Posted inଖେଳ

୪ ଦିନିଆ ଟେଷ୍ଟକୁ ସଚିନଙ୍କ ବିରୋଧ

ନୂଆଦିଲ୍ଲୀ,୮।୧(ପି.ଟି.)- ପ୍ରସ୍ତାବିତ ୪ ଦିନିଆ ଟେଷ୍ଟକୁ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ବିରୋଧ କରିଛନ୍ତି। ଏଥି ସହିତ ଟେଷ୍ଟର ପାରମ୍ଭରିକ ଫର୍ମାଟରେ କୌଣସି ପରିବର୍ତ୍ତନ ନ କରିବାକୁ ସେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)କୁ ପରାମର୍ଶ ଦେଇଛନ୍ତି। ପଞ୍ଚମ ଦିବସରେ ସ୍ପିନରମାନେ ବିଶେଷ ଭାବେ ସହାୟତା ପାଉଥିବାରୁ ଟେଷ୍ଟ ଏବେ ବେଶ୍‌ ରୋମାଞ୍ଚକ ହେଉଛି।
ସୀମିତ ଓଭର କ୍ରିକେଟକୁ ଅଧିକ ଗୁରୁତ୍ୱ ଦେବା ଓ ଟେଷ୍ଟର ଲୋକପ୍ରିୟତା ବୃଦ୍ଧି ପାଇଁ ଆଇସିସି ୧୪୩ ବର୍ଷର ଏହି ୫ ଦିନିଆ ଫର୍ମାଟକୁ ୪ ଦିନିଆ ବିଶିଷ୍ଟ କରିବାକୁ ଆଇସିସି ଚାହୁଁଛି। ତେବେ ବିଶ୍ୱବ୍ୟାପୀ ଆଇସିସିର ଏହି ଆଭିମୁଖ୍ୟକୁ କଡ଼ା ବିରୋଧ କରାଯାଉଛି। ବିରାଟ କୋହଲିଙ୍କ ସମେତ ରିକି ପଣ୍ଟିଂ, ଜଷ୍ଟିନ ଲାଙ୍ଗର ଓ ନାଥାନ ଲିୟନଙ୍କ ଭଳି ଏହି ପରିବର୍ତ୍ତନକୁ କଡ଼ା ବିରୋଧ କରିଛନ୍ତି।
ଟେଷ୍ଟ କ୍ରିକେଟକୁ ବହୁତ ପସନ୍ଦ କରେ। ଟେଷ୍ଟ ଫର୍ମାଟର ମୁଁ ଜଣେ ବଡ଼ ପ୍ରଶଂସକ। ଏଥିରେ କୌଣସି ପରିବର୍ତ୍ତନର ଆବଶ୍ୟକତା ନାହିଁ ବୋଲି ସଚିନ କହିଛନ୍ତି। ଦୀର୍ଘ ବର୍ଷ ଧରି ଯେଉଁଭଳି ଭାବେ ଟେଷ୍ଟ ଖେଳାଯାଉଛି, ଠିକ୍‌ ସେହିଭଳି ଖେଳାଯିବା ଉଚିତ ବୋଲି ସେ ମତ ଦେଇଛନ୍ତି। ଟେଷ୍ଟକୁ ୪ ଦିନିଆ କରାଗଲେ ଏହା ସୀମିତ ଓଭର କ୍ରିକେଟର ବର୍ଦ୍ଧିତ ସଂସ୍କରଣ ବୋଲି ବିଚାର କରିବାକୁ ହେବ। ଏପରି ହେଲେ ଟେଷ୍ଟ ଫର୍ମାଟର ମୌଳିକତା ନଷ୍ଟ ହେବ। ଉଲ୍ଲେଖଥାଉ କି, ସଚିନ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ୨୦୦ ଟେଷ୍ଟ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ପୁଣି ଯଦି ୪ ଦିନି ବିଶିଷ୍ଟ ହେବ ତାହାଲେ ସ୍ପିନରଭାବେ ପ୍ରଭାବି ସାବ୍ୟସ୍ତ ହୋଇପାରିବେ ନାହିଁ। ଟେଷ୍ଟ ଫର୍ମାଟର ପଞ୍ଚମ ଦିବସ ହିଁ ରୋମଞ୍ଚକ ସାବ୍ୟସ୍ତ ହୋଇଥାଏ। କ୍ରିକେଟର ଲୋକ ପ୍ରିୟତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଦିନିକିଆ, ଟି୨୦ ଖେଳାଯାଉଛି। ଏପରିକି ଏବେ ଟି୧୦ ମଧ୍ୟ ଖେଳାଗଲାଣି। ତେଣୁ ଏପରିସ୍ଥଳେ ଟେଷ୍ଟ ଫର୍ମାଟରେ ପରିବର୍ତ୍ତନର କ’ଣ ଆବଶ୍ୟକତା ରହିଛି ବୋଲି ସଚିନ ପ୍ରଶ୍ନ କରିଛନ୍ତି। ଏକମାତ୍ର ଫର୍ମାଟ ଭାବେ ଟେଷ୍ଟ ହିଁ ବ୍ୟାଟ୍ସମ୍ୟାନଙ୍କ ପାଇଁ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଥାଏ। ଟେଷ୍ଟରେ ପ୍ରତ୍ୟେକ ଖେଳାଳି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥାନ୍ତି ବୋଲି ସେ କହିଛନ୍ତି। ଅବଶ୍ୟ ଟେଷ୍ଟ ଭଲ ଉଇକେଟ ଖେଳାଯିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଯଦି କ୍ୱାଲିଟି ଉଇକେଟ ପ୍ରସ୍ତୁତ କରାଯାଏ ତାହାଲେ ଟେଷ୍ଟ ରୋମାଞ୍ଚକ ହୋଇପାରିବ ବୋଲି ସଚିନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଢ଼ିଲା ଟିମ୍‌ ଇଣ୍ଡିଆର ଚିନ୍ତା

ଖ୍ରିଷ୍ଟଚର୍ଚ୍ଚ,୨୭ା୨(ପି.ଟି.)- ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଶୋଚନୀୟ ପରାଜୟ ବରଣ କରିଥିବା ଭାରତୀୟ ଦଳର ଚିନ୍ତା ବଢ଼ିବାରେ ଲାଗିଛି।...

ଫିଲ୍ମ ଜଗତରେ ପାଦ ରଖିବାକୁ ଯାଉଛନ୍ତି ଆଉ ଜଣେ କ୍ରିକେଟର୍‌

ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ ତାମିଲ ଫିଲ୍ମ କୋବ୍ରା ସହିତ ଅଭିନୟ ଜଗତରେ ପାଦ ଥାପିବାକୁ ଯାଉଛନ୍ତି। ଏହି ଫିଲ୍ମର ଟିଜର ରିଲିଜ ହୋଇଛି।...

କେବଳ ଏହି ଗୋଟିଏ କାରଣ ପାଇଁ ଆଇପିଏଲ୍‌ ନିଲାମ ପୂର୍ବରୁ ଓହରି ଯାଇଥିଲେ ଡି ଭିଲିୟର୍ସ, ଏବେ କହିଲେ…

ନୂଆଦିଲ୍ଲୀ,୧୫।୧: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି ଭିଲିୟର୍ସ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଛନ୍ତି। ଏଥିସହ ସେ ଆଇପିଏଲ୍‌ ଖେଳିବେ ନାହିଁ ବୋଲି...

ୟୁଟ୍ୟୁବ୍‌ରେ ‘ମନ କି ବାତ୍‌’ କାର୍ଯ୍ୟକ୍ରମର ଏକ ଏପିସୋଡକୁ ମିଳିଛି ସର୍ବାଧିକ ଡିସ୍‌ ଲାଇକ୍‌

ନୂଆଦିଲ୍ଲୀ, ୧।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଏବେ ଚର୍ଚ୍ଚାରେ ରହିଛି। ଏହି ମାସିକିଆ କାର୍ଯ୍ୟକ୍ରମର ଏକ ଏପିସୋଡକୁ ମିଳିଛି...

ବିଶ୍ୱର ପ୍ରଥମ ଓପନର୍‌ ଭାବେ ରେକର୍ଡ କଲେ ହିଟ୍‌ମ୍ୟାନ୍‌: ଚତୁର୍ଥ ଟେଷ୍ଟରେ…

ନୂଆଦିଲ୍ଲୀ,୫।୩: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ ରେକର୍ଡ କରିଛନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। ସେ ୧୪୪ବଲ୍‌ରେ ୪୯ରନ୍‌ କରି ଆଇସିସି ବିଶ୍ୱ ଟେଷ୍ଟ...

ବେଙ୍ଗାଲୁରୁ ଏଫ୍‌ସି କୋଚ୍‌ ବହିଷ୍କୃତ

ବେଙ୍ଗାଲୁରୁ, ୭।୧(ପି.ଟି.)- ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ବେଙ୍ଗାଲୁରୁ ଏଫ୍‌ସିର ଖରାପ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ମୁଖ୍ୟ କୋଚ୍‌ କାର୍ଲେସ କ୍ୱାଡ୍ରାଟ୍‌ଙ୍କୁ ବହିଷ୍କାର କରାଯାଇଛି। ପୂର୍ବତନ...

କୋହଲିଙ୍କ ହୋଟେଲ୍‌ ରୁମ୍‌ ଭିଡିଓ ଭାଇରାଲ ପ୍ରସଙ୍ଗ: ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ପର୍ଥ,୩୧।୧୦: ଭାରତୀୟ କ୍ରିକେଟର୍‌ ବିରାଟ କୋହଲିଙ୍କ ରହୁଥିବା ହୋଟେଲ ରୁମ୍‌ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ରାଗିଯାଇ କୋହଲି ଗୋପନୀୟତା ପ୍ରସଙ୍ଗକୁ ଗମ୍ଭୀରତାର...

ଡାକ୍ତରଖାନାରେ ପନ୍ତଙ୍କୁ ଭେଟିଲେ ଅନିଲ କପୁର-ଅନୁପମ ଖେର

ଡେରାଡୁନ,୩୧।୧୨: ଭାରତୀୟ କ୍ରିକେଟର ଋଷଭ ପନ୍ତ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି। ଏହି କ୍ରମରେ ଅଭିନେତା ଅନିଲ କପୁର ଏବଂ ଅନୁପମ ଖେର ପ୍ରମୁଖ...

Advertisement
Archives

Model This Week