୪୫୪ ସରକାରୀ ସ୍କୁଲରେ ଶନିବାର ନୋ ବ୍ୟାଗ୍‌ ଡେ: ପୁତିଗୋପାଳପୁର ସ୍କୁଲରୁ ଶୁଭାରମ୍ଭ

ଛତ୍ରପୁର/ବ୍ରହ୍ମପୁର ଅଫିସ, ୮ା୩(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ୪୫୪ ସରକାରୀ ସ୍କୁଲରେ ଶନିବାର ‘ନୋ ବ୍ୟାଗ୍‌ ଡେ’ ଆରମ୍ଭ ହୋଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଲାଗି ଏହି ଅଭିନବ ପଦକ୍ଷେପ ଜିଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି।
ପରେ ପର୍ଯ୍ୟାୟକ୍ରମେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ସମସ୍ତ ସରକାରୀ ସ୍କୁଲରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ଶନିବାର ଛାତ୍ରୀଛାତ୍ରମାନଙ୍କୁ ସବୁଦିନ ଭଳି ବହିଖାତା ନେଇ ସ୍କୁଲକୁ ଆସିବାକୁ ପଡିବନି । ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସ୍ଥାନୀୟ ପୁତିଗୋପାଳପୁର ସ୍କୁଲରୁ ଏହାର ଶୁଭାରମ୍ଭ କରିଛନ୍ତିି ା ମାନସିକ ଓ ବୌଦ୍ଧିକସ୍ତରର ବିକାଶ ପାଇଁ ଚାପମୁକ୍ତ ଶିକ୍ଷା ଦିଆଯିବା ସହ ଚିତ୍ରାଙ୍କନ, ନାଚଗୀତ, ସ୍କୁଲ ସଫେଇ ଏବଂ ଗପ ଶୁଣିବା ଓ କହିବା ଆଦି କରାଯାଉଛି ା ସବୁଦିନ ଭଳି ପ୍ରାର୍ଥନା ପରେ ଛାତ୍ରୀଛାତ୍ରମାନେ ସ୍କୁଲ ପରିସର ସଫା କରିଥିଲେ। ଏହାପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କରୋନା ଭାଇରସ୍‌ରୁ ରକ୍ଷା ପାଇବା ପାଇଁ ହାତ ଧୋଇବା, ମାସ୍କ ପିନ୍ଧିବା ଆଦି ସମ୍ପର୍କରେ ପିଲାମନଙ୍କୁ ସଚେତନ କରିବା ସହ ନିଜ ଘରେ ହୋଲି ଖେଳିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ସ୍ଥାନୀୟ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟକୁ ଜିଲାପାଳ ଯାଇ ଛାତ୍ରୀଛାତ୍ରଙ୍କୁ ଏ ସମ୍ପର୍କରେ ସଚେତନ କରିଥିଲେ ା କାର୍ଯ୍ୟକ୍ରମରେ ସମଗ୍ର ଶିକ୍ଷା ଜିଲା ପ୍ରକଳ୍ପ ସଂଯୋଜିକା ବିନୀତା ସେନାପତି, ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ା ସେହିପରି ବ୍ରହ୍ମପୁରରେ ଜିଲା ଶିକ୍ଷାଧିକାରୀ ଅମୁଲ୍ୟ କୁମାର ପ୍ରାଧାନ ହିଲ୍‌ପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମଧ୍ୟ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ପାଇଁ ପଠାଗଲା ୨ସନ୍ଦିଗ୍ଧଙ୍କ ସ୍ବାବ

ଛତ୍ରପୁର,୨ା୪(ଡି.ଏନ.ଏ)-ଗଞ୍ଜାମ ଜିଲା ଜଗନ୍ନାଥପୁର ଛକ ନିକଟରେ ସୋମବାର ସନ୍ଧ୍ୟାରେ ପୋଲିସ ରାଞ୍ଚିରୁ ଚେନ୍ନାଇ ଯାଉଥିବା ଏକ ଟ୍ରକ୍‌ରୁ ଉଦ୍ଧାର କରିଥିବା ୬୦ ଜଣ ଏବେ ଚମାଖଣ୍ଡିସ୍ଥିତ...

ବ୍ରହ୍ମପୁର ବିଧାନସଭାରେ ବିଜେଡି ଆଗୁଆ

ବ୍ରହ୍ମପୁର ଅଫିସ,୨୩ା୫- ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡିର ବିକ୍ରମ ପଣ୍ଡାଙ୍କୁ ୩ ହଜାର...

ସମ୍ଭାବ୍ୟ ବାତ୍ୟା ଭୟ: ଧାନ କାଟିଲେଣି ଚାଷୀ

ଛତ୍ରପୁର,୧ା୧୨(ଡି.ଏନ୍‌.ଏ.): ଆସୁଛି ବାତ୍ୟା ‘ଜଓ୍ବାଦ’ । ଏନେଇ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ । ୪ ତାରିଖରେ ଓଡ଼ିଶା ଉପକୂଳ ଛୁଇଁବ। ୩ ତାରିଖରୁ...

ବନ୍ଧୁକ ଦେଖାଇ ମହିଳା ଏଜେଣ୍ଟଙ୍କଠାରୁ ଲୁଟ୍‌

ଆସିକା,୨ା୮(ଡି.ଏନ୍‌.ଏ.)- ଆସିକା-ବାଲିପଦର ମୁଖ୍ୟ ରାସ୍ତାର ଭେଟନଈ ପଲ୍ଲୀମାଳ ନିକଟରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଜଣେ ମହିଳା ଏଜେଣ୍ଟଙ୍କଠାରୁ...

ବାୟୋମେଟ୍ରିକ୍‌ ଉପସ୍ଥାନ, ଟୁର ଡାଏରୀ ଦାଖଲ ବାଧ୍ୟତାମୂଳକ

ଛତ୍ରପୁର,୨୪ା୧୧(ଡି.ଏନ.ଏ.)-ଛତ୍ରପୁରସ୍ଥିତ ଜିଲାପରିଷଦ ଭବନ ଋଷିକୁଲ୍ୟା ସମ୍ମିଳନୀ ଗୃହରେ ସରକାରଙ୍କ ୫-ଟି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ...

ଅସୁରକ୍ଷିତ କୋଠା ତଳେ ବ୍ୟବସାୟ

ବ୍ରହ୍ମପୁର ଅଫିସ,୨୪।୨: ବ୍ରହ୍ମପୁର ସହରର ପ୍ରମୁଖ ଓ ପୁରାତନ ବ୍ୟବସାୟିକ କେନ୍ଦ୍ରସ୍ଥଳ ହେଉଛି ଗିରି ମାର୍କେଟ। ଏହି ମାର୍କେଟ ଉପରେ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲାର...

ଡ୍ରେନ୍‌, ଶୌଚାଳୟ ସମସ୍ୟାରେ ସ୍ଥାନୀୟ ବାସିନ୍ଦା

ବ୍ରହ୍ମପୁର ଅଫିସ,୨।୩ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୩୨ ନଂ. ୱାର୍ଡ, ଯାହାକି ବର୍ତ୍ତମାନ ୩୪ ନଂ. ୱାର୍ଡରେ ପରିଣତ ହୋଇଛି। ଏହି ୱାର୍ଡରେ ଭୋଟର...

୧୩ ବସ୍ତା ଗୁଟ୍‌ଖା ଜବତ, ୫ ଗିରଫ

ଗୋପାଳପୁର,୨୨ା୪- ଗୁଟ୍‌ଖା ଚାଲାଣ ବେଳେ ଗୋଳନ୍ଥରା ପୋଲିସ ସୋମବାର ଚଢାଉ କରି ୧୩ ବସ୍ତା ଗୁଟ୍‌ଖା ଜବତ କରିବା ସହ ୫ଜଣଙ୍କୁ ଗିରଫ କରିଛି। ସେମାନେ...

Advertisement
Archives

Model This Week