୩ ଦିନିଆ ଫୁଟବଲ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ:ଭାଗନେଲେ ୪ ଶହ ପ୍ରଶିକ୍ଷାର୍ଥୀ

ଡୁବୁରୀ/କଳିଙ୍ଗନଗର,୩୦-୮(ଡି.ଏନ୍‌.ଏ.)- ତୃଣମୂଳ ସ୍ତରରୁ ପ୍ରତିଭା ଅନ୍ବେଷଣ କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ ପକ୍ଷରୁ ଦାନଗଦୀ ନଡିଆଭଙ୍ଗା ପଞ୍ଚାୟତର ଶାଳିଜଙ୍ଗାଠାରେ ୩ ଦିନିଆ ଫୁଟବଲ ପ୍ରଶିକ୍ଷଣ ଶିବିର ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ଟାଟା ଷ୍ଟିଲ କରପୋରେଟ୍‌ ସୋସିଆଲ ରେଶପନସିବିଲିଟି (ସିଆରଏସ), ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ଓ ଜାମଶେଦପୁର ଫୁଟବଲ କ୍ଲବର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିରେ ୮ରୁ ୧୮ ବର୍ଷ କମ୍‌ ଯୁବ ଓ ଶିଶୁ ଖେଳାଳୀଙ୍କୁ ପ୍ରଶିକ୍ଷକଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯିବ। କଳିଙ୍ଗନଗର, ସୁକିନ୍ଦା ଓ ବ୍ରାହ୍ମଣୀପାଳ ଅଞ୍ଚଳରୁ ୪ ଶହ ଯୁବ ଓ ଶିଶୁ ପ୍ରତିଭା ଅଂଶ ଗ୍ରହଣ କରି ପ୍ରଶିକ୍ଷଣ ନେଉଛନ୍ତି। ତେବେ ଉନ୍ନତ ମାନର ପ୍ରଶିକ୍ଷଣ ପାଇଁ ୨୭ ଓ ୨୮ ତାରିଖ ଦୁଇଦିନ ଧରି ପ୍ରଶିକ୍ଷକମାନଙ୍କୁ ମଧ୍ୟ ତାଲିମ ଦିଆଯାଇଥିଲା। ମୋଟ ୨୩ ଜଣ ପ୍ରଶିକ୍ଷକ ଏହି ଶିବିରରେ ପ୍ରଶିକ୍ଷଣ ଦେଉଛନ୍ତି । ଗ୍ରାମାଞ୍ଚଳରେ ଲୁଚି ରହିଥିବା କ୍ରୀଡାପ୍ରେମୀଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣି ସେମାନଙ୍କର ବିକାଶ କରାଇବା ଲକ୍ଷ୍ୟରେ ଏହି ପ୍ରଶିକ୍ଷଣ ଶିବିର ବିଶେଷ ସହାୟକ ହେବ ବୋଲି ବିଧାୟକ ଘଡ଼ାଇ କହିଥିଲେ। ଏଥିସହ ସୁକିନ୍ଦା ଜିଲା ତଥା ସୁକିନ୍ଦା ଅଞ୍ଚଳର ଯୁବ ବର୍ଗଙ୍କୁ କ୍ରୀଡା କ୍ଷେତ୍ରରେ ଟାଟା ଷ୍ଟିଲ ସବୁ ପ୍ରକାର ସହାୟତା ଓ ସୁଯୋଗ ଦେଇ ଖେଳାଳିଙ୍କର ପ୍ରତିଭାର ବିକାଶ କରାଇବା ପ୍ରୟାସକୁ ପ୍ରଶଂସା କରିଥିଲେ। ଏହି ଶିବିରରେ ଆଧୁନିକ କୌଶଳ ଓ ଉନ୍ନତ ମାନର କ୍ରୀଡା ପ୍ରଶିକ୍ଷଣ ପାଇ ତୃଣମୂଳ ସ୍ତରରୁ ଖେଳାଳିମାନେ ସେମାନଙ୍କ ଭବିଷ୍ୟତ ଗଢିବାର ସୁଯୋଗ ପାଇବେ ବୋଲି ଟାଟା ଷ୍ଟିଲ କଳିଙ୍ଗନଗରର ଜନେରାଲ ମ୍ୟାନେଜର ଆର୍‌.ଆର ଶତପଥୀ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ କହିଛନ୍ତି। ଟାଟା ଫୁଟବଲ ଏକାଡେମୀର ମୁଖ୍ୟ କୋଚ୍‌ ତଥା ଆଥଲେଟିକୋ ଡି ମାଦ୍ରିଦର ପୂର୍ବତନ କୋଚ କର୍ଲୋସସଣ୍ଟାମେରିନା କର୍ମଶାଳାରେ ଯୋଗଦେଇ ଖେଳାଳି ଓ କୋଚମାନଙ୍କ ମଧ୍ୟରେ ନିଜ ଅଭିଞ୍ଜତା ବାଣ୍ଟିଥିଲେ। ଟାଟା ଷ୍ଟିଲ ସିଆରଏସ୍‌ ମୁଖ୍ୟ ସୌରଭ ରାୟ, ଓଡ଼ିଶା ସିଆରଏସ୍‌ ମୁଖ୍ୟ ଅମ୍ବିକା ନନ୍ଦ, ସ୍ଥାନୀୟ ନଡିଆଭଙ୍ଗା, ଗୋବରଘାଟି, ରଣାଗୁଣ୍ଡି ପଞ୍ଚାୟତର ଜନପ୍ରତିନିଧି ଯୋଗ ଦେଇ ଟାଟା ଷ୍ଟିଲର ସାମାଜିକ ପତିବଦ୍ଧତାକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା ବିରଜାଙ୍କ ପୀଠରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ: ରାଜ୍ୟ ବାହାରୁ ଆସୁଛନ୍ତି ଶ୍ରଦ୍ଧାଳୁ

କଳିଙ୍ଗନଗର, ୨୭।୯ (ଶୁଭାଶିଷ ରାଉତ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରବିବାରଠାରୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଆରମ୍ଭ ହୋଇଛି। ପ୍ରତିପଦାଠାରୁ ମହାଳୟା ପର୍ଯ୍ୟନ୍ତ ଦୀର୍ଘ…

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?