୪ମାସ ବିତିଲା, ମୃତ୍ୟୁ ରହସ୍ୟ ଉନ୍ମୋଚିତ ହେଲାନି

ଦେଓଗାଁ, ୨୮ା୫(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ସିଲେଟକାନୀ ଗାଁ ନିକଟ ସୋନଗଡ ନଦୀପଠାରୁ ୧୧ବର୍ଷର ବାଳକ ବାବୁଲାଲ ବଗର୍ତ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହେବା ୪ମାସ ବିତିଯାଇଛି। ହେଲେ ଏ ଯାଏ ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇ ପାରିନାହିଁ। ଏହାକୁ ନେଇ ଗାଁରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି ା ବୁଧବାର ସନ୍ଧ୍ୟାରେ ଗାଁରେ ଏ ନେଇ ଏକ ବୈଠକ ପରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଥିଲା। ଗୁରୁବାର ଗ୍ରାମବାସୀ ଦେଓଗଁା ଥାନା ଘେରାଉ କରିଥିଲେ। ଥାନାଧିକାରୀ ରଞ୍ଜନ କୁମାର ବରିହା ମୃତ ବାଳକଙ୍କ ପରିବାରବର୍ଗ, ଗାଁର କେତେକ ବ୍ୟକ୍ତି ଓ ସନ୍ଦେହ କରାଯାଉଥିବା କେତେକଙ୍କୁ ପୃଥକଭାବେ ପଚରାଉଚୁରା ପରେ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିବ ବୋଲି କହିଛନ୍ତି ା ବାଳକ ନିଖୋଜ ହେବାର ୧୪ ଦିନ ପରେ ବୁଲାକୁକୁର କଟାଗୋଡକୁ ଟାଣି ଆଣିବା ଦ୍ୱାରା ଫେବୃୟାରୀ ୫ ତାରିଖରେ ନଦୀପଠାରୁ ଏକ ବାଳକର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ତେବେ ଶରୀରରେ କ୍ଷତ ନ ଥିବା ଓ ହାଡ ଭାଙ୍ଗି ନ ଥିବା ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିଲା। ତେବେ ଦେଶରେ କରୋନା ମହାମାରୀ ଆରମ୍ଭ ହେବାରୁ ପୋଲିସ ତଦନ୍ତରେ ବାଧା ଉପୁଜିଥିଲା।  ଗ୍ରାମବାସୀଙ୍କ ଦାବି ପରେ ପୋଲିସ ପୁଣିଥରେ ତନାଘନା ଆରମ୍ଭ କରିଛି। ବଳି ଉଦ୍ଦେଶ୍ୟରେ ବାଳକଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି। ଏ ନେଇ ଥାନାଧିକାରୀ ବରିହାଙ୍କୁ ପଚାରିବାରୁ ପୁଣି ତଦନ୍ତ ଆରମ୍ଭ କରିଛୁ , ଖୁବ୍‌ଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଯୁକ୍ତି ପରିବର୍ତ୍ତେ ଛଟେଇ, ଧାରଣାରେ କୋଭିଡ ଯୋଦ୍ଧା ନର୍ସ

ବଲାଙ୍ଗୀର ଅଫିସ, ୧୪ା୧:  କରୋନା ମହାମାରୀ ରାଜ୍ୟବାସୀଙ୍କୁ ଅତିଷ୍ଠ କରିଥିବାବେଳେ ରାଜ୍ୟ ସରକାର ଚିନ୍ତାରେ ପଡିଥିଲେ। ଏଭଳି ସଙ୍ଗୀନ ସମୟରେ ଲୋକଙ୍କ ସେବା କରିବା ପାଇଁ...

ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବଲାଙ୍ଗୀର ଅଫିସ,୧୬।୧: ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚର ପୁନଃ ସ୍ଥାପନ, ଦୀର୍ଘ ୧୫ମାସ ହେଲା ବନ୍ଦ ହୋଇପଡ଼ିଥିବା ଲୋୟର ସୁକତେଲ ପ୍ରକଳ୍ପର ନିର୍ମାଣ କାମ ତୁରନ୍ତ ଆରମ୍ଭ...

କିରାସିନ ବଁଟାରେ ଖେଲଢ଼େପ ଅଭିଯୋଗ

ଲାଠୋର, ୧୪।୨(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁଇବାହାଲ ପଁଚେତ୍‌ ଅଧୀନ ବାଞ୍ଜିପାଲି ଗଁାର ହିତାଧିକାରୀମାନେ ପିଡିଏସ୍‌ କିରାସିନ ବଁଟାରେ ଖେଲଢ଼େପ ହେଉଥିବାର ଅଭିଯୋଗ କରିଛନ୍‌।...

ତନ୍ତ୍ର ସାଧନା ପଛର ରହସ୍ୟ ଖୋଲିଲା ପୋଲିସ:ଭଉଣୀର ତଣ୍ଟି କାଟି ବଳି ଦେଇଥିଲେ ଭାଇ

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି/ ବଙ୍ଗୋମୁଣ୍ଡା, ୮।୧(ଡି.ଏନ୍‌.ଏ.):ନିଜ ମାମୁପୁଅ ଭାଇକୁ ଅପହରଣ କରି ତଣ୍ଟି କାଟି ବଳି ଦେବାର ୧୪ ମାସ ପରେ ତନ୍ତ୍ରସାଧକ ଶୋଭାବନ ରଣା ଜେଲରୁ...

ଲକ୍‌ଡାଉନ ପ୍ରଭାବ: ଅମଳ ଆଖୁ ବିକିପାରୁନି ଚାଷୀ

ଖପ୍ରାଖୋଲ, ୨୦ା୪(ଡି.ଏନ.ଏ.): କରୋନା ସଂକ୍ରମଣ ରୋକିବାକୁ ସାରାଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାର ପ୍ରଭାବ ଲୋକଙ୍କ ଜୀବନଜୀବିକା ଉପରେ ପଡିଛି। ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ...

କରୋନା ଯୋଦ୍ଧା କରିଛ, ସମାନ ସୁବିଧା ଦିଅ

ବଲାଙ୍ଗୀର ଅଫିସ, ୨୩ା୫-ଆଗଧାଡିର କରୋନା ଯୋଦ୍ଧାଭାବେ ସରକାରଙ୍କ ସବୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପାଳନ ଓ ଜନସାଧାରଣଙ୍କୁ ସେବା ଯୋଗାଇବାସତ୍ତ୍ୱେ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସ୍‌କେ)ର...

‘ସ୍କୁଲ ପିଲାଙ୍କୁ ଯୋଡିଲେ ବହିହାଟ ସଫଳ ହେବ’

ବଲାଙ୍ଗୀର ଅଫିସ, ୧୦ା୧ – ୧୫ତମ ବଲାଙ୍ଗୀର ବହିହାଟ ଗୁରୁବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି ା ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆ ମୁଖ୍ୟଅତିଥିଭାବେ ଯୋଗଦେଇ ଏହି...

ଅଧିକାର ପାଇଁ ଲଢେଇ କରିବାକୁ ଆହ୍ବାନ

ଖପ୍ରାଖୋଲ, ୧୮ା୧୧(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିର୍ସା ମୁଣ୍ଡାଙ୍କ ୧୪୪ତମ ଜୟନ୍ତୀ ସମାରୋହ ଏସ୍‌ଟି, ଏସ୍‌ସି କର୍ମଚାରୀ ସଂଘ...

Play 250+ Trending Games
Archives

Model This Week

Why Dharitri