୩ ଟ୍ରେନ୍‌ରେ ଫେରିଲେ ୪୬୬୪ ପ୍ରବାସୀ

ଛତ୍ରପୁର,୧୭ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ସମେତ ଓଡିଶାର ବିଭିନ୍ନ ଜିଲାର ପ୍ରବାସୀମାନେ ଟ୍ରେନ୍‌ ଯୋଗେ ଜଗନ୍ନାଥପୁର ଷ୍ଟେଶନକୁ ଆସିବାରେ ଲାଗିଛନ୍ତିି। ଶନିବାର ମଧ୍ୟ ପ୍ରବାସୀମାନେ ଟ୍ରେନ୍‌ ଯୋଗେ ଉକ୍ତ ଷ୍ଟେଶନରେ ଆସି ପହଞ୍ଚଛନ୍ତି । ଭୋର ୫ଟା ୩୦ରେ ସୁରଟରୁ ୧୭୪୨ ଜଣଙ୍କୁ ନେଇ ଜଗନ୍ନାଥପୁର ଷ୍ଟେଶନରେ ଟ୍ରେନ୍‌ ପହଞ୍ଚତ୍ଥିଲା । ସେଥିରେ ଗଞ୍ଜାମ ଜିଲା ୧୯ ବ୍ଲକ ୧୭୦୦ ଜଣ ରହିଥିବା ବେଳେ ବାଲେଶ୍ୱରର ୨ଜଣ, ଭଦ୍ରକର ୯, କଟକର ୬, ଯାଜପୁରର ୬, ଖୋର୍ଦ୍ଧାର ୨, ନୟାଗଡର ୫, ପୁରୀ ୧୦, ସମ୍ବଲପୁରର ଜଣେ ଏବଂ ବିହାରର ଜଣେ ରହିଥିଲେ ।
ସେହିପରି ସୁରଟରୁ ଦ୍ୱିତୀୟ ଟ୍ରେନ୍‌ ପୂର୍ବାହ୍ନ ୧୦ଟାରେ ୧୧୯୯ ପ୍ରବାସୀଙ୍କୁ ନେଇ ଉକ୍ତ ଷ୍ଟେଶନରେ ପହଞ୍ଚିିଥିଲା । ଏଥିରେ ଗଞ୍ଜାମ ଜିଲାର ୨୨ ବ୍ଲକ ଓ ବ୍ରହ୍ମପୁର ମହାନଗର ନିଗମର ୭୯୬ ଜଣ ଥିବାବେଳେ ଗଜପତିର ୬୨, କଳାହାଣ୍ଡିର ୧୦୪, କନ୍ଧମାଳର ୨୪, କୋରାପୁଟର ୧୭, ମାଲକାନଗିରିର ୩୮, ନବରଙ୍ଗପୁରର ୨୭, ନୟାଗଡର ୧୯, ରାୟଗଡାର ୯୭, ସୁନ୍ଦରଗଡର ୧୧ ଏବଂ ଅନ୍ୟ ରାଜ୍ୟର ୪ ପ୍ରବାସୀ ରହିଥିଲେ ।
ସୁରଟରୁ ତୃତୀୟ ଟ୍ରେନ୍‌ ଅପରାହ୍ନ ୨ଟା ୩୦ରେ ୧୭୨୩ ଜଣ ପ୍ରବାସୀଙ୍କୁ ନେଇ ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଥିଲା। ସେଥିରେ ଗଞ୍ଜାମ ୨୧ ବ୍ଲକ ଓ ବ୍ରହ୍ମପୁର ମହାନଗର ନିଗମର ୧୬୭୦, ଅନୁଗୋଳର ୨, କଟକ ୪, ଢେଙ୍କାନାଳ ୫, ଗଜପତିର ୨, ଖୋର୍ଦ୍ଧାର ୧୧, କେନ୍ଦ୍ରାପଡା ୪, ନୟାଗଡ ୧୧ ଓ ପୁରୀର ୧୪ ପ୍ରବାସୀ ରହିଥିଲେ। ପ୍ରବାସୀ ପହଞ୍ଚିବା ପରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ପରେ ବସ୍‌ ଯୋଗେ ସେମାନଙ୍କୁ ନିଜ ଅଞ୍ଚଳର କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଥିଲା ା ସୂଚନାଯୋଗ୍ୟ, ରିପୋର୍ଟ ଲେଖାହେବା ସୁଦ୍ଧା ୩ ଟ୍ରେନ୍‌ ଜଗନ୍ନାଥପୁର ଷ୍ଟେଶନକୁ ଆସିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ: ଜିଲାପାଳଙ୍କ ଅଚାନକ ପରିଦର୍ଶନ

କୋରୁକୋଣ୍ଡା,୬।୯(ଡି.ଏନ୍‌.ଏ): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଆହାର ଯୋଜନାରେ ସ୍ବାଦିଷ୍ଟ ଖାଦ୍ୟ ଦିଆଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।...

ଛାତ୍ରୀଙ୍କୁ ଅନ୍ତଃସତ୍ତ୍ୱା ମାମଲା: ଅଧ୍ୟାପକଙ୍କୁ ୭ ବର୍ଷ ଜେଲ

ଯାଜପୁର ଟାଉନ,୨୬।୨(ଡି.ଏନ.ଏ.): ଜଣେ ଛାତ୍ରୀଙ୍କୁ ଅନ୍ତଃସତ୍ତ୍ୱା କରିବା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ଯାଜପୁର ଜିଲା ଦୌରାଜଜ୍‌ ଶ୍ରୀକାନ୍ତ ମିଶ୍ର ମାମଲାର ବିଚାର କରି...

ଚାଷୀଙ୍କଠାରୁ ନେଉଥିଲେ ଲାଞ୍ଚ: ବନ୍ଧା ହେଲେ ଆର୍‌ଆଇ

ନୂଆପଡା ଅଫିସ/ଖଡିଆଳ,୪ା୭-ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ୍‌ ତୁକୁଲା ଆରଆଇ ଦୀନମଣି ରାଉତରାୟ ଲାଞ୍ଚ ନେଇ ଶନିବାର ସନ୍ଧ୍ୟାରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ବାଲିଘାଟ କରାଇଦେବାକୁ...

ଗଞ୍ଜାମକୁ ଅନ୍ୟ ରାଜ୍ୟରୁ ଫେରିଲେଣି ୨ ଲକ୍ଷ ପ୍ରବାସୀ, ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ: ଜିଲାପାଳ

ଛତ୍ରପୁର,୧୭।୬(ଡି.ଏନ୍‌.ଏ.): କରୋନା ନେଇ ଗଞ୍ଜାମ ଜିଲାକୁ ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ୨ ଲକ୍ଷ ପ୍ରବାସୀ ଫେରିଲେଣି। ଏଥିଲାଗି ଗଞ୍ଜାମରେ କରୋନା ପଜିଟିଭ୍‌...

ଡ୍ରାଇଭର ସଂଘର ଦାବିପତ୍ର

ପୋଲସରା/ଗଞ୍ଜାମ/ସୋରଡ଼ା/ରମ୍ଭା,୯।୧୧(ଡି.ଏନ.ଏ.):ପୋଲସରା ଡ୍ରାଇଭର ସଂଘ ପକ୍ଷରୁ ସରକାରଙ୍କ ଉଦ୍ଦେଶ୍ୟରେ ୯ ଦଫା ଦାବି ସମ୍ବଳିତ ପତ୍ର ପ୍ରଦାନ କରାଯାଇଛି। ରାଜ୍ୟର ୩୦ ଜିଲାରେ କାର୍ଯ୍ୟରତ ଥିବା ସମସ୍ତ...

ଆଲୋଚନା ବିଫଳ, ଜମିହରାଙ୍କ ଧାରଣା ଜାରି

ପାରାଦୀପ,୨ା୭(ସ୍ବ.ପ୍ର.): ପାରାଦୀପ ତୈଳ ବିଶୋଧନାଗାର ଆଗରେ ଗତମାସ ୨୪ ତାରିଖରୁ ଜମିହରା କୃଷକ ଏକତା ମଞ୍ଚ ପକ୍ଷରୁ ନିଯୁକ୍ତି ଦାବିରେ ଧାରଣା ଜାରି ରହିଛି। ଏ...

ଗଛମୂଳ, ରାସ୍ତା କଡ଼ରେ ଚାଲିଛି ଡ୍ୟୁଟି

ରାଉରକେଲା,୧୭ା୬(ଦିନେଶ ମିଶ୍ର) ସ୍ମାର୍ଟସିଟି ରାଉରକେଲାରେ ଦିନକୁ ଦିନ ଜନସଂଖ୍ୟା ସାଙ୍ଗକୁ ଗାଡିମୋଟର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍ମାର୍ଟସିଟି ପକ୍ଷରୁ ବହୁ...

୫୨ କି.ମି. ଦୂରତାରେ ପାଣିକୋଇଲି-ମଙ୍ଗୁଳି ଟୋଲଗେଟ୍‌ : ବେଆଇନ ଭାବେ କୋଟି କୋଟି ଟଙ୍କା ଆଦାୟ

ଯାଜପୁର ଅଫିସ,୩୦ା୯: ସମ୍ପ୍ରତି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପାଳନ କରିବାକୁ ଯାଇ ରାଜ୍ୟ ସରକାର ନୂଆ ପରିବହନ ଆଇନକୁ କଡାକଡ଼ି କରିଛନ୍ତି। ଆରଟିଓରେ ନିୟୋଜିତ ଦଲାଲଙ୍କୁ...

Advertisement
Archives

Model This Week