୪ ହଜାର ଘରବାହୁଡ଼ାଙ୍କ ଲାଗି ୯୫ କ୍ୱାରାଣ୍ଟାଇନ୍‌ ସେଣ୍ଟର: ପଞ୍ଜୀକରଣ କଲେଣି ୩୭୪୨ ଜଣ

ନିଶ୍ଚିନ୍ତକୋଇଲି,୨୯ା୪(ସ୍ବ.ପ୍ର.): ବାହାର ରାଜ୍ୟରେ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ସରକାର ସହାନୁଭୂତି ଦେଖାଇଛନ୍ତି। ସେମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ସହ ସ୍ବତନ୍ତ୍ର କ୍ୱାରାଣ୍ଟାଇନ୍‌ରେ ୧୪ ଦିନ ରହିବା ପାଇଁ ବ୍ୟବସ୍ଥା କରିଛନ୍ତି। କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ଥିବା ୪୧ଟି ପଞ୍ଚାୟତକୁ ପ୍ରାୟ ୪ ହଜାର ପ୍ରବାସୀ ଘର ବାହୁଡ଼ା ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ୯୫ଟି କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୪ ହଜାର ବେଡ୍‌ ପକାଇବାର ବ୍ୟବସ୍ଥା କରାଯାଇଛି। ଏହି ସେଣ୍ଟରଗୁଡ଼ିକ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ସରକାରୀ ଦପ୍ତରରେ ଖୋଲାଯାଇଛି। ପ୍ରବାସୀମାନେ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବା ପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସେମାନେ ଘରକୁ ଫେରିବେ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି। ଇତିମଧ୍ୟରେ ୪୧ଟି ପଞ୍ଚାୟତରୁ ୩ହଜାର ୭୪୨ ଜଣ ନାମ ପଞ୍ଜୀକରଣ କରିଛନ୍ତି। ତେବେ ୩ ତାରିଖରେ ଲକ୍‌ଡାଉନ୍‌ ଉଠିବା ପରେ ସେମାନେ ଘର ବାହୁଡ଼ା ହେବେ। ତେବେ ୩ ତାରିଖ ପୂର୍ବରୁ ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡ଼ିକ ପ୍ରସ୍ତୁତ କରାଯାଉଛି। ବ୍ଲକ ପରିସରରେ ମହିଳାମାନଙ୍କ ପାଇଁ ଏକ ସ୍ବତନ୍ତ୍ର କ୍ୱାରାଣ୍ଟାଇନ୍‌ ସେଣ୍ଟର ପ୍ରସ୍ତୁତ କରାଯାଉଛି। ପ୍ରତି କ୍ୱରାଣ୍ଟାଇନ୍‌ ସେଣ୍ଟରକୁ ବିଶୋଧନ କରାଯିବା ସହ ବେଡ୍‌ ପକାଯିବା ସହ ସେମାନଙ୍କ ପାଇଁ ରହିବା,ଖାଇବା ଓ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସ୍ବତନ୍ତ୍ର ଚିଠା ପ୍ରସ୍ତୁତ କରାଯାଇଛି। କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡ଼ିକ ମରାମତି କରାଯିବା ସହ ଶୌଚାଳୟ, ଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି। କ୍ୱାରାଣ୍ଟାଇନ୍‌ ସେଣ୍ଟର ପରିବେଶକୁ ସ୍ବଚ୍ଛ ପରିମଳ ରଖିବା ପାଇଁ ସାନିଟାଇଜେସନ ବ୍ୟବସ୍ଥା କରାଯାଇଛି। ତେବେ କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡିକୁ ପରିଦର୍ଶନ କରିବା ପାଇଁ ପଞ୍ଚାୟତସ୍ତରୀୟ କମିଟି ଓ ସ୍ବତନ୍ତ୍ର ପରିଦର୍ଶନ ପାଇଁ ଟିମ୍‌ ମଧ୍ୟ ଗଠନ କରାଯାଇଛି। କେନ୍ଦ୍ରଗୁଡ଼ିକୁ ବିଡିଓ କର୍ଣ୍ଣଦେବ ସମାଦ୍ଦାର, ତହସିଲଦାର ଜିତେନ୍ଦ୍ର ପାତ୍ର ପରିଦର୍ଶନ କରୁଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ୨୦ରୁ ରବି ଧାନ କିଣା

ବାରିପଦା ଅଫିସ,୧୯।୪ ମୟୂରଭଞ୍ଜ ଜିଲାର ଚାଷୀଙ୍କଠାରୁ ଚଳିତ ୨୦୨୧-୨୨ବର୍ଷ ପାଇଁ ରବି ଧାନ କ୍ରୟ ନିମନ୍ତେ ଜିଲାସ୍ତରୀୟ ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ କମିଟି ବୈଠକ...

ରାସ୍ତା ଅବରୋଧ ନେଇ ଉତ୍ତେଜନା

ଭୋଗରାଇ, ୭।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଳକ ଅଧୀନ ଟେଙ୍ଗରାମାରିି ଗ୍ରାମ ୫ନଂ. ୱାର୍ଡ଼ରେ ଜଣେ ବ୍ୟକ୍ତି ରାସ୍ତା ଅବରୋଧ କରିବାରୁ ଉତ୍ତେଜନା ପ୍ରକାଶ ପାଇଛି। ଅବିଳମ୍ବେ...

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ମାମଲା: ୫ ଅଭିଯୁକ୍ତ ଗିରଫ: ଖଣ୍ଡା, କାତି ଓ ବାଇକ୍‌ ଜବତ

ବ୍ରହ୍ମପୁର ଅଫିସ,୯ା୬: ଗଞ୍ଜାମ ଜିଲା ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ମସିହାଖାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ମନୋଜ କୁମାର ସେଠୀଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ହୋଇଥିଲା। ସଦର ଥାନା ପୋଲିସ...

ହୋମଗାର୍ଡଙ୍କୁ ଭେଟିଲା ଆମ୍ବେଦକର ବିକାଶ ପରିଷଦ

ରତ୍ନଗିରି,୧୯ା୧୦(ଡି.ଏନ୍‌.ଏ.): ବରୀ ବ୍ଲକ ଅନ୍ତର୍ଗତ ଅଟିରା ପଞ୍ଚାୟତର ଓଉପଡା ଗ୍ରାମର ହୋମଗାର୍ଡ ରଞ୍ଜନ କୁମାର ମଲ୍ଲିକଙ୍କୁ ଶୁକ୍ରବାର ଆମ୍ବେଦକର ବିକାଶ ପରିଷଦର ସଦସ୍ୟ ଭେଟିଛନ୍ତି। ନ୍ୟାୟ...

ଟ୍ରଲର ଧକ୍କାରେ ତଳକୁ ଖସିଲା ପୋଲବାଡ଼

୩୦। ୧୨,(ଡି.ଏନ୍‌.ଏ.): ଭଦ୍ରକ ଜିଲା ୬୦ ନଂ. ଜାତୀୟ ରାଜପଥର କୁଡ଼ିଆ ପୋଲ ଉପରେ ଗୁରୁବାର ସକାଳେ ଦୁର୍ଘଟଣା ଘଟିଛି। ଜଳେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା...

ଯୁବ ପ୍ରତିଭା ରୁଦ୍ରମାଧବ: ସଙ୍ଗୀତରେ ନିଜେ ହଜି ଅନ୍ୟକୁ ହଜାନ୍ତି

ଭକ୍ତି ସଙ୍ଗୀତ ହେଉ କି ଆଧୁନିକ ଗୀତ ଏହାର ଦରଦୀ ସ୍ବର ଭିତରେ ରୂପ ନେଇଥାଏ ଜୀବନ-ସଙ୍ଗୀତ। ଆନନ୍ଦ ହିଁ ସଙ୍ଗୀତର ଉତ୍ସ, ଯାହା ମଣିଷ...

ନଡ଼ିଆ ବୋଝେଇ ଟ୍ରକ୍‌ରୁ ୮ କୁଇଣ୍ଟାଲ ଗଞ୍ଜେଇ ଜବତ

କୋରାପୁଟ/ଜୟପୁର, ୨୨ା୫ (ସ୍ବ.ପ୍ର./ନି.ପ୍ର.): ବାହାର ରାଜ୍ୟକୁ ନଡ଼ିଆ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଜୟପୁର ଅବକାରୀ ବିଭାଗ ଏହା ଉପରେ ଚଢ଼ାଉ...

ବର୍ଷା ଜଳରେ ଭାସିଗଲେ ବୃଦ୍ଧା: ଉଦ୍ଧାର କରିବାକୁ ଯାଇ ଯୁବକ…

ଅନୁଗୋଳ ଅଫିସ, ୧୪।୯: ଅନୁଗୋଳ ସହର ନିକଟରେ ଥିବା ହୁଲୁରସିଂହା ବଢ଼ି ପାଣି ମଝିରେ ଜଣେ ବୃଦ୍ଧା ଫସି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ...

Advertisement
Archives

Model This Week