୫ ଦୋକାନ ସିଲ୍‌

ଅନୁଗୋଳ ଅଫିସ, ୧୫।୪ – କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲା ପ୍ରଶାସନ ସହ ପୋଲିସ ଦିନ ରାତି କାମ କରୁଛି। ଲୋକମାନଙ୍କୁ ଘରେ ରହିବା ପାଇଁ ସଚେତନ କରାଉଛି। କିନ୍ତୁ ଅନେକ ସମୟରେ ଅମାନିଆ ଲୋକମାନେ ଅଯଥାରେ ରାସ୍ତାକୁ ଆସି ବୁଲାବୁଲି କରୁଥିବା ବେଳେ ଏବେ କଟକଣାକୁ ଉଲ୍ଲଂଘନ କରିଛନ୍ତି କେତୋଟି ଗ୍ରସେରୀ ଦୋକାନୀ। ପ୍ରଶାସନର ନିର୍ଦ୍ଦେଶ ନ ମାନି ସେମାନେ ଦୋକାନ ଖୋଲା ରଖିବା ଓ ସାମାଜିକ ଦୂରତ୍ୱ ବଜାୟ ରଖୁ ନ ଥିବାରୁ ମଙ୍ଗଳବାର ୫ଟି ଦୋକାନକୁ ସିଲ୍‌ କରାଯାଇଥିବା ସୂଚନା ମିଳିଛି।
କେତେଜଣ ଦୋକାନୀ କଟକଣା ଉଲ୍ଲଂଘନ କରି ବ୍ୟବସାୟ ଚଳାଇଥିବା ନେଇ ପୂର୍ବରୁ ଅଭିଯୋଗ ଆସିଥିଲା। ପୋଲିସ ସମ୍ପୃକ୍ତ ବ୍ୟବସାୟୀମାନଙ୍କୁ ତାଗିଦ କରିଥିଲା। ଏପରି କି ଦୋକାନରୁ ନିକିତି ଓ ବଟକରା ମଧ୍ୟ ଜବତ କରିନେଇଥିଲା। ତଥାପି କଟକଣାକୁ ବ୍ୟବସାୟୀମାନେ ମାନୁ ନ ଥିଲେ। ସୋମବାର ସନ୍ଧ୍ୟାରେ ପୋଲିସ ଏପରି କେତୋଟି ଦୋକାନର ଫଟୋ ଉତ୍ତୋଳନ କରିଥିଲା। ଗହଳି କରିଥିବା ଲୋକଙ୍କୁ ଘଉଡ଼ାଇଥିଲା। ମଙ୍ଗଳବାର ମାଜିଷ୍ଟ୍ରେଟ୍‌ଙ୍କୁ ଧରି ପୋଲିସ କୁମୁରିସିଂହାର ୩ଟି ଓ କୁରୁଡ଼ୁଲୁ ଅଞ୍ଚଳର ୨ଟି ଦୋକାନକୁ ଜଉମୁଦା ଦେଇ ସିଲ୍‌ କରିଥିବା ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି। ଏସ୍‌ଆଇ ବିପ୍ଳବ ସାହୁ, ସତ୍ୟ ରଞ୍ଜନ ଲେଙ୍କା, ଜମୁନା ମାରାଣ୍ଡି, ଏଏସ୍‌ଆଇ ବୁଦ୍ଧିମାନ ସେଠୀ, ଜୟଚନ୍ଦ୍ର ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଗୋଟିଏ ଲେଖାଏ ଟିମ୍‌ ମାଜିଷ୍ଟ୍ରେଟଙ୍କୁ ଧରି ଦୋକାନ ସିଲ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ୧୨୫ ଦିନ ମିଳିବ କାମ: ନୂଆ ଯୋଜନାକୁ ନେଇ ଉତ୍ସାହିତ ଶ୍ରମିକ

ଭଞ୍ଜନଗର,୩।୭(ବାବୁଲା ପ୍ରଧାନ): ଜୁଲାଇ ୧ ତାରିଖରୁ ଭି.ବି-ଜୀ ରାମ ଜୀ ଯୋଜନା ସମଗ୍ର ଦେଶରେ ଲାଗୁ ହୋଇଛି। ପୂର୍ବରୁ ଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ ନିଯୁକ୍ତି…

ମେଡିକାଲ ଆଗରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ଅଭିଯୋଗ

ବେଲପାହାଡ଼,୩ା୭(ସୁବାସ ପ୍ରଧାନ): ବେଲପାହାଡ଼ ପୌରାଞ୍ଚଳରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ କାଣ୍ଡ ଘଟିଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଏବଂ ଉତ୍ତେଜନା ପ୍ରକାଶ…

ସବୁଜ ଭବିଷ୍ୟତ ଗଢ଼ିବା ପାଇଁ ଶପଥ ନେଲେ ଛାତ୍ରୀଛାତ୍ର, ଜଳବାୟୁ ପରିବର୍ତ୍ତନରେ…

ମହାକାଳପଡ଼ା,୩ା ୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡ଼ାଙ୍ଗ ପଞ୍ଚାୟତ ନନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହେବ ସଜୁବ ବନାନୀ। ଏଥିପାଇଁ ସ୍କୁଲ…

ପୁଅ ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ବାପାଙ୍କ ମୃତଦେହକୁ ଛୁଇଁଲେନି କେହି: ୧୦ ଘଣ୍ଟା ପରେ…

ପାଟଣାଗଡ଼,୩।୭(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲାର ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ତୁଳସୀଡୁଙ୍ଗରି ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବୃଦ୍ଧାଙ୍କ ପୁଅ ଅନ୍ୟଜାତିର ବାହା…

ପୋଡମପେଟା ସମୁଦ୍ର କୂଳ ଲଂଘିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୩।୭(ଅନାଥ ତରାଇ):  ବିଶ୍ୱତାପନ ଓ ବଙ୍ଗୋପସାଗରରେ କ୍ରମାଗତ ଜଳସ୍ତର ବୃଦ୍ଧି ଯୋଗୁଁ ଗଞ୍ଜାମ ଜିଲା ଉପକୂଳରେ ସ୍ଥିତି ଗମ୍ଭୀର ରହିଛି । ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ…

ଘରୁ ଉଭାନ୍‌ ହୋଇଗଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ: ବାପା କହିଲେ…

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହର ସ୍ଥିତ ଭୈରବନଗର ପଡ଼ାରେ ରହୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅପହରଣ ହୋଇଥିବା ନେଇ ଅଭିଯୋଗ ଆସିଛି।…

ଅଙ୍ଗନଦୀ ସେତୁରୁ ଉଠିଗଲା କଂକ୍ରିଟ: ଦୁର୍ଘଟଣା ଆଶଙ୍କା

ଲୋଇସିଂହା,୩।୭ (ସୁଶାନ୍ତ ବାରିକ):ବଲାଙ୍ଗୀର-ବରଗଡ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ସାଲେଭଟା ଅଙ୍ଗନଦୀ ସେତୁ ମଝି ଅଂଶ ଶୋଚନୀୟ ହୋଇ ପଡିଥିବା ସ୍ଥାନକୁ ଗତ ମଙ୍ଗଳବାର ମରାମତି କରାଯାଇଥିଲା।…

ରାଜ୍ୟ ପାଇଁ ଗୌରବ ଆଣିଲେ ଖୁସିରାମ: ଜାତୀୟ ଜୁନିୟର ପେନ୍‌ଚାକ୍‌ ସିଲାଟ୍‌ ଚାମ୍ପିୟନଶିପ୍‌ରେ…

ବଲାଙ୍ଗୀର,୩ା୭(ବୀରେନ୍ଦ୍ର କୁମାର ଝାଙ୍କର):ମହାରାଷ୍ଟ୍ରର ନାସିକଠାରେ ଗତ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୧୪ତମ ସିଙ୍ଗା, ମାକାନ, ପ୍ରି-ଟିନ୍‌, ପ୍ରି-ଜୁନିୟର ଓ ଜାତୀୟ ଜୁନିୟର ପେନ୍‌ଚାକ୍‌ ସିଲାଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri