୫-ଟି ସଚିବଙ୍କ ଓୟୁଏଟି ଗସ୍ତ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ରେ ସୋମବାର ସକାଳୁ ୫-ଟି ସଚିବ ଭି. କେ. ପାଣ୍ଡିଆନ୍‌ ପହଞ୍ଚିଥିଲେ। ପାଣ୍ଡିଆନ୍‌ଙ୍କ ଅଚାନକ ଗସ୍ତ ସମ୍ପର୍କରେ ଓୟୁଏଟି କର୍ତ୍ତୃପକ୍ଷଙ୍କ ପାଖରେ ପୂର୍ବ ସୂଚନା ନ ଥିବାରୁ ସେ ହଡ଼ବଡ଼େଇ ଯାଇଥିଲେ। କିଛି ସମୟ ପରେ ଅଧିକାରୀମାନେ ସେଠାରେ ପହଞ୍ଚି ଯାଇଥିଲେ। ପାଣ୍ଡିଆନ୍‌ କୃଷି ମହାବିଦ୍ୟାଳୟ, ବେସିକ୍‌ ସାଇନ୍ସ କଲେଜ, ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗ, ଲାବରେଟୋରି, ଖେଳପଡ଼ିଆ ସମେତ ଛାତ୍ରୀଛାତ୍ରଙ୍କ ହଷ୍ଟେଲ୍‌ ବୁଲି ଦେଖିଥିଲେ ଏବଂ ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ। ଓୟୁଏଟି ଭିତ୍ତିଭୂମିକୁ ଅଧିକ ସୁଦୃଢ଼ ଏବଂ ଏହାର ବିକାଶ କରିବା ପାଇଁ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ସମ୍ପୃକ୍ତ ଅଧିକାରୀ ଏବଂ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ। ସକାଳୁ ସକାଳୁ ପାଣ୍ଡିଆନ୍‌ଙ୍କ ଗସ୍ତ କ୍ୟାମ୍ପସରେ ଚର୍ଚ୍ଚାର ବିଷୟ ହୋଇଥିଲା। ଭିତ୍ତିଭୂମି ବିକାଶ ଲାଗି ରାଜ୍ୟ ସରକାର ଏକ ବଡ଼ ପ୍ୟାକେଜ୍‌ ଘୋଷଣା କରିବେ ବୋଲି ସେମାନେ ଏବେ ଆଶା କଲେଣି। ହଷ୍ଟେଲ ଭିତ୍ତିଭୂମିକୁ ଅଧିକ ପ୍ରାଥମିକତା ଦେବାକୁ ସେମାନେ ପାଣ୍ଡିଆନ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଛାତ୍ରୀଛାତ୍ରଙ୍କ ମହଲରୁ ସୂଚନା ମିଳିଛି। ଗସ୍ତ ସମୟରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପବନ କୁମାର ଅଗ୍ରଓ୍ବାଲ, ବେସିକ୍‌ ସାଇନ୍ସ କଲେଜ ନିର୍ଦ୍ଦେଶକ ବିକାଶଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪୮ଘଣ୍ଟାରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର, ୨୨ା୭(ବ୍ୟୁରୋ): ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟରେ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା...

ତୂଳୀରେ ଜୀବନ୍ତ ହେଉ ଅନୁଗୋଳର ଐତିହ୍ୟ

ଅନୁଗୋଳ ଅଫିସ୍‌, ୪।୮ ସରକାରୀ ଅର୍ଥରେ ଅନୁଗୋଳର ବିଭିନ୍ନ ପ୍ରାଚୀରରେ ସାଜସଜ୍ଜା କରାଯାଉଛି। ରଙ୍ଗବେରଙ୍ଗର ଚିତ୍ରକଳାରେ ସହରର ସୌନ୍ଦର୍ଯ୍ୟ ବଢ଼ାଯାଉଛି। ସରକାରୀ ଯୋଜନାର ପ୍ରଚାର ସହ...

ଚିନି ଭାବି ଖାଇଦେଲେ ୟୁରିଆ ସାର: ଆଈଙ୍କ ସହ ୩ ନାତିନାତୁଣୀ ଗୁରୁତର

ଦେବଗଡ଼,୨୨ା୭(ଡି.ଏନ୍‌.ଏ.): ଚିନି ଭାବି ୟୁରିଆ ସାର ଖାଇଦେବାରୁ ଜଣେ ବୃଦ୍ଧାଙ୍କ ସହ ୩ ଶିଶୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି ଏକ ଘଟଣା...

ରିଭର କ୍ରୁଜ୍‌ ପର୍ଯ୍ୟଟନରେ ଓଡ଼ିଶାକୁ ଅଣଦେଖା

ଭୁବନେଶ୍ୱର,୧୭ା୫(ବ୍ୟୁରୋ):କରୋନା ମହାମାରୀ ଯୋଗୁ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ମୁଣ୍ଡ ଟେକି ନ ଥିବା ବେଳେ ଓଡ଼ିଶାକୁ ଆଉ ଏକ ଝଟକା ଲାଗିଛି। କେନ୍ଦ୍ର ସରକାର ନିକଟରେ...

୨୦୧୮-୧୯ ଆର୍ଥିକ ବର୍ଷ : ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ୪୨୭ କୋଟି ସେସ୍‌ ସଂଗୃହୀତ

ଭୁବନେଶ୍ୱର,୨୨।୮(ବ୍ୟୁରୋ)- ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୪୨୭ କୋଟି ଟଙ୍କାର ସେସ୍‌ ସଂଗୃହୀତ କରାଯାଇଛି, ଯାହାକି ବିଗତ ବର୍ଷଗୁଡ଼ିକ ତୁଳନାରେ...

ଗହୀରମଥାରେ ବିରଳ ପ୍ରଜାତିର ବଗ

ମହାକାଳପଡ଼ା,୨୪।୭(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ପ୍ରତିବର୍ଷ ସାଇବେରିଆରୁ ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀଙ୍କ ଆଗମନ କରିଥାନ୍ତି। ସାଧାରଣତଃ...

ଦ୍ୱାରଫିଟା ପରେ ଶ୍ରୀମନ୍ଦିରକୁ ବେଶ ବିଜେ

ପୁରୀ ଅଫିସ, ୧୨।୧୧ :ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଦୀର୍ଘ ୨୫ ବର୍ଷ ପରେ ଏହି ବେଶ ପଡୁଛି। ତେବେ ଏଥର...

ଆଜିଠୁ କଟକ, ଭୁବନେଶ୍ୱରରେ ପାର୍ବଣ କର୍ଫ୍ୟୁ: ରାତି ୮ରୁ ବଜାର ବନ୍ଦ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ଆଜିଠୁ ଟୁଇନ ସିଟିରେ ରାତି ୮ଟାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗିବ। ଆସନ୍ତା ୨୦ ତାରିଖ ଯାଏ ଏହି...

Advertisement
Archives

Model This Week