Posted inଖେଳ

୫୦ ନିୟୁତ ଛୁଇଁଲା କୋହଲିଙ୍କ ଇନ୍‌ଷ୍ଟା ଫଲୋଅର୍ସ ସଂଖ୍ୟା

ନୂଆଦିଲ୍ଲୀ,୧୮।୨- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ ସଂଖ୍ୟା ଖୁବ୍‌ ଅଧିକ। ଏକତା କାହାକୁ ଅଜଣା ନାହିଁ। ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଫଲୋଅର୍ସଙ୍କ ସଂଖ୍ୟା ୫୦ ନିୟୁତ ପହଞ୍ଚତ୍ଛି। ଇନ୍‌ଷ୍ଟାଗ୍ରାମରେ ୫୦ ନିୟୁତ ଫଲୋଅର୍ସ ହାସଲ କରିବାରେ କୋହଲି ଦେଶର ପ୍ରଥମ ସେଲିବ୍ରେଟି। ବର୍ତ୍ତମାନ ପିଢ଼ିର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିବେଚିତ ହେଉଥିବା କୋହଲି ଏପର୍ଯ୍ୟନ୍ତ ୯୩୦ ପୋଷ୍ଟ ଶେୟାର କରିଛନ୍ତି। ସେ ମୋଟ ୪୮୦ ଜଣଙ୍କୁ ଫଲୋ କରୁଛନ୍ତି। ୩୧ ବର୍ଷୀୟ ବ୍ୟାଟ୍ସମ୍ୟାନ ଦେଶର ସବୁଠୁ ମୂଲ୍ୟବାନ ବ୍ରାଣ୍ଡ। ସର୍ବାଧିକ ଫଲୋଅର୍ସ ଥିବା ଭାରତୀୟ ସେଲିବ୍ରେଟଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ପ୍ରିୟଙ୍କାଙ୍କ ଫଲୋଅର୍ସ ସଂଖ୍ୟା ୪୯.୯ ନିୟୁତ। ତାଙ୍କ ପଛକୁ ଅନ୍ୟତମ ଅଭିନେତ୍ରୀ ଦୀପିକା ପାଦୁକୋନ (୪୪.୧ ନିୟୁତ) ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (୩୪.୫ ନିୟୁତ) ରହିଛନ୍ତି। ତେବେ ୨୦୦ ନିୟୁତ ଫଲୋଅର୍ସଙ୍କ ସହ ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଶୀର୍ଷରେ ରହିଛନ୍ତି। ୧୭୨ ନିୟୁତ ହଲିଉଡ ଷ୍ଟାର ଡ୍ବେନ ଜନସନ ଟପ୍‌ ୫ରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଭିନୟରେ ପାଦ ଦେବେ କି ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିିଙ୍କ ଜୀବନୀ ଉପରେ ବଲିଉଡ ଚଳଚ୍ଚିତ୍ର ନିର୍ମାଣ ହେବାର ଯୋଜନା ଚାଲିଛି। ଉକ୍ତ ଚଳଚ୍ଚିତ୍ରରେ କୋହଲି ନିଜ ଭୂମିକାରେ...

ରାଜସ୍ଥାନ ରୟାଲ୍ସକୁ ଲାଗିଲା ବଡ଼ ଝଟ୍‌କା: ଟୁର୍ନାମେଣ୍ଟରୁ ବାଦ୍‌ ପଡିଲେ ଏହି ଷ୍ଟାର ଖେଳାଳି

ଚେନ୍ନାଇ,୧୪।୪: ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜସ୍ଥାନ ରୟାଲ୍ସ ଏକ ବଡ଼ ଝଟ୍‌କା ଲାଗିଛି। ଦଳର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ଆହାତ ଚଳିତ ସିଜିନରୁ ବାଦ...

ଆମେରିକାରେ ଟ୍ରେନିଂ ନେବେ ରାଓ୍ବତ

ନୂଆଦିଲ୍ଲୀ, ୫ା୩ (ପି.ଟି.)-ଯୁକ୍ତରାଷ୍ଟ୍ର ଆମେରିକାରେ ୩ ମାସ ଟ୍ରେନିଂ ସହ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବେ ସନ୍ତରଣକାରୀ କୁଶାଗ୍ରା ରାଓ୍ବତ। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ)...

ପୂର୍ବତନ ବିଚାରପତି ନାଗେଶ୍ୱରଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ, ୨୩ା୯ (ପି.ଟି.):ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)ର ସମ୍ବିଧାନ ସଂଶୋଧନ ଓ ଇଲେକ୍ଟୋରାଲ କଲେଜ ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟ ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ...

ପ୍ରଥମ ଟେଷ୍ଟ: ପାକିସ୍ତାନର ଇନିଂସ ବିଜୟ

ହାରାରେ,୩।୫: ଜିମ୍ବାଓ୍ବେ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ପାକିସ୍ତାନ ଏକ ଇନିଂସ ଓ ୧୧୬ ରନରେ ବିଜୟୀ ହୋଇଛି। ଏଥିସହ ୨ ମ୍ୟାଚ୍‌ ବିଶିଷ୍ଟ...

କୋଭିଡ-୧୯: ବକ୍ସର ଜୋଶୁଆଙ୍କ ସମ୍ପର୍କୀୟ ମୃତ

ଲଣ୍ଡନ,୨।୪(ଏଏଫ୍‌ପି)- କରୋନା ଭାଇରସ ସଂକ୍ରମଣରେ ବିଶ୍ୱ ହେଭିଓ୍ବେଟ ଚାମ୍ପିୟନ ଆନ୍ଥୋନୀ ଜୋଶୁଆଙ୍କ ଜଣେ ସମ୍ପର୍କୀୟ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି। ବ୍ରିଟେନର ଏହି ତାରକା ବକ୍ସର...

ଏବେ ମୋର ସମ୍ପୂର୍ଣ୍ଣ ଧ୍ୟାନ ଫାଇନାଲ ଉପରେ, ଭାରତୀୟ ଟିମ୍‌ରେ ସାମିଲ କଥା ପଛ: ଭେଙ୍କଟେଶ ଆୟାର

ଦୁବାଇ,୧୪।୧୦: ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌କୁ ଆଇପିଏଲ୍‌ର କ୍ୱାଲିଫାୟର-୨ ମୁକାବିଲାରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି କୋଲକାତା ନାଇଟ୍‌ ରାଇଡର୍ସ। ଦଳ ଆସନ୍ତା ଅକ୍ଟୋବର ୧୫ରେ...

ମ୍ୟାକ୍ସଓ୍ବେଲ ଅନ୍‌ ଫାୟାର

ଦୁବାଇ,୨୯।୯: ପୁରୁଣା ଫର୍ମକୁ ଫେରିଛନ୍ତି ଗ୍ଲେନ ମ୍ୟାକ୍ସଓ୍ବେଲ। ଗତ ମ୍ୟାଚ୍‌ ଭଳି ଏଥର ମଧ୍ୟ ଖେଳିଛନ୍ତି ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି। ତାଙ୍କ ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ...

Advertisement
Archives

Model This Week