ଛତ୍ରପୁର,୧୦ା୫(ଡି.ଏନ୍.ଏ.)- ଗଞ୍ଜାମ ଜିଲାରେ କରୋନା ମୁକାବିଲା କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ‘ଚିଅର୍ ଅପ୍ ଇୟୋର’ ବାର୍ତ୍ତା ଦେଇଛନ୍ତି ୫-ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ। ଜିଲା କରୋନା ମୁକାବିଲାରେ ଆରମ୍ଭରୁ ସଫଳତା ପ୍ରଦର୍ଶନ କରିଆସିଛି। ପର୍ଯ୍ୟାୟ କ୍ରମେ ଏହା ଗ୍ରୀନ୍ରୁ ଅରେଞ୍ଜ ଏବଂ ରେଡ୍ ଜୋନ୍ ହୋଇଛି। ଏହି ଆହ୍ବାନକୁ ଧର୍ଯ୍ୟର ସହିତ ମୁକାବିଲା କରୁଥିବାରୁ ଜିଲାପାଳ ଏବଂ ତାଙ୍କ ଟିମ୍ଙ୍କୁ ସଚିବ ଧନ୍ୟବାଦ ଦେଇଛନ୍ତି। ଏଥିରେ ମଧ୍ୟ ବ୍ୟକ୍ତିଗତ ଭାବେ ସେ ସାମିଲ ହେବେ ବୋଲି କହିଛନ୍ତି। ସେ ଜିଲାପାଳ, ସରପଞ୍ଚ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ କରୋନା ମୁକାବିଲା ମନ୍ତ୍ର ଦେଇଛନ୍ତି । ଜିଲାର ସର୍ବାଧିକ ଲୋକ ଅନ୍ୟ ରାଜ୍ୟରେ କାର୍ଯ୍ୟରତ ଥିଲେ। ଲକ୍ଡାଉନ ପାଇଁ କର୍ମସଂସ୍ଥାନ ବନ୍ଦ ହୋଇଯିବାରୁ ସେମାନଙ୍କର ଦୁର୍ଦ୍ଦଶା ବଢିଯାଇଥିଲା। ମେ ୩ ତାରିଖ କଟକଣା କୋହଳ ପରେ ସେମାନଙ୍କୁ ରାଜ୍ୟକୁ ଫେରାଇ ଆଣିବା ଆରମ୍ଭ ହୋଇଥିଲା। ପୂର୍ବରୁ ବସ୍ରେ ଆସୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏମାନେ ରେଳ ଯୋଗେ ଫେରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଜିଲାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଯେଉଁ ପ୍ରବାସୀଙ୍କର କେତେକ ଲକ୍ଷଣ ଦେଖାଯାଉଛି ତାଙ୍କୁ ପରୀକ୍ଷା କରାଯାଇ ଲୋକଙ୍କଠାରୁ ଦୂରେଇ ରଖିବା ସହିତ ଠିକ୍ ଚିକିତ୍ସା କରାଯାଉଛି। କାହାର ଲକ୍ଷଣ ଦେଖାଦେଲେ ସ୍ବତଃପ୍ରବୃତ୍ତ ଭାବେ ପ୍ରଶାସନକୁ ଜଣାଇବା ପାଇଁ ସଚିିବ କହିଛନ୍ତି। ପ୍ରତ୍ୟେକ କ୍ବାରାଣ୍ଟାଇନ୍ କେନ୍ଦ୍ରରେ ଭୋଜିଭାତ ପରି ଖାଇବା ପିଇବା ନ କରିବା, ମନୋରଞ୍ଜନ ଏବଂ ଅନ୍ତେବାସୀମାନେ ଶ୍ରମଦାନ କରି କିଛି ଅର୍ଥ ଉପାର୍ଜନ କରିବାକୁ ସଚିବ ପରାମର୍ଶ ଦେଇଛନ୍ତି। ଏହା ସହିତ ସଚିବ ମଧ୍ୟ ଭିଡିଓ କନ୍ଫରେନ୍ସରେ ଶନିବାର ୭ ସରପଞ୍ଚଙ୍କ ସହ କଥା ହୋଇଛନ୍ତି। ସେଗୁଡିକ ହେଲା ଧରାକୋଟ, କବିସୂର୍ଯ୍ୟନଗର, ପୋଲସରା, ଆସ୍କା, ଖଲ୍ଲିକୋଟ, କୁକୁଡାଖଣ୍ଡି ଓ ହିଞ୍ଜିଳିକାଟୁ ସରପଞ୍ଚଙ୍କ ସହିତ ବାର୍ତ୍ତାଳାପ କରିଥିଲେ। ଓଡିଶା ପ୍ରଥମ ରାଜ୍ୟ ଯିଏକି କରୋନା ମୁକାବିଲାରେ ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରିଛି। ପୂର୍ବରୁ ଓଡିଶା ସରକାର ବିଦେଶ ଫେରନ୍ତା, ନିଜାମୁଦ୍ଦିନ ଫେରନ୍ତା ଓ ପଶ୍ଚିମବଙ୍ଗରୁ ଫେରିଥିବା ବ୍ୟକ୍ତିଙ୍କର ସଫଳ କରୋନା ମୁକାବିଲା କରିପାରିଛନ୍ତି। ସରପଞ୍ଚମାନଙ୍କ ଉଦାରତା ଓ କର୍ତ୍ତବ୍ୟନିଷ୍ଠାକୁ ନେଇ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଫେରନ୍ତାଙ୍କର କରୋନା ମୁକାବିଲା ସଫଳତାର ସହିତ କରାଯାଇପାରିବ ବୋଲି ସଚିବ କହିଥିଲେ। ଭିଡିଓ କନଫରେନ୍ସରେ ଅନୁଷ୍ଠିତ ବୈଠକରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, କବୀନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅନାମ ଚରଣ ପାତ୍ର, ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ସ୍ବତନ୍ତ୍ର ଅଧିକାରୀ ପି.ଅନ୍ବେଷା ରେଡ୍ଡୀ, ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ।
Posted inଆମ ଜିଲା ଖବର, ଗଞ୍ଜାମ View All

ଦନ୍ତା ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା
ବିଶୋଇ, ୨୪।୦୪(ଡି.ଏନ.ଏ): ମୟୂରଭଞ୍ଜ ଜିଲାର ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳର ସରଗଡା ବନାଞ୍ଚଳ ଅଧିନ କଁଳାପାଟ ସଂରକ୍ଷିତ ଜଙ୍ଗଲ ନିକଟରେ ଦନ୍ତା ହାତୀ...

୨ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ
ନୟାଗଡ଼ ଅଫିସ/ରଣପୁର,୨୩ା୩(ସ୍ବ.ପ୍ର.): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣା ଧୀରେ ଧୀରେ ବିବାଦୀୟ ହେବାରେ ଲାଗିଛି। ଏହି ଘଟଣାରେ ଦୁଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର...

କାଳ ସାଜିଲା ନଦୀରେ ଗାଧୋଇବା: ୩ ନାବାଳକ ମୃତ
ରାଉରକେଲା,୧୦।୨: ସୁନ୍ଦରଗଡ଼ ଜିଲା ଝିରିପାଣି ଥାନା ଅଧୀନ ଭାଟା ବସ୍ତି ନିକଟସ୍ଥ କୋଏଲ ନଦୀରେ ବୁଧବାର ୩ ଜଣ ନାବାଳକ ଭାସି ଯାଇଥିବା ଅଭିଯୋଗ ହୋଇଛି।...

ଜାତୀୟ ରାଜପଥରେ ଲାଗିବ ସିସି କ୍ୟାମେରା; ଛତ୍ରପୁର, ହଳଦିଆପଦରରେ କଣ୍ଟ୍ରୋଲ ରୁମ୍
ଛତ୍ରପୁର,୩୦ା୯(ଡି.ଏନ.ଏ.)- ଗଞ୍ଜାମ ଜିଲା ଦେଇ ଯାଇଥିବା ଜାତୀୟ ରାଜପଥର ବିଭିନ୍ନ ଛକରେ ସିସି କ୍ୟାମେରା ଲାଗିବ। ଏହାର ମନିଟରିଂ ପାଇଁ ଛତ୍ରପୁର ଓ ହଳଦିଆପଦରଠାରେ କଣ୍ଟୋ୍ରଲ...

ଭୋଟ୍ ଗଣତି ଆରମ୍ଭ ଉତ୍କଣ୍ଠାରେ ପ୍ରାର୍ଥୀ
ବରଗଡ଼ ଅଫିସ୍,୨୬।୨: ବରଗଡ଼ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ଶନିବାର ଆରମ୍ଭ ହୋଇଯାଇଛି। ଶନିବାର ପ୍ରଥମ ପର୍ଯ୍ୟାୟରେ ଜିଲାର ୧୨ ବ୍ଲକର ୧୨...

ନିମ୍ନମାନର ଚାଉଳ ଯୋଗାଣ ଓ ପରିଚାଳନା ସମସ୍ୟା ନେଇ ସ୍କୁଲରେ ତାଲା: ୪ଦିନ ବିତିଲା, ସମାଧାନ ନାହିଁ
ଝୁମ୍ପୁରା, ୭।୮ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବଡନେଉଳି ଉଚ୍ଚ ବିଦ୍ୟାଳୟର ସମସ୍ୟା ନେଇ ଅଭିଭାବକ ଓ ଗ୍ରାମବାସୀ ମୁଖ୍ୟ ଫାଟକରେ ତାଲା ପକାଇ...

କଲେଜ ଛାତ୍ରୀଙ୍କୁ ଅପହରଣ: ଅଭିଯୁକ୍ତ ଗିରଫ
ପାଲଲହଡା,୨୫।୬(ଡି.ଏନ.ଏ.)-ଜୈନେକା କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ମଙ୍ଗଳବାର ପାଲଲହଡା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ପାଲଲହଡା ଉଦିତନଗର ସାହିରେ...

ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କଲେ ପ୍ରମୁଖ ସଚିବ
ଗୋପାଳପୁର/ହିଞ୍ଜିଳିକାଟୁ/ଶେରଗଡ଼,୧୯ା୨(ଡି.ଏନ୍.ଏ.) – ଗୋପାଳପୁର/ହିଞ୍ଜିଳିକାଟୁ/ଶେରଗଡ଼,୧୮ା୨(ଡି.ଏନ୍.ଏ.)-ସାଧାରଣ ଉଦ୍ୟୋଗ ବିଭାଗ ପ୍ରମୁଖ ସଚିବ ବିଜୟ ଆରୋରା ମଙ୍ଗଳବାର ଗଞ୍ଜାମ ଜିଲା ଗସ୍ତରେ ଆସିଥିଲେ। ରଙ୍ଗେଇଲୁଣ୍ଡା, ହିଞ୍ଜିଳିକାଟୁ, ଶେରଗଡ଼ ବ୍ଲକ ଗସ୍ତ କରି...