୫୦ ଫୁଟ ଉପରୁ ଖସି ଶ୍ରମିକ ମୃତ

ପରଜଙ୍ଗ, ୧୪।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ କୁଲେଇସ୍ଥିତ ଜିଏମ୍‌ ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀରେ ଗୁରୁବାର ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୋପୀନାଥ ମଣ୍ଡଳ। ତାଙ୍କ ଘର ପଶ୍ଚିମବଙ୍ଗ ରାଜ୍ୟ ଦକ୍ଷିଣ ଚବିଶ ପ୍ରଗଣା ଅଧୀନ ରାଇତଲା ଗ୍ରାମରେ। ସେ ଏକ ଠିକାସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିଲେ। ମଧ୍ୟାହ୍ନରେ ସିସିଏମ୍‌ ସାଇଡିଂ ଏରିଆର ୫୦ଫୁଟ ଉପରେ ଚଢ଼ି ଆଜବେଷ୍ଟସ୍‌ ଖୋଲୁଥିବାବେଳେ ଗୋପୀନାଥ ଖସିପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବିନା ସୁରକ୍ଷା ଉପକରଣରେ କାମ କରୁଥିବାରୁ ଏପରି ଦୁର୍ଘଟଣା ଘଟିଥିବା କେତେଜଣ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।
ଅନ୍ୟପଟେ କମ୍ପାନୀ କର୍ତ୍ତୃପକ୍ଷ ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ଅବଗତ କରାଇ ନ ଥିଲେ। ଏପରି କି ମୃତଦେହକୁ ପଲିଥିନରେ ବାନ୍ଧି ଧଳା କପଡ଼ା ଢାଙ୍କି ଏକ ଗାଡ଼ି (ନଂ. ଡବ୍ଲ୍ୟୁବି ୦୨ ଏଜି ୪୯୩୧)ରେ ପ୍ଲାଣ୍ଟରୁ କାମାକ୍ଷାନଗର ଆଡ଼କୁ ଧରି ପଳାଉଥିଲେ। ସୂଚନା ପାଇ ପୋଲିସ ରାସ୍ତାରେ ଗାଡ଼ି ଅଟକାଇ ମୃତଦେହ ଜବତ କରିଥିଲା। ଏହାପରେ ମୃତ ଶରୀରକୁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ଗୋପୀନାଥଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପୋଲିସ ନିଜ ଆଡୁ ଏକ ମାମଲା (ନଂ.୩୦/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଛି। କମ୍ପାନୀର କେତେଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ଥାନାଧିକାରୀ ସନ୍ତୋଷ କୁମାର ପ୍ରଧାନଙ୍କ ନେତୃତ୍ୱରେ ଦଦରାଘାଟି ଫାଣ୍ଡି ଅଧିକାରୀ ସମରଜିତ୍‌ ନାୟକ, ସରାଙ୍ଗ ଫାଣ୍ଡି ଅଧିକାରୀ ଦାମୋଦର ସାହୁ ସଦଳବଳ ପ୍ଲାଣ୍ଟରେ ତଦନ୍ତ କରିଛନ୍ତି। ଶୁକ୍ରବାର ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ତଦନ୍ତ କରିବା ପରେ ମୃତଦେହ ବ୍ୟବଚ୍ଛେଦ ହେବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ଦୁର୍ଘଟଣା ସମ୍ପର୍କରେ କମ୍ପାନୀ ଅଧିକାରୀଙ୍କ ମତାମତ ମିଳିପାରିନାହିଁ। ତେବେ କମ୍ପାନୀର ପଦସ୍ଥ ଅଧିକାରୀଙ୍କ କହିବା ଅନୁଯାୟୀ ଅଧସ୍ତନ କର୍ମଚାରୀମାନେ ଶ୍ରମିକଙ୍କ ମୃତଦେହ ତାଙ୍କ ଗଁାକୁ ନେଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କାମରେ ଲାଗୁନି ଆବର୍ଜନା ସଂଗ୍ରହ ଭାକ୍ୟୁମ ମେଶିନ

ବ୍ରହ୍ମପୁର ଅଫିସ୍‌,୧୬।୫: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରକୁ ସ୍ବଚ୍ଛ ରଖିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ୨୦୨୨ ସ୍ବଚ୍ଛ ସର୍ବେକ୍ଷେଣ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ...

‘ମୋ ଭୋଟ ହିଁ ମୋ ଭବିଷ୍ୟତ-ଗୋଟିଏ ଭୋଟର ଶକ୍ତି’

ବାଲେଶ୍ୱର ଅଫିସ, ୨୨।୨ ଦେଶରେ ପ୍ରଚଳିତ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ ଏଥିରେ ମତଦାତାମାନଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତ...

ବଇଦଙ୍କ ଗାଁ ଭୋଇସାହି

ନିରାକାରପୁର,୧୧।୧୨(ଡି.ଏନ୍‌.ଏ.): ବିଜ୍ଞାନ ଯୁଗରେ ବି ଲୋକେ ବୈଦ୍ୟଙ୍କ ଉପରେ ନିର୍ଭର କରିବା ସହ ଆୟୁର୍ବେଦ ପଦ୍ଧତିର ଚିକିତ୍ସାକୁ ଭରସା କରୁଛନ୍ତି। ତେଣୁ କେତେଜଣ ବୈଦ୍ୟ ପରିବାର...

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ: ନିଶା ନିବାରଣ, ପରିବେଶ ସୁରକ୍ଷା ନେଇ ସଚେତନତା ରାଲି

କର୍ଲାମୁଣ୍ଡା,୨।୧୦(ଡି.ଏନ.ଏ.) – କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରାଜିବ ଗାନ୍ଧୀ ସେବାକେନ୍ଦ୍ରଠାରେ ମଙ୍ଗଳବାର ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ବରିଷ୍ଠ...

ପାରିିବାରିକ କଳହ: ଦୁଇ ଘଣ୍ଟାରେ ଦୁଇ ସାଙ୍ଗଙ୍କ ଆତ୍ମହତ୍ୟା

ବାଲେଶ୍ୱର ଅଫିସ, ୧୯।୧୦-ପାରିବାରିକ କଳହକୁ କେନ୍ଦ୍ର କରି ତ୍ରିଲୋଚନ ଜେନା ନାମକ ଜଣେ ଯୁବକ ଆତ୍ମହତ୍ୟା କରିବା ଘଟଣାରେ ବ୍ୟଥିତ ହୋଇ ତାଙ୍କର ଜଣେ ବନ୍ଧୁ...

ଲ୍ୟାଣ୍ଡମାଇନ ବିସ୍ଫୋରଣ: ୨ ଯବାନ ଗୁରୁତର

ମାଲକାନଗିରି,୧୪ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ଶନିବାର ତାଣ୍ଡବ ରଚିଛନ୍ତି ମାଓବାଦୀ। ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଯବାନ ଗୁରୁତର ହୋଇଛନ୍ତି। ଯବାନ ଦ୍ୱୟଙ୍କୁ ଉଦ୍ଧାର...

କରୋନା ମୁକାବିଲା ସମୀକ୍ଷା କଲେ ବିଧାୟିକା

ବେଗୁନିଆପଡା୨ା୪(ଡି.ଏନ.ଏ.)-କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଗୁରୁବାର କୋଦଳା, କବିସୂର୍ଯ୍ୟନଗର ଓ ପୁରୁଷୋତ୍ତମପୁରରେ ସ୍ଥାନୀୟ ତହସିଲଦାର, ବିଡିଓ, ଥାନାଧିକାରୀ, ମେଡିକାଲ ଅଫିସର, ଏନ୍‌ଏସି ଅଧିକାରୀଙ୍କୁ ନେଇ କରୋନା...

ଗ୍ୟାଙ୍ଗଷ୍ଟର୍‌ ହାଇଦର ସହଯୋଗୀ ୟାକୁବ ଗିରଫ: ପୋଲିସର ଗେମ୍‌ ପ୍ଲାନ୍‌ ଆରମ୍ଭ

କଟକ ଅଫିସ, ୧୩।୪: କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ହାଇଦର କଟକ ଏସସିବି ମେଡିକାଲକୁ ଚିକିତ୍ସା ଲାଗି ଯାଇ ଗତ ଶନିବାରଠାରୁ ଫେରାର୍‌ ହୋଇଯାଇଥିଲେ। ତାଙ୍କୁ ଧରିବା ପାଇଁ...

Advertisement
Archives

Model This Week