Posted inଖେଳ

୪ ଦିନିଆ ଟେଷ୍ଟକୁ ସଚିନଙ୍କ ବିରୋଧ

ନୂଆଦିଲ୍ଲୀ,୮।୧(ପି.ଟି.)- ପ୍ରସ୍ତାବିତ ୪ ଦିନିଆ ଟେଷ୍ଟକୁ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ବିରୋଧ କରିଛନ୍ତି। ଏଥି ସହିତ ଟେଷ୍ଟର ପାରମ୍ଭରିକ ଫର୍ମାଟରେ କୌଣସି ପରିବର୍ତ୍ତନ ନ କରିବାକୁ ସେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)କୁ ପରାମର୍ଶ ଦେଇଛନ୍ତି। ପଞ୍ଚମ ଦିବସରେ ସ୍ପିନରମାନେ ବିଶେଷ ଭାବେ ସହାୟତା ପାଉଥିବାରୁ ଟେଷ୍ଟ ଏବେ ବେଶ୍‌ ରୋମାଞ୍ଚକ ହେଉଛି।
ସୀମିତ ଓଭର କ୍ରିକେଟକୁ ଅଧିକ ଗୁରୁତ୍ୱ ଦେବା ଓ ଟେଷ୍ଟର ଲୋକପ୍ରିୟତା ବୃଦ୍ଧି ପାଇଁ ଆଇସିସି ୧୪୩ ବର୍ଷର ଏହି ୫ ଦିନିଆ ଫର୍ମାଟକୁ ୪ ଦିନିଆ ବିଶିଷ୍ଟ କରିବାକୁ ଆଇସିସି ଚାହୁଁଛି। ତେବେ ବିଶ୍ୱବ୍ୟାପୀ ଆଇସିସିର ଏହି ଆଭିମୁଖ୍ୟକୁ କଡ଼ା ବିରୋଧ କରାଯାଉଛି। ବିରାଟ କୋହଲିଙ୍କ ସମେତ ରିକି ପଣ୍ଟିଂ, ଜଷ୍ଟିନ ଲାଙ୍ଗର ଓ ନାଥାନ ଲିୟନଙ୍କ ଭଳି ଏହି ପରିବର୍ତ୍ତନକୁ କଡ଼ା ବିରୋଧ କରିଛନ୍ତି।
ଟେଷ୍ଟ କ୍ରିକେଟକୁ ବହୁତ ପସନ୍ଦ କରେ। ଟେଷ୍ଟ ଫର୍ମାଟର ମୁଁ ଜଣେ ବଡ଼ ପ୍ରଶଂସକ। ଏଥିରେ କୌଣସି ପରିବର୍ତ୍ତନର ଆବଶ୍ୟକତା ନାହିଁ ବୋଲି ସଚିନ କହିଛନ୍ତି। ଦୀର୍ଘ ବର୍ଷ ଧରି ଯେଉଁଭଳି ଭାବେ ଟେଷ୍ଟ ଖେଳାଯାଉଛି, ଠିକ୍‌ ସେହିଭଳି ଖେଳାଯିବା ଉଚିତ ବୋଲି ସେ ମତ ଦେଇଛନ୍ତି। ଟେଷ୍ଟକୁ ୪ ଦିନିଆ କରାଗଲେ ଏହା ସୀମିତ ଓଭର କ୍ରିକେଟର ବର୍ଦ୍ଧିତ ସଂସ୍କରଣ ବୋଲି ବିଚାର କରିବାକୁ ହେବ। ଏପରି ହେଲେ ଟେଷ୍ଟ ଫର୍ମାଟର ମୌଳିକତା ନଷ୍ଟ ହେବ। ଉଲ୍ଲେଖଥାଉ କି, ସଚିନ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ୨୦୦ ଟେଷ୍ଟ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ପୁଣି ଯଦି ୪ ଦିନି ବିଶିଷ୍ଟ ହେବ ତାହାଲେ ସ୍ପିନରଭାବେ ପ୍ରଭାବି ସାବ୍ୟସ୍ତ ହୋଇପାରିବେ ନାହିଁ। ଟେଷ୍ଟ ଫର୍ମାଟର ପଞ୍ଚମ ଦିବସ ହିଁ ରୋମଞ୍ଚକ ସାବ୍ୟସ୍ତ ହୋଇଥାଏ। କ୍ରିକେଟର ଲୋକ ପ୍ରିୟତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଦିନିକିଆ, ଟି୨୦ ଖେଳାଯାଉଛି। ଏପରିକି ଏବେ ଟି୧୦ ମଧ୍ୟ ଖେଳାଗଲାଣି। ତେଣୁ ଏପରିସ୍ଥଳେ ଟେଷ୍ଟ ଫର୍ମାଟରେ ପରିବର୍ତ୍ତନର କ’ଣ ଆବଶ୍ୟକତା ରହିଛି ବୋଲି ସଚିନ ପ୍ରଶ୍ନ କରିଛନ୍ତି। ଏକମାତ୍ର ଫର୍ମାଟ ଭାବେ ଟେଷ୍ଟ ହିଁ ବ୍ୟାଟ୍ସମ୍ୟାନଙ୍କ ପାଇଁ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଥାଏ। ଟେଷ୍ଟରେ ପ୍ରତ୍ୟେକ ଖେଳାଳି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥାନ୍ତି ବୋଲି ସେ କହିଛନ୍ତି। ଅବଶ୍ୟ ଟେଷ୍ଟ ଭଲ ଉଇକେଟ ଖେଳାଯିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଯଦି କ୍ୱାଲିଟି ଉଇକେଟ ପ୍ରସ୍ତୁତ କରାଯାଏ ତାହାଲେ ଟେଷ୍ଟ ରୋମାଞ୍ଚକ ହୋଇପାରିବ ବୋଲି ସଚିନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…

ପ୍ରଥମ ଟି୨୦ ମ୍ୟାଚ୍‌ ଜିତିଲା ଭାରତ

ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍‌ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…

ଆଇପିଏଲ ମଝିରେ ଲକ୍ଷ୍ନୌ କଲା ବଡ଼ ଘୋଷଣା: ଅଧିନାୟକ ପଦ ଛାଡ଼ିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୯।୫: ୨୦୨୬ ଆଇପିଏଲ ମଝିରେ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ପଦ ଛାଡି ଦେଇଛନ୍ତି। ଶୁକ୍ରବାର ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ପନ୍ତଙ୍କୁ ଅଧିନାୟକ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri