୫ ବଛର ହେଲା ପମ୍ପ ହାଉସ ଅଚଲ: ପାଏନ୍‌ ଲାଗି ଛଟକୁଛନ୍‌ ୩ ଖଁଡ଼ ଗାଁର ଲୋକ୍‌

ସୋହେଲା,୧୭ା୫(ଡି.ଏନ୍‌.ଏ): ବରଗଡ଼ ଜିଲା ସୋହେଲା ବ୍ଲକ ଅଧୀନ ଲୁହୁରାଚଟିରେ ଥିବାର ପମ୍ପ ହାଉସ ଆଏଜ୍‌କେ ୫ ବଛର ହେଲା ଅଚଲ ହେଇ ପଡ଼ିଛେ। ଯେନ୍‌ଥିରଲାଗି ଗଁାବାସୀ ପିଇଲା ପାଏନ୍‌ ପାଏବାରୁ ବଁଚିତ ହେବାର ସଂଗେ ନାନା ଅସବିଧାର ସାମନା କରୁଛନ୍‌।
ସୂଚନା ହିସାବେ ଅନେକ ବଛର ତଲେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ସଂସ୍ଥା ତରଫୁ ଲୁହୁରାଚଟି ସାପ୍‌ତାହିକ ବଜାର ପାସେ ଗୁଟେ ଗଭୀର ନଲ୍‌ଚୁଅଁା କୁଡ଼ି ପମ୍ପ ହାଉସ ଥାପନ କରିଥିଲା। ଇ ପମ୍ପ ହାଉସରୁ ଲୁହୁରାଚଟି ବସ୍‌ତି, ଜାତୀୟ ରାଜପଥ ତରେ ଥିବାର ମେହେରପଡ଼ା ଆର ୨ କି.ମି. ଦୂରେ ଥିବାର ପଣ୍ଡକିପାଲି ଗଁାକେ ପିଇଲା ପାଏନ୍‌ ଯୁଗେଇ ଦିଆଯାଉଥିଲା। ପାଇପ୍‌ ପାଏନ୍‌କେ ଲୋକ୍‌ ପିଇବା ଖାଏବାରେ ବେଭାର କରୁଥିଲେ। ପମ୍ପ ହାଉସରୁ ଜାତୀୟ ରାଜପଥ ପାଖାପାଖି ୨୫ ମିଟର ଦୂରେ ରହିଛେ। ବଛର କେତେଟା ତଲେ ଲୁହୁରାଚଟିରୁ ସମ୍ବଲପୁର ୬ ନମ୍ବର ଜାତୀୟ ରାଜପଥ ଉସାରପିସାର କାମ୍‌ ହେଇଥିଲା। ରାସ୍‌ତା କୁଡ଼ାକୁଡ଼ି ବେଲେ ବିଛାଯାଇଥିବାର ପ୍ରକଳ୍ପର ପାଏନ୍‌ ପାଇପ୍‌ ଫାଟି କୁରକୁଟି ହେଇଯାଇଥିଲା। ରାସ୍‌ତା କାମ୍‌ କରୁଥିବାର ଠିକା ସଂସ୍ଥା ସେ ପାଇପ୍‌ ଲାଇନ୍‌କେ ମରାମତି ନାଇଁ କଲା। ସେଦିନ୍‌ଠାନୁ ଇ ଗଁାମାନକେ ପାଏନ୍‌ ସପ୍ଲାଏ ବଁଦ୍‌ ହେଇଗଲା। ଏହେଦେ ପମ୍ପ ହାସ୍‌ ବି ଅସ୍‌କୁରା ହେଇ ପଡ଼ିଛେ। ପାଏନ୍‌ ସପ୍ଲାଏ ହେଉଥିବାର ଗଁାର ଲୋକ୍‌ମାନେ ଇ ମୁଡ଼ଫଟା ଖରା ଝାଉରେ ପିଇଲା ପାଏନ୍‌ ଲାଗି ନାନା ସମସିଆର ସାମନା କରୁଥିବାର ଅଭିଯୋଗ କରିଛନ୍‌। ଯେତେ ଜଲଦି ହେବା ପାଇପ୍‌ ଲାଇନ୍‌ ଠିକ୍‌ କରବାର ସଂଗେ ପମ୍ପ ହାଉସକେ ବି ସଚଲ କରବାକେ ଦାବି କରିଛନ୍‌। ଇ ବାବ୍‌ଦେ ଆର୍‌ଡବ୍ଲୁଏସ୍‌ଏସ୍‌ କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ବେହେରାକୁ ପଚରାଲାରୁ ଜାତୀୟ ରାଜପଥ ଉସାର କାମ୍‌ ହେଲାବେଲେ ଲୁହୁରାଚଟିରୁ ମେହେରପଡ଼ାକେ ଯାଇଥିବାର ପାଇପ୍‌ ଲାଇନ୍‌ ଫାଟି କୁରକୁଟି ହେଇଗଲା। ଆମେ ବିଭାଗ ତରଫୁ ରାସ୍‌ତା କାମ୍‌ କରୁଥିବାର ଠିକା ସଂସ୍ଥାକେ ଚିଠି ଦେଇ ମରାମତି କରବାକେ ଅନୁରୋଧ କରିଥିଲୁଁ। ଏଷ୍ଟିମେଟ ବି ଦେଇଥିଲୁଁ। ହେଲେ ଠିକା ସଂସ୍ଥା ମରାମତି କି ମରାମତି ଲାଗି ବିଭାଗରେ ଟଁକା ଜମା ନାଇଁକଲା। ଯେନ୍‌ଥିରଲାଗି ପମ୍ପ ହାଉସଟା ଅଚଲ ହେଇପଡ଼ିଛେ ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଗଁାର ଝନେ ମହିଲା ଯଶୋବନ୍ତୀ ଭୋଇକୁଁ ପଚରାଲାରୁ ପାଇପ୍‌ ଲାଇନ୍‌ ଫାଟଲା ଦିନୁ ଆମେ ସପ୍ଲାଏ ପାଏନ୍‌ ନାଇଁ ପାଏବାର। ଅନେକ ଥର ଅଫିସରମାନକୁ କହିଛୁଁ, ହେଲେ କେହି କିଛି ନାଇଁ ଶୁନବାର। ଇ ସପ୍ଲାଏ ପାଏନ୍‌ରେ ଭାତ୍‌ ତୁନ୍‌ ରଁଧାବଢ଼ା ଭଲ ହେସି। ଏହେଦେ ଦୂରିନୁ ପାଏନ୍‌ ଆନି ରଁଧାବଢ଼ା କାମ୍‌ ଚଲଉଛୁଁ। ଅନେକ ଦିନୁ ଆମେ ପ୍ରକଳ୍ପ ସଚଲ କରି ଗଁାମାନକୁ ପାଏନ୍‌ ଯୁଗେଇ ଦେବାକେ ଦାବି କରିଆସୁଛୁଁ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା, ଏକ କୋଟିର ଗଞ୍ଜେଇ ଜବତ

​ସମ୍ବଲପୁର,୮।୯(ପ୍ରମୋଦ ବହିଦାର): ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସମ୍ବଲପୁର ଶାସନ ସ୍ଥିତ ଟୋଲଗେଟ୍ ନିକଟରେ ଚଢ଼ାଉ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri