Posted inଫୁରସତ

୪ କି.ମି. ଘୁଞ୍ଚିଲା ମସ୍‌ଜିଦ

ଆଙ୍କାରା: ଗୋଟିଏ ଜାତିର ଇତିହାସ ବଖାଣେ ପୁରାତନ ସ୍ମାରକୀ। ଏହାକୁ ସଂରକ୍ଷଣ କରିବା ଅର୍ଥ ପରପିଢ଼ି ପାଖରେ ସମୃଦ୍ଧ ଇତିହାସକୁ ସୁରକ୍ଷିତ ଭାବେ ପହଞ୍ଚାଇବା। ଏପରି ମହତ୍‌ ଉଦ୍ଦେଶ୍ୟ ରଖି ତୁର୍କୀ ସରକାର ଦେଶର ଐତିହ୍ୟସମ୍ପନ୍ନ କୀର୍ତ୍ତିରାଜିକୁ ସୁରକ୍ଷା ଦେବାକୁ ଆଗେଇ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ୬୦୯ ବର୍ଷ ପୁରୁଣା ‘ଇର-ରିକ୍‌ଜ’ ମସ୍‌ଜିଦକୁ ମୂଳ ସ୍ଥାନରୁ ୪କିମି ଦୂର ସ୍ଥାନାନ୍ତର କରି ଭିନ୍ନ ଉଦାହରଣ ସୃଷ୍ଟି କରିଛି ସେଠାକାର ପ୍ରଶାସନ।
ହାସନକେଏଫ୍‌ କଲଚର ପାର୍କ ପାଇଁ ଇଲୁସ୍‌ ଡ୍ୟାମ୍‌ ନିର୍ମାଣ କରାଯାଉଛି। ଡ୍ୟାମ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ସହର ସମେତ ଉକ୍ତ ମସ୍‌ଜିଦ ବୁଡ଼ିଯିବ। ଏଥିପୂର୍ବରୁ ମସ୍‌ଜିଦ୍‌କୁ ସୁରକ୍ଷା ଦେବାକୁ ଯୋଜନା କରାଯାଇଥିଲା। ସେଲ୍ଫ ପ୍ରପଲ୍ଡ ମୋଡ୍ୟୁଲ୍‌ ଟ୍ରାନ୍ସପୋର୍ଟ ସହାୟତାରେ ମସ୍‌ଜିଦ୍‌କୁ ଦୀର୍ଘ ୪କିମି ଦୂରକୁ ନିଆଯାଇଛି। ଟାଇଗ୍ରିସ୍‌ ନଦୀତଟ ଏହାର ନୂଆ ଠିକଣା ପାଲଟିଛି।
ସୂଚନାଯୋଗ୍ୟ, ତୁର୍କୀର ପୁରୁଣା ମସ୍‌ଜିଦ୍‌ ମଧ୍ୟରୁ ‘ଇର-ରିକ୍‌ଜ’ ଗୋଟିଏ। ଆବୁ ଅଲ୍‌ ମେଫାହିରଙ୍କ ଦ୍ୱାରା ୧୪୦୯ରେ ଏହାକୁ ନିର୍ମାଣ କରାଯାଇଥିଲା। ଏହାର ଓଜନ ପ୍ରାୟ ୧୭୦୦ ଟନ୍‌। ତୁର୍କୀରେ ପୁରାତନ ସ୍ମାରକୀ, କୀର୍ତ୍ତିରାଜିର ସଂରକ୍ଷଣ ପାଇଁ ଅତ୍ୟାଧୁନିକ ଉପାୟ ଅବଲମ୍ବନ କରାଯାଉଛି। ଏହି ମସ୍‌ଜିଦ୍‌କୁ ବାଦ୍‌ଦେଲେ ୧୨ ପୁରୁଣା ଅଟ୍ଟାଳିକାକୁ ମଧ୍ୟ ସମାନ ଉପାୟରେ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷ ବର୍ଷ ଧରି ବିମାନବନ୍ଦରରେ ପାର୍କିଂ ହୋଇଛି କାର୍‌, ଫି’ ଜାଣିଲେ ମାଲିକଙ୍କ ଉଡ଼ିଯିବ ହୋସ୍‌

ବାଲି ଏୟାରପୋର୍ଟ ବା ବିମାନବନ୍ଦରର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଏକ କାର ପାର୍କିଂ ହୋଇଥିବା ଫଟୋ ଶେୟାର କରାଯାଇଛି। ଏହି...

ଅପେକ୍ଷାର ହେବାକୁ ଯାଉଛି ଅନ୍ତ: ଫଟୋରେ ଦେଖନ୍ତୁ କେତେ ଭବ୍ୟ ହେବ ଅଯୋଧ୍ୟାର ରାମମନ୍ଦିର; କ’ଣ ରହିବ ଖାସ୍‌

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ରାମମନ୍ଦିର। ଦିନକ ପରେ ଏହାର ଶିଳାନ୍ୟାସ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏସବୁ...

ବିଶ୍ୱର ସବୁଠୁ ମହଙ୍ଗା ଔଷଧ: ଦାମ୍‌ ରହିଛି

କୌଣସି ରୋଗର ଚିକିତ୍ସା ଔଷଧ ଦ୍ୱାରା କରାଯାଏ। ଅନେକ ଥର ଔଷଧ ଏତେ ମହଙ୍ଗା ହୋଇଥାଏ ଯେ ସାଧାରଣ ବ୍ୟକ୍ତିଟିଏ କିଣିବା ସହଜ ହୋଇ ନ...

କହୁଣୀରେ ଲେଖି ପରୀକ୍ଷା ଦେଇ ରଖିଥିଲେ ୮୧ ପ୍ରତିଶତ ନମ୍ବର

ବଡ଼ୋଦରା,୭।୩: ଇଛାଶକ୍ତି ଆଗରେ ସମସ୍ତ ବାଧାବିଘ୍ନ ହାର ମାନିଥାଏ। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଗୁଜରାଟ ବଡ଼ୋଦରାରେ ବାସ କରୁଥିବା ଦ୍ୱାଦଶ ଶ୍ରେଣୀ...

ବାନ୍ଧବୀ, ବୟଫ୍ରେଣ୍ଡଙ୍କୁ ବିବାହ କଲେ ଯୁବତୀ, ଆଉ ତା’ପରେ…

ଏବେ ବିବାହ ଋତୁ ଚାଲିଛି। ନିଆରା ବିବାହର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ସେମିତି ଏକ ସ୍ବତନ୍ତ୍ର ବିବାହ...

ବ୍ୟକ୍ତିତ୍ୱ: ଭାରତୀୟ ଆଧୁନିକ ପେଣ୍ଟିଂର ରୂପକାର ନନ୍ଦଲାଲ ବୋଷ

ଭାରତୀୟ ମଡର୍ନ ଆର୍ଟ କଥା ଉଠିଲେ ସର୍ବପ୍ରଥମେ ଗୋଟିଏ ଚେହେରା ଆଖି ସାମ୍ନାକୁ ଚାଲିଆସେ। ଆଉ ସେ ହେଉଛନ୍ତି, ନନ୍ଦଲାଲ୍‌ ବୋଷ। କୁହାଯାଏ, ଭାରତୀୟ ସଂସ୍କୃତିକୁ...

୪ ମାସ ଲକ୍‌ଡାଉନ୍‌ ପରେ ଖୋଲିଲା ସ୍କୁଲ, ଛାତ୍ରଙ୍କୁ ହେଲାନାହିଁ ପୁରୁଣା ପୋଷାକ

ଚାଇନା‌ରେ ୪ ମାସର ଲକ୍‌ଡାଉନ୍‌ ପରେ ଏବେ ସ୍କୁଲ ଖୋଲିଛି। ଲକ୍‌ଡାଉନ୍‌ରେ ଘରେ ରହିବା ପରେ ଜଣେ ଛାତ୍ରଙ୍କ ଓଜନ ଏତେ ବଢ଼ିଯାଇଛି ଯେ ପରିବାରଲୋକଙ୍କୁ...

ମାଡ଼ି ଆସୁଛି ପ୍ରଳୟ: ତରଳୁଛି ପୃଥିବୀର ଛାତ…

ଲଦାଖ,୧୦।୪: ଭାରତ ସମେତ ସମ୍ପୂର୍ଣ୍ଣ ଏସିଆ ଉପରେ ଏବେ ବିପଦ ମାଡ଼ି ଆସୁଛି। ପୃଥିବୀର ଛାତ କୁହାଯାଉଥିବା ତିବ୍ବତରେ ବରଫ ପାହାଡ଼ ତରଳିବାରେ ଲାଗିଛି। ଜଳବାୟୁ...

Advertisement
Archives

Model This Week