୪୧ ଅସ୍ଥାୟୀ ହାଟ କରିବ ବିଏମ୍‌ସି

ଭୁବନେଶ୍ୱର,୨୯ା୩(ବ୍ୟୁରୋ): ୨୧ଦିନିଆ ଲକଡାଉନ ଘୋଷଣା ପରେ ରାଜ୍ୟ ସରକାର ଜନସାଧାରଣଙ୍କୁ ନିରନ୍ତର ସେବା ଯୋଗାଇବା ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)କୁ ଜନସାଧାରଣଙ୍କ ସେବା ଓ ସୁବିଧାକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ନୂଆ କରି ୪୧ଟି ଅସ୍ଥାୟୀ ହାଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱରରେ ଥିବା ବିଭିନ୍ନ ହାଟରେ ଲୋକଙ୍କ ଗହଳି ପରିଲକ୍ଷିତ ହେବାରୁ ଅଧିକ ହାଟ ବସାଇ ଲୋକଙ୍କ ଗହଳିକୁ ନିୟନ୍ତ୍ରଣ କରିବାକୁ ବିଏମ୍‌ସି ସ୍ଥିର କରିଥିବା କମିଶନର ପ୍ରେମଚନ୍ଦ୍ର ଚୌଧାରୀ ସୂଚନା ଦେଇଛନ୍ତି। ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ଏସିଏଲ୍‌)ର ଜେନେରାଲ୍‌ ମ୍ୟାନେଜର (ପ୍ରଶାସନିକ) କମଲଜିତ୍‌ ଦାସ କହିଛନ୍ତିି ଯେ, ଗହଳିରେ କରୋନା ଭାଇରସ୍‌ ଅଧିକ ମାତ୍ରାରେ ସଂକ୍ରମିତ ହୋଇଥାଏ। ତେଣୁ ଲୋକଙ୍କୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ତାହା ସତ୍ତ୍ୱେ ବି ଜନସାଧାରଣ ହାଟ ବଜାରରେ ଭିଡ଼ ଜମୁଥିବାର ଦେଖିବାକୁ ମିଳିଛି। ସେଥିପାଇଁ ବିଏମ୍‌ସି ସହରର ବିଭିନ୍ନ ସ୍ଥାନରେ ୪୧ଟି ଅସ୍ଥାୟୀ ହାଟ କରାଯିବ। ଏ ନେଇ ବିିଭିନ୍ନ ସ୍ଥାନରେ ଚିହ୍ନଟ ପ୍ରକ୍ରିୟା ହୋଇସାରି ଥିବାବେଳେ ଖୁବଶୀଘ୍ର ହାଟ ହେବ ବୋଲି ସେ କହିଛନ୍ତି। ଲୋକଙ୍କ ସୁରକ୍ଷା ପାଇଁ ବିଏମ୍‌ସି ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର ବିମାନସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୩(ବ୍ୟୁରୋ): ରେଶମ ସହର ସହ ମନ୍ଦିରମାଳିନୀ ନଗର ଯୋଡ଼ି ହେବା ପାଇଁ ରାଜ୍ୟ ସରକାର ରବିବାର ବିମାନସେବାର ଶୁଭାରମ୍ଭ କରିଛନ୍ତି। ଆଜିଠୁ ଅର୍ଥାତ୍‌ ବିଜୁବାବୁଙ୍କ ଜୟନ୍ତୀରେ...

ମାସକରେ ୫.୬୬ କୋଟି ଗଣିଲେ ଅମାନିଆ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଅମାନିଆଙ୍କ ପାଇଁ ଓଡ଼ିଶାରେ ହୁହୁ ହୋଇ ସଂକ୍ରମଣ ବଢ଼ୁଛି। ଜରିମାନା ଓ ଗିରଫ ସତ୍ତ୍ୱେ କୋଭିଡ୍‌ ନିୟମ ଉଲ୍ଲଂଘନ ହେଉଥିବାରୁ ସ୍ଥିତି ବିଗିଡିବାରେ ଲାଗିଛି।...

ପୋଖରୀ ସଫେଇ ଦାବିରେ ସ୍କୁଲ ସମ୍ମୁଖରେ ଧାରଣା

କଣ୍ଟାପଡା, ୧୮।୪(ଡି.ଏନ୍‌.ଏ.): କଟକର  କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ନାହଳପୁର ଗ୍ରାମପଞ୍ଚାୟତର ଗୁଣାଦୋଳ କେ.ଏନ. ନୋଡାଲ ସ୍କୁଲ ସମ୍ମୁଖରେ ଧାରଣା ଦିଆଯାଇଛି। ସ୍କୁଲ ଅଧିନରେ ଥିବା ଠାକୁରା...

କ୍ୟାପିଟାଲ ହସ୍ପିଟାଲର ଜଣେ ଡାକ୍ତରଙ୍କ ସମେତ ୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୬ା୧(ବ୍ୟୁରୋ): ରାଜଧାନୀସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସମେତ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟ ଦୁଇ ଜଣଙ୍କ ମଧ୍ୟରେ ଜଣେ ମ୍ୟାନେଜର...

ଦେଶୀ ମାଛରୁ ପ୍ରସ୍ତୁତ ହେବ ମୂଲ୍ୟଯୁକ୍ତ, ପୁଷ୍ଟିକର ଖାଦ୍ୟ

କଟକ ଅଫିସ, ୨।୮ : ଓଡ଼ିଶାରେ ମଧୁରଜଳ ମାଛର ଚାହିଦା ଅଧିକ ଥିବାବେଳେ ଛୋଟ ମାଛଗୁଡ଼ିକ ଅଧିକ ପୁଷ୍ଟିଯୁକ୍ତ ଓ ଅନ୍ୟାନ୍ୟ ଖାଦ୍ୟସାରରେ ପରିପୂର୍ଣ୍ଣ। ତେଣୁ ଏହାର...

ଦୁଇଦିନ ୧୪ ଜିଲାରେ ଝଡ଼ବର୍ଷା

ଭୁବନେଶ୍ୱର, ୪।୪(ବ୍ୟୁରୋ): ରାଜ୍ୟର କିଛି ଜିଲାରେ ଦୁଇଦିନ ହେବ ବର୍ଷା ହୋଇଥିବାରୁ ଲୋକଙ୍କୁ ଗରମରୁ ଆସ୍ବସ୍ତି ମିଳିଛି। ଶନିବାର ଫୁଲବାଣୀରେ ସର୍ବାଧିକ ୧୬ମିମି ବର୍ଷା ହୋଇଥିବାବେଳେ...

ବୁଝାମଣା ଚେଷ୍ଟା କରିଥିଲେ ମନ୍ତ୍ରୀ: ବିଜୟ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ମମିତା ମେହେର ହତ୍ୟା ଘଟଣାରେ ରାଜନୈତିକ ଆନ୍ଦୋଳନ, ପ୍ରତିବାଦ ଏବଂ ବିକ୍ଷୋଭ ବନ୍ଦ ହେବାର ନାଁ ନେଉ ନାହିଁ। ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ...

୨୬ ଯାଏ ହାଲୁକା ବର୍ଷା

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି। ତେବେ ଘୂର୍ଣ୍ଣିବଳୟ ଯୋଗୁ କେତେକ ସ୍ଥାନରେ ଅସରାଏ କିମ୍ବା ଦି ଅସରା ବର୍ଷା ହୋଇଯାଉଛି। ଆସନ୍ତା ୨୭ ତାରିଖ...

Advertisement
Archives

Model This Week