୫ ମାସ ହେବ ଜାଲ ବିଛାଇଥିଲା ଏସ୍‌ଟିଏଫ୍‌: ୨ ବାଘ ଛାଲ ଜବତ, ସମିତିସଭ୍ୟ ଗିରଫ

ଭୁବନେଶ୍ୱର, ୧୪। ୬(ବ୍ୟୁରୋ)/ ନୟାଗଡ଼ ଅଫିସ/ ରଣପୁର(ସ୍ବ.ପ୍ର.): ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ନୟାଗଡ଼ ଜିଲାର ରଣପୁର ରେଞ୍ଜ ଅଜାମୁଗଣ୍ଡ ଗାଁରୁ ଶୁକ୍ରବାର କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ୨ଟି ବାଘଛାଲ ଜବତ କରିଛି। ଏଥିସହ ବାଘର ହାଡ଼ ମଧ୍ୟ ମିଳିଛି। ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ବନ୍ଧମୁଣ୍ଡା ପଞ୍ଚାୟତର ସମିତି ସଭ୍ୟ ତଥା ଚାନ୍ଦପୁର ଥାନା ଜାମୁଗଣ୍ଡ ଗାଁର ଲକ୍ଷ୍ମୀଧର ନାୟକଙ୍କୁ ଗିରଫ କରାଯାଇଛି। ଏ ନେଇ ଏସ୍‌ଟିଏଫ୍‌ ପକ୍ଷରୁ ୧୯/୨୦ରେ ମାମଲା ରୁଜୁ କରାଯାଇ ଲକ୍ଷ୍ମୀଧରଙ୍କୁ ନୟାଗଡ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ରଣପୁର ସବ୍‌ଜେଲକୁ ପଠାଇ ଦିଆଯାଇଛି।

ମିଳିଥିବା ସୂଚନାନୁସାରେ, ଏହି ର଼୍ୟାକେଟର ପର୍ଦ୍ଦାଫାଶ ପାଇଁ ଏସ୍‌ଟିଏଫ୍‌ ୫ ମାସ ତଳୁ ଜାଲ ବିଛାଇଥିଲା। ଡିଆଇଜି ଜୟନାରାୟଣ ପଙ୍କଜଙ୍କ ତତ୍ତ୍ୱାବଧାନରେ ଡିଏସ୍‌ପି ବିଳାସିନୀ ନାୟକ ଏହି ର଼୍ୟାକେଟ ପଛରେ ଲାଗିପଡ଼ିଥିଲେ। ଏସ୍‌ଟିଏଫ୍‌କୁ ମିଳିଥିବା ଏକ ଫଟୋ ବାଘ ଶିକାରର ଦୃଢ଼ ପ୍ରମାଣ ଦେଇଥିଲା। ଉକ୍ତ ଫଟୋରେ ହତ୍ୟା କରାଯାଇଥିବା ଏକ କଲରାପତରିଆ ବାଘ ଦେହରୁ ମୁଖ୍ୟ ଅଭିଯୁକ୍ତ ତଥା ସଭିତିସଭ୍ୟ ଲକ୍ଷ୍ମୀଧର ଏକ ଛୁରିରେ ଛାଲ କାଢ଼ୁଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ଜଣେ ସହଯୋଗ କରୁଥିବାବେଳେ ସେଠାରେ ଠିଆ ହୋଇଥିବା ଅନ୍ୟଜଣେ ବ୍ୟକ୍ତିଙ୍କ ଗୋଡ଼ ମଧ୍ୟ ଦିଶୁଥିଲା। ତେଣୁ ଏହି ଫଟୋ ଏସ୍‌ଟିଏଫ୍‌ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ତେଣୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ଗିରଫ ପାଇଁ ଆରମ୍ଭ ହୋଇଥିଲା ସ୍ବତନ୍ତ୍ର ଅପରେଶନ। ସବୁକିଛି ତଥ୍ୟ ଏକାଠି କରିବା ପରେ ଶେଷରେ ମାଷ୍ଟରମାଇଣ୍ଡ୍‌ ତଥା ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀଧରଙ୍କୁ ଏସ୍‌ଟିଏଫ୍‌ ଟିମ୍‌ ଧରିବାରେ ସକ୍ଷମ ହୋଇଥିଲା। ଏଥିପାଇଁ ଏସ୍‌ଟିଏଫ୍‌ର ଅଧିକାରୀମାନେ ନିଜେ ଗ୍ରାହକ ସାଜି ତାଙ୍କ ସହ ଯୋଗାଯୋଗ କରିଥିଲେ। ଶେଷରେ ୨ଟି ବାଘ ଛାଲକୁ ୩ଲକ୍ଷ ଟଙ୍କାରେ ଡିଲ୍‌ ହୋଇଥିଲା। ଏହାପରେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଧରିଥିଲା। ସବୁଠୁ ବଡ଼ କଥା ହେଲା ଉକ୍ତ ଫଟୋରେ ଲକ୍ଷ୍ମୀଧର ଯେଉଁ ବାଘ ଛାଲକୁ କାଢ଼ୁଥିଲେ ତାହାକୁ ମଧ୍ୟ ଜବତ କରାଯାଇଛି। ଫଟୋରେ ଥିବା ଅନ୍ୟ ଅଭିଯୁକ୍ତମାନେ ଗିରଫ ହେବେ। ସେହିଭଳି ଘଟଣାରେ ଅନ୍ତର୍ଜାତୀୟ ର଼୍ୟାକେଟର ସମ୍ପୃକ୍ତି ରହିଛି କି ନାହିଁ ଓ ଲକ୍ଷ୍ମୀଧର ପୂର୍ବରୁ ବାଘ ଶିକାର କରି ଛାଲ ଓ ଅନ୍ୟ ଦେହାଂଶକୁ ବିକ୍ରି କିମ୍ବା ଚାଲାଣ କରିଥିବା ନେଇ ତଦନ୍ତ ଚାଲିଛି। ଆଗକୁ ସବୁକିଛି ପର୍ଦ୍ଦାଫାଶ ହେବ ବୋଲି ଏସ୍‌ଟିଏଫ୍‌ ଏସ୍‌ପି ପି.କେ. ଭୋଇ କହିଛନ୍ତି। ଏନେଇ ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି, ଯଦି ବନ କର୍ମଚାରୀମାନେ ଠିକ ଭାବେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ଦିଗରେ କାମ କରିଥାନ୍ତେ ତେବେ ଶିକାରୀ ବା ବେପାରୀଙ୍କୁ ଧରିବା ପର୍ଯ୍ୟନ୍ତ କଥା ଯାଆନ୍ତା ନାହିଁ।

ରାଜ୍ୟରେ ବନ୍ୟପ୍ରାଣୀ ଶିକାର ଓ ଚାଲାଣରେ ଏକାଧିକ ସ୍ଥାନୀୟ ଓ ଅନ୍ତର୍ଜାତୀୟ ର଼୍ୟାକେଟ ସକ୍ରିୟ ରହିଛି। ଏହାକୁ ରୋକିବା ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ସ୍ବତନ୍ତ୍ର ଅଭିଯାନ ଜାରି ରଖିଥିବାବେଳେ ଇତିମଧ୍ୟରେ ଅନେକ ସ୍ଥାନରେ ଚଢ଼ାଉ କରି ବାଘ ଛାଲ, ହାତୀ ଦାନ୍ତ, ଜୀବନ୍ତ ବଜ୍ରକାପ୍ତା ଓ କାତି ଜବତ କରିବା ସହ ସମ୍ପୃକ୍ତ ବେପାରୀ, ମଧ୍ୟସ୍ଥିଙ୍କୁ ଗିରଫ କରିଛି। ହେଲେ ଶୁକ୍ରବାର ଜବତ ହୋଇଥିବା ୨ ବାଘଛାଲ ଓ ହାଡ଼ ଜବତ ଘଟଣାରେ ପ୍ରଥମଥର ପାଇଁ ର଼୍ୟାକେଟର ମାଷ୍ଟରମାଇଣ୍ଡ୍‌ଙ୍କୁ ଧରିବାରେ ସଫଳ ହୋଇଛି ଏସ୍‌ଟିଏଫ୍‌।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri