ସଙ୍କଟ ସ୍ଥିତିରେ ଅଣ ସଙ୍ଗଠିତ କ୍ଷେତ୍ର ଶ୍ରମିକ

ନୂଆଦିଲ୍ଲୀ,୧୧।୪: ଲକ୍‌ଡାଉନ ଯୋଗୁ ସାରା ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇଛି। ଏଭଳି ସ୍ଥିତିରେ ଅଣ ସଙ୍ଗଠିତ କ୍ଷେତ୍ର ଶ୍ରମକ ଏବଂ ସାଧାରଣ ଲୋକମାନେ ଏବେ ଅନେକ ସାମ୍ନା କରୁଛନ୍ତି। ଏଭଳି ସ୍ଥିତିରେ ଲୋକମାନେ କ୍ଷୁଧା, ବେକାରି ଏବଂ ଘରୋଇ କ୍ଷେତ୍ରଗୁଡିକର ଚାପର ସମସ୍ୟା ସାମ୍ନା କରୁଛନ୍ତି। ଏଭଳି ସ୍ଥିତିରେ ଲୋକଙ୍କୁ ସୁବିଧା ଯୋଗାଇବା ଭଳି ଉନ୍ନତ ସ୍ଥିତିରେ ରାଜ୍ୟଗୁଡିକ ନ ଥିବା ବିଶେଷଜ୍ଞ କହିଛନ୍ତି। ଭାରତରେ ମୋଟ ଜିଡିପିକୁ ରାଜ୍ୟଗୁଡିକର ଟିକସ ଅନୁପାତ ମାତ୍ର ୧୩.୫% ରହିଛି। ଏହା ପାଶ୍ଚାତ୍ୟ ଦେଶଗୁଡିକରେ ପ୍ରାୟ ୨୫% ରହିଛି। ବର୍ତ୍ତମାନ କୋଭିଡ୍‌-୧୯ ଲାଗି ଟିକସ ସଂଗ୍ରହ ମଧ୍ୟ ପ୍ରଭାବିତ ସ୍ଥିତିରେ ରହିଛି।
ସାମାଜିକ ନିରାପତ୍ତାରେ ଅସୁବିଧା
ବର୍ତ୍ତମାନ ବିତ୍ତୀୟ ସ୍ଥିତି ପ୍ରଭାବିତ ଥିବାରୁ ୭୦ରୁ ୮୦% ଗରିବ ଲୋକଙ୍କୁ ସାମାଜିକ ନିରାପତ୍ତା ଯୋଗାଇଦେବା ଗୋଟିଏ ପଟେ କାଠିକର ପାଠ ହୋଇପଡୁଥିବା ବିଚାର କରାଯାଇଛି। ଲକ୍‌ଡାଉନ ଉଠିଗଲା ପରେ ବିଗିଡି ଥିବା ଅର୍ଥ ବ୍ୟବସ୍ଥାକୁ ମଧ୍ୟ ସମ୍ଭାଳିବାକୁ ପଦକ୍ଷେପ ନେବାକୁ ପଡିବ। ଏଠାରେ ଗୋଟିଏ କଥା ବିଚାରକୁ ନିଆଯାଉ। ସାଧାରଣତଃ ପାଶ୍ଚାତ୍ୟ ଦେଶଗୁଡିକରେ ପ୍ରାୟ ୭୦ରୁ ୮୦% ଲୋକ ସଙ୍ଗଠିତ କ୍ଷେତ୍ର ସହ ଜଡିତ। ସେମାନଙ୍କ ଲାଗି ସାମାଜିକ ସୁରକ୍ଷା ପର୍ଯ୍ୟାପ୍ତ ଥିବା ଯୋଗୁ ସାଧାରଣତଃ ମାସ ମାସ ଧରି ଲକ୍‌ଡାଉନ ସ୍ଥିତି ଲାଗି ରହିଲେ କୌଣସି ଅସୁବିଧା ସ୍ଥିତି ଉପୁଜିବ ନାହିଁ। ମାତ୍ର ଭାରତରେ ସ୍ଥିତି ଏହାର ସମ୍ପୂର୍ଣ୍ଣ ଓଲଟା।
ଲକ୍‌ଡାଉନ ବଢ଼ିଲେ ବଜାର ସ୍ଥିତି ବିଗିଡ଼ିବ
ଭାରତରେ ଲକ୍‌ଡାଉନ ଅବଧି ବଢି ରହିଲେ ଏହା ଯୋଗୁ ଅର୍ଥ ବ୍ୟବସ୍ଥାର ସ୍ଥିତି ସମ୍ପୂର୍ଣ୍ଣ ବିଗିଡିଯିବ ବୋଲି ବିଶେଷଜ୍ଞ ଆଶଙ୍କା ପ୍ରକଟ କରିଛନ୍ତି। ଏଭଳି ସ୍ଥିତିରେ ଲୋକଙ୍କ ଚାକିରି ଚାଲିଯିବା ସେହି ପରିବାରଗୁଡିକରେ କାହାର ସ୍ବାସ୍ଥ୍ୟ ବିଗିଡିଲେ ସମସ୍ୟାକୁ କେମିତି ଆୟତ୍ତକୁ ଅଣାଯିବ ତାହା ମଧ୍ୟ ଏକ ଚିନ୍ତାର ବିଷୟ।
ଭାରତର ସ୍ଥିତି ଅପେକ୍ଷାକୃତ ଉନ୍ନତ
କରୋନା ବ୍ୟାପିଥିବା ଅନ୍ୟ ଦେଶଗୁଡିକୁ ବିଚାର କଲେ ଭାରତର ସ୍ଥିତି ଅପେକ୍ଷାକୃତ ଉନ୍ନତ ରହିଛି। ଭାରତରେ ସଂକ୍ରମଣର ମାତ୍ରା ଏତେ ତ୍ୱରିତ ହୋଇନାହିଁ। ସରକାରଙ୍କ ପଦକ୍ଷେପ ଯୋଗୁ ରୋଗକୁ ବ୍ୟାପିବାରୁ କମ୍‌ କରାଯାଇଛି। ସଂକ୍ରମଣର ସବୁ ମାମଲା ହସ୍ପିଟାଲକୁ ଆସୁଥିବା ବେଳେ ଏହା ଉପରେ ନଜର ରଖାଯାଉଛି। ପ୍ରାୟ ୮୫% କରୋନା ମାମଲା ୬୦%ରୁ କମ୍‌ ବୟସର। ଏହି ବୟସ ବର୍ଗର ଲୋକମାନେ ସଂକ୍ରମଣକୁ ସାମ୍ନା କରିବା ସହ ଠିକ୍‌ ହୋଇ ଯାଉଥିବା ଦେଖାଯାଉଛି। ତାପମାତ୍ରା ବଢୁଥିବାରୁ ସଂକ୍ରମଣ ବଢିବାକୁ ଏହା ହୁଏତ କମ୍‌ କରୁଛି। ଦେଶର ୭୦ ହଟ୍‌ସ୍ପଟ ଜିଲାକୁ ବାଦ ଦେଲେ ଅନ୍ୟ ୬୭୦ ଜିଲାରେ ସଂକ୍ରମଣ ଏତେ ବ୍ୟାପିନାହିଁ କିମ୍ବା ମାମଲା ବହୁତ କମ୍‌ ରହିଛି।
ଦାଦନର ଦୁଃଖ
କୋଭିଡ୍‌ ବ୍ୟାପିବା ଯୋଗୁ ଦାଦନ ଶ୍ରମିକଙ୍କ ଦୁଃଖ ଏବେ ବଢିଯାଇଛି। ସେହିଭଳି ନିଜ ଉଦ୍ୟମରେ ଛୋଟ ଛୋଟ ବ୍ୟବସାୟ ଚଳାଉଥିବା ଲୋକଙ୍କ ସ୍ଥିତି ଏବେ ବିଗିଡିଛି। ଅନାହାର ମୃତ୍ୟୁ, ବେକାରି ଭଳି ସମସ୍ୟା ଏବେ ବଢିଛି। ସ୍ଥିତି ସୁଧୁରୁ ନ ଥିବାରୁ ଲକ୍‌ଡାଉନ ଏବେ ବଢିବ ବୋଲି ପ୍ରାୟ ନିଶ୍ଚିତ ହୋଇଛି। ଯଦି ଲକ୍‌ଡାଉନ ଖୋଲେ ତେବେ କିଭଳି ପଦକ୍ଷେପ ନିଆଯାଇ ପାରିବ ସେ ନେଇ ବିଶେଷଜ୍ଞ କିଛି ପରାମର୍ଶ ମଧ୍ୟ ଦେଇଛନ୍ତି।
ଲକ୍‌ଡାଉନ ଉଠିବା ନେଇ କ’ଣ କୁହନ୍ତି ବିଶେଷଜ୍ଞ
– ଦେଶର ୪୫୦ ଜିଲାରେ କରୋନା ମାମଲା ନାହିଁ। ୨୧୦ ଜିଲାରେ କିଛି ମାମଲା ରହିଛି। ୬୬୦ ଜିଲାରେ ଲକ୍‌ଡାଉନ ସତର୍କତା ଭିତ୍ତିରେ ଉଠାଯାଇପାରେ।
– ଅମଳ ସମୟ ଯୋଗୁ ଶ୍ରମିକଙ୍କ ଆବଶ୍ୟକତା ରହିଛି। କିଛି ଟ୍ରେନ ଚଳାଚଳ ଦ୍ୱାରା ଶ୍ରମିକଙ୍କୁ କାର୍ଯ୍ୟକ୍ଷେତ୍ରକୁ ଫେରାଇ ଅଣାଯାଇପାରିବ। ମଣ୍ଡି ପରିଚାଳନା, ମାଲ ପରିବହନ, ବଜାର ସୁବିଧାକୁ ଦେଖିବାକୁ ହେବ।
– କ୍ଷୁଦ୍ର ସଂସ୍ଥାଗୁଡିକରେ କାମ କରୁଥିବା ସଙ୍ଗଠିତ ତଥା ଅଣସଙ୍ଗଠିତ କ୍ଷେତ୍ର ଶ୍ରମିକଙ୍କୁ କାମ ଯୋଗଦେବାକୁ ଅନୁମତି ଦିଆଯାଇପାରେ। ଏମ୍‌ଏସ୍‌ଏମ୍‌ଇ ନ ଖୋଲିଲେ ବେକାରି ହାର ୩୦%କୁ ବଢିଯିବ।
– ହସ୍ପିଟାଲ ଏବଂ କ୍ଲିନିକଗୁଡିକରେ ଅଧିକ ନିରାପତ୍ତା ଗ୍ରହଣ
– ମେଡିକାଲ ଯନ୍ତ୍ରାଂଶ ଔଷଧ ଯୋଗାଉଥିବା କମ୍ପାନୀଙ୍କ ପରିଚାଳନା ସୁଗମ କରିବା
– ଭିଡ଼କୁ ବାଦ୍‌ ଦେଇ ପରିବହନ ସେବା ଆରମ୍ଭ କରାଯାଇପାରେ। ଅତିରିକ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବାର ଆବଶ୍ୟକତା।
– ବଡ ଉଦ୍ୟୋଗଗୁଡିକରେ ସାମାଜିକ ଦୂରତ୍ୱ ସହ ସିଫ୍ଟରେ କାମ ହେବା ଆବଶ୍ୟକ।
– ଭିଡକୁ ଅନୁମତି ନ ଦିଆଯିବା ଆବଶ୍ୟକ।
-ସବୁ ସ୍ଥାନରେ ମାସ୍କ ବ୍ୟବହାର ସହ ନିର୍ଦ୍ଦେଶ ମୁତାବକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

ଜେଇଇ ମେନ୍‌ରେ ବେଦାନ୍ତୁର ବାଜିମାତ୍‌

ଭୁବନେଶ୍ୱର,୨୭।୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତୁ ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ (ମେନ୍‌)-୨୦୨୪ ଫଳାଫଳରେ ବାଜିମାତ୍‌ କରିଛି। ଏପରିକି ଏହାର ୧୬୯୮ଜଣ ଛାତ୍ରୀଛାତ୍ରୀ...

ସୁରଟ ଗ୍ରାହକ ଜିତିଲେ ଇ-ସ୍କୁଟର

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମସଲା ବ୍ରାଣ୍ଡ୍‌ ‘ରୁଚି’ (ରୁଚି ଫୁଡ୍‌ଲାଇନ)ର ଲୋକପ୍ରିୟ ଯୋଜନା ‘ଫେଷ୍ଟିଭାଲ ବୋନାଞ୍ଜା ଅଫର’ ଜରିଆରେ ସୁରଟର ଭାଗ୍ୟଶାଳୀ...

ପିଏଫ୍‌ପିଡିଏଲ୍‌ ସହ ଏଚ୍‌ଡିଏଫ୍‌ସି ଲାଇଫ୍‌ର ବୁଝାମଣା

ଭୁବନେଶ୍ୱର,୨୭।୪: ଏଚ୍‌ଡିଏଫ୍‌ସି ଲାଇଫ୍‌ ଏବଂ ପିୟରଲେସ୍‌ ଫାଇନାନ୍ସସିଆଲ ପ୍ରଡକ୍ଟସ ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ପିଏଫ୍‌ପିଡିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ କମ୍ପାନୀଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri