୩ ମାସରେ ସଫା ହେବ ବିନ୍ଦୁସାଗର

ଭୁବନେଶ୍ୱର, ୫ା୬(ବ୍ୟୁରୋ)- ଆସନ୍ତା ୩ ମାସ ମଧ୍ୟରେ ଐତିହ୍ୟ ପୁସ୍କରିଣୀ ବିନ୍ଦୁସାଗରର ସଫେଇ କାର୍ଯ୍ୟ ସରିବ। ଏନେଇ ରାଜ୍ୟ ସରକାରଙ୍କ ସେତୁ ନିର୍ମାଣ ନିଗମ (ଓବିସିସି) ଏବଂ ଇନଷ୍ଟିଚ୍ୟୁଟ୍‌ ଅଫ୍‌ କେମିକାଲ୍‌ ଟେକ୍ନୋଲୋଜି, ଇଣ୍ଡିଆନ୍‌ ଓଡ଼ିଶା କ୍ୟାମ୍ପସ୍‌ ଭୁବନେଶ୍ୱର (ଆଇସିଟି-ଆଇଓସି)ମଧ୍ୟରେ ଶୁକ୍ରବାର ଓବିସିସି କାର୍ଯ୍ୟାଳୟ ପରିସରରେ ଏମଓୟୁ ସ୍ବାକ୍ଷରିତ ହୋଇଛି। ଏମ୍‌ଓୟୁ ଅନୁସାରେ ଲିଙ୍ଗରାଜ ମନ୍ଦିର ପରିସରରେ ଅବସ୍ଥିତ ସମସ୍ତ ପବିତ୍ର ପୋଖରୀ ମଧ୍ୟରେ ବିନ୍ଦୁସାଗରର ୨୧ ଏକର ଜମି ସମେତ ପୋଖରୀ ସଫା କରିବା ପାଇଁ ସିଷ୍ଟମ ଡିଜାଇନ୍‌ କରିବା ପାଇଁ ଆଇସିଟି ଆଇଓସି ଭୁବନେଶ୍ୱର ଆଇଟିସି ମୁମ୍ବାଇର ସହାୟତା ନେବ। ୫ ଟି ପୋଖରୀର ଜଳ ସଫା କରିବା ପାଇଁ ହାଇଡ୍ରୋ ଡାଇନାମିକ୍‌ କ୍ୟାଭିଟେସନ୍‌ ନାମକ ଏକ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରାଯିବ। ଏହି ଟେକ୍ନୋଲୋଜିକୁ ଇନଷ୍ଟିଚ୍ୟୁଟ୍‌ ଅଫ୍‌ କେମିକାଲ୍‌ ଟେକ୍ନୋଲୋଜି, ମୁମ୍ବାଇ ଦ୍ୱାରା ବିକଶିତ କରାଯାଇଛି ଏବଂ ଦେଶର ବିଭିନ୍ନ ପ୍ରକଳ୍ପରେ ସଫଳତାର ସହିତ ଏହାକୁ କାର୍ଯ୍ୟକାରୀ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଟେଷ୍ଟିଂ ଜାତୀୟ ହାରଠାରୁ ଅଧିକ

ଭୁବନେଶ୍ୱର,୨୬।୫(ବ୍ୟୁରୋ): ମହାମାରୀ କରୋନା ସହ ଲଢ଼େଇ ଲମ୍ବା ଲଢ଼େଇ। ଓଡ଼ିଶାକୁ ଏହି ରୋଗ ପ୍ରବେଶ କରିବାର ପ୍ରାୟ ଦୁଇମାସ ହୋଇଗଲାଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର...

ସିଏମ୍‌ସି ଅଞ୍ଚଳରୁ ଆଉ ୩୦୨ ଚିହ୍ନଟ

କଟକ ଅଫିସ, ୨୭।୮: କଟକ ଜିଲାରେ ଲଗାତାର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର କଟକ ମହାନଗର ନିଗମ ଅଞ୍ଚଳରୁ...

ଭୋଜି ବନ୍ଦ ପାଇଁ ଯାଇଥିବା ତହସିଲଦାରଙ୍କୁ ଆକ୍ରମଣ

ଆର.ଉଦୟଗିରି,୮।୫(ଡି.ଏନ.ଏ.): ଗଜପତି ଜିଲା ଆର.ଉଦୟଗିରି ଥାନା ଛେଳିଗଡ଼ ଗ୍ରାମ ଖ୍ରୀଷ୍ଟିଆନ ସାହିରେ ଶୁକ୍ରବାର କୋଭିଡ୍‌ ନିୟମ ଉଲ୍ଲଂଘନ କରି ଏକ ବାହାଘର ଭୋଜି ଚାଲିଥିଲା। ଖବରପାଇ...

ରାସ୍ତାକାମ କରୁଥିଲା ଆନ୍ଧ୍ର ସିମେଣ୍ଟ, ମିକ୍ସଚର ମେଶିନ ଉଠାଇନେଲା ଓଡ଼ିଶା

କାଶୀନଗର,୨୦ା୨: ପୁଣି ଆନ୍ଧ୍ରର ଦାଦାଗିରି। ଓଡ଼ିଶା ଭିତରେ ପଶି ବେଆଇନ ଭାବେ ରାସ୍ତା ନିର୍ମାଣ ଚଳାଇଥିଲା। ଏଥର କିନ୍ତୁ ସ୍ଥାନୀୟ ପ୍ରଶାସନ ମୁହଁତୋଡ଼ ଜବାବ ଦେଇଛି।...

୨୧କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ‘ମୋ ସ୍କୁଲ ଅଭିଯାନ’ର ୨୭ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ...

କାମ ଦେଲାନି ଚାଲ୍‌, ବନ୍ଧା ହେଲେ ରୂପେଶ

ଭୁବନେଶ୍ୱର,୪ା୧୧(ବ୍ୟୁରୋ): ଘରେ ପଶି ମା-ଝିଅଙ୍କୁ ଛୁରାମାଡ଼ ଘଟଣାରେ ଅଭିଯୁକ୍ତ ରୂପେଶ ପଣ୍ଡା ଗୁରୁବାର ଗିରଫ ହୋଇଛନ୍ତି। ଲୁଟ୍‌ ପାଇଁ ରୂପେଶ ରଚିଥିବା ଚାଲ୍‌ କିଛି କାମ...

ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି: ଦାଖଲ ରିପୋର୍ଟକୁ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୮।୧(ବ୍ୟୁରୋ): ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ବୁଧବାର ସୁପ୍ରିମକୋର୍ଟରେ କରାଯାଇଛି। ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ୩ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ତେବେ...

ଦେବୋତ୍ତର ବିଭାଗର ଅବହେଳା ଅଭିଯୋଗ: ବିଳମ୍ବରେ ହେଲା ପହଣ୍ଡି ବିଜେ, ରାତିରେ ଛେରାପହଁରା

ରଣପୁର,୧୩ା୭(ସ୍ବ.ପ୍ର.): ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁରରେ ବାହୁଡାଯାତ୍ରା ଅବସରରେ ଶୁକ୍ରବାର ଜନ୍ମବେଦୀରୁ ଶ୍ରୀଜୀଉମାନେ ରତ୍ନବେଦୀ ଅଭିମୁଖେ ବିଜେ କରିବେ। ତେବେ ବର୍ଷା ବାଧକ ସାଜିବାରୁ...

Advertisement
Archives

Model This Week