୩ ଦିନ ଯାଏ ଲାଗି ରହିବ ବର୍ଷା: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ; ଘଡ଼ଘଡ଼ି ସହ ୩୦ କିମି ବେଗରେ ବହିପାରେ ପବନ

ଭୁବନେଶ୍ୱର,୬।୩(ବ୍ୟୁରୋ): ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ୩ ଦିନ ଯାଏ ବର୍ଷା ଲାଗି ରହିବ। ଶୁକ୍ରବାର ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଢେଙ୍କାନାଳ, ନୟାଗଡ଼, କଟକ, ଖୋର୍ଦ୍ଧା, ଜଗତ୍‌ସିଂହପର, ଗଞ୍ଜାମ ଆଦି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏସବୁ ଜିଲାର ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବା ସହ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ବିଶେଷକରି ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହେବ। ଗତ ୨୪ ଘଣ୍ଟା ମଧ୍ୟରେ ଗୁଣପୁରରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ସେହିଭଳି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୮ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପେନସନ ଟଙ୍କାରୁ ସହାୟତା

ସମ୍ବଲପୁର, ୧୯।୪ (ବ୍ୟୁରୋ)- କରୋନା ଭୂତାଣୁକୁ ପ୍ରତିରୋଧ କରିବାକୁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ା ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲା ସ୍କୁଲର...

ଭିଜିଲାନ୍ସ ପରେ ଏବେ ଇଡି ସ୍କାନରରେ ଅନାମ

ଭୁବନେଶ୍ୱର,୬।୩(ବ୍ୟୁରୋ): ପ୍ରଥମେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା କଳାହାଣ୍ଡି ଜିଲା ଭବାନୀପାଟଣା ପୂର୍ବତନ ବିଧାୟକ ଅନାମ ନାଏକ ଏବେ ଇଡି ସ୍କାନର୍‌ରେ। ଗତ ଜାନୁୟାରୀ ୨୩ରେ...

ବାହାର ରାଜ୍ୟରୁ ସହାୟତା ପାଇଁ ଆସିଛି ୪,୭୦୦ କଲ୍‌:ଅସ୍ଥାୟୀ ଶିବିରରେ ରହିଛନ୍ତି ୧୮ହଜାର ଅଣଓଡ଼ିଆ ଶ୍ରମଜୀବୀ

ଭୁବନେଶ୍ୱର,୩୧ା୩(ବ୍ୟୁରୋ)- ଲକ୍‌ଡାଉନ୍‌ରେ ରାଜ୍ୟ ବାହାରେ ଫସିଥିବା ଓଡ଼ିଆମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଭୁବନେଶ୍ୱରରେ ୨୦ ଲାଇନ୍‌ ବିଶିଷ୍ଟ ଏକ ସ୍ବତନ୍ତ୍ର କଣ୍ଟ୍ରୋଲ...

୧୧ ବର୍ଷ ତଳେ ରତ୍ନଭଣ୍ଡାରରୁ ଚୋରି ଚର୍ଚ୍ଚା

ପୁରୀ ଅଫିସ,୧୭।୭: ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ମହାପ୍ରଭୁଙ୍କ ବହୁ ଦୁର୍ମୂଲ୍ୟ ରତ୍ନଅଳଙ୍କାର ଚୋରି ହୋଇଛି। ୧୧ ବର୍ଷ ତଳେ ବରିଷ୍ଠ ଅଧିକାରୀ, ପୋଲିସ ଏବଂ ସେବାୟତଙ୍କ ମଧୁଚନ୍ଦ୍ରିକାରେ...

CORONAVIRUS UPDATE: ୨୬ ଜିଲାକୁ ଛୁଇଁଲା କରୋନା

ଭୁବନେଶ୍ୱର,୨୩।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨୬ ଜିଲାରେ କରୋନା କାୟା ବିସ୍ତାର କରିସାରିଲାଣି। କିଛି...

ସମ୍ବର୍ଦ୍ଧନା ପରେ ସଙ୍ଗରୋଧ

କଟକ ଅଫିସ,୫ା୬: ପଶ୍ଚିମବଙ୍ଗରେ ସେଠାକାର ସରକାରଙ୍କ ଅନୁରୋଧକ୍ରମେ ବାତ୍ୟା ଅମ୍ଫନ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ଓଡ଼ିଶାର ଅଗ୍ନିଶମ ବାହିନୀ। ମୁଖ୍ୟ ଅଗ୍ନିଶମ ଅଧିକାରୀ ମହେଶ୍ୱର...

ଆନ୍ଦୋଳନର ପଞ୍ଚମ ଦିନରେ ଚାଷୀଙ୍କ ନିଆରା ପ୍ରତିବାଦ

ତରଭା, ୨୯ା୨(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ତରଭା ବ୍ଲକ ଆଞ୍ଚଳିକ କୃଷକ ସଂଗଠନ ଆନୁକୂଲ୍ୟରେ ଚାଲିଥିବା ଚାଷୀ ଆନ୍ଦୋଳନ ପଞ୍ଚମ ଦିନରେ ପହଞ୍ଚିଛି ା ଶୁକ୍ରବାର ପ୍ରଶାସନର...

ଘୋଷଣାରେ ସୀମିତ ଆଦର୍ଶ ଗାଁ: ମଉଲିକ୍‌ ସୁବିଧାରୁ ବଁଚିତ୍‌ ଗାଁବାସୀ

ପଦ୍ମପୁର, ୨୧।୬ (ଡି.ଏନ୍‌.ଏ): ବରଗଡ଼ ଜିଲା ପଦ୍ମପୁର ବ୍ଲକ ଦହିଗଁା ପଁଚେତ୍‌ର ବ୍ରାହ୍ମଣଡ଼ିହି ଗଁାକେ ୨ ବଛର ଆଗରୁ ମାଲ ମାଲ ଅଫିସରକଁର ଧାର ଲମିଥିଲା।...

Coronavirus Update


Archives

Model This Week

Why Dharitri