Posted inଖେଳ

୪ ତାରିଖରେ ଜଣାପଡ଼ିପାରେ ଧୋନୀଙ୍କ ଭାଗ୍ୟ

ନୂଆଦିଲ୍ଲୀ,୨୮।୮: ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ନାହାନ୍ତି। କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଲାଗି ଭାରତୀୟ ଦଳରେ ତାଙ୍କ ସ୍ଥାନ ପାଇବାର ବିଶେଷ ସମ୍ଭାବନା ନାହିଁ। ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବାକୁ ଥିବା ସିରିଜ୍‌ ଲାଗି ୪ ତାରିଖରେ ଦଳ ଘୋଷଣା କରାଯିବା ନେଇ ଆଶା କରାଯାଉଛି। ପ୍ରଥମ ମ୍ୟାଚ୍‌ ଧର୍ମଶାଳାଠାରେ ଖେଳାଯିବା ପରେ ଦ୍ୱିତୀୟଟି ୧୮ରେ ମୋହାଲି ଓ ଅନ୍ତିମ ତଥା ୩ୟ ମ୍ୟାଚ୍‌ ୨୨ ତାରିଖରେ ବେଙ୍ଗାଲୁରୁଠାରେ ଖେଳାଯିବ। ଓ୍ବେଷ୍ଟଇଣ୍ଡିଜକୁ ୩-୦ ବ୍ୟବଧାନରେ ପରାସ୍ତ କରିଥିବା ଭାରତୀୟ ଦଳରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। କାରଣ ୨୦୨୦ରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପୂର୍ବରୁ ଦଳ ନିକଟରେ ୨୨ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ରହିଛି। ଏହାକୁ ଦୃଷ୍ଟିରେ ରଖି ଚୟନ କମିଟି ଆଗକୁ ବଢ଼ିବାର ନିଷ୍ପତ୍ତି ନେଇଛି ବୋଲି ସିନିୟର ବିସିସିଆଇ କର୍ମକର୍ତ୍ତା କହିଛନ୍ତି। ସେମାନେ ସୀମିତ ଓଭର କ୍ରିକେଟ ପାଇଁ ୩ ଜଣିଆ ଉଇକେଟକିପର ପୁଲ ରଖିବାକୁ ଯୋଜନା କରୁଛନ୍ତି। ଅବସର ବ୍ୟକ୍ତିଗତ ନିଷ୍ପତ୍ତି। ଜଣଙ୍କୁ ଅବସର ପାଇଁ ବାଧ୍ୟ କରିବାର ଅଧିକାର ଚୟନକର୍ତ୍ତା କିମ୍ବା କାହାରି ନାହିଁ। କିନ୍ତୁ ସେମାନଙ୍କ ନିକଟରେ ବିଶ୍ୱ ଟି୨୦ ପୂର୍ବରୁ ରୋଡ୍‌ମ୍ୟାପ ପ୍ରସ୍ତୁତ କରିବାର ଦାୟିତ୍ୱ ରହିଛି ବୋଲି ଉକ୍ତ ଅଫିସିଆଲ କହିଛନ୍ତି। ଏବେପର୍ଯ୍ୟନ୍ତ ଧୋନୀଙ୍କ ଯୋଜନା ସମ୍ପର୍କରେ ବିସିସିଆଇ ପ୍ରତିନିଧି କିମ୍ବା ଚୟନ କମିଟି କଥା ହୋଇନାହାନ୍ତି। ଓ୍ବେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ଧୋନୀଙ୍କ ସହ ଆଲୋଚନା ହୋଇଥିଲା। ସେତେବେଳେ ଧୋନୀ ୨ ମାସ ବିରତି ଚାହୁଁଥିବା କହିଥିଲେ। ମିଳିଥିବା ସୂଚନା ମୁତାବକ, ଚୟନ କମିଟି ଦ୍ୱିତୀୟ ଓ ତୃତୀୟ ବିକଳ୍ପ ଭାବେ ସଞ୍ଜୁ ସାମ୍‌ସନ ଓ ଈଶାନ କିଶାନଙ୍କ ଉପରେ ନଜର ରଖିଛି। ସାମ୍‌ସନଙ୍କ ପ୍ରଦର୍ଶନ ଦେଖିବା ପାଇଁ ଥିରୁଭାନନ୍ଥପୁରମଠାରେ ହେବାକୁ ଥିବା ଏ ସିରିଜ୍‌ରେ ଚୟନ କମିଟିର ସଦସ୍ୟ ଷ୍ଟାଡିୟମ୍‌ରେ ଉପସ୍ଥିତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୃଷ୍ଟିବାଧିତ ମହିଳା କ୍ରିକେଟ୍‌: ବାଲେଶ୍ବର ଚାମ୍ପିୟନ

ଭୁବନେଶ୍ୱର,୧୨ା୧୨(ସ୍ପୋଟର୍‌ସ ବ୍ୟୁରୋ): କେଟି ଗ୍ଲୋବାଲ ସ୍କୁଲ ପଡ଼ିଆ ଠାରେ କାଭି ଓଡ଼ିଶା ଓ କେଟି ଗ୍ଲୋବାଲ ସ୍କୁଲର ମିଳିତ ଆନୁକୂଲ୍ୟରେ ଏବଂ ରାଜ୍ୟ ସାମାଜିକ ସୁରକ୍ଷା...

ଭାରତୀୟ ଦିନିକିଆ ଦଳରେ ବୁମ୍‌ରା ସାମିଲ

ମୁମ୍ବାଇ, ୪।୧(ପି.ଟି.): ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ପାଇଁ ଷ୍ଟାର ପେସ୍‌ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କୁ ମଙ୍ଗଳବାର ଭାରତୀୟ ଦିନିକିଆ...

ଭଙ୍ଗା ଆଙ୍ଗୁଠିରେ ଖେଳିଲେ ନ୍ୟୁଜିଲାଣ୍ଡ ଖେଳାଳି

ସାଉଥାମ୍ପଟନ,୨୩।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲର ନିର୍ଣ୍ଣାୟକ ତଥା ୬ଷ୍ଠ ଦିନ ପ୍ରଥମ ସେସନରେ ନ୍ୟୁଜିଲାଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ବି ଜେ ଓ୍ବାଟଲିଂଙ୍କ...

୩୨ ବର୍ଷରେ ପ୍ରଥମ ଥର ପାଇଁ ଲଜ୍ଜିତ ହେଲା କଙ୍ଗାରୁ ଟିମ୍‌

ଗାବା,୧୯।୧: ଇତିହାସ ରଚିଛି ଭାରତୀୟ ଦଳ। ଅଷ୍ଟ୍ରେଲିଆ ବିପକ୍ଷ ନିର୍ଣ୍ଣାୟକ ଟେଷ୍ଟରେ ବିଜୟ ହାସଲ ସହ ୩୨ ବର୍ଷର ଗର୍ବ ଭାଙ୍ଗିଛି ଟିମ୍‌ ଇଣ୍ଡିଆ। ଗାବାର...

ବାସନ୍ଦ ହୋଇପାରନ୍ତି କୋହଲି!

ଚେନ୍ନାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆ ୩୧୭ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଫଳରେ ୪ଟି ଟିକିଆ ଟେଷ୍ଟ ମ୍ୟାଚ୍‌ ଏବେ ୧-୧ ରେ...

ପ୍ରଥମେ ବ୍ୟାଟିଂ କରିବ କେକେଆର୍‌

ଚେନ୍ନାଇ, ୧୧ା୪-  ଚଳିତ ଆଇପିଏଲର ତୃତୀୟ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)। ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି...

ଶେଷ ମ୍ୟାଚରେ ଟସ୍‌ ଜିତିଲେ

ଦୁବାଇ,୮।୧୧: କ୍ୟାପଟେନ କୋହଲି ଟି୨୦ ଫର୍ମାଟର ଶେଷ ମ୍ୟାଚରେ ଟସ୍‌ ଜିତିଛନ୍ତି। ସ୍ଥାନୀୟ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ସୋମବାର ଖେଳାଯିବାକୁ ଥିବା ସୁପର-୧୨ର ଶେଷ ଲିଗ...

ଆଇସିସି ନିୟମରେ ପରିବର୍ତ୍ତନ ଚାହାନ୍ତି କିମ୍ବଦନ୍ତୀ ଖେଳାଳି

କରାଚି,୨୦।୭: ସ୍ପିନରଙ୍କ ପାଇଁ ଉଦ୍ଦିଷ୍ଟ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନିୟମରେ ପରିବର୍ତ୍ତନ ଚାହାନ୍ତି ପାକିସ୍ତାନର କିମ୍ବଦନ୍ତୀ ଖେଳାଳି ସାକଲିନ ମୁସ୍ତାକ। ଧାର୍ଯ୍ୟ ୧୫ ଡିଗ୍ରୀ...

Advertisement
Archives

Model This Week