Posted inଖେଳ

୬ଟି ବଲରୁ ୬ଟି ଛକା ଦେଇଥିବା ବୋଲରଙ୍କ ପରଲୋକ

ଲଡ୍ସ, ୧।୮: ପ୍ରସିଦ୍ଧ କ୍ରିକେଟର ମ୍ୟାକଲୋମ ନ୍ୟାସଙ୍କ ୭୪ବର୍ଷ ବୟସରେ ପରଲୋକ ଘଟିଛି। ଲଡ୍ସର ଏକ ହୋଟେଲରେ ରାତ୍ରି ଭୋଜନ କରୁଥିବାବେଳେ ସେ ହଠାତ୍‌ ତଳେ ପଡିଯାଇଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ହୋଇଛି। ୫୧ ବର୍ଷ ପୂର୍ବେ ଅର୍ଥାତ୍‌ ୧୯୬୮ରେ ଓ୍ବେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଗ୍ୟାରି ସୋବର୍ସ ନ୍ୟାଶ୍‌ଙ୍କ ଗୋଟିଏ ଓଭରରେ ୬ଟି ଛକା ମାରିଥିଲେ। କାଉଣ୍ଟି କ୍ରିକେଟରେ ନର୍ଟିହାମ୍ପସାୟାର୍‌ ପକ୍ଷରୁ ଖେଳୁଥିବା ସୋବର୍ସ ଗ୍ଲାମୋରଗନ ସ୍ପିନର୍‌ ନ୍ୟାଶ୍‌ଙ୍କୁ ପ୍ରହାର କରିଥିଲେ। ସୋବର୍ସ ପ୍ରଥମ ଶ୍ରେଣୀ କ୍ରିକେଟରେ ଏଭଳି ଉପଲବ୍ଧgିହାସଲ କରିବାରେ ପ୍ରଥମ କ୍ରିକେଟର ଥିଲେ। ନ୍ୟାଶ୍‌(୧୯୬୬-୧୯୮୩) ୧୭ ବର୍ଷ ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟରରେ ୩୩୬ଟି ମ୍ୟାଚ୍‌ ଖେଳି ୨୫.୮୭ ହାରରେ ୯୯୩ଟି ଉଇକେଟ୍‌ ନେବା ସହ ୭୧୨୯ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନ୍ତିମ ଦୁଇ ଟେଷ୍ଟ ଲାଗି ଭାରତୀୟ ଦଳରୁ ବିଦା ହେଲେ ଏହି ଖେଳାଳି

ନୂଆଦିଲ୍ଲୀ, ୧୭।୨ : ଚଳିତ ଇଂଲଣ୍ଡ ବିପକ୍ଷ ଅନ୍ତିମ ଦୁଇ ଟେଷ୍ଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ କେବଳ ଗୋଟିଏ ପରିବର୍ତ୍ତନ କରାଯାଇଛି। ପ୍ରଥମ ଦୁଇ...

୨୦୨୧ ଆଇପିଏଲ ଅକ୍‌ଶନରେ ଭାଗନେବେ ୧୦୯୭ ଖେଳାଳି

ଚେନ୍ନାଇ, ୫ା୨- ଚଳିତ ମାସ ୧୮ ତାରିଖରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣ ଲାଗି ଖେଳାଳିଙ୍କ ନିଲାମ ପ୍ରକ୍ରିୟା (ଅକ୍‌ଶନ) ଅନୁଷ୍ଠିତ ହେବ।...

ରୋହିତ-କୋହଲିଙ୍କ ମଧ୍ୟରୁ କାହାକୁ ମିଳେ କେତେ ପାରିଶ୍ରମିକ

ନୂଆଦିଲ୍ଲୀ.୧୦।୧୨: ଭାରତୀୟ କ୍ରିକେଟ ଦଳକୁ ଆଗକୁ ନେବା ଦାୟିତ୍ୱ ଏବେ ରୋହିତ ଶର୍ମାଙ୍କ କାନ୍ଧକୁ ଆସିଛି। ମୁମ୍ବାଇର ଏହି ତାରକା ଖେଳାଳିଙ୍କୁ ଭାରତୀୟ ଦିନିକିଆ ଏବଂ...

ପ୍ରୋ ଲିଗ୍‌ରେ ଭାରତର ପ୍ରଥମ ପରାଜୟ: ବେଲଜିୟମଠାରୁ ୨-୩ ଗୋଲରେ ହାରିଲା

ଭୁବନେଶ୍ୱର ୯।୨(କ୍ରୀଡ଼ା ପ୍ରତିନିଧି)- ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଭାରତ ପ୍ରଥମ ପରାଜୟ ସ୍ବାଦ ଚାଖିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ମ୍ୟାଚରେ ମନପ୍ରୀତ ସିଂଙ୍କ...

ଅଶ୍ୱିନଙ୍କ ପରିବାରରେ ୧୦ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ,୩୦।୪ : ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଚଳିତ ଆଇପିଏଲ ମଧ୍ୟରୁ ଓହରିବା ପଛର ପ୍ରକୃତ କାରଣ ସାମ୍ନାକୁ ଆସିଛି। ତାଙ୍କ ପରିବାରର ୧୦...

ବିଶ୍ୱକପ୍‌ ଦଳରେ ଶାର୍ଦ୍ଦୁଳଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧୩।୧୦: ଚେନ୍ନାଇ ସପୁର କିଙ୍ଗ୍ସ (ସିଏସ୍‌କେ) ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କୁ ଟି୨୦ ବିଶ୍ୱକପ୍‌ ଲାଗି ଘୋଷିତ ଭାରତୀୟ ଦଳରେ ବୁଧବାର ସାମିଲ କରାଯାଇଛି। ତେବେ ପୂର୍ବରୁ...

ରିଦ୍ଧିମାନଙ୍କ ଷ୍ଟାଣ୍ଡବାଇ ଭରତ

ନୂଆଦିଲ୍ଲୀ, ୨୧।୫- ଭାରତୀୟ କ୍ରିକେଟ ଦଳର ଇଂଲଣ୍ଡ ଟୁର୍‌ ପାଇଁ ଉଇକେଟକିପର ରିଦ୍ଧିମାନ ଶାହାଙ୍କ ଷ୍ଟାଣ୍ଡବାଇ ଭାବେ ଆନ୍ଧ୍ର ପ୍ରଦେଶର କେ.ଏସ. ଭରତଙ୍କୁ ଚୟନ କରାଯାଇଛି।...

ଭିଏତ୍‌ନାମ ଓପନ୍‌: ସିରିଲ, ସୌରଭ ଆଗେଇଲେ, ଶୁଭଙ୍କର ନିରାଶ

ହୋ ମି ମିନ ସିଟି (ଭିଏତ୍‌ନାମ), ୧୨।୯ (ପି.ଟି.)- ଏଠାରେ ଚାଲିଥିବା ଭିଏତ୍‌ନାମ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ସିରିଲ ବର୍ମା ଓ ସୌରଭ ବର୍ମା...

Advertisement
Archives

Model This Week