୩ ପ୍ରମୁଖ ଦଳର ପ୍ରଚାର ଜୋର୍‌ଦାର: ମୁଖ୍ୟ ପ୍ରସଙ୍ଗ ମେଡିକାଲ କଲେଜ

ଭଦ୍ରକ ଅଫିସ, ୨୫।୪ – ଭଦ୍ରକ ଲୋକ ସଭା ଓ ବିଧାନସଭା ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପ୍ରଚାର ଜୋର୍‌ଦାର ଚାଲିଛି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ସ୍ବାଧୀନ ପ୍ରାର୍ଥୀ। ୪ର୍ଥ ପର୍ଯ୍ୟାୟ ମତଦାନକୁ ଆଉ ମାତ୍ର ୪ ଦିନ ବାକି ରହିଛି। ଏଣୁ ପ୍ରଚାର ଶେଷ ହେବା ସକାଶେ ହାତରେ ୩ ଦିନ ରହିଲା। ଏଥର ଲୋକ ସଭା ଆସନ ଲାଗି ୮ ଓ ବିଧାନସଭା ପାଇଁ ୮ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୩ ପ୍ରମୁଖ ଦଳର ନେତା ରାତିଦିନ ଏକକରି ସମସ୍ତ ଗଁା ଓ ପଞ୍ଚାୟତ ବୁଲି ପ୍ରଚାର ଚଳାଇଛନ୍ତି। ଏଥିଲାଗି ରାତିରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ଦିନରେ କାର୍ଯ୍ୟକାରୀ କରାଯାଉଛି। ବିଜେଡି ବିଧାନସଭା ପ୍ରାର୍ଥୀ ସଞ୍ଜୀବ ମଲ୍ଲିକଙ୍କ ପାଇଁ ଦଳର ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭଦ୍ରକ ଆସି ସ୍ଥାନୀୟ ନେହେରୁ ଷ୍ଟାଡିୟମରେ ପ୍ରଚାର କରି ଯାଇଛନ୍ତି। ସେ କେନ୍ଦ୍ରୀୟ ନେତାମାନଙ୍କୁ ତୀବ୍ର ସମାଲୋଚନା କରି ଭୋଟରଙ୍କୁ କେନ୍ଦ୍ର ଭୁଅଁା ବୁଲାଉଥିବା କହିଥିଲେ। ସେହିଭଳି ଭାଜପା ପ୍ରଚାର କ୍ଷେତ୍ରରେ ମଧ୍ୟ ପଛରେ ପଡ଼ିନାହିଁ। ଭାଜପା ବିଧାନସଭା ପ୍ରାର୍ଥୀ ଡା. ପ୍ରଦୀପ ନାୟକ ବିଭିନ୍ନ ସ୍ଥାନରେ ରୋଡ୍‌ ଶୋ କରି ପ୍ରଚାରକୁ ଜୋର୍‌ଦାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ ଯୋଜନାକୁ ଗୁରୁତ୍ୱ ଦେବା ସହ ବିଜେଡି ଶାସନ କାଳରେ ଜିଲାରେ କ’ଣ ବିକାଶ ହୋଇଛି ବୋଲି ଭୋଟରଙ୍କ ଆଗରେ ପ୍ରଶ୍ନ ରଖିଛନ୍ତି। ଜିଲାରେ ଶିଳ୍ପ ପ୍ରତିଷ୍ଠାନ, ମେଡିକାଲ କଲେଜ ସ୍ଥାପନ, ଜଳସେଚନ ବ୍ୟବସ୍ଥାରେ ବିକାଶ ତଥା ଅନ୍ୟାନ୍ୟ ବିକାଶମୂଳକ ଯୋଜନା ନେଇ ସେ ଟିପ୍ପଣୀ ରଖୁଛନ୍ତି। ଏହି ୨ ପ୍ରମୁଖ ଦଳକୁ ତାଳ ଦେଇ କଂଗ୍ରେସର ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ମହାନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ରକୁ ସମାଲୋଚନା କରି ପ୍ରଚାର କରୁଛନ୍ତି। ସେ ଜିଲା କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ତୁଲାଉଥିବାରୁ ତୃଣମୂଳସ୍ତରର କର୍ମକର୍ତ୍ତାଙ୍କ ସହ ସମ୍ପର୍କ ରଖିଛନ୍ତି। ସେ ନିର୍ବାଚିତ ହେଲେ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରଥମେ ପ୍ରାଥମିକତା ଦେବା ସହ କୃଷକଙ୍କ ବିକାଶ ନିମନ୍ତେ ଯୋଜନା ପ୍ରଣୟନ ଦିଗରେ ପ୍ରଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଦଳ ପକ୍ଷରୁ ଗ୍ୟାରେଣ୍ଟି କାର୍ଡ ସହ ନିର୍ବାଚନ ପାଇଁ ୧୯ ପ୍ରତିଶ୍ରୁତି ଲିପିବଦ୍ଧ ଥିବା ପୋଷ୍ଟର ରୋଡ୍‌ ଶୋ ବେଳେ ଲୋକଙ୍କୁ ବଣ୍ଟାଯାଉଛି। ଜିଲାବାସୀଙ୍କ ପ୍ରମୁଖ ଦାବି କୁହାଯାଉଥିବା ମେଡିକାଲ କଲେଜ ପ୍ରତିଷ୍ଠାକୁ ପ୍ରମୁଖ ଦଳ ମୁଖ୍ୟ ପ୍ରସଙ୍ଗ କରି ପ୍ରଚାର ଚଳାଇଛନ୍ତି।

୩ ପ୍ରମୁଖ ଦଳର ଲୋକ ସଭା ପ୍ରାର୍ଥୀଙ୍କ ସହ ବିଧାୟକ ପ୍ରାର୍ଥୀମାନେ  ସାମିଲ ହୋଇ ନିଜସ୍ବ ଢଙ୍ଗରେ ଭୋଟରଙ୍କୁ ଭେଟୁଛନ୍ତି। ଲୋକ ସଭା ଆସନର ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ତାଙ୍କ ସ୍ବାମୀ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପରିଚୟ ଓ ଦଳର ଲୋକାଭିମୁଖୀ କାର୍ଯ୍ୟକୁ ଆୟୁଧ କରି ପ୍ରଚାର ଚଳାଇଛନ୍ତି। ଭାଜପା ପ୍ରାର୍ଥୀ ଅଭିମନ୍ୟୁ ସେଠୀ ତାଙ୍କ ବାପା ୮ ଥର ଏମ୍‌ପି ହୋଇଥିବା ଅର୍ଜୁନ ଚରଣ ସେଠୀଙ୍କ ପରିଚୟ ନେଇ ପ୍ରଚାର କରୁଛନ୍ତି। କଂଗ୍ରେସର ମଧୁମିତା ସେଠୀ ବାପା ପୂର୍ବତନ ଏମ୍‌ପି ତଥା ବିଧାୟକ ଅନନ୍ତ ସେଠୀଙ୍କ ଲୋକପ୍ରିୟତାକୁ ପାଥେୟ କରି ପ୍ରଚାର ଚଳାଇଛନ୍ତି। ଭଦ୍ରକ ବିଧାନସଭା କ୍ଷେତ୍ରରେ ହେବାକୁ ଥିବା ଏହି ନିର୍ବାଚନରେ ୨୫୫ଟି ବୁଥ୍‌ରେ ସମୁଦାୟ ୨ ଲକ୍ଷ ୫୩ ହଜାର ୬୭୦ ଭୋଟର ଏହି ପ୍ରାର୍ଥୀଙ୍କ ପାଇଁ ଆସନ୍ତା ୨୯ ତାରିଖରେ ମତଦାନ ପ୍ରକ୍ରିୟାରେ ସାମିଲ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ଜୁଆରରେ ଭାସିଗଲେ ୩ ବଙ୍ଗୀୟ ପର୍ଯ୍ୟଟକ

ଭୋଗରାଇ,୧୮ା୬(ପ୍ରଦୀପ ଦାସ): ବଙ୍ଗୋପସାଗର ଦକ୍ଷିଣ-ପଶ୍ଚିମରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଏହା ଉତ୍ତର-ପଶ୍ଚିମ ଦିଗକୁ ମୁହଁଉଥିବାବେଳେ ମୌସମୀ ବାୟୁ ସକ୍ରିୟ ହୋଇ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ...

ସ୍ତ୍ରୀ-ବଡ଼ ପୁଅକୁ ହାଣିଲେ, ୨ ବର୍ଷର ପୁଅକୁ ଖୁଣ୍ଟରେ ପିଟି ଫେରାର ହୋଇଗଲେ ବ୍ୟକ୍ତି, ମୁମୂର୍ଷୁ ଅବସ୍ଥାରେ କଟକ ସ୍ଥାନାନ୍ତର

ଭୋଗରାଇ,୧୬ା୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅଧୀନ ଆରୁହାବୃତ୍ତି ୨ (ଦହମୁଣ୍ଡା ) ଗ୍ରାମର ରବିବାର ବିଳମ୍ବିତ ରାତିରେ ଏକ ବୀଭତ୍ସ...

ଘରେ କେହି ନ ଥିବାବେଳେ ଲୁଟୁଥିଲେ ଲୁଟେରା, ହଠାତ୍‌ ଗୃହକର୍ତ୍ତା ପହଞ୍ଚିଯିବାରୁ…

ଜଳେଶ୍ୱର,୧୨ା୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ଅଧିନସ୍ଥ ମ୍ୟୁନିସିପାଲିଟିରେ ଘରେ କେହି ନ ଥିବାବେଳେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଏହି ସମୟରେ...

ଜୁନିୟର ଖଣି ଅଧିକାରୀଙ୍କୁ ଭ୍ୟାନରୁ ଟାଣି ଗୋଡ଼େଇ ମାରିଲେ

ବାଲେଶର,୧୦।୬(ବାଞ୍ଛାନିଧି ଦେ): ପୁଣି ବାଲି ମାଫିଆଙ୍କ ଆତଙ୍କରାଜ। ବାଲି ମାଫିଆଙ୍କ ଆକ୍ରମଣରେ ଲହୁ ଲୁହାଣ ହେଲେ ଜୁନିୟର ଖଣି ଅଧିକାରୀ । ବେଆଇନ ବାଲି ଚୋରା...

ପାଇଖାନା ଟାଙ୍କିରେ କାମ କରୁଥିବା ବେଳେ ଅଘଟଣ: ଶ୍ବାସରୁଦ୍ଧା ହୋଇ ୩ ଜୀବନ ଗଲା

ଖଇରା,୮।୬(ଉତ୍କଲବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ଅଧୀନ ଗଗନଧୂଳି ଗ୍ରାମରେ ରବିବାର ପାଇଖାନା ଟାଙ୍କିରେ କାମ କରୁଥିବା ବେଳେ ଅଭାବନୀୟ ଘଟଣା...

ହେଡ୍‌ଫୋନ୍‌ ଦେଇ ଟ୍ରାକ୍‌ରେ ଯାଉଥିଲେ ଯୁବକ: ସେପଟୁ ଆଲିଲା ଟ୍ରେନ୍‌, ପରେ…

ବାଲେଶ୍ୱର,୭।୬: ଟ୍ରାକ ଉପରେ ହେଡ୍‌ଫୋନ ଦେଇ କଥା ହେଉଥିବା ବେଳେ ମାଡ଼ିଗଲା ଟ୍ରେନ୍‌। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ରେଳ ଷ୍ଟେସନ ନିକଟରେ।...

୫ ପୋଲିସ ବାବୁ ସସ୍‌ପେଣ୍ଡ୍‌

ବାଲେଶ୍ୱର,୭ା୬: ବାଲେଶ୍ୱରରେ ୫ ଜଣ ପୋଲିସ ବାବୁଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। ଜଣେ ହାବିଲଦାରଙ୍କ ସହିତ ୪ କନଷ୍ଟେବଳ ସସ୍‌ପେଣ୍ଡ୍‌ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ବାଲେଶ୍ୱର...

ଟ୍ରଲରକୁ ପିଟିଲା ତୀର୍ଥଯାତ୍ରୀ ବସ୍‌: ୫ ଆହତ

ବାଲେଶ୍ୱର,୭/୬(ବାଞ୍ଛାନିଧି ଦେ/ହରିଶଙ୍କର ପାଢୀ): ରାଜପଥ ପାର୍ଶରେ ଛିଡା ହୋଇଥିବା ଏକ ଟ୍ରଲରର ପଛପଟୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ l ୫ ଜଣ ତୀର୍ଥ ଯାତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri