Posted inଫୁରସତ

୫୦୦ ବର୍ଷ ପରେ ପଗଡ଼ି ବାନ୍ଧିବେ, ଚମଡା ଜୋତା ପିନ୍ଧିବେ

ଅଯୋଧ୍ୟା: ରାମ ଜନ୍ମଭୂମି ବାବ୍ରି ମସଜିଦ ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇବା ପରେ ଅଯୋଧ୍ୟାରେ ଏକ ବିଚିତ୍ର ପରମ୍ପରାର ଅବସାନ ଘଟିବାକୁ ଯାଉଛି। ଅଯୋଧ୍ୟା ନିକଟସ୍ଥ ପୂରା ବଜାର ଓ ଏହାର ଆଖପାଖ ୧୦୫ଟି ଗାଁର ସୂର୍ଯ୍ୟବଂଶୀ କ୍ଷତ୍ରିୟ ପରିବାର ୫୦୦ ବର୍ଷ ପରେ ମୁଣ୍ଡରେ ପଗଡ଼ି ବାନ୍ଧିବା ସହ ଚମଡା ଜୋତା ପିନ୍ଧିବେ। ରାମ ମନ୍ଦିର ନିର୍ମାଣର ସଂକଳ୍ପ ଏବେ ପୂରଣ ହୋଇଥିବାରୁ ସେମାନେ ଏହା ପାଳନ କରିବେ। ରାମ ମନ୍ଦିର ଉପରେ ଆକ୍ରମଣ ହେବା ପରେ ଯେ ପର୍ଯ୍ୟନ୍ତ ମନ୍ଦିର ପୁଣି ନିର୍ମାଣ କରା ନ ଯାଇଛି ସେବେଯାଏ ସେମାନେ ଜୋତା ପିନ୍ଧିବେନି କି ପଗଡି ବାନ୍ଧିବେନି ବୋଲି ଶପଥ ନେଇଥିଲେ। ଅଯୋଧ୍ୟା ସମେତ ବସ୍ତି ଜିଲାର ୧୦୫ଟି ଗାଁରେ ସୂର୍ଯ୍ୟବଂଶୀ କ୍ଷତ୍ରିୟ ସମୁଦାୟର ପ୍ରାୟ ଦେଢ ଲକ୍ଷ ଲୋକ ରହିଛନ୍ତି। ଦୀର୍ଘ ବର୍ଷ ହେବ ଏମାନେ ବାହାଘରରେ ପଗଡି ବାନ୍ଧିନାହାନ୍ତି। କିନ୍ତୁ ବାହାଘର ସମୟରେ କନ୍ୟା ମଥାରେ ଏକ ଛୋଟ ପଗଡି ବାନ୍ଧିଦିଆଯାଏ। ଜୋତା କିମ୍ବା ଚପଲ ନ ପିନ୍ଧିବା ପାଇଁ ଏମାନଙ୍କ ପୂର୍ବପିଢି ଯେବେଠୁ ଶପଥ ନେଇଥିଲେ ସେବେଠାରୁ ଚମଡା ପୂରା ବନ୍ଦ କରାଯାଇଥିଲା। ଏଥିପାଇଁ ସେମାନେ କଠଉ ପିନ୍ଧୁଥିଲେ। ବିନା ଚମଡା ଜୋତା କିମ୍ବା ଚପଲରେ ଲୋକଙ୍କୁ ଦେଖିତ୍ଲେ ସେମାନେ ସୂର୍ଯ୍ୟବଂଶୀ ବୋଲି ଲୋକେ ଜାଣିପାରନ୍ତି। ଏବେ ଏଢହି ଗାଁଗୁଡିକରେ ସାଧାରଣ ସଭାମାନ ଆୟୋଜିତ କରାଯିବା ସହ ଲୋକମାନଙ୍କୁ ପଗଡ଼ି ବାଣ୍ଟିିବା କାର୍ଯ୍ୟ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୪୦୦ ପଗଡ଼ି ବଣ୍ଟାଗଲାଣିି। କୋର୍ଟଙ୍କ ଫଇସଲାରେ ଖୁସି ହେବା ସହ ଭବ୍ୟ ମନ୍ଦିର ନିର୍ମାଣ ଅପେକ୍ଷାରେ ରହିଛନ୍ତି ସୂର୍ଯ୍ୟବଂଶୀ ବଂଶଧର।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri