ନୂଆଦିଲ୍ଲୀ,୧୧।୪: କରୋନା ଭୂତାଣୁ ବ୍ୟାପିବା ଯୋଗୁ ଏବେ ସାରା ବିଶ୍ୱର ସ୍ଥିତି ବେହାଲ ହୋଇଯାଇଛି। ଏଥିରେ ଅନେକ ସଂଖ୍ୟାରେ ଲୋକ ମୃତ୍ୟୁବରଣ କରିଥିବା ବେଳେ ଲକ୍ଷ ଲକ୍ଷ ସଂଖ୍ୟାରେ ଆକ୍ରାନ୍ତ ହୋଇଛନ୍ତି। ସାରା ବିଶ୍ୱରେ ବିଭିନ୍ନ ଦେଶ ଏହି ଭୂତାଣୁକୁ ନିୟନ୍ତ୍ରଣ କରିବା ଲାଗି ଲକ୍ଡାଉନ ଘୋଷଣା କରିଛନ୍ତି। କୋଭିଡ୍-୧୯ ଲାଗି ବିଶ୍ୱ ଅର୍ଥ ବ୍ୟବସ୍ଥା ପ୍ରାୟ ୫ ଲକ୍ଷ କୋଟି ଡଲାର କ୍ଷତି ସହିବ ବୋଲି ଓ୍ବାଲ ଷ୍ଟ୍ରିଟ୍ ବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି। ଆଗାମୀ ୨ ବର୍ଷ ଏଭଳି କ୍ଷତି ବିଶ୍ୱ ସହିବ ବୋଲି ପୂର୍ବାନୁମାନରେ କୁହାଯାଇଛି ଯାହା ଜାପାନର ବାର୍ଷିକ ଉତ୍ପାଦନଠାରୁ ବଡ। ବିଶ୍ୱ ସ୍ତରରେ ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍କୁ ଫେରାଇ ଆଣିବା ଲାଗି ଏବେ ଆର୍ଥତ୍କ ପ୍ୟାକେଜ ଘୋଷଣା କରୁଛନ୍ତି। ହେଲେ ସ୍ଥିତି ଅନ୍ତତଃ ପକ୍ଷେ ଆସନ୍ତା ୨ ବର୍ଷ ଯାଏ ଟ୍ରାକ୍କୁ ଫେରିବନି ବୋଲି କୁହାଯାଇଛି। ବିଭିନ୍ନ ଦେଶ ଗ୍ରହଣ କରିଥିବା ପଦକ୍ଷେପ….
ଆମେରିକାର ଦ୍ୱିତୀୟ ପ୍ରୋତ୍ସାହନ ପ୍ୟାକେଜ
ଆମେରିକା ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍କୁ ଫେରାଇ ଆଣିବା ଲାଗି ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡରାଲ ରିଜର୍ଭ ୨.୩ ଲକ୍ଷ କୋଟି ଡଲାରର ଏକ ନୂଆ ପ୍ୟାକେଜ ଘୋଷଣା କରିଛି। ଏହା ମଧ୍ୟରେ ପ୍ରମୁଖ ଋଣ ସୁବିଧା ମଧ୍ୟରେ କ୍ଷୁଦ୍ର ବାଣିଜ୍ୟଗୁଡିକୁ ୬୦୦ ବିଲିୟନ ଡଲାରର ସହାୟତା ମଧ୍ୟ ସାମିଲ ରହିଛି। ସେହିଭଳି ୟୁଏସ୍ରେ ସୁରକ୍ଷା ଉପକରଣର ଏବେ ଅଧିକ ଆବଶ୍ୟକତା ରହିଛି। ଏନ୍୯୫ ରେସ୍ପିରେଟର, ସର୍ଜିକାଲ ମାସ୍କ, ଫେସ୍ସିଲ୍ଡ ଏବଂ ଅନ୍ୟାନ୍ୟ ମେଡିକାଲ ଷ୍ଟକ ଏବେ ଶେଷ ହୋଇ ଆସୁଛି। ପ୍ରାୟ ୯୦% ସୁରକ୍ଷା ଉପକରଣ ରାଜ୍ୟଗୁଡିକୁ ପ୍ରଦାନ କରାଯାଇଛି। ଏଭଳି ସ୍ଥିତିରେ ଅଧିକ ଷ୍ଟକ ଆବଶ୍ୟକ ହେଉଥିବା ଆମେରିକାର ଡିପାର୍ଟମେଣ୍ଟ ଅଫ୍ ହେଲ୍ଥ ଆଣ୍ଡ ହ୍ୟୁମାନ ସର୍ଭିସେସ୍ ପକ୍ଷରୁ ସୂଚନା ରହିଛି।
ରୋହିଙ୍ଗ୍ୟା ଜିଲା ଲକ୍ଡାଉନ କଲା ବାଂଲାଦେଶ
ବାଂଲାଦେଶ ଦକ୍ଷିଣ ଭାଗରେ ଥିବା ଏହାର କେତେକ ଜିଲାକୁ ଲକ୍ଡାଉନ କରିଦେଇଛି। ଏହି ଅଞ୍ଚଳରେ ପ୍ରାୟ ୧୦ ଲକ୍ଷ ରୋହିଙ୍ଗ୍ୟା ରହୁଥିବା ଜଣାପଡିଛି। ଉକ୍ତ ଅଞ୍ଚଳଗୁଡିକରେ କରୋନାର କୌଣସି ମାମଲା ସାମ୍ନାକୁ ଆସିନାହିଁ। ମାତ୍ର ମେଡିକାର ସୁବିଧା ଉନ୍ନତ ନ ଥିବା ଯୋଗୁ କରୋନା ବ୍ୟାପିବା ଆଶଙ୍କା ବାଂଲାଦେଶ ସରକାରଙ୍କୁ ରହିଛି।
ଷ୍ଟକ୍ ବଜାରରେ ଉନ୍ନତି ଆଶା
କରୋନା ପ୍ରଭାବକୁ କମ୍ କରିବା ଲାଗି ବିଶ୍ୱ ସ୍ତରର ଅର୍ଥ ବ୍ୟବସ୍ଥାଗୁଡିକ ଅଧିକ ପଦକ୍ଷେପ ସହ ପ୍ରୋତ୍ସାହନ ପ୍ୟାକେଜ ପ୍ରଦାନ କରିବେ ବୋଲି ଷ୍ଟକ୍ ବଜାର ନିବେଶକଙ୍କ ଆଶା ରହିଛି। ଏହାକୁ ଧ୍ୟାନରେ ରଖି ପୁଞ୍ଜିବଜାର କାରବାର ଗୁରୁବାର ଉନ୍ନତ ସ୍ଥିତିରେ ରହିଥିଲା। ଗତ ୪ ଦିନ ଧରି ୟୁରୋପର ଷ୍ଟକ୍ ବଜାର ଉନ୍ନତ ସ୍ଥିତିରେ ରହିଛି। ଆମେରିକା ଷ୍ଟକ୍ ବଜାର ୧% ବଢିଥିବା ବେଳେ ଏସ୍ ଆଣ୍ଡ ପିର ୫୦୦ ୩.୪% ବୃଦ୍ଧି ଘଟିଛି। ସେହିଭଳି ଅଷ୍ଟ୍ରେଲିଆ ଶେୟାର ବଜାର ୨.୫୪% ବୃଦ୍ଧି ଘଟିଥିଲା।
ୟୁରୋପିଆନ ୟୁନିୟନ ଆଣିବ ପ୍ୟାକେଜ
କରୋନା ପ୍ରଭାବକୁ କମ୍ କରିବା ଲାଗି ୟୁରୋପିଆନ ୟୁନିୟନ ମଧ୍ୟ ପ୍ୟାଜେକ ଆଣିବା ଲାଗି ପ୍ରସ୍ତୁତି ଚଳାଇଛି। ୫୦୦ ବିଲିୟନ ୟୁରୋ ବା ୫୪୩ ବିଲିୟନ ଡଲାରର ଏକ ପ୍ୟାଜେକ ଆଣିବା ନେଇ ଆଲୋଚନା ଜାରି ରହିଛି। ଏନେଇ ୟୁରୋପିଆନ ୟୁନିୟନ ଶୀଘ୍ର ପଦକ୍ଷେପ ଘୋଷଣା କରିବ ବୋଲି ଶୁଣାଯାଉଛି।
ଅଷ୍ଟ୍ରେଲିଆ ଜାହାଜରେ ବୃହତ୍ ସଂକ୍ରମଣ
ଅଷ୍ଟ୍ରେଲିଆ ଏକ ବୃହତ୍ ସଂଖ୍ୟକ ସଂକ୍ରମଣ ଏକ ଜାହାଜରେ ପରିଲକ୍ଷିତ ହୋଇଛି। ଏହି ଜାହାଜରେ ପ୍ରାୟ ୨୭୦୦ଜଣ ଯାତ୍ରା କରୁଥିଲେ। ଏଠାରେ ୬୦୦ ଲୋକଙ୍କୁ ସଂକ୍ରମଣ ହୋଇଥିବା ବେଳେ ପ୍ରାୟ ଉକ୍ତ ମାମଲାରେ ୧୫ ଜଣ ଲୋକ ମୃତ୍ୟୁମୁଖରେ ପଡିଛନ୍ତି। ପ୍ରାୟ ୧୦୪୦ ଜଣ ମେଡିକାଲ ଟ୍ରିଟ୍ମେଣ୍ଟରେ ରହିଛନ୍ତି।
ଦୁବାଇରେ ଆଲ୍କହଲ ହୋମ୍ ଡେଲିଭରି
କରୋନା ଯୋଗୁ ଦୁବାଇରେ ମଧ୍ୟ ଲକ୍ଡାଉନ ହୋଇଛି। ସେଠାରେ ଆଲ୍କହଲ ହୋମ ଡେଲିଭରି କରିବା ଲାଗି ସରକାର ଅନୁମତି ପ୍ରଦାନ କରିଛନ୍ତି।
ପ୍ୟାକେଜ ସପକ୍ଷରେ କ୍ରିଷ୍ଟିନ ଲେଗାର୍ଡ
ୟୁରୋପିଆନ ସେଣ୍ଟ୍ରାଲ ବ୍ୟାଙ୍କର ସଭାପତି ତଥା ପୂର୍ବତନ ଆଇଏମ୍ଏଫ୍ ମୁଖ୍ୟ କ୍ରିଷ୍ଟିନ ଲେଗାର୍ଡ କରୋନା ପ୍ରଭାବକୁ କମ୍ କରିବା ଦିଗରେ ପ୍ରୋତ୍ସାହନ ପ୍ୟାକେଜ ପ୍ରଦାନ ଉପରେ ମତ ରଖିଛନ୍ତି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ବିଶ୍ୱ ସ୍ତରର ସରକାରଗୁଡିକ ବିଭିନ୍ନ ନୀତି ନିର୍ଦ୍ଧାରଣ ଦ୍ୱାରା ସମସ୍ୟାକୁ କମ୍ କରିବା ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ସେ କହିଛନ୍ତି ଯେ, ୟୁରୋପିଆନ ସେଣ୍ଟ୍ରାଲ ବ୍ୟାଙ୍କ ୩ ଟ୍ରିଲିୟନ ୟୁରୋ ସେଠାକାର ବ୍ୟାଙ୍କଗୁଡିକୁ ପ୍ରଦାନ କରିଛି। ବ୍ୟକ୍ତି ତଥା ଫାର୍ମଗୁଡିକୁ ଋଣ ସହାୟତା ପ୍ରଦା ଦିଗରେ ଏହା କାମରେ ଆସିପାରିବ। କ୍ଷୁଦ୍ର ବାଣିଜ୍ୟ, ନିଜସ୍ବ ଉଦ୍ୟମରେ ବାଣିଜ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ସହାୟତା କରିବା ଦିଗରେ ବ୍ୟାଙ୍କଗୁଡିକ ଏହା ଦ୍ୱାରା ସହାୟକ ବୋଲି ଲେଗାର୍ଡ କହିଛନ୍ତି।
ଭିଡିଓ କନ୍ଫରେନ୍ସିଂ ପ୍ଲାଟ୍ଫର୍ମର ଚାହିଦା
ବର୍ତ୍ତମାନର ସମୟରେ ଭିଡିଓ କନଫରେନ୍ସିଂର ଚାହିଦା ବଢିଚାଲିଛି। ଜୁମ୍ ନାମକ ଭିଡିଓ କନଫରେନ୍ସି ଆପ୍ର ଏବେ ଅନେକ ମାତ୍ରାରେ ଲୋକପ୍ରିୟତା ହାସଲ କରିଛି। ଘରୁ କାମ କରିବା ଏବଂ ସହକର୍ମୀଙ୍କ ସହ ଭିଡିଓ କନଫରେନ୍ସିଂରେ ସମ୍ପର୍କ ରଖିବା ଦିଗରେ ଏହା ବେଶ୍ ସହାୟକ ହେଉଛି।
ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍
ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...
ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି
ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...
ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା
ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...
ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...
ପୁଣି ଟ୍ରେନ୍ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…
ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...
ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ
ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...
ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ
ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...
Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ
ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...
Archives


