ସଙ୍କଟ ସ୍ଥିତିରେ ଅଣ ସଙ୍ଗଠିତ କ୍ଷେତ୍ର ଶ୍ରମିକ

ନୂଆଦିଲ୍ଲୀ,୧୧।୪: ଲକ୍‌ଡାଉନ ଯୋଗୁ ସାରା ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇଛି। ଏଭଳି ସ୍ଥିତିରେ ଅଣ ସଙ୍ଗଠିତ କ୍ଷେତ୍ର ଶ୍ରମକ ଏବଂ ସାଧାରଣ ଲୋକମାନେ ଏବେ ଅନେକ ସାମ୍ନା କରୁଛନ୍ତି। ଏଭଳି ସ୍ଥିତିରେ ଲୋକମାନେ କ୍ଷୁଧା, ବେକାରି ଏବଂ ଘରୋଇ କ୍ଷେତ୍ରଗୁଡିକର ଚାପର ସମସ୍ୟା ସାମ୍ନା କରୁଛନ୍ତି। ଏଭଳି ସ୍ଥିତିରେ ଲୋକଙ୍କୁ ସୁବିଧା ଯୋଗାଇବା ଭଳି ଉନ୍ନତ ସ୍ଥିତିରେ ରାଜ୍ୟଗୁଡିକ ନ ଥିବା ବିଶେଷଜ୍ଞ କହିଛନ୍ତି। ଭାରତରେ ମୋଟ ଜିଡିପିକୁ ରାଜ୍ୟଗୁଡିକର ଟିକସ ଅନୁପାତ ମାତ୍ର ୧୩.୫% ରହିଛି। ଏହା ପାଶ୍ଚାତ୍ୟ ଦେଶଗୁଡିକରେ ପ୍ରାୟ ୨୫% ରହିଛି। ବର୍ତ୍ତମାନ କୋଭିଡ୍‌-୧୯ ଲାଗି ଟିକସ ସଂଗ୍ରହ ମଧ୍ୟ ପ୍ରଭାବିତ ସ୍ଥିତିରେ ରହିଛି।
ସାମାଜିକ ନିରାପତ୍ତାରେ ଅସୁବିଧା
ବର୍ତ୍ତମାନ ବିତ୍ତୀୟ ସ୍ଥିତି ପ୍ରଭାବିତ ଥିବାରୁ ୭୦ରୁ ୮୦% ଗରିବ ଲୋକଙ୍କୁ ସାମାଜିକ ନିରାପତ୍ତା ଯୋଗାଇଦେବା ଗୋଟିଏ ପଟେ କାଠିକର ପାଠ ହୋଇପଡୁଥିବା ବିଚାର କରାଯାଇଛି। ଲକ୍‌ଡାଉନ ଉଠିଗଲା ପରେ ବିଗିଡି ଥିବା ଅର୍ଥ ବ୍ୟବସ୍ଥାକୁ ମଧ୍ୟ ସମ୍ଭାଳିବାକୁ ପଦକ୍ଷେପ ନେବାକୁ ପଡିବ। ଏଠାରେ ଗୋଟିଏ କଥା ବିଚାରକୁ ନିଆଯାଉ। ସାଧାରଣତଃ ପାଶ୍ଚାତ୍ୟ ଦେଶଗୁଡିକରେ ପ୍ରାୟ ୭୦ରୁ ୮୦% ଲୋକ ସଙ୍ଗଠିତ କ୍ଷେତ୍ର ସହ ଜଡିତ। ସେମାନଙ୍କ ଲାଗି ସାମାଜିକ ସୁରକ୍ଷା ପର୍ଯ୍ୟାପ୍ତ ଥିବା ଯୋଗୁ ସାଧାରଣତଃ ମାସ ମାସ ଧରି ଲକ୍‌ଡାଉନ ସ୍ଥିତି ଲାଗି ରହିଲେ କୌଣସି ଅସୁବିଧା ସ୍ଥିତି ଉପୁଜିବ ନାହିଁ। ମାତ୍ର ଭାରତରେ ସ୍ଥିତି ଏହାର ସମ୍ପୂର୍ଣ୍ଣ ଓଲଟା।
ଲକ୍‌ଡାଉନ ବଢ଼ିଲେ ବଜାର ସ୍ଥିତି ବିଗିଡ଼ିବ
ଭାରତରେ ଲକ୍‌ଡାଉନ ଅବଧି ବଢି ରହିଲେ ଏହା ଯୋଗୁ ଅର୍ଥ ବ୍ୟବସ୍ଥାର ସ୍ଥିତି ସମ୍ପୂର୍ଣ୍ଣ ବିଗିଡିଯିବ ବୋଲି ବିଶେଷଜ୍ଞ ଆଶଙ୍କା ପ୍ରକଟ କରିଛନ୍ତି। ଏଭଳି ସ୍ଥିତିରେ ଲୋକଙ୍କ ଚାକିରି ଚାଲିଯିବା ସେହି ପରିବାରଗୁଡିକରେ କାହାର ସ୍ବାସ୍ଥ୍ୟ ବିଗିଡିଲେ ସମସ୍ୟାକୁ କେମିତି ଆୟତ୍ତକୁ ଅଣାଯିବ ତାହା ମଧ୍ୟ ଏକ ଚିନ୍ତାର ବିଷୟ।
ଭାରତର ସ୍ଥିତି ଅପେକ୍ଷାକୃତ ଉନ୍ନତ
କରୋନା ବ୍ୟାପିଥିବା ଅନ୍ୟ ଦେଶଗୁଡିକୁ ବିଚାର କଲେ ଭାରତର ସ୍ଥିତି ଅପେକ୍ଷାକୃତ ଉନ୍ନତ ରହିଛି। ଭାରତରେ ସଂକ୍ରମଣର ମାତ୍ରା ଏତେ ତ୍ୱରିତ ହୋଇନାହିଁ। ସରକାରଙ୍କ ପଦକ୍ଷେପ ଯୋଗୁ ରୋଗକୁ ବ୍ୟାପିବାରୁ କମ୍‌ କରାଯାଇଛି। ସଂକ୍ରମଣର ସବୁ ମାମଲା ହସ୍ପିଟାଲକୁ ଆସୁଥିବା ବେଳେ ଏହା ଉପରେ ନଜର ରଖାଯାଉଛି। ପ୍ରାୟ ୮୫% କରୋନା ମାମଲା ୬୦%ରୁ କମ୍‌ ବୟସର। ଏହି ବୟସ ବର୍ଗର ଲୋକମାନେ ସଂକ୍ରମଣକୁ ସାମ୍ନା କରିବା ସହ ଠିକ୍‌ ହୋଇ ଯାଉଥିବା ଦେଖାଯାଉଛି। ତାପମାତ୍ରା ବଢୁଥିବାରୁ ସଂକ୍ରମଣ ବଢିବାକୁ ଏହା ହୁଏତ କମ୍‌ କରୁଛି। ଦେଶର ୭୦ ହଟ୍‌ସ୍ପଟ ଜିଲାକୁ ବାଦ ଦେଲେ ଅନ୍ୟ ୬୭୦ ଜିଲାରେ ସଂକ୍ରମଣ ଏତେ ବ୍ୟାପିନାହିଁ କିମ୍ବା ମାମଲା ବହୁତ କମ୍‌ ରହିଛି।
ଦାଦନର ଦୁଃଖ
କୋଭିଡ୍‌ ବ୍ୟାପିବା ଯୋଗୁ ଦାଦନ ଶ୍ରମିକଙ୍କ ଦୁଃଖ ଏବେ ବଢିଯାଇଛି। ସେହିଭଳି ନିଜ ଉଦ୍ୟମରେ ଛୋଟ ଛୋଟ ବ୍ୟବସାୟ ଚଳାଉଥିବା ଲୋକଙ୍କ ସ୍ଥିତି ଏବେ ବିଗିଡିଛି। ଅନାହାର ମୃତ୍ୟୁ, ବେକାରି ଭଳି ସମସ୍ୟା ଏବେ ବଢିଛି। ସ୍ଥିତି ସୁଧୁରୁ ନ ଥିବାରୁ ଲକ୍‌ଡାଉନ ଏବେ ବଢିବ ବୋଲି ପ୍ରାୟ ନିଶ୍ଚିତ ହୋଇଛି। ଯଦି ଲକ୍‌ଡାଉନ ଖୋଲେ ତେବେ କିଭଳି ପଦକ୍ଷେପ ନିଆଯାଇ ପାରିବ ସେ ନେଇ ବିଶେଷଜ୍ଞ କିଛି ପରାମର୍ଶ ମଧ୍ୟ ଦେଇଛନ୍ତି।
ଲକ୍‌ଡାଉନ ଉଠିବା ନେଇ କ’ଣ କୁହନ୍ତି ବିଶେଷଜ୍ଞ
– ଦେଶର ୪୫୦ ଜିଲାରେ କରୋନା ମାମଲା ନାହିଁ। ୨୧୦ ଜିଲାରେ କିଛି ମାମଲା ରହିଛି। ୬୬୦ ଜିଲାରେ ଲକ୍‌ଡାଉନ ସତର୍କତା ଭିତ୍ତିରେ ଉଠାଯାଇପାରେ।
– ଅମଳ ସମୟ ଯୋଗୁ ଶ୍ରମିକଙ୍କ ଆବଶ୍ୟକତା ରହିଛି। କିଛି ଟ୍ରେନ ଚଳାଚଳ ଦ୍ୱାରା ଶ୍ରମିକଙ୍କୁ କାର୍ଯ୍ୟକ୍ଷେତ୍ରକୁ ଫେରାଇ ଅଣାଯାଇପାରିବ। ମଣ୍ଡି ପରିଚାଳନା, ମାଲ ପରିବହନ, ବଜାର ସୁବିଧାକୁ ଦେଖିବାକୁ ହେବ।
– କ୍ଷୁଦ୍ର ସଂସ୍ଥାଗୁଡିକରେ କାମ କରୁଥିବା ସଙ୍ଗଠିତ ତଥା ଅଣସଙ୍ଗଠିତ କ୍ଷେତ୍ର ଶ୍ରମିକଙ୍କୁ କାମ ଯୋଗଦେବାକୁ ଅନୁମତି ଦିଆଯାଇପାରେ। ଏମ୍‌ଏସ୍‌ଏମ୍‌ଇ ନ ଖୋଲିଲେ ବେକାରି ହାର ୩୦%କୁ ବଢିଯିବ।
– ହସ୍ପିଟାଲ ଏବଂ କ୍ଲିନିକଗୁଡିକରେ ଅଧିକ ନିରାପତ୍ତା ଗ୍ରହଣ
– ମେଡିକାଲ ଯନ୍ତ୍ରାଂଶ ଔଷଧ ଯୋଗାଉଥିବା କମ୍ପାନୀଙ୍କ ପରିଚାଳନା ସୁଗମ କରିବା
– ଭିଡ଼କୁ ବାଦ୍‌ ଦେଇ ପରିବହନ ସେବା ଆରମ୍ଭ କରାଯାଇପାରେ। ଅତିରିକ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବାର ଆବଶ୍ୟକତା।
– ବଡ ଉଦ୍ୟୋଗଗୁଡିକରେ ସାମାଜିକ ଦୂରତ୍ୱ ସହ ସିଫ୍ଟରେ କାମ ହେବା ଆବଶ୍ୟକ।
– ଭିଡକୁ ଅନୁମତି ନ ଦିଆଯିବା ଆବଶ୍ୟକ।
-ସବୁ ସ୍ଥାନରେ ମାସ୍କ ବ୍ୟବହାର ସହ ନିର୍ଦ୍ଦେଶ ମୁତାବକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ପ୍ଲାଟିନମ ଶୋ’

ଭୁବନେଶ୍ୱର, ୧୨ା୯(ସନ୍ତୋଷ କୁମାର ବେହେରା): ଅନ୍ୟତମ ପ୍ରତିଷ୍ଠିତ ଜୁଏଲେରି ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସ୍ଥାନୀୟ ଶହୀଦନଗର ଷ୍ଟୋରରେ ‘ପ୍ଲାଟିନମ ଶୋ’ର ଶୁଭାରମ୍ଭ ହୋଇଛି…

ପେମେଣ୍ଟ ଲିଙ୍କ୍‌ ସହ ସ୍ଥାନୀୟ ମୁଦ୍ରାରେ କାରବାର କର

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସ୍ଥାନୀୟ ମୁଦ୍ରାରେ ବ୍ୟାପାର ଏବଂ ସେମାନଙ୍କର ତତ୍କାଳୀନ ପେମେଣ୍ଟ ସିଷ୍ଟମର ସଂଯୋଗୀକରଣ ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ…

Bank Strike Update: ୧୪ ଯାଏ ବ୍ୟାଙ୍କ ବନ୍ଦ! ଜରୁରୀ କାମ ଥିଲେ କଣ କରିବେ?

ନୂଆଦିଲ୍ଲୀ,୧୨।୯: ଯଦି ଆପଣଙ୍କ ବ୍ୟାଙ୍କରେ ଚେକ୍ କ୍ଲିୟରାନ୍ସ, କ୍ୟାସ, ଜମା କିମ୍ୱା ଉଠାଣ, ପାସବୁକ୍ ଅପଡେଟ୍ ଭଳି କୌଣସି ଜରୁରୀ କାମ ବାକି ଅଛି, ତେବେ ଆପଣଙ୍କୁ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଘରେ ଝିଅ ଜନ୍ମ ହେଲେ ଆପଣଙ୍କୁ ମିଳିବ ୨୭ ଲକ୍ଷ ଟଙ୍କା! କରିବାକୁ ହେବ କେବଳ ଏହି କାମ…

ନୂଆଦିଲ୍ଲୀ,୧୧।୯: ଯଦି ଆପଣଙ୍କ ଘରେ ଝିଅ ଜନ୍ମ ହୋଇଛି, ତେବେ ଏବେ ଆପଣ ୨୭ ଲକ୍ଷ ଟଙ୍କା ପାଇପାରିବେ। କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ଅଛି,…

Pension: ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୮ମ ବେତନ ଆୟୋଗରେ ବଢ଼ିବ ପେନସନ, ଜାଣନ୍ତୁ ପୁରା ହିସାବ…

ନୂଆଦିଲ୍ଲୀ,୧୧।୯: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କ ମଧ୍ୟରେ ଅଷ୍ଟମ ବେତନ କମିଶନ ସମ୍ବନ୍ଧୀୟ ଆଲୋଚନା ଜୋର୍ ଧରିଛି । ଦରମା ଓ ପେନସନ୍ ସମ୍ପର୍କିତ ନୂଆ…

ଆଉ ମାଗଣା ନୁହେଁ UPI! ପ୍ରତି ଟ୍ରାଞ୍ଜାକ୍ସନ୍‌ରେ ଦେବାକୁ ପଡ଼ିବ ଏତେ ଟଙ୍କା: କେନ୍ଦ୍ରରୁ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୧।୯: UPI ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆସିଛି ବଡ଼ ଅପଡେଟ୍‌। କିଛି ଦିନ ତଳେ UPI ଉପରେ ଚାର୍ଜ ଲାଗିବ ବୋଲି ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?