୫୦୧୫ ପଡ଼ା ଗ୍ରାମକୁ ମିଳିବ ରାଜସ୍ବ ଗ୍ରାମ ମାନ୍ୟତା

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ରାଜ୍ୟରେ ୫,୦୧୫ଟି ପଡ଼ାଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିବ। ଏହି ଗ୍ରାମକୁ ରାଜସ୍ବ ଗ୍ରାମରେ ପରିଣତ କରିବା ପାଇଁ ରାଜସ୍ବ ପର୍ଷଦ ୨୦୧୪ ଜୁନ୍‌ ୨୮ ତାରିଖରେ ଏକ ନିୟମାବଳୀ ଜାରି କରିଛନ୍ତି। ଏହି ନିୟମାବଳୀ ଆଧାରରେ ଜିଲାପାଳଙ୍କଠାରୁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଗ୍ରହଣ କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ବିଧାନସଭା ପ୍ରଶ୍ନକାଳରେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଉକ୍ତ ନିୟମାବଳୀ ଅନୁଯାୟୀ ଜିଲାପାଳଙ୍କଠାରୁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଆସିଲେ ନିର୍ଦ୍ଧାରିତ ମାନଦଣ୍ଡଗୁଡ଼ିକୁ ଦୃଷ୍ଟିରେ ରଖି ରାଜ୍ୟ ଭୂ-ଅଭିଲେଖ ଓ ପରିମାପକ ନିର୍ଦ୍ଦେଶକ ନୂତନ ରାଜସ୍ବ ଗ୍ରାମ ନିମନ୍ତେ ମଞ୍ଜୁରୀ ଦେଇପାରିବେ। ବର୍ତ୍ତମାନ ସୁଦ୍ଧା ୫୭୯ଟି ପ୍ରସ୍ତାବ ମଞ୍ଜୁର ହୋଇଥିବା ବେଳେ ଆବଶ୍ୟକ ମାନଦଣ୍ଡ ପୂରଣ କରିପାରୁ ନ ଥିବାରୁ ୪୩୪ଟି ପ୍ରସ୍ତାବକୁ ଖାରଜ କରିଦିଆଯାଇଛି। ପଡ଼ାଗ୍ରାମକୁ ରାଜସ୍ବ ଗ୍ରାମରେ ପରିଣତ କରିବାକୁ ପ୍ରଚଳିତ ନିୟମାବଳୀରେ କେତେକ ସଂଶୋଧନ କରିବା ପାଇଁ ରାଜ୍ୟ ଭୂ-ଅଭିଲେଖ ଏବଂ ପରିମାପକ ନିର୍ଦ୍ଦେଶକ(ଡିଏଲ୍‌ଆର୍‌ଏସ୍‌)ଙ୍କ ନିକଟକୁ ପ୍ରସ୍ତାବ ଆସିଛି। ତାହା ସରକାରଙ୍କ ବିଚାରାଧୀନ ରହିଛି। ବିଧାନସଭାର ସଦସ୍ୟମାନେ ଯଦି କୌଣସି ପ୍ରସ୍ତାବ ଦେବେ ସେଗୁଡ଼ିକୁ ନିୟମ ଆଧାରରେ ଚିହ୍ନଟ କରାଯାଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ମୂଳ ପ୍ରଶ୍ନକର୍ତ୍ତା ବିଜେଡି ସଭ୍ୟ ଅଶ୍ୱିନୀ ପାତ୍ର ମୂଳ ପ୍ରଶ୍ନରେ ପଚାରିଥିଲେ ଯେ, ରାଜ୍ୟରେ ମୋଟ କେତୋଟି ରାଜସ୍ବ ଗ୍ରାମ ରହିଛି। ସେଥିରୁ ନୂଆ ରାଜସ୍ବ ଗ୍ରାମ ସୃଷ୍ଟି କରିବାକୁ ସରକାର କେଉଁ ପଦକ୍ଷେପ ନେଉଛନ୍ତି। ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ୫୧,୭୦୧ଟି ରାଜସ୍ବ ଗ୍ରାମ ରହିଛି। ବିଜେଡି ସଭ୍ୟ ଅନନ୍ତ ଦାଶ, ପ୍ରଫୁଲ୍ଲ ସାମଲ, କିଶୋର ମହାନ୍ତି, ମନୋହର ରନ୍ଧାରୀ, କଂଗ୍ରେସ ସଭ୍ୟ ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ ପ୍ରମୁଖ ଦୀର୍ଘବର୍ଷ ଧରି ଅନେକ ପଡ଼ାଗ୍ରାମ ଓ ଆଦିବାସୀ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିପାରିନାହିଁ। ଏଥିଯୋଗୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ବିଭିନ୍ନ ଜଳଭଣ୍ଡାର ଯୋଗୁ ବିସ୍ଥାପିତ ହୋଇଥିବା ଗ୍ରାମଗୁଡ଼ିକ ମଧ୍ୟ ଦୀର୍ଘବର୍ଷ ହେବ ରାଜସ୍ବ ଗ୍ରାମର ମାନ୍ୟତା ପାଇପାରିନାହାନ୍ତି। ନିୟମାବଳୀକୁ ସରଳୀକରଣ କରି ଏ ଦିଗରେ ମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବା ଲାଗି ସଦସ୍ୟମାନେ ଦାବି କରିଥିଲେ। ମନ୍ତ୍ରୀ କହିଲେ, ସରକାରଙ୍କ ମାନଦଣ୍ଡ ଅନୁଯାୟୀ ଯୋଗ୍ୟ ବିବେଚିତ ହେଉଥିବା ପଡାଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦିଆଯିବ। ବିଧାୟକମାନେ ପ୍ରସ୍ତାବ ଦିଅନ୍ତୁ। ସେ ବିଷୟରେ ତର୍ଜମା କରାଯାଇ ପଦକ୍ଷେପ ନିଆଯିବ। ନବରଙ୍ଗପୁର ଜିଲାରୁ ୧୩୩ଟି ପ୍ରସ୍ତାବ ଆସିଥିଲା। ସେଥିରୁ ୩୮ଟିକୁ ଅନୁମୋଦନ ମିଳିଥିବା ବେଳେ ୯ଟିକୁ ଅଗ୍ରାହ୍ୟ କରିଦିଆଯାଇଛି। ୮୬ଟି ଅନୁମୋଦନ ଅପେକ୍ଷାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri