୫ଶହ ପରିବାରକୁ ଖାଦ୍ୟ, ମାସ୍କ ବଣ୍ଟନ

ରୂପ୍‌ସା, ୨।୫(ଡି.ଏନ.ଏ.): କରୋନା ମୁକାବିଲା ପାଇଁ ସମଗ୍ର ଦେଶ ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ବିଭିନ୍ନ ବର୍ଗର ଲୋକଙ୍କ ସମେତ ବହୁ ବେସରକାରୀ ସଂସ୍ଥା ସହାୟତାର ହାତ ବଢ଼ାଇଛନ୍ତି। ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ଲଛମନଖୁଣ୍ଟା ଗ୍ରାମର ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ଅବଦୁଲ ଅମୀନ ଖାଁ ଶୁକ୍ରବାର ରୂପ୍‌ସା ଅଞ୍ଚଳର ୫ଶହ ପରିବାରଙ୍କୁ ନିଜସ୍ବ ପାଣ୍ଠିରୁ ଚୂଡ଼ା, ଗୁଡ଼, ବିସ୍କୁଟ, ଅଟା, ଆଳୁ, ପିଆଜ ଆଦି ଖାଦ୍ୟ ସାମଗ୍ରୀ ସମେତ ସାବୁନ ଓ ମାସ୍କ ଆଦି ବଣ୍ଟନ କରିଛନ୍ତି। ଏହି ସମୟରେ ସମାଜସେବୀ ସଲିମ ଖାଁ, ପ୍ରଶାସନିକ ଅଧିକାରୀ ବିନୋଦ ସିଂ ଶେଖାୱତ, ସରପଞ୍ଚ ସଞ୍ଜୟ ସେଠୀ, ଯୁବନେତା ଗୟାଧର ପ୍ରଧାନ, ମନୋରଞ୍ଜନ ପ୍ରଧାନ ଓ ଦେବବ୍ରତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ ଅଫ୍‌ ବରୋଦା ଏଟିଏମ୍‌ ଭାଙ୍ଗିଲେ ଦୁର୍ବୃତ୍ତ

ବଇଣ୍ଡା,୨।୬ (ଡି.ଏନ୍‌.ଏନ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ଗ୍ରାମରେ ଥିବା ବ୍ୟାଙ୍କ ଅଫ୍‌ ବରୋଦାରୁ ସୋମବାର ରାତିରେ ଲୁଟ୍‌ ଉଦ୍ୟମ ବିଫଳ ହୋଇଛି। କେତେକ...

ପାରାଦୀପରେ ହ୍ରାସ ପାଉଛି ଭୂତଳ ଜଳ

ପାରାଦୀପ,୪ା୮ (ସ୍ବ.ପ୍ର.): ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ଅନେକ ସ୍ଥାନରେ ପରିବେଶ ବିଗିଡିବାରେ ଲାଗିଛି। କେଉଁଠି ଅତିବୃଷ୍ଟି ତ କେଉଁଠି ଶୁଖିଲା ପଡିଛି। ଏମିତି...

ସାକ୍ଷୀ ଦେଇଥିବା ମହିଳାଙ୍କ ଝିଅଙ୍କୁ ଅଭିଯୁକ୍ତଙ୍କ ଆକ୍ରମଣ

ଶଙ୍କରାଖୋଲ,୧୧ା୭(ଡି.ଏନ୍‌.ଏ.)- ଏକ ଗଣ୍ଡଗୋଳ ମାମଲାରେ ସାକ୍ଷୀ ଦେଇଥିବା ମହିଳାଙ୍କ ଝିଅଙ୍କୁ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଶୁକ୍ରବାର ଟିକାବାଲି ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।...

ଅଜଣା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ୨ବର୍ଷର ଶିଶୁ ପୁତ୍ର ଗୁରୁତର

ମହାକାଳପଡ଼ା,୨୬।୬(ଡି.ଏନ୍‌.ଏ): କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ଅଧିନ ଜମ୍ବୁ ପଞ୍ଚାୟତରେ ଏକ କରୁଣ ଦୃଶ୍ୟ ସାମ୍ନାକୁ ଆସିଛି। ମା’ ମୃତଦେହ ପାଖରେ ପଡ଼ିରହିଛି ଗୁରୁତର ଶିଶୁପୁତ୍ର।...

୧୭୦ ପାଇପ୍‌ ଜଳ ପ୍ରକଳ୍ପ ଅଚଳ

ଛତ୍ରପୁର,୧୦ା୨(ଡି.ଏନ.ଏ.)-ଆଗକୁ ଖରାଦିନ ଆସୁଛି। ଅପରପକ୍ଷରେ ପୂର୍ବ ବର୍ଷମାନଙ୍କ ଭଳି ଗଞ୍ଜାମ ଜିଲାରେ ପିଇବା ପାଣି ଅଭାବ ଲାଗି ରହିବା ଆଶଙ୍କା ଦେଖାଦେଇଛି। ଜିଲା ଗ୍ରାମାଞ୍ଚଳରେ ଥିବା...

ଦୁଇ ପରିବାରକୁ ସାମାଜିକ ବାସନ୍ଦ: ଗାଁରେ ଉତ୍ତେଜନା

ପୁରୁଷୋତ୍ତମପୁର,୧୯ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଗ୍ରାମରେ ଗୁଣିଗାରେଡ଼ି ଅନ୍ଧବିଶ୍ବାସ ଓ ସାମାଜିକ ବାସନ୍ଦ ଭଳି ଘଟଣା ଘଟି ଗ୍ରାମଗୁଡ଼ିକରେ ଅଶାନ୍ତି ଲାଗି ରହିବା ସହ ହତ୍ୟାକାଣ୍ଡ...

ବିଭିନ୍ନ ଦାବି ନେଇ କୋଶଲ ସେନାର ସ୍ମାରକପତ୍ର ପ୍ରଦାନ

ବରଗଡ଼ ଅଫିସ,୨୬।୭: ବରଗଡ଼ ଜିଲା କୋଶଲ ସେନା ପକ୍ଷରୁ ଶୁକ୍ରବାର ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବରଗଡ଼ ଧନୁଯାତ୍ରାରେ ସମ୍ବଲପୁରୀ ଭାଷା ବ୍ୟବହାର, କୋଶଲାଞ୍ଚଳକୁ...

୩ ଦିନ ବୈରଖପାଲି ପଞ୍ଚାୟତ ଶଟଡାଉନ

ବିଜେପୁର,୪।୮(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ବୈରଖପାଲି ପଞ୍ଚାୟତର ସାଧୁପାଲିରେ ଜଣେ ୪୦ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସରପଞ୍ଚ ଟଙ୍କଧର...

Advertisement
Archives

Model This Week