୪୦୪ ସ୍କୁଲରେ ନାହିଁ ରୋଷେଇ ଘର

ଫୁଲବାଣୀ ଅଫିସ, ୧୭ା୧- ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନ ଦେବାପାଇଁ ବିଦ୍ୟାଳୟ ପରିସରରେ ରୋଷେଇ ଗୃହ ନିର୍ମାଣ ପାଇଁ ନିର୍ଦ୍ଦେଶ ରହିଛି। ହେଲେ କନ୍ଧମାଳ ଜିଲାରେ ଚାଲିଛି ମନମୁଖୀ କାର୍ଯ୍ୟ। କେତେକ ବିଦ୍ୟାଳୟରେ ଅସ୍ବାସ୍ଥ୍ୟକର ପରିବେଶରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଛି। ବିଭାଗୀୟ ଅଧିକାରୀଙ୍କ ଉଦାସୀନତା, ସମନ୍ବୟ ଅଭାବ ଯୋଗୁ ଏହା ଫଳପ୍ରଦ ହୋଇପାରୁନାହିଁ। ପର୍ଯ୍ୟାପ୍ତ ଅର୍ଥ ଥିଲେ ମଧ୍ୟ କାହିଁକି ରୋଷେଇ ଘର ନିର୍ମାଣ ହୋଇପାରୁନାହିଁ ତାହା ପ୍ରଶ୍ନବାଚୀ ସୃ୍‌ଷ୍ଟି କରିଛି। ଅନ୍ୟପକ୍ଷରେ ଏବେ ବିଦ୍ୟାଳୟର ବିଲ୍ଡିଂ ହେଉ ଅବା ଅନ୍ୟ କୌଣସି କାମ ସବୁ ପଞ୍ଚାୟତ କରିବ ବୋଲି ନିୟମ ହୋଇଛି। ପଞ୍ଚାୟତକୁ କୋଟି କୋଟି ଟଙ୍କା ଆସୁଥିଲେ ମଧ୍ୟ ବିଦ୍ୟାଳୟରେ ରୋଷେଇ ଗୃହ ନିର୍ମାଣ ପ୍ରତି ଦୃଷ୍ଟି ଦିଆଯାଉନାହିଁ। ଜିଲାରେ ୧୮୭୧ଟି ସରକାରୀ ବିଦ୍ୟାଳୟ ମଧ୍ୟରୁ ୧୪୬୭ଟିରେ ରୋଷେଇ ଘର ନିର୍ମାଣ କରାଯାଇଛି। ଅନ୍ୟ ୪୦୪ଟି ବିଦ୍ୟାଳୟରେ ରୋଷେଇ ଘର ନ ଥିବାରୁ କେଉଁଠି ଗଛମୂଳେ ତ ଆଉ କେଉଁଠି ଖୋଲା ପରିତ୍ୟକ୍ତ ସ୍ଥାନରେ ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରାଯାଉଛି। ବର୍ଷାଦିନ ଆସିଲେ ଏସବୁ ବିଦ୍ୟାଳୟରେ ବହୁ ସମସ୍ୟା ଉପୁଜିଥାଏ। ରୋଷେଇ ଘର ପାଇଁ କମ୍‌ ଅର୍ଥ ଅନୁଦାନ ଦିଆ ଯାଉଥିବାରୁ ଠିକାଦାରମାନେ ଏହି କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରୁଥିବା ଜାଣିବାକୁ ମିଳିଛି।ମିଳିଥିବା ସୂଚନା ଅନୁସାରେ, କେବଳ ଦାରିଙ୍ଗବାଡି ବ୍ଲକର ସମସ୍ତ ସ୍କୁଲରେ ମଧ୍ୟାହ୍ନ ଭୋଜନ ଗୃହ ନିର୍ମାଣ କାର୍ଯ୍ୟ ସରିଛି। ବାଲିଗୁଡା ବ୍ଲକରେ ୧୯୯ ବିଦ୍ୟାଳୟ ମଧ୍ୟରୁ ୧୭୧ଟିରେ ରୋଷେଇ ଗୃହ କାମ ସରିଛି। ୨୮ଟିରେ ନିର୍ମାଣ ହୋଇନାହିଁ। ସେହିପରି ଜି.ଉଦୟଗିରି ବ୍ଲକରେ ୯୮ ବିଦ୍ୟାଳୟ ମଧ୍ୟରୁ ୪୨ଟି, କ.ନୂଆଗାଁ ବ୍ଲକରେ ୧୩୮ ମଧ୍ୟରୁ ୬୦ଟି, ଖଜୁରିପଡା ବ୍ଲକରେ ୧୪୦ ବିଦ୍ୟାଳୟ ମଧ୍ୟରୁ ୫୫ ବିଦ୍ୟାଳୟରେ ରୋଷେଇ ଘରନାହିଁ। କୋଟଗଡ ବ୍ଲକରେ ୧୬୨ ବିଦ୍ୟାଳୟ ମଧ୍ୟରୁ ୫୨ଟରେ ରୋଷେଇ ଘର ନ ଥିବା ବେଳେ ଫିରିଙ୍ଗିଆରେ ୨୧୫ ବିଦ୍ୟାଳୟରୁ ୮, ଫୁଲବାଣୀରେ ୧୩୯ ବିସ୍ୟାଳୟରୁ ୭ଟି, ଟିକାବାଲିରେ ୧୦୨ ବିଦ୍ୟାଳୟରୁ ୯ଟି, ତୁମୁଡିବନ୍ଧରେ ୧୫୩ ବିଦ୍ୟାଳୟରୁ ୧୯ଟି, ରାଇକିଆ ବ୍ଲକରେ ୧୨୯ ବିଦ୍ୟାଳୟ ମଧ୍ୟରୁ ୯୪ଟି ଏବଂ ଚକାପାଦ ବ୍ଲକରେ ୧୨୩ ବିଦ୍ୟାଳୟ ମଧ୍ୟରୁ ୩୦ ବିଦ୍ୟାଳୟରେ ରୋଷେଇ ଘର ନାହିଁ। ଏ ସମ୍ପର୍କରେ ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି, ସରକାର ଗତବର୍ଷ ସ୍କୁଲ ନିର୍ମାଣ, ମରାମତି ଦାୟିତ୍ୱ ପଞ୍ଚାୟତକୁ ହସ୍ତାନ୍ତର କରିଛନ୍ତି। ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟ ପଞ୍ଚାୟତ ଦ୍ୱାରା କରାଯିବ। ଉଚ୍ଚ ବିଦ୍ୟାଳୟ କାର୍ଯ୍ୟ ଆର୍‌ଡି ବିଭାଗ କରିବ। କାର୍ଯ୍ୟ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ କୌଣସି ଫଣ୍ଡ(ଅର୍ଥ) ଦିଆଯାଇନାହିଁ। ରାଜ୍ୟ ସରକାରଙ୍କ ଚତୁର୍ଦ୍ଦଶ ଅର୍ଥ କମିଶନରୁ କିଛି ଟଙ୍କା ଏ ବାବଦରେ ରଖାଯାଇଛି। ବିଭାଗ ପକ୍ଷରୁ ଅର୍ଥ ବ୍ୟୟବରାଦ ହେଲେ କାମ ଆରମ୍ଭ ହେବ। ଅନ୍ୟପକ୍ଷରେ ଜିଲା ଗ୍ରାମ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକଙ୍କୁ ପଚାରିବାରୁ ବିଡିଓମାନଙ୍କୁ ପଚାରି ବୁଝିବା ପରେ କହିବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ବିଗତ ଦିନରେ ଖୋଲାରେ ଓ ଅସ୍ବାସ୍ଥ୍ୟକର ପରିବେଶରେ ମଧ୍ୟାହ୍ନଭୋଜନ ରନ୍ଧାଯିବା ଫଳରେ ସେଥବରେ ପୋକ, ଝିଟିପିଟି ଆଦି ପଡିବା ଓ ତାହାକୁ ଖାଇ ଛାତ୍ରୀଛାତ୍ର ଅସୁସ୍ଥ ହୋଇଥିବା ନଜିର ରହିଛି। ତେଣୁ ପିଲାମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀ, ସରପଞ୍ଚ, ସମିତି ସଭ୍ୟମାନେ ତୁରନ୍ତ ଯେଭଳି ରୋଷେଇ ଘର ନିର୍ମାଣ କରାଯିବ ସେ ନେଇ କାର୍ଯ୍ୟ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri