୬ବର୍ଷ ହେଲା ପାଇପ ଜଳଯୋଗାଣ ବନ୍ଦ

ଜୁନାଗଡ,୧୭।୬(ଡି.ଏନ୍‌.ଏ) – କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଦାସିଗଁ।ରେ ଗତ ୬ବର୍ଷ ହେଲା ଜଳ ଯୋଗାଣ ବନ୍ଦ ରହିଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ୬ ୱାର୍ଡ ବିଶିଷ୍ଟ ଦାସିଗଁ।ର ଜନସଂଖ୍ୟା ପ୍ରାୟ ୫ହଜାର। ୨୦୦୮ ମସିହାରେ ଗ୍ରାମରେ ଜଳଯୋଗାଣ ପାଇଁ ଏକ ଓଭରହେଡ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା। ନିକଟିସ୍ଥ ହାତୀନଦୀରୁ ପାଣି ଆସି ଟାଙ୍କିରେ ଭର୍ତ୍ତି କରାଯାଇ ପାଇପ ଜରିଆରେ ଗ୍ରାମରେ ଜଳ ଯୋଗାଣ ହେଉଥିଲା। ତେବେ ଗତ ୬ବର୍ଷ ତଳେ ମୁଖ୍ୟ ରାସ୍ତା ସମ୍ପ୍ରସାରଣ ସମୟରେ ପାଇପଗୁଡିକ ଫାଟିଯିବା ପରଠାରୁ ଜଳଯୋଗାଣ ବନ୍ଦ ରହିଛି। ଏହାପରେ ଗ୍ରାମରେ ପାଇପ୍‌ ବିଛା ଓ ଘରକୁ ଘର ପାଇପ ସଂଯୋଗ କରିବା ପାଇଁ ବସୁଧା ଯୋଜନାରେ ପ୍ରାୟ ୪୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଭାଗ ପକ୍ଷରୁ ଟେଣ୍ଡର ହୋଇଥିଲା। ଏହାକୁ ଜୁନାଗଡ ଅଞ୍ଚଳର ଲକ୍ଷ୍ମୀକାନ୍ତ ନାଏକ ନାମକ ଜଣେ ଠିକାଦାର ଟେଣ୍ଡର ପାଇଥିବା ବିଭାଗୀୟ ଯନ୍ତ୍ରୀ ବିନୋଦ କୁମାର ସିଂଙ୍କଠାରୁ ଜଣାପଡିଛି। ତେବେ ନିମ୍ନମାନର ଓ ହାଲୁକା ପାଇପ୍‌ ରାସ୍ତାରେ ବିଛାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ, ଏଠାରେ କାମ କରୁଥିବା ଠିକାଦାର ସୂଚନା ଫଳକ ଲଗାଇ ନାହାନ୍ତି। ଏଥିଯୋଗୁ ଲୋକ କାର୍ଯ୍ୟ ସମ୍ପର୍କରେ ଜାଣି ପାରୁନାହାନ୍ତି। ଅଭିଯୋଗ ନେଇ ବିଭାଗୀୟ ଯନ୍ତ୍ରୀ ବିନୋଦ କୁମାର ସଂଙ୍କୁ ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ। ଜିଲାପାଳ ଏଥିପ୍ରତି ଦୃଷ୍ଟିଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲେଙ୍ଗାନା ଇଟାଭାଟିରୁ ୧୬ ଶ୍ରମିକଙ୍କ ସମେତ ୫ ଶିଶୁ ଉଦ୍ଧାର

ଭୁବନେଶ୍ୱର,୧୬।୨(ବ୍ୟୁରୋ): ଓଡ଼ିଶା ମୋ’ ପରିବାର ହସ୍ତକ୍ଷେପ ପରେ ତେଲେଙ୍ଗାନା ଇଟାଭାଟିରେ କାମ କରୁଥିବା ବଲାଙ୍ଗୀର ଜିଲାର ୧୬ ଜଣ ଶ୍ରମିକ ଓ ସେମାନଙ୍କ ୫ଶିଶୁଙ୍କୁ ଉଦ୍ଧାର...

ପିପିଲି ଉପନିର୍ବାଚନ: ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ୨୪.୭୬% ମତଦାନ

ପୁରୀ ଅଫିସ,୩୦ା୯: ଆଜି ଅନୁଷ୍ଠିତ ହେଉଛି ପିପିଲି ଉପନିର୍ବାଚନ। ଏନେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ପିପିଲିବାସୀ। ବିଭିନ୍ନ ବୁଥ୍‌ରେ ସକାଳୁ ମତଦାନ ଆରମ୍ଭ ହୋଇଛି।...

ତତଲା ତାଓ୍ବାରେ ଓଡିଶା: ଆହୁରି ତତେଇବ, ୧୧ ଜିଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ବାତ୍ୟା ପରେ ପ୍ରଚଣ୍ଡ ଗ୍ରୀଷ୍ମ ଓ ଗଳୁଗୁଳି ସମଗ୍ର ରାଜ୍ୟକୁ ଅସ୍ତବ୍ୟସ୍ତ କରିଛି। ଉପକୂଳ ଠାରୁ ଆରମ୍ଭ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶା...

ରାସ୍ତା ଶୋଚନୀୟ, ମରାମତି ଦାବି

ଧର୍ମଶାଳା, ୨୮।୧୦(ଡି.ଏନ୍‌.ଏ.): ଧର୍ମଶାଳା ବ୍ଲକ  ଚୋରମୁହାଁ ପଞ୍ଚାୟତକୁ ସଂଯୋଗ କରୁଥିବା କେନାଲ ବନ୍ଧ ରାସ୍ତାବସ୍ଥା ଶୋଚନୀୟ ହୋଇପଡିଛି। ସେହି ରାସ୍ତାକୁ ମରାମତି କରାଯାଉ ନ ଥିବା...

ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଥିବା ଯୁବକଙ୍କୁ ଉଦ୍ଧାର ଘଟଣା: ହାବିଲଦାରଙ୍କୁ ସମ୍ମାନିତ କଲେ ପୋଲିସ କମିଶନର

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଟ୍ରେନ୍‌ରୁ ଖସି ପଡିଥିବା ଜଣେ ଯାତ୍ରୀଙ୍କୁ ବିଳମ୍ବିତ ରାତିରେ ଉଦ୍ଧାର କରିଥିବା ମଡର୍ନ କଣ୍ଟ୍ରୋଲ ରୁମ୍‌ର ହାବିଲଦାର ସୁଶାନ୍ତ କୁମାର ହାତୀଙ୍କୁ ପୋଲିସ କମିଶନର...

ବଢିଲା ଯୁକ୍ତ ତିନି ନାମଲେଖା ଅବଧି

ଭୁବନେଶ୍ୱର,୧।୧୦(ବ୍ୟୁରୋ)-ରାଜ୍ୟର ବିଭିନ୍ନ କଲେଜରେ ଯୁକ୍ତ ତିନିରେ ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ...

ସୌରଚାଳିତ ଚକରେ ଗଢ଼ାହେଲା ମାଟିପାତ୍ର

ପୁରୀ ଅଫିସ, ୨୫।୭: ବାତ୍ୟା ଫନୀରେ ପୁରୀ ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏଥିରେ କୁମ୍ଭକାରମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲେ। କୁମ୍ଭାରପଡ଼ା, ଟିକରପଡ଼ା, ଜେନାପୁର ସମେତ...

କେନ୍ଦୁପତ୍ର ସଂଗ୍ରହ ମୂଲ୍ୟବୃଦ୍ଧି, ଉପକୃତ ହେବେ ୮ ଲକ୍ଷ ତୋଳାଳି

ଭୁବନେଶ୍ୱର,୧୯।୪(ବ୍ୟୁରୋ): କେନ୍ଦୁପତ୍ର ତୋଳାଳିଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେନ୍ଦୁପତ୍ର ସଂଗ୍ରହ ମୂଲ୍ୟବୃଦ୍ଧି କରିବାକୁ ମଙ୍ଗଳବାର ନିଷ୍ପତ୍ତି ନେଇଛନ୍ତି। ଫଳରେ ରାଜ୍ୟର ଲକ୍ଷ ଲକ୍ଷ...

Advertisement
Archives

Model This Week