Posted inଖେଳ

୪ ସହରରେ ଖେଳାଯିବ ପିଏସଏଲ୍‌

ଇସଲାମବାଦ,୩।୧(ଏ.ପି.)- ବିଦେଶୀ ଦଳକୁ ଦେଶକୁ ଆମନ୍ତ୍ରଣ କରିବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆଉ ଏକ ପଦକ୍ଷେପ ନେଇଛି। ଦେଶକୁ ସୁରକ୍ଷିତ ଦର୍ଶାଇବା ଲାଗି ଚଳିତବର୍ଷର ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ)ର ସମସ୍ତ ମ୍ୟାଚ୍‌ ଦେଶର ୪ଟି ସହରରେ ଖେଳାଯିବ ବୋଲି ପିସିବି ଘୋଷଣା କରିଛି। ଫେବୃୟାରୀ ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ଲିଗ୍‌ର ସମସ୍ତ ୩୪ ମ୍ୟାଚ୍‌ କରାଚୀ, ଲାହୋର, ରାଓ୍ବଲପିଣ୍ଡି ଓ ମୁଲତାନଠାରେ ଖେଳାଯିବ। ଲାହୋରଠାରେ ଫାଇନାଲ ସମେତ ୧୪ ମ୍ୟାଚ୍‌ ଅନୁଷ୍ଠିତ ହେବ। ୨୦୧୬ ପିଏସ୍‌ଏଲ ପ୍ରଥମ ସଂସ୍କରଣ ୟୁଏଇରେ ଖେଳାଯାଇଥିଲା। ପରବର୍ତ୍ତୀ ସଂସ୍କରଣ(୨୦୧୭)ର କେବଳ ଫାଇନାଲ ମ୍ୟାଚ୍‌ ପାକିସ୍ତାନରେ ଅନୁଷ୍ଠିତ ହୋଇଥିଲା। ୨୦୧୮ରେ ଦେଶରେ ୪ ନକଆଉଟ୍‌ ମ୍ୟାଚ୍‌ ଆୟୋଜନ ହୋଇଥିଲା ଓ ବଳକା ୟୁଏଇରେ ଖେଳାଯାଇଥିଲା। ଗତବର୍ଷ କରାଚୀ ୮ ମ୍ୟାଚ୍‌ ଆୟୋଜନ କରିଥିଲା। ମୋଟ ୩୬ ବିଦେଶୀ ଖେଳାଳି ଏଥର ଖେଳିବେ। ତାଲିକାରେ ଜାସନ ରୟ(ଇଂଲଣ୍ଡ), ଡେଲ ଷ୍ଟେଇନ(ଦକ୍ଷିଣ ଆଫ୍ରିକା), ଲିଣ୍ଡଲେ ସିମନ୍ସ(ଓ୍ବେଷ୍ଟଇଣ୍ଡିଜ)ଙ୍କ ଭଳି ଷ୍ଟାର ରହିଛନ୍ତି। ଉଲ୍ଲେଖଥାଉ, ୨୦୦୯ରେ ଶ୍ରୀଲଙ୍କା କ୍ରିକେଟ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ପରେ କୌଣସି ବିଦେଶୀ ଦଳ ପାକିସ୍ତାନ ଗସ୍ତ କରିବାକୁ ରାଜି ନ ଥିଲେ। ଉକ୍ତ ଘଟଣାରେ ଶ୍ରୀଲଙ୍କା ଦଳର ଅଫିସିଆଲ ଆହତ ହୋଇଥିବାବେଳେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ବିଦେଶୀ ଦଳମାନଙ୍କ ବିଶ୍ୱାସ ଜିତିବା ପାଇଁ ପାକିସ୍ତାନ ବାରମ୍ବାର ପ୍ରୟାସ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍:‌ ଦ୍ୱିତୀୟ ସ୍ଥାନରେ ରାହୁଲ ସ୍ଥିର, କୋହଲିଙ୍କ ଉନ୍ନତି

ଦୁବାଇ,୪।୩(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଦ୍ୱିତୀୟ ସ୍ଥାନ ବଜାୟ ରଖିଥିବା ବେଳେ ଅଧିନାୟକ ବିରାଟ କୋହଲି...

ଗୋଟିଏ ବର୍ଷରେ ଅଧିକ ଇଭେଣ୍ଟରେ ପଦକ ଜିତିବାରୁ ପ୍ରୋତ୍ସାହନ ରାଶି କମିଲା

ଚଣ୍ଡିଗଡ଼,୨୬।୬- ହରିୟାଣା ସରକାର ଅନ୍ତର୍ଜାତୀୟ ଇଭେଣ୍ଟରେ ପଦକ ବିଜେତାଙ୍କ ପ୍ରୋତ୍ସାହନ ରାଶି ଲାଗି ୯ ମାସ ପୂର୍ବେ ନୂଆ ନିୟମ ଆଗତ କରିଥିଲେ। ରାଜ୍ୟର ଆଥ୍‌ଲେଟ,...

ବାମଣ୍ଡା କପ୍‌ କ୍ରିକେଟ: ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ

ଦେବଗଡ଼,୨୫।୧୨(ଡି.ଏନ୍‌.ଏ.): ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୧ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ମ୍ୟାଚରେ କଟକର ରାଇଜିଂ ଷ୍ଟୁଡେଣ୍ଟ ଦଳ ବାଲେଶ୍ବର ଏକାଦଶକୁ...

ପାକିସ୍ତାନର କିମ୍ବଦନ୍ତୀଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଲେ ଫିକ୍ସିଂରେ ଜଡ଼ିତ ଥିବା କ୍ରିକେଟର

ଲାହୋର,୨୮।୩ : ବଲକୁ ରିଭର୍ସ ସିଇଂ କରାଇବା ଲାଗି ଚିଟିଂ କରୁଥିଲେ କିମ୍ବଦନ୍ତୀ ପାକିସ୍ତାନ ପେସର ଓ୍ବାକର ୟୁନିସ। ଏଭଳି ମନ୍ତବ୍ୟ ଦେଇ ଅନ୍ତର୍ଜାତୀୟ ସ୍ତରରେ...

ଟୋକିଓ ଅଲିମ୍ପିକ୍ସ: କୋଭିଡ୍‌-୧୯ ଟିକା ଜରୁରୀ ପ୍ରସଙ୍ଗକୁ ଆଇଓସିର ଅସ୍ବୀକାର

ସିଡନୀ,୨୯।୪ (ଏପି): ଅଲିମ୍ପିକ୍ସ ଆୟୋଜନ ପାଇଁ କୋଭିଡ୍‌-୧୯ ଟିକା ଜରୁରୀ ବୋଲି କେତେକ ବୈଜ୍ଞାନିକ ଓ ଡାକ୍ତର ପରାମର୍ଶ ଦେଇଛନ୍ତି। ଏ ନେଇ ମଧ୍ୟ ଚର୍ଚ୍ଚା...

ପାକିସ୍ତାନ ଗସ୍ତ କରିବାକୁ ଚାହୁଁ ନାହାନ୍ତି ସିନିୟର ଶ୍ରୀଲଙ୍କା କ୍ରିକେଟର

କଲମ୍ବୋ,୩୦।୮: ଆସନ୍ତା ସେପ୍ଟେମ୍ବର ଓ ଅକ୍ଟୋବର ମଧ୍ୟରେ ପାକିସ୍ତାନ ଗସ୍ତରେ ଆସି ଶ୍ରୀଲଙ୍କା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ୍‌ ଖେଳିବ। ଏହି...

ରାଜ୍ୟ କୁସ୍ତି ଉଦ୍‌ଯାପିତ : ଅନୁପମା ଦଙ୍ଗଲରେ ଚାମ୍ପିୟନ

ଭୁବନେଶ୍ୱର, ୨୯।୧୦ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା କୁସ୍ତି ଓ ପୁରୀ କୁସ୍ତି ସଂଘର ମିଳିତ ଆନୁକୂଲ୍ୟରେ ୩ ଦିନିଆ ରାଜ୍ୟ କୁସ୍ତି ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି।...

ବିଶ୍ୱ ସ୍କ୍ବାଶ ଚାମ୍ପିୟନଶିପ୍‌: ଜୋତ୍ସ୍ନା ପ୍ରି-କ୍ୱାର୍ଟରଫାଇନାଲରେ

କାଇରୋ, ୨୮ା୧୦ (ପି.ଟି.)-ଭାରତର ଅଗ୍ରଣୀ ସ୍କ୍ବାଶ ଖେଳାଳି ଚିନ୍ନାପା ସିଆଇବି ପିଏସ୍‌ଏ ମହିଳା ବିଶ୍ୱ ଚାମ୍ପିୟନଶିପ୍‌ର ପ୍ରି-କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଏଠାରେ ହଂକଂର ହୋ ତିଜି...

Advertisement
Archives

Model This Week