୩ ବେଆଇନ ସ’ ମିଲରେ ଚଢ଼ାଉ : ୧୧ ଲକ୍ଷ ଟଙ୍କାର ଯନ୍ତ୍ରାଂଶ, କାଠ ଜବତ

ରୂପ୍‌ସା/ବସ୍ତା, ୧୪।୯(ସ୍ବ.ପ୍ର.)-ବାଲେଶ୍ୱର ଜିଲା ସଦର ଓ ବସ୍ତା ଥାନା ଅଞ୍ଚଳରେ ଚାଲିଥିବା ୩ଟି ବେଆଇନ୍‌ ସ’ ମିଲ ଉପରେ ଶନିବାର ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢାଉ ବେଳେ ୧୧ଲକ୍ଷ ଟଙ୍କାର ମୂଲ୍ୟବାନ କାଠ ସହ ଯନ୍ତ୍ରାଂଶ ଜବତ ହୋଇଛି। ମିଲ ମାଲିକଙ୍କ ବିରୋଧରେ ବିଭାଗ ପକ୍ଷରୁ ୩ଟି ପୃଥକ୍‌ ମାମଲା (ନଂ. ୬୦/୬୧/୬୨-୧୯) ରୁଜୁ କରାଯାଇଛି।
ଜିଲା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ବନବିଭାଗ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ସଦର ଥାନାର ପଦାଗାଁ, ବସ୍ତା ଥାନା ଧପାଖନ୍ଦ ଓ ପୋଡ଼ାପୋଡ଼ା ଗ୍ରାମରେ ଥିବା କରତକଳ ଉପରେ ଚଢ଼ାଉ କରିଥିଲା। କରତକଳ ମାଲିକ ସଦର ଥାନା ପଦାଗାଁର ପ୍ରଫୁଲ୍ଲ ଚନ୍ଦ୍ର ଦାସ, ବସ୍ତା ଥାନା ଧପାଖନ୍ଦ ଗାଁର ଭବାନୀଶଙ୍କର ପ୍ରଧାନ ଓ ପୋଡ଼ାପୋଡ଼ା ଗ୍ରାମର ରଘୁନାଥ ଗିରି ଓ କର୍ମଚାରୀ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଗିରଫ କରାଯାଇପାରିନାହଁି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ତାଳଚେର, ୨୪ା୬(ନି.ପ୍ର.)- ସମଲ ଥାନା ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି। ପୋଲିସ ନଂ. ୮୯/୧୯ରେ ଏକ ମାମଲା...

ଅକ୍ଟୋବର ୯ରେ ଜମି ଅଧିଗ୍ରହଣ ଜନଶୁଣାଣି

ପୁରୀ ଅଫିସ, ୨୪।୯:ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୁରକ୍ଷା ବଳୟ ଉନ୍ନତୀକରଣ କରାଯିବ। ଏହି ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ଓଡ଼ିଶା...

କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ଧାରଣା

ପାରାଦୀପ, ୩୦ା ୭ (ସ୍ବ.ପ୍ର.): ପାରାଦୀପ ରିଫାଇନେରି ନିଷିଦ୍ଧାଞ୍ଚଳରେ ଶୁକ୍ରବାର ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା...

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ପାଳିଲେ ଖ୍ରୀଷ୍ଟପର୍ବ

ପଟ୍ଟାଙ୍ଗି,୨୬ା୧୨(ଡି.ଏନ.ଏ.):୨୦୨୨ ଶେଷ ହେବାକୁ ଆଉ କେତୋଟି ଦିନ ବାକି ରହିଛି। ତଥାପି ପଡୋଶୀ ଆନ୍ଧ୍ର ପ୍ରଦେଶ ଓଡ଼ିଶାର ସୀମାନ୍ତ ଗ୍ରାମ ଉପରେ ନଜର ପକାଇବାକୁ ପଛଘୁଞ୍ଚା...

କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ନେଇ ଏନ୍‌ଜିଟିରେ ମାମଲା: ତଦନ୍ତ ରିପୋର୍ଟ ମାଗିଲେ ଟ୍ରିବ୍ୟୁନାଲ

କଟକ ଅଫିସ,୨୦।୧: କୋରାପୁଟ ଜିଲା ଡୁମୋଜୋରି ନିକଟରେ ନିର୍ମାଣ ଚାଲିଥିବା କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ନେଇ ଏନ୍‌ଜିଟିରେ ମାମଲା ରୁଜୁ ହୋଇଛି। ମାମଲାର ଶୁଣାଣି କରି...

ଚାଷୀଙ୍କ ଛାତିରେ ପାଦ ରଖି ଦଳିଦେଲା ହାତୀ

ଚୌଦ୍ୱାର,୪ା୧୨(ଡି.ଏନ୍‌.ଏ.): ହାତୀ ପାଦ ତଳେ ଜଣେ ଚାଷୀଙ୍କ ଜୀବନ ଯାଇଛି। ଏଭଳି ଘଟଣା ଘଟିଛି ଚୌଦ୍ୱାର ଆଗ୍ରାହାଟ ପଞ୍ଚାୟତ ଭରାଣ୍ଡୀ ଚାଷଜମିରେ। ଶୁକ୍ରବାର ସକାଳୁ ଧାନ...

ମୃତକଙ୍କ ପରିବାରକୁ ଭେଟିଲେ ଭାଜପା ନେତା

ଢେଙ୍କାନାଳ ଅଫିସ, ୯ା୫ – କାମାକ୍ଷାନଗର ବ୍ଲକ ସୋଗର ଗ୍ରାମ ନୂଆସାହିରେ ବାଣ ବିସ୍ଫୋରଣରେ ଗତ ବୁଧବାର ସରୋଜ ସାହୁଙ୍କ ପୁଅ ସାହିଲ(୧୦) ଓ ମନୋଜ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୨୯ କରୋନା ଆକ୍ରାନ୍ତ: ଗଞ୍ଜାମରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୪।୭(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୨୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ୯୧ ଜଣଥିବା ବେଳେ ଖୋର୍ଦ୍ଧାର୨୯, ଗଜପତିର ୨୬,...

Advertisement
Archives

Model This Week