Posted inଜାତୀୟ

୫୭୦ ଜଣଙ୍କ ବିରୋଧରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୦ା୪: ଆସନ୍ତା ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ମୋଟ ୧୬୧୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୫୭୦ ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବା ଆସୋସିଏଶନ୍‌ ଅଫ ଡେମୋକ୍ରାଟିକ୍‌ ରିଫର୍ମ୍‌ସ (ଏଡିଆର୍‌) ରିପୋର୍ଟରେ ପ୍ରକାଶ ପାଇଛି। ପ୍ରାର୍ଥୀମାନଙ୍କ ସତ୍ୟପାଠ ଯାଞ୍ଚ ପରେ ଏଡିଆର୍‌ ଶୁକ୍ରବାର ପ୍ରକାଶ କରିଥିବା ରିପୋର୍ଟରୁ ଏହା ଜଣାପଡିଛି।
ପ୍ରମୁଖ ରାଜନୈତିକ ଦଳ କଂଗ୍ରେସର ୯୦ ପ୍ରାର୍ଥୀଙ୍କ ମଧ୍ୟରୁ ୪୦ ଜଣ ଏବଂ ଭାଜପାର ୯୭ ପ୍ରାର୍ଥୀଙ୍କ ମଧ୍ୟରୁ ୩୮ ଜଣଙ୍କ ବିରୋଧରେ ଅପରାଧ ମାମଲା ରହିଛି। ସିପିଆଇଏମ୍‌ର ସର୍ବନିମ୍ନ ପ୍ରାର୍ଥୀଙ୍କ ବିରୋଧରେ ଅପରାଧ ମାମଲା ରହିଛି। ୧୪ ପ୍ରାର୍ଥୀ କୋର୍ଟ ଦ୍ୱାରା ଦୋଷୀସାବ୍ୟସ୍ତ ହୋଇଛନ୍ତି। ୧୩ଜଣଙ୍କ ବିରୋଧରେ ହତ୍ୟା ମାମଲା, ୨୯ ଜଣଙ୍କ ବିରୋଧରେ ମହିଳାଙ୍କ ପ୍ରତି ଅପରାଧ ମାମଲା ଥିବା ସତ୍ୟପାଠରେ ଘୋଷଣା କରିଛନ୍ତି। ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗରେ ୨୬ ଜଣଙ୍କ ବିରୋଧରେ ଅପରାଧ ମାମଲା ରୁଜୁ ହୋଇଛି।
ଏଡିଆର୍‌ ରିପୋର୍ଟ ଅନୁଯାୟୀ ଏହି ପର୍ଯ୍ୟାୟରେ ମୋଟ ୧୧୫ ନିର୍ବାଚନମଣ୍ଡଳୀରେ ମତଦାନ ହେବାକୁ ଥିବାବେଳେ ସେଥିରୁ ୬୩ଟି ଆସନ ସମ୍ବେଦନଶୀଳ ବର୍ଗରେ ରହିଛି, ଯେଉଁଠି ତିନି କିମ୍ବା ତଦୂର୍ଦ୍ଧ୍ୱ ପ୍ରାର୍ଥୀଙ୍କ ବିରୋଧରେ ଅପରାଧ ମାମଲା ରହିଛି। ତୃତୀୟ ପର୍ଯ୍ୟାୟରେ ୩୯୨ ଜଣ କୋଟିପତି ପ୍ରାର୍ଥୀ ରହିଥିବା ସତ୍ୟପାଠରୁ ଜଣାପଡିଛି। ସେମାନଙ୍କ ମଧ୍ୟରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ କୁମାର ଦେବେନ୍ଦ୍ର ସିଂ ଯାଦବଙ୍କ ସମ୍ପତ୍ତି ସର୍ବାଧିକ ୨୦୪ କୋଟି ଟଙ୍କା ହୋଇଥିବାବେଳେ ତାଙ୍କ ପଛକୁ ଅଛନ୍ତି ଏନ୍‌ସିପିର ଭୋଁସଲେ ଶ୍ରୀମନ୍ତ ଛତ୍ରପତି। ତାଙ୍କ ସମ୍ପତ୍ତି ପରିମାଣ ୧୯୯ କୋଟି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସମ୍ପତ୍ତି ଘୋଷଣା କରିଥିବା ପ୍ରାର୍ଥୀମାନଙ୍କ ହାରାହାରି ସମ୍ପତ୍ତି ୨.୯୫ କୋଟି ବୋଲି ଉକ୍ତ ରିପୋର୍ଟରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପିଙ୍କ ଦ୍ୱାରା ପଠାଯାଉଥିବା ରୋଗୀଙ୍କୁ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ଯୋଗାଇବା ଲାଗି ଏମ୍ସ୍‌ର ନିର୍ଦ୍ଦେଶ, ଡାକ୍ତର ଅସନ୍ତୁଷ୍ଟ…

ନୂଆଦିଲ୍ଲୀ,୨୦।୧୦ : ଏମ୍‌ପିଙ୍କ ଦ୍ୱାରା ପଠାଯାଇଥିବା ରୋଗୀମାନଙ୍କ ପାଇଁ ଏମ୍ସ ପକ୍ଷରୁ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତର ସଂଘ...

୧୫ କୋଟିର ହିସାବ: ପୁଣି ଇଡ଼ିରେ ହାଜର ହେଲେ ରିଆ

ମୁମ୍ବାଇ, ୧୦।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ରହସ୍ୟର ପର୍ଦ୍ଦାଫାଶ୍‌ ପାଇଁ ଉଦ୍ୟମ ଜାରି ରହିଛି। ଏହା ଅନ୍ତର୍ଗତ ସୁଶାନ୍ତଙ୍କ ଗର୍ଲ ଫ୍ରେଣ୍ଡ୍‌...

ପିଏମସି ଦୁର୍ନୀତିର ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୧୦: ପଞ୍ଜାବ-ମହାରାଷ୍ଟ୍ର ସମବାୟ(ପିଏମସି) ବ୍ୟାଙ୍କ ଦୁର୍ନୀତିର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଆବେଦନକାରୀଙ୍କୁ ହାଇକୋର୍ଟରେ ପିଟିଶନ ଦାଖଲ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ପ୍ରଧାନ...

ମହିଳାମାନଙ୍କୁ ନେଇ ଏଭଳିି କହିଲେ ସେନାମୁଖ୍ୟ

ପୁଣେ,୨୯।୧୦: ପୁଣେର ଏନଡିଏ ୧୪୧ତମ ପାଠ୍ୟକ୍ରମ ପରେଡ ସମୀକ୍ଷା ବୈଠକରେ ସେନାମୁଖ୍ୟ କ୍ୟାଡେଟ୍‌ମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ନ୍ୟାଶନାଲ ଡିଫେନ୍ସ ଏକାଡେମୀ ମୁଖ୍ୟ ଜେନେରାଲ...

୭୩ ବର୍ଷର ହେଲା ଭାରତୀୟ ସମ୍ବିଧାନ

ନୂଆଦିଲ୍ଲୀ,୨୬ ।୧୧: ଦେଶ ସ୍ୱାଧିନ ହେବା ପରେ ଗଣତନ୍ତ୍ରର ପଥକୁ ବାଛି ନେଇ ନିଜର ସମ୍ବିଧାନ ଗଠନ କଲା ଭାରତ । ୧୯୪୯ରେ ଦେଶର ସମ୍ବିଧାନ...

ଘରୋଇ ହସ୍ପିଟାଲରେ କରୋନା ଚିକିତ୍ସା: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୫।୬: ଘରୋଇ ହସ୍ପିଟାଲରେ କୋଭିଡ-୧୯ର ଚିକିତ୍ସା ପାଇଁ ଦର ନିର୍ଦ୍ଧାରଣକୁ ନେଇ କରାଯାଇଥିବା ଆବେଦନର ଶୁଣାଣି ଶୁକ୍ରବାର ସୁପ୍ରିମେକୋର୍ଟ କରିଛନ୍ତି। କୋର୍ଟ ଏ ସମ୍ପର୍କରେ କେନ୍ଦ୍ର...

୯୭ ପ୍ରତିଶତରୁ ଊର୍ଦ୍ଧ୍ୱ ବୟସ୍କ ନେଲେଣି ଟିକାର ପ୍ରଥମ ଡୋଜ

ନୂଆଦିଲ୍ଲୀ,୩।୩: ଦେଶରେ କରୋନା ମହାମାରୀକୁ ଦୂର କରିବା ଲାଗି ଦ୍ରୁତ ଗତିରେ କରାଯାଇଥିବା ଟିକାକରଣକୁ ନେଇ ଏକ ଖୁସିଖବର ସାମ୍ନାକୁ ଆସିଛି। ଦେଶ ୧୦୦ ପ୍ରତିଶତ...

ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ପଣ୍ଡ: ୨୪ଘଣ୍ଟାରେ ୫ ନିହତ, ୩୦କିଲୋ ଆଇଡି ଜବତ

ଶ୍ରୀନଗର,୧୧।୮: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦୀ ନିରୋଧୀ ଅଭିଯାନ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ବଡଗାମ ଏବଂ ରାଜୌରୀର ଦୁଇଟି ଭିନ୍ନ ସ୍ଥାନରେ...

Advertisement
Archives

Model This Week