Posted inଖେଳ

୩ ମାସ ବାସନ୍ଦ ମେସି

ବୁଏନସ ଏରିଜ,୩।୮- ଆର୍ଜେଣ୍ଟିନା ଷ୍ଟାର ଲିଓନେଲ ମେସି ଜାତୀୟ ଦଳରୁ ୩ ମାସ ପାଇଁ ବାସନ୍ଦ ହୋଇଛନ୍ତି। ଏଥିସହ ତାଙ୍କୁ ଜରିମାନା ବାବଦକୁ ୫୦ ହଜାର ଆମେରିକୀୟ ଡଲାର ଦେବାକୁ ଦକ୍ଷିଣ ଆମେରିକାନ ଫୁଟ୍‌ବଲ ପରିଚାଳନା ସଂସ୍ଥା ପକ୍ଷରୁ କୁହାଯାଇଛି। କୋପା ଆମେରିକା ଟୁର୍ନାମେଣ୍ଟର ୩ୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚ୍‌ରେ ୩୨ ବର୍ଷୀୟ ଷ୍ଟାର ଆୟୋଜକଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଏହି ଟୁର୍ନାମେଣ୍ଟର ଚିରପ୍ରତିଦ୍ୱନ୍ଦ୍ୱୀ ବ୍ରାଜିଲ ବିପକ୍ଷ ସେମିଫାଇନାଲରେ ଆର୍ଜେଣ୍ଟିନାକୁ ଦୁଇ ଥର ପେନାଲ୍ଟି ଦିଆଯାଇ ନ ଥିଲା। ଫଳରେ ବ୍ରାଜିଲ ୨-୦ ବ୍ୟବଧାନରେ ମ୍ୟାଚ୍‌ ଜିତି ନେଇଥିଲା। ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ରେଡ୍‌ କାର୍ଡ ମିଳିବା ପରେ ମେସି ଆୟୋଜକଙ୍କୁ ସମାଲୋଚନା କରିବା ସହ ପକ୍ଷପାତିତା ଅଭିଯୋଗ କରିଥିଲେ। ଦକ୍ଷିଣ ଆମେରିକା ଫୁଟ୍‌ବଲ ପରିଚାଳନା ସଂସ୍ଥା ତା’ର ଓ୍ବେବସାଇଟ୍‌ରେ ମେସିଙ୍କ ଦଣ୍ଡାଦେଶ ସମ୍ପର୍କରେ ଉଲ୍ଲେଖ କରିଛି। ହେଲେ କେଉଁ କାରଣ ପାଇଁ ଦଣ୍ଡି ବିଧାନ କରାଯାଇଛି, ତାହା ସ୍ପଷ୍ଟ ହୋଇନାହିଁ। ବ୍ୟାନ ହେବା ଫଳରେ ମେସି କିଛି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦର୍ଶକଙ୍କ ବିନା ଖେଳାଯିବ ଇଣ୍ଡିଆ ଓପନ

ନୂଆଦିଲ୍ଲୀ,୧୧।୩- ଇଣ୍ଡିଆ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଟୋକିଓ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଇଥିବାରୁ...

ଭୁବନେଶ୍ୱରରେ ପହଞ୍ଚିଲା କଳ୍ପନାଙ୍କ ମରଶରୀର: ଶେଷ ଦର୍ଶନ ଲାଗି କଳିଙ୍ଗ ଷ୍ଟାଡିୟମରେ ଲୋକଙ୍କ ଭିଡ଼

ଭୁବନେଶ୍ୱର,୨।୬(ବ୍ୟୁରୋ): ପର୍ବତାରୋହିଣୀ କଳ୍ପନା ଦାସଙ୍କ ମରଶରୀର ରବିବାର ଭୁବନେଶ୍ୱରରେ ପହଞ୍ଚିଛି। ଜନସାଧାରଣଙ୍କ ଦର୍ଶନ ନିମନ୍ତେ ଏହାକୁ କଳିଙ୍ଗ ଷ୍ଟାଡିୟମରେ ରଖାଯାଇଛି। ତେବେ କଳ୍ପନାଙ୍କ ଶେଷ ଦର୍ଶନ...

ଭାରତ ଆଗରେ ୧୩୩ ରନ୍‌ର ବିଜୟ ଲକ୍ଷ୍ୟ

ଅକ୍‌ଲାଣ୍ଡ,୨୬।୧- ଏଠାରେ ଚାଲିଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଦଳ ଭାରତ ଆଗରେ ୧୩୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ...

ପୂର୍ବତନ ଅଧିନାୟକ ଆଝାରୁଦ୍ଦିନଙ୍କ ନାମରେ ଠକାମି ଅଭିଯୋଗ

ନୂଆଦିଲ୍ଲୀ,୨୩।୧- ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ଓ ଅନ୍ୟ ଦୁଇ ଜଣଙ୍କ ନାମରେ ୨୧ ଲକ୍ଷ ଟଙ୍କାର ଠକାମି ଅଭିଯୋଗ ଆସିଛି। କିନ୍ତୁ ଅଭିଯୋଗକୁ...

ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଭାରତ ୪ ନମ୍ବରକୁ ଉନ୍ନୀତ

ଭୁବନେଶ୍ୱର, ୯।୨(କ୍ରୀଡ଼ା ପ୍ରତିନିଧି)- ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ବିଶ୍ୱର ନମ୍ବରଓ୍ବାନ ବେଲଜିୟମ ବିପକ୍ଷ ମ୍ୟାଚ ଜିତିବାପରେ ଭାରତ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୪ ନମ୍ବର ସ୍ଥାନକୁ...

ବାପା ହେଲେ ଏହି ଭାରତୀୟ କ୍ରିକେଟର୍‌

ଗୁଣ୍ଟୁର, ୧୩।୭- ନିଜର ଦମ୍‌ଦାର ବ୍ୟାଟିଂ ବଳରେ ଭାରତକୁ ଅନେକ ମ୍ୟାଚ୍‌ରେ ବିଜୟୀ କରାଇଥିବା ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡ଼ୁଙ୍କ ପାଇଁ ଖୁସି ଖବର। ରାୟୁଡ଼ୁ ପିତୃତ୍ୱ...

ଜାଭେଲିନ ଥ୍ରୋୟର ନିରଜଙ୍କୁ ଅଲିମ୍ପକ୍ସ ଯୋଗ୍ୟତା

ନୂଆଦିଲ୍ଲୀ,୨୯।୧- ଷ୍ଟାର ଜାଲେଭିନ ଥ୍ରୋୟର ନିରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଆଥ୍‌ଲେଟିକ୍ସ ସେଣ୍ଟ୍ରାଲ ନର୍ଥ ଇଷ୍ଟ ପ୍ରତିଯୋଗିତାରେ ସେ ୮୭.୮୬...

କାଉଣ୍ଟି ଖେଳିବେ ଅଶ୍ୱିନ

ଲଣ୍ଡନ, ୧୬।୧ (ପି.ଟି.)- ସିନିୟର ଭାରତୀୟ ଅଫ୍‌-ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କାଉଣ୍ଟି କ୍ରିକେଟ୍‌ ଖେଳିବେ। ଇଂଲିଶ କାଉଣ୍ଟି ଚାମ୍ପିୟନଶିପ୍‌ରେ ଚଳିତ ବର୍ଷ ଲାଗି ସେ ୟର୍କଶାୟର...

Coronavirus Update

Archives

Model This Week

Why Dharitri