୩ ଦୋକାନ ସିଲ୍‌, ୩୫ ବାଇକ୍‌ ଜବତ: ୨୨ ଜଣଙ୍କ ନାଁରେ ମାମଲା

ସମ୍ବଲପୁର,୬।୪(ବ୍ୟୁରୋ)-କରୋନା ଭୂତାଣୁର ମୁକାବିଲା ଲାଗି ସରକାର କଟକଣା ଜାରି କରିଛନ୍ତି। ଏପ୍ରିଲ ୧୪ ପର୍ଯ୍ୟନ୍ତ ସାରା ଦେଶକୁ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ହେଲେ ନିୟମ ପାଳନ କରୁ ନ ଥିବା ସମ୍ବଲପୁରର ଅମାନିଆମାନଙ୍କୁ ପୋଲିସ ସାବାଡ କରିଛି । ଗତ ୨୪ ଘଣ୍ଟା ଭିତରେ ପୋଲିସ ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ୩ କିରାନା ଦୋକାନ ସିଲ କରାଯାଇଛି । ଏଗୁଡିକ ଧନୁପାଲି ଥାନା ପିଡବ୍ଳୁଡି କଲୋନୀ, ଅଇଁଠାପାଲି ଥାନା ଆଦର୍ଶ ନଗର ଓ କ୍ଷେତରାଜପୁର ଥାନା ମାଳବାରୀ ଅଞ୍ଚଳର। କଟକଣା ସମରେ ଦୋକାନରେ ସମାଜିକ ଦୂରତା ରହି ନ ଥିଲା। ଏହା ସହ ଗ୍ରାହକଙ୍କ ହାତ ଧୋଇବା ପାଇଁ ବ୍ୟବସ୍ଥା କରି ନ ଥିବାରୁ ଦୋକାନ ଗୁଡିକ ସିଲ୍‌ କରାଯାଇଥିଲା । ସେହିପରି ବିଭିନ୍ନ ଥାନା ଅଞ୍ଚଳରୁ ୨୨ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ୩୫ ବାଇକ୍‌ ଜବତ ହୋଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି


Enter your email to get our daily news in your inbox.

All Right Reserved By Dharitri.Com

ଖୋଲା ବୋରୱେଲ ଶିଶୁଙ୍କ ପାଇଁ ବିପଦ : ଗାଇଡ୍‌ଲାଇନ ମାନୁ ନାହାନ୍ତି ଖନନକାରୀ ସଂସ୍ଥା

ଯାଜପୁର ଅଫିସ,୨୩ା୯: ଖୋଲା କିମ୍ବା ପରିତ୍ୟକ୍ତ ଟ୍ୟୁବୱେଲ ଓ ବୋରୱେଲ ଛୋଟଛୋଟ ପିଲାଙ୍କ ପାଇଁ ବିପଦ ହୋଇଛି। ଖନନକାରୀ ସଂସ୍ଥା କିମ୍ବା ସମ୍ପୃକ୍ତ ମାଲିକ ଗାଇଡଲାଇନ...

୩୫ ଶ୍ରମିକ ବସ୍‌ ଯୋଗେ କେନ୍ଦୁଝର ଫେରିଲେ

କେନ୍ଦୁଝର,୩୦ା୪(ଡି.ଏନ୍‌.ଏ): ସଂଗରୋଧ ଅବଧି ଶେଷ କରିବା ପରେ ୩୫ ଜଣ ଶ୍ରମିକଙ୍କୁ ଅନୁଗୁଳ ଜିଲା ପ୍ରଶାସନ ବସ୍‌ ଯୋଗେ କେନ୍ଦୁଝରକୁ ପଠାଇଛି। ଏହି ଶ୍ରମିକମାନେ ୧୪...

ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ମାଓବାଦୀ ବିରୋଧୀ ପୋଷ୍ଟର

ଚିତ୍ରକୋଣ୍ଡା,୨୫ା୧୦(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଏବଂ ଯୋଡ଼ାମ୍ବ ଭଳି ବିଭିନ୍ନ ସ୍ଥାନରେ ରବିବାର ବିଚ୍ଛିନ୍ନାଞ୍ଚଳ ଉନ୍ନୟନ ସମିତି ପକ୍ଷରୁ ମାଓବାଦୀ ବିରୋଧୀ ପୋଷ୍ଟର ଲାଗିଥିବା...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ସୌମ୍ୟରଞ୍ଜନ

ରାଜନଗର,୧୬ା୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଶ୍ରୀଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ଛାତ୍ର ସୌମ୍ୟରଞ୍ଜନ ବଳ ପାଟିରେ କଲମ ମାଧ୍ୟମରେ ଭାରତ ମାନଚିତ୍ର ଆଙ୍କି ଅଞ୍ଚଳ ପାଇଁ ଗୌରବ...

ବନ୍ଧୁକ, ଭୁଜାଲି ଦେଖାଇ ବ୍ୟାଙ୍କ ମାଲିକଙ୍କଠାରୁ ଲୁଟିନେଲେ ୯ ଲକ୍ଷ ଟଙ୍କା

ଖଇରା,୪ା୮(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ଡୁଙ୍ଗୁରା ବଜାରରେ ଥିବା ଏକ କିଓସ୍କୋ ବ୍ୟାଙ୍କ ମାଲିକଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ୭ଜଣ ଯୁବକ...

ରାସ୍ତାପାର୍ଶ୍ୱରୁ ଗଛକଟା, ଭେଣ୍ଡିଂ ଜୋନ୍‌କୁ ନେଇ ପ୍ରଶାସନ-ଅଞ୍ଚଳବାସୀ ମୁହାଁମୁହିଁ

ଗଞ୍ଜାମ,୧୦ା୬(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ୫ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଜବରଦଖଲ କାର୍ଯ୍ୟ ବୁଧବାର ପୂର୍ବାହ୍ନରେ ସହରାଞ୍ଚଳର ସାନବଜାର ମାଛ ମର୍କେଟଠାରେ ଚାଲିଥିବା ବେଳେ ସହରବାସୀ...

ସୀମାନ୍ତ ଗ୍ରାମ କୁହାକୁଣ୍ଡାରେ ଝାଡ଼ାବାନ୍ତି: ଜଣେ ମୃତ, ୧୭ ଆକ୍ରାନ୍ତ

ଝାରସୁଗୁଡ଼ା ଅଫିସ, ୨୯।୧: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ କନକତୋର ପଞ୍ଚାୟତ ସୀମାନ୍ତବର୍ତ୍ତୀ କୁହାକୁଣ୍ଡା ଗ୍ରାମରେ ଶୁକ୍ରବାର ଝାଡ଼ାବାନ୍ତିରେ ୧୭ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଲଖନପୁର...

୫ ବର୍ଷ ହେବ ଅଧାପନ୍ତରିଆ ତର୍ଲାକୋଟା ପୋଲ

ବାଲିମେଳା,୨୩ା୬(ଶିବଦତ୍ତ ସାହୁ): ମାଲକାନଗିରି  ଜିଲାର ବିଭିନ୍ନ ସ୍ଥାନରେ ନିର୍ମାଣାଧୀନ ଥିବା ପୋଲ କାର୍ଯ୍ୟ ଶେଷ ହେଉନାହିଁ। ଫଳରେ ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକେ ବର୍ଷାଦିନେ...

Advertisement
Archives

Model This Week