୫ଜି ସ୍ପେକ୍ଟ୍ରମ ଦେୟ ପୈଠକଲେ ଟେଲିକମ୍‌ କମ୍ପାନୀ

ନୂଆଦିଲ୍ଲୀ,୧୯।୮:ଦେଶବାସୀଙ୍କୁ ନୂତନ ଏବଂ ହାଇସ୍ପିଡ୍‌ ତରଙ୍ଗ ସେବା ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ନିକଟରେ ୫ଜି ସ୍ପେକ୍ଟ୍ରମ ନିଲାମ କାର୍ଯ୍ୟ ଟେଲିକମ୍‌ ମନ୍ତ୍ରଣାଳୟ ମାଧ୍ୟମରେ ଶେଷ କରିଥିଲେ। ଏପରିକି ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ସମୟସୀମା ପୂର୍ବରୁ ୫ଜି ସ୍ପେକ୍ଟ୍ରମ ଦେୟ ଘରୋଇ ଟେଲିକମ୍‌ କମ୍ପାନୀଗୁଡ଼ିକ ଗୁରୁବାର ପୈଠ କରିଥିବା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ବିଶେଷକରି ପ୍ରଥମ କିସ୍ତିରେ ୫ଜି ସ୍ପେକ୍ଟ୍ରମ ଦେୟ ବାବଦକୁ ସରକାର ପ୍ରାୟ ୧୭,୮୭୬ କୋଟି ଟଙ୍କା ପାଇଛନ୍ତି। ଅପରପକ୍ଷରେ ୫ଜି ସ୍ପେକ୍ଟ୍ରମ ବାବଦରେ ମୋଟ ଦେୟକୁ ରିଲାଏନ୍ସ ଜିଓ, ଭୋଡାଫୋନ ଆଇଡିଆ ୨୦ଟି କିସ୍ତିରେ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଭାରତୀ ଏୟାରଟେଲ ଏକାଥରକେ ୮୩୨୧.୪ କୋଟି ଟଙ୍କାର ଦେୟ ପ୍ରଦାନ କରି ଆସନ୍ତା ୪ ବର୍ଷର କିସ୍ତି ପ୍ରଦାନ କରିଥିବା ଜଣାପଡ଼ିଛି।
ସେହିଭଳି ପ୍ରଥମ କିସ୍ତିରେ ଜିଓ ୭୮୬୪.୭୮ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଭୋଡାଫୋନ-ଆଇଡିଆ ୧୬୭୯.୯୮ କୋଟି ଏବଂ ଆଦାନୀ ଡାଟା ନେଟ୍‌ଓ୍ବାର୍କ ୧୮.୯୪ କୋଟି ଟଙ୍କାର ଦେୟ ଟେଲିକମ୍‌ ବିଭାଗ ନିକଟରେ ପୈଠ କରିଛି।
ଗତ ଅଗଷ୍ଟ ୧ରେ ୫ଜି ସ୍ପେକ୍ଟ୍ରମ ନିଲାମ ଶେଷ ହୋଇଥିଲା। ଏହି ନିଲାମରୁ ସରକାର ମୋଟ ୧ ଲକ୍ଷ ୫୦ ହଜାର ୧୭୩ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା। ନିଲାମର ପରବର୍ତ୍ତୀ ସମୟରେ ବିଭାଗ ପକ୍ଷରୁ ଅଗଷ୍ଟ ୧୬ ସୁଦ୍ଧା ସ୍ପେକ୍ଟ୍ରମ ଅର୍ଥ ପ୍ରଦାନ କରିବାକୁ ନିଲାମ ଜିତିଥିବା ୪ ଟେଲିକମ୍‌ କମ୍ପାନୀଙ୍କୁ ଚିଠି ଜରିଆରେ ଅବଗତ କରାଯାଇଥିଲା। ଟେଲିକମ ମନ୍ତ୍ରଣାଳୟର ଉକ୍ତ ଚିଠି ଅନୁସାରେ ତାରିଖ ପୂର୍ବରୁ ଘରୋଇ ଟେଲିକମ୍‌ କମ୍ପାନୀଗୁଡ଼ିକ ପ୍ରଥମ କିସ୍ତିର ଦେୟ ପ୍ରଦାନ କରିଛନ୍ତି। ୫-ଜି ସ୍ପେକ୍ଟ୍ରମ ନିଲାମରେ ଜିଓ, ଏୟାରଟେଲ, ଆଦାନୀ ଡାଟା ନେଟ୍‌ଓ୍ବାର୍କ ବ୍ୟତୀତ ଭୋଡାଫୋନ ଆଇଡିଆ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏଥିରେ ଜିଓ ପ୍ରାୟ ୮୮ ହଜାର (୮୭,୯୪୬.୯୩) କୋଟି ଟଙ୍କାର ସ୍ପେକ୍ଟ୍ରମ ହାସଲ କରିଥିବା ବେଳେ ଭାରତୀ ଏୟାରଟେଲ ୪୩ ହଜାର (୪୩,୦୩୯.୬୩) କୋଟି ଟଙ୍କାରେ ମୋଟ ୧୯,୮୬୭.୮ ମେଗାହର୍ଜର ସ୍ପେକ୍ଟ୍ରମ କ୍ରୟ କରିଥିଲା। ସେହିପରି ଭୋଡାଫୋନ ୧୮,୭୮୬.୨୫ ଏବଂ ଆଦାନୀ ଡାଟା ନେଟ୍‌ଓ୍ବାର୍କ ପ୍ରାୟ ୨୧୨ ( ୨୧୧.୮୬) କୋଟି ଟଙ୍କାରେ ୪୦୦ ମେଗାହର୍ଜର ସ୍ପେକ୍ଟ୍ରମ କିଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri