୫ଟଙ୍କା ନେଲା ସାଙ୍ଗ ଜୀବନ

କଣିହାଁ, ୧୯।୩(ଡି.ଏନ.ଏ.) ତାଳଚେର ବ୍ଲକ କଣିହାଁ ଥାନା ଅଧୀନ କୁମୁଣ୍ଡା ପଞ୍ଚାୟତ ଚିତ୍ତଲପୁର ଗ୍ରାମରେ ମଙ୍ଗଳବାର ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ବଚସାକୁ କେନ୍ଦ୍ର କରି ବନ୍ଧୁଙ୍କ ପଥର ମାଡ଼ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ ଯାଇଛି। ମୃତକ ହେଲେ ସନ୍ଦୀପ ନାୟକ। ଏ ନେଇ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ନଂ. ୪୫/୨୦ରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସନ୍ଦୀପ ଏବଂ ତାଙ୍କର ଅନ୍ୟ ୨ଜଣ ନାବାଳକ ବନ୍ଧୁ ମଙ୍ଗଳବାର ଏକ ସାଇକେଲରେ ଚୁଟି କାଟିବାକୁ ସେଲୁନକୁ ଯାଇଥିଲେ। କିଛି ଦିନ ତଳେ ସନ୍ଦୀପ ଜଣେ ସାଙ୍ଗଙ୍କଠାରୁ ୫ ଟଙ୍କା ଧାର ନେଇଥିଲେ। ସେଲୁନ୍‌ରେ ଟଙ୍କା ନିଅଣ୍ଟ ହେବାରୁ ସମ୍ପୃକ୍ତ ବନ୍ଧୁ ଜଣକ ସନ୍ଦୀପଙ୍କୁ ୫ଟଙ୍କା ଦେବାକୁ କହିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସେଲୁନ୍‌ରୁ ଫେରୁଥିବା ବାଟରେ ଧାର ଟଙ୍କାକୁ ନେଇ ଉଭୟଙ୍କ ଭିତରେ ପୁଣି ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସମ୍ପୃକ୍ତ ବନ୍ଧୁଜଣକ ରାସ୍ତାକଡ଼ରେ ପଡ଼ିଥିବା ଏକ ପଥର ସନ୍ଦୀପଙ୍କୁ ଲକ୍ଷ୍ୟ କରି ଫିଙ୍ଗିଥିଲେ। ଉକ୍ତ ପଥର ସନ୍ଦୀପଙ୍କ କାନମୁଣ୍ଡାରେ ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗରେ ଦର୍ଶାଇଛନ୍ତି।
ଏ ନେଇ ଥାନାଧିକାରୀ ପ୍ରଭାତ ତ୍ରିପାଠୀ କୁହନ୍ତି, ଅଭିଯୁକ୍ତ ଜଣକ ନାବାଳକ ବୋଲି ଏତଲାରେ ଦର୍ଶାଯାଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଫେରୁଥିଲେ, ଧକ୍କା ଦେଇ ଚମ୍ପଟ ମାରିଲା ବାଇକ୍‌; ଚାଲିଗଲା ଯୁବକଙ୍କ ଜୀବନ, ସଙ୍ଗାତ ମାମୁ…

ଦିଗପହଣ୍ଡି,୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ଝରିପଦର ଗ୍ରାମ ନିକଟରେ ଅଜଣା ବାଇକ ଧକ୍କାରେ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି।ମୃତକ…

ବରଗଡ଼ ଜିଲା ପ୍ରିମିୟର ଲିଗ୍: ସମଲେଶ୍ୱରୀ ଇଲେଭେନ ବିଜୟୀ

ବରଗଡ଼,୮।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା କ୍ରିକେଟ୍ ଆସୋସିଏଶନ୍, ବରଗଡ଼ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ୮ମ ବରଗଡ଼ ଜିଲଖ ପ୍ରିମିୟର ଲିଗର ପଞ୍ଚମ ଦିବସ ଶୁକ୍ରବାର ଅନୁଷ୍ଠିତ ପ୍ରଥମ…

ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ:ଆଗାମୀ ୪ ଦିନ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୮ା୫ (ବନ୍ଦନା ସେଠୀ) – ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ସମୁଦ୍ର ପତନଠାରୁ ଦେଢ କିଲୋମିଟର ଉଚ୍ଚ ଯାଏ ଘୂର୍ଣ୍ଣିବଳୟଟି ବ୍ୟାପିଛି। ଆଗାମୀ…

ଦିଗପହଣ୍ଡି ଓ ପାଟପୁର ଥାନାରେ ଜୁଭେଣ୍ଟିକା ସଚେତନତା

ଦିଗପହଣ୍ଡି,୮|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଓ ପାଟପୁର ଥାନା ପରିସରରେ ଶୁକ୍ରବାର ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ନିରାକରଣ ସମ୍ପର୍କିତ ଜୁଭେଣ୍ଟିକା ସଚେତନତା…

କାର ଦୁର୍ଘଟଣାରେ ଜିଏନଏମ ଛାତ୍ରୀଙ୍କ ମୃତ୍ୟୁ

ଭବାନୀପାଟଣା,୮।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବାଦଲି ଛକ ନିକଟରେ ଗୁରୁବାର ରାତିରେ ଏକ କାର ଦୁର୍ଘଟଣାରେ ଜଣେ ଜିଏନଏମ ଛାତ୍ରୀଙ୍କ ମୃତ୍ୟୁ…

କିଶୋରୀଙ୍କୁ ଶିଖାଇଲେ ସାଇବର ସୁରକ୍ଷା ଥାନା ବୁଲିଲେ ପୋଲିସ …

ଦାରିଙ୍ଗବାଡି, ୮ ।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପରିସରରେ ଶୁକ୍ରବାର ଅପରାହ୍ନରେ ପୋଲିସ ପକ୍ଷରୁ ଜୁଭେଂଟିକା କାର୍ଯ୍ୟକ୍ରମ ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ଅଧ୍ୟକ୍ଷତାରେ…

ପୋଲିସ-କିଶୋରୀ ସମ୍ପର୍କର ନୂଆ ଅଧ୍ୟାୟ: ଥୁଆମୂଳ ରାମପୁରରେ ‘ଜୁଭେଣ୍ଟିକା’ ଅଭିଯାନ

ଥୁଆମୂଳ ରାମପୁର, ୮ା୫ (ଦୁର୍ଗା କୀର୍ତ୍ତି) : ଓଡ଼ିଶା ପୋଲିସର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫ୍‌ର ମିଳିତ ପ୍ରୟାସରେ ଶୁକ୍ରବାର ଥୁଆମୂଳ…

କାଣ୍ଡେଲ ରୋଡ୍‌ ଷ୍ଟେଶନ ସମସ୍ୟା ସମାଧାନ ଦାବି

କେସିଙ୍ଗା, ୮ା୫ (ତୁମେଶ୍ୱର ସାହୁ)- ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ୍‌ ଷ୍ଟେଶନରେ ବିଭିନ୍ନ ସମସ୍ୟା ଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri