ଉତ୍ତେଜନା ଯୋଗୁ ସୋମବାର ଆଇନଜୀବୀମାନେ ହରତାଳ କରିଛନ୍ତି। ସ୍ଥାନୀୟ କଡ଼କଡ଼ଡ଼ୋମା କୋର୍ଟରେ କେତେକ ଆଇନଜୀବୀ...

ଚାଲାଣ କାଟି ୨ଟି ରାଜ୍ୟରେ ଆଦାୟ ହେଲାଣି ପ୍ରାୟ ଦେଢ କୋଟି ଟଙ୍କା

ନୂଆଦିଲ୍ଲୀ,୮।୯: ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରଠାରୁ ଏପର୍ଯ୍ୟନ୍ତ ଟ୍ରାଫିକ୍‌ ପୋଲିସ କେବଳ ୨ଟି ରାଜ୍ୟରୁ ପାଖାପାଖି ଦେଢ କୋଟି ଟଙ୍କା ଆଦାୟ...

ଅଜିତ ପାଓ୍ବାର ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୯।୧୨: ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ସୋମବାର ହେବାର ଯୋଜନା ରହିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ...

ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ ଟାଇଟଲରଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୫ା୮: ୧୯୮୪ର ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କୁ ଦିଲ୍ଲୀର ରାଉସ୍‌ ଆଭିନ୍ୟୁ କୋର୍ଟ ଶୁକ୍ରବାର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଏହି...

ସିନ୍ଧେଙ୍କ ଆବେଦନ ଉପରେ ଡେପୁଟି ସ୍ପିକରଙ୍କୁ ନୋଟିସ ପଠାଇଲେ ସୁପ୍ରିମ କୋର୍ଟ, ପରବର୍ତ୍ତି ଶୁଣାଣି ଜୁଲାଇ ୧୧ରେ

ନୂଆଦିଲ୍ଲୀ,୨୭ ।୬: ମହାରାଷ୍ଟ୍ରର ଅସନ୍ତୁଷ୍ଟ ବିଧାୟକ ଏକନାଥ ସିନ୍ଧେଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ପ୍ରାୟତଃ ସମସ୍ତ ପକ୍ଷଙ୍କୁ ନୋଟିସ ଦେଇଛନ୍ତି । ଏହି ନୋଟିସର ଜବାବ...

ନନ୍ଦିଗ୍ରାମରେ ଚଣ୍ଡୀପାଠ

କୋଲକାତା,୧୦ା୩: ମୁଁ ମଧ୍ୟ ଜଣେ ହିନ୍ଦୁ। ମୁଁ ପ୍ରତିଦିନ ଚଣ୍ଡୀପାଠ କରେ ବୋଲି ମଙ୍ଗଳବାର ଭାଜପାକୁ ବିଭାଜନବାଦୀ ରାଜନୀତି ନ କରିବାକୁ ଚେତାବନୀ ଦେଇଛନ୍ତି ତୃଣମୂଳ...

Advertisement
Archives

Model This Week