୪୦ ଲକ୍ଷ ତଣ୍ଡ ଗଣିଲେଣି ଖିଲାପକାରୀ

କଟକ ଅଫିସ,୧୩ା୬: ପର୍ଯ୍ୟାୟକ୍ରମେ ଚାଲିଛି ଲକ୍‌ଡାଉନ୍‌। ବିଭିନ୍ନ କଟକଣା ଭିତରେ ସାମାଜିକ କାର୍ଯ୍ୟକଳାପ ଜାରି ରହିଛି। କିନ୍ତୁ ଏସବୁ କଟକଣା ସହରବାସୀଙ୍କୁ କାଟୁ କରୁନାହିଁ। ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତ୍ୱ ବଜାୟ ନ ରଖିବା ହେତୁ ପୋଲିସ ଇତି ମଧ୍ୟରେ ପ୍ରାୟ ୪୦ ଲକ୍ଷ ଟଙ୍କାର ଜରିମାନା ଆଦାୟ କରିଛି। ଏହାଛଡ଼ା ଲକ୍‌ଡାଉନ୍‌ ନିୟମ ନ ମାନିବା କାରଣରୁ ଥାନାରେ ପଞ୍ଜୀକୃତ ହୋଇଛି ୨୯୬ଟି ମାମଲା।
ଲକ୍‌ଡାଉନ୍‌ ପ୍ରଥମେ ଗତ ମାର୍ଚ୍ଚ ୨୨ରୁ ଲାଗୁହୋଇ ବର୍ତ୍ତମାନ ଏହାର ୫ମ ପର୍ଯ୍ୟାୟ ଚାଲିଛି। ପ୍ରଥମ ୩ଟି ପର୍ଯ୍ୟାୟ ଲକ୍‌ଡାଉନ୍‌ ବେଶ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା। ପ୍ରତି ଛକରେ ପୋଲିସର ଚେକ୍‌ ପୋଷ୍ଟ। ବିନା କାରଣରେ ବାହାରେ ବୁଲୁଥିବା ଲୋକଙ୍କ ଉପରେ ଜରିମାନା ଲଦି ଦିଆଯାଉଥିଲା। ଗତ ଏପ୍ରିଲ ୧୦ରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲେ ରାଜ୍ୟ ସରକାର। ଯେଉଁମାନେ ମାସ୍କ ପିନ୍ଧୁ ନ ଥିଲେ, ସେମାନେ ତଣ୍ଡ ଗଣୁଥିଲେ। ଏପ୍ରିଲ ୧୫ରୁ ଏ ପର୍ଯ୍ୟନ୍ତ ମାସ୍କ ନ ପିନ୍ଧି ୯,୩୭୧ ଜଣ ତଣ୍ଡ ଗଣିଛନ୍ତି। ଏମାନଙ୍କଠାରୁ ଆଦାୟ ହୋଇଥିବା ଜରିମାନା ରାଶି ହେଉଛି ୧୮ ଲକ୍ଷ ୬୯ ହଜାର ୨୦୦ ଟଙ୍କା। ସେହିପରି ସାମାଜିକ ଦୂରତ୍ୱ ବଜାୟ ନ ରଖିବା ଅଭିଯୋଗରେ ୬,୧୮୦ ଜଣଙ୍କଠାରୁ ୧୧ ଲକ୍ଷ ୪୩ ହଜାର ୫୫୦ ଟଙ୍କା ଜରିମାନା ଆଦାୟ ହୋଇ ସାରିଲାଣି। ଲକ୍‌ଡାଉନ୍‌ ନିୟମ ଖିଲାପକାରୀଙ୍କ ବିରୋଧରେ ବିଭିନ୍ନ ଥାନାରେ ୨୯୬ଟି ମାମଲା ଗଡୁଛି ବୋଲି ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି। ତାଙ୍କ କହିବା ମୁତାବକ, ଲୋକଙ୍କ ହିତରେ ପୋଲିସ ରହିଛି। କେବଳ ସଚେତନତା ଅଭାବ ଯୋଗୁ ଏତେମାତ୍ରାରେ ଅର୍ଥ ଆଦାୟ ହୋଇଛି। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ ବଜାୟ ରଖିବା କେତେ ଗୁରୁତ୍ୱପୂର୍ଣ୍ଣ, ତାହା ଲୋକେ ଏଯାଏ ଅନୁଭବ କରିନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ ଆଘାତରେ ଆଖି ବୁଜିଲେ ଦମ୍ପତି

ସୁନାବେଡ଼ା,୨ା୧: କୋରାପୁଟ ଜିଲା ସୁନାବେଡ଼ା ମ୍ୟୁନିସିପାଲିଟି ଅଧୀନସ୍ଥ ପୋଲିସ କ୍ୟାମ୍ପରେ ରହୁଥିବା ସୁଧାକର ବିଶ୍ୱାଳ (୫୬) ଓ ତାଙ୍କର ସ୍ତ୍ରୀ ଚଞ୍ଚଳl ବିଶ୍ୱାଳ (୫୦) ବିଦ୍ୟୁତ...

କରୋନା ପ୍ରତିହତ ପାଇଁ ଗାଁ ଗାଁରେ ଶପଥ ପାଠ କରାଇଲା ପୋଲିସ

ଦାରିଙ୍ଗବାଡ଼ି,୩୦।୩(ଡି.ଏନ୍‌.ଏ.): କରୋନା ସଂକ୍ରମିତକୁ ପ୍ରତିହତ କରିବା ପାଇଁ ପୋଲିସ ପ୍ରଶାସନ କଡ଼ା ପଦକ୍ଷେପ ନେଇଛି। ଦିନରାତି ବିଭିନ୍ନ ଗାଁ, ଛକ ବଜାର ବ୍ଲକିଂ ସହ ପାଟ୍ରୋଲିଂ...

ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ କଡ଼ାକଡ଼ି

ଭୁବନେଶ୍ୱର,୨୬ା୩ (ବ୍ୟୁରୋ): ଦେଶରେ କରୋନା ଭାଇରସର ମୁକାବିଲା ଲାଗି ମଙ୍ଗଳବାର ମଧ୍ୟରାତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଆସନ୍ତା ୨୧ଦିନ...

କଟକ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ୧୯; ସମସ୍ତ ରିପୋର୍ଟ ନେଗେଟିଭ୍‌ : ଜିଲାପାଳ

କଟକ ଅଫିସ,୬।୪: କଟକ ସହରର ପ୍ରଥମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୯ଜଣ ଆସିଥିବା ପ୍ରାରମ୍ଭିକ ପର୍ଯ୍ୟାୟରେ ଜଣାପଡ଼ିଛି। ସେମାନଙ୍କ ନମୂନା ସଂଗ୍ରହ କରାଯାଇଥିଲା। ସମସ୍ତଙ୍କ ରିପୋର୍ଟ...

୧୦୦ କୋଟି ଖର୍ଚ୍ଚ, ଲାଭ ନାହିଁ

ଗୁଣପୁର,୨୭ା୬(ଡି.ଏନ୍‌.ଏ.): ଆନ୍ଧ୍ର ପ୍ରଦେଶର ନେରେଡିଠାରେ ବ୍ୟାରେଜ ନିର୍ମାଣକୁ ଟ୍ରିବ୍ୟୁନାଲ ନିକଟରେ ଆନ୍ଧ୍ରକୁ ସବୁଜ ସଙ୍କେତ ଦେଇଛନ୍ତି। ଏହାକୁ ନେଇ ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳବାସୀଙ୍କ ମଧ୍ୟରେ...

ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଅଗ୍ନିଶମ, ଓଡ୍ରାଫ ଟିମ୍‌: ଉଦ୍ଧାର କାର୍ଯ୍ୟକୁ ପ୍ରଶଂସା କଲେ ଅଗ୍ନିଶମ ଡିଜି

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାରେ ବ୍ୟାପକ କ୍ଷତି ଘଟିଛି। କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲାରେ ଗଛ ଓ ବିଦ୍ୟୁତ୍‌...

ବୁଧବାର ବନକଲାଗି: ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ ଅଫିସ, ୨୩ା୭: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ଘଣ୍ଟା ଧରି...

ନିଯୁକ୍ତି ଦାବି କଲେ ଛଟେଇ ଶ୍ରମିକ

ତାଳଚେର,୧୮।୧୦(ନି.ପ୍ର.): ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲର ପୁରୁଣା ପ୍ଲାଣ୍ଟରେ କାର୍ଯ୍ୟରତ ତାଳଚେର ପୌରାଞ୍ଚଳର ଶ୍ରମିକଙ୍କୁ ଛଟେଇ କରାଯାଇଥିଲା। ସମ୍ପୃକ୍ତ ଶ୍ରମିକମାନେ ପୁନଃନିଯୁକ୍ତି ଦାବି କରିଛନ୍ତି। ଏ...

Advertisement
Archives

Model This Week