୪ ଥାକିଆ ହେବ ପ୍ରତ୍ୟକ୍ଷ ଟିକସ ସ୍ଲାବ୍‌;୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ଼ ସୁପାରିସ୍‌

ନୂଆଦିଲ୍ଲୀ,୨୫-୯: ଦେଶରେ ଡାଇରେକ୍ଟ ଟ୍ୟାକ୍ସ କୋଡ୍‌(ଡିଟିସି) ଲାଗୁ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏବେ ପ୍ରତ୍ୟକ୍ଷ ଟିକସ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ଯାଉଛନ୍ତି। ଏହାକୁ କିପରି ଲାଗୁ କରିହେବ ସେ ନେଇ ଏକ ଟାସ୍କଫୋର୍ସ ଗଠନ କରାଯାଇଥିଲା। ବିଭିନ୍ନ ଦିଗ ଉପରେ ତର୍ଜମା କରି ଟାସ୍କଫୋର୍ସ ସରକାରଙ୍କୁ ତାଙ୍କର ସୁପାରିସ୍‌ ରିପୋର୍ଟ ପ୍ରଦାନ କରିଛନ୍ତି। ବର୍ତ୍ତମାନର ୩ ପରିବର୍ତ୍ତେ ୪ ଥାକିଆ ଆୟକର ସ୍ଲାବ୍‌ ପ୍ରଚଳନ କରିବାକୁ ଟାସ୍କଫୋର୍ସ ସୁପାରିସ୍‌ କରିଛନ୍ତି। ଏଥିସହିତ ବର୍ତ୍ତମାନ ଟିକସ ଛାଡ଼ ସୀମାକୁ ୨.୫ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ, ବାର୍ଷିକ ୨ କୋଟି ଟଙ୍କାରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ପାଇଁ ୩୫%ର ଏକ ନୂଆ ସ୍ଲାବ୍‌ ଲାଗୁ କରିବାକୁ ସୁପାରିସ୍‌ରେ କୁହାଯାଇଛି।
ଉଲ୍ଲେଖ କରାଯାଇପାରେ ଯେ, ବର୍ତ୍ତମାନ ସର୍ବନିମ୍ନ ୫% ଓ ସର୍ବାଧିକ ୩୦% ଟିକସ ସ୍ଲାବ୍‌ ରହିଛି। ୬୦ ବର୍ଷରୁ କମ୍‌ ବୟସର ବ୍ୟକ୍ତିଙ୍କ ପାଇଁ ଆୟକର ଛାଡ଼ ସୀମା ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ୫%, ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ୨୦% ଓ ୧୦ ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ୩୦% ଟିକସ ଆଦାୟ କରାଯାଉଛି। ତେବେ ଟାସ୍କଫୋର୍ସ ପକ୍ଷରୁ ନୂଆ ଟିକସ ସ୍ଲାବ୍‌ ସୁପାରିସ୍‌ କରାଯାଇଛି। ଏଥିରେ କୁହାଯାଇଛି ଯେ, ୫ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ୧୦%, ୧୦ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ୨୦ ପ୍ରତିଶତ ଏବଂ ୨୦ରୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ୩୦ ପ୍ରତିଶତ ଟିକସ ଆଦାୟ କରିବାକୁ ସୁପାରିସ୍‌ରେ କୁହାଯାଇଛି। ପୁରୁଣା ବ୍ୟବସ୍ଥାରେ ୧୦ ପ୍ରତିଶତ ଟିକସ ଆଦାୟର ବ୍ୟବସ୍ଥା ନାହିଁ। ସୁପାରିସ୍‌ ଗ୍ରହଣ କରାଗଲେ ୫%ର ସ୍ଲାବ୍‌ ପ୍ରତ୍ୟାହାର ହୋଇଯିବ। ଚଳିତ ବର୍ଷ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୧୨,୫୦୦ ଟଙ୍କାର ରିବେଟ୍‌ ମିଳୁଛି। ଫଳରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ବସ୍ତୁତଃ ଟିକସମୁକ୍ତ ହୋଇଯାଉଛି। ନୂଆ ଟିକସ ବ୍ୟବସ୍ଥା ଦ୍ୱାରା ଲୋକଙ୍କ ହାତରେ ବଳକା ଅର୍ଥ ରହିବ। ଫଳରେ ସେମାନେ ନିବେଶ ଓ ଖର୍ଚ୍ଚ କରିବାକୁ ସୁଯୋଗ ପାଇବେ। ୫ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକାରୀଙ୍କ ହାତରେ ଅଧିକ ଅର୍ଥ ଆସିଯିବ ବୋଲି ଟାସ୍କଫୋର୍ସ ଯୁକ୍ତି ବାଢ଼ିଛି। ତେବେ ନୂଆ ଟିକସ ବ୍ୟବସ୍ଥା ଦ୍ୱାରା ରାଜକୋଷର ଆୟ କମିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସର ସଦସ୍ୟ ଅଖିଳେଶ ରଞ୍ଜନଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟାସ୍କଫୋର୍ସ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଅଗଷ୍ଟ ୧୯ରେ ରିପୋର୍ଟ ପ୍ରଦାନ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯-୨୦ରେ ନିବେଶକଙ୍କୁ କ୍ଷତି ୩୭.୫୯ ଲକ୍ଷ କୋଟି

ନୂଆଦିଲ୍ଲୀ,୧। ୪: ୨୦୧୯-୨୦ ଆର୍ଥତ୍କ ବର୍ଷର ଶେଷ ଦିନ କାରବାରରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ୧୦୨୮ ପଏଣ୍ଟ ବଢିଛି। ୨୦୧୯-୨୦ ଆର୍ଥତ୍କ ବର୍ଷରେ ପୁଞ୍ଜି ବଜାର...

ପିଏଫ୍‌ ଆକାଉଣ୍ଟରେ ମିଳିବ ୮.୬୫% ସୁଧ

ନୂଆଦିଲ୍ଲୀ,୩୧-୮: ଚାକିରିରତ କର୍ମଚାରୀଙ୍କ ପାଇଁ ଖୁସୀଖବର। ଭବିଷ୍ୟନିଧି ଆକାଉଣ୍ଟ(ପିଏଫ ଆକାଉଣ୍ଟ)ରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୮.୬୫% ସୁଧ ହାର ମିଳିବ। କେନ୍ଦ୍ର ଶ୍ରମ ମନ୍ତ୍ରୀ...

ଆସନ୍ତା ସପ୍ତାହରେ ଆମାଜନ ପ୍ରତିଷ୍ଠାତାଙ୍କ ଭାରତ ଗସ୍ତ

ନୂଆଦିଲ୍ଲୀ,୧୦-୧: ଆସନ୍ତା ସପ୍ତାହରେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ଭାରତ ଗସ୍ତ କରିବେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ପାରନ୍ତି। ଏହାବାଦ...

ଅଟୋମୋବାଇଲ ଉତ୍ପାଦନ ୟୁନିଟରେ ତାଲା

ନୂଆଦିଲ୍ଲୀ,୨୪-୩: କରୋନା ବ୍ୟାପିବା ଯୋଗୁ ଦେଶର ବିଭିନ୍ନ ଅଟୋମୋବାଇଲ୍‌ ମାନୁଫାକଚରିଂ କମ୍ପାନୀଗୁଡିକ ସେମାନଙ୍କ ଉତ୍ପାଦନ ୟୁନିଟ ବନ୍ଦ ଘୋଷଣା କରିଛନ୍ତି। ଉତ୍ପାଦନ ବନ୍ଦ ରଖିବା ନେଇ...

୧୫,୩୪୦ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ,୨୧।୫-ଚଳିତ ଆର୍ଥତ୍କ ବର୍ଷ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ୧୫,୩୪୦ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)...

ଭଡ଼ା ବୃଦ୍ଧି: ବଢ଼ୁଛି ଅସନ୍ତୋଷ

ନୂଆଦିଲ୍ଲୀ, ୯।୮:  କରୋନା କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ବର୍ତ୍ତମାନ ବିମାନ ଯାତ୍ରା ନେଇ ଚାହିଦା ବଢ଼ିଛି। ବିଦେଶକୁ ବିମାନ ସେବା ଯୋଗାଣ କରୁଥିବା...

ବିନା ବେତନରେ ୬୦ମାସ ଯାଏଁ ଛୁଟିରେ ଯିବେ ଏୟାରଇଣ୍ଡିଆ କର୍ମଚାରୀ

ନୂଆଦିଲ୍ଲୀ,୧୫।୭: ସାରା ଦେଶରେ କରୋନା ସଙ୍କଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। କରୋନା ସଙ୍କଟ ଯୋଗୁ ସବୁ କ୍ଷେତ୍ର ପ୍ରଭାବିତ ହେବାରେ ଲାଗିଛି। ଫଳରେ ଦେଶର ଅର୍ଥନୀତି...

ବିଶ୍ୱ ଆର୍ଥିକ ସ୍ବାଧୀନତା ସୂଚକାଙ୍କ;୭୯ତମ ସ୍ଥାନକୁ ଉଠି ଆସିଲା ଭାରତ

ନୂଆଦିଲ୍ଲୀ,୧୪-୯: ଅର୍ଥନୀତିକୁ ନେଇ ଚାରିଆଡେ ନକାରାମତ୍କ ମନୋଭାବ ପୋଷଣ କରାଯାଉଥିବା ବେଳେ ଦେଶ ଓ ମୋଦି ସରକାରଙ୍କ ପାଇଁ ଏକ ଖୁସିଖବର ଆସିଛି। ବାଣିଜ୍ୟରେ ସୁଗମତା(ଇଜ୍‌...

Advertisement
Archives

Model This Week