୩ ଟ୍ରେନ୍‌ରେ ଫେରିଲେ ୪୬୬୪ ପ୍ରବାସୀ

ଛତ୍ରପୁର,୧୭ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ସମେତ ଓଡିଶାର ବିଭିନ୍ନ ଜିଲାର ପ୍ରବାସୀମାନେ ଟ୍ରେନ୍‌ ଯୋଗେ ଜଗନ୍ନାଥପୁର ଷ୍ଟେଶନକୁ ଆସିବାରେ ଲାଗିଛନ୍ତିି। ଶନିବାର ମଧ୍ୟ ପ୍ରବାସୀମାନେ ଟ୍ରେନ୍‌ ଯୋଗେ ଉକ୍ତ ଷ୍ଟେଶନରେ ଆସି ପହଞ୍ଚଛନ୍ତି । ଭୋର ୫ଟା ୩୦ରେ ସୁରଟରୁ ୧୭୪୨ ଜଣଙ୍କୁ ନେଇ ଜଗନ୍ନାଥପୁର ଷ୍ଟେଶନରେ ଟ୍ରେନ୍‌ ପହଞ୍ଚତ୍ଥିଲା । ସେଥିରେ ଗଞ୍ଜାମ ଜିଲା ୧୯ ବ୍ଲକ ୧୭୦୦ ଜଣ ରହିଥିବା ବେଳେ ବାଲେଶ୍ୱରର ୨ଜଣ, ଭଦ୍ରକର ୯, କଟକର ୬, ଯାଜପୁରର ୬, ଖୋର୍ଦ୍ଧାର ୨, ନୟାଗଡର ୫, ପୁରୀ ୧୦, ସମ୍ବଲପୁରର ଜଣେ ଏବଂ ବିହାରର ଜଣେ ରହିଥିଲେ ।
ସେହିପରି ସୁରଟରୁ ଦ୍ୱିତୀୟ ଟ୍ରେନ୍‌ ପୂର୍ବାହ୍ନ ୧୦ଟାରେ ୧୧୯୯ ପ୍ରବାସୀଙ୍କୁ ନେଇ ଉକ୍ତ ଷ୍ଟେଶନରେ ପହଞ୍ଚିିଥିଲା । ଏଥିରେ ଗଞ୍ଜାମ ଜିଲାର ୨୨ ବ୍ଲକ ଓ ବ୍ରହ୍ମପୁର ମହାନଗର ନିଗମର ୭୯୬ ଜଣ ଥିବାବେଳେ ଗଜପତିର ୬୨, କଳାହାଣ୍ଡିର ୧୦୪, କନ୍ଧମାଳର ୨୪, କୋରାପୁଟର ୧୭, ମାଲକାନଗିରିର ୩୮, ନବରଙ୍ଗପୁରର ୨୭, ନୟାଗଡର ୧୯, ରାୟଗଡାର ୯୭, ସୁନ୍ଦରଗଡର ୧୧ ଏବଂ ଅନ୍ୟ ରାଜ୍ୟର ୪ ପ୍ରବାସୀ ରହିଥିଲେ ।
ସୁରଟରୁ ତୃତୀୟ ଟ୍ରେନ୍‌ ଅପରାହ୍ନ ୨ଟା ୩୦ରେ ୧୭୨୩ ଜଣ ପ୍ରବାସୀଙ୍କୁ ନେଇ ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଥିଲା। ସେଥିରେ ଗଞ୍ଜାମ ୨୧ ବ୍ଲକ ଓ ବ୍ରହ୍ମପୁର ମହାନଗର ନିଗମର ୧୬୭୦, ଅନୁଗୋଳର ୨, କଟକ ୪, ଢେଙ୍କାନାଳ ୫, ଗଜପତିର ୨, ଖୋର୍ଦ୍ଧାର ୧୧, କେନ୍ଦ୍ରାପଡା ୪, ନୟାଗଡ ୧୧ ଓ ପୁରୀର ୧୪ ପ୍ରବାସୀ ରହିଥିଲେ। ପ୍ରବାସୀ ପହଞ୍ଚିବା ପରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ପରେ ବସ୍‌ ଯୋଗେ ସେମାନଙ୍କୁ ନିଜ ଅଞ୍ଚଳର କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଥିଲା ା ସୂଚନାଯୋଗ୍ୟ, ରିପୋର୍ଟ ଲେଖାହେବା ସୁଦ୍ଧା ୩ ଟ୍ରେନ୍‌ ଜଗନ୍ନାଥପୁର ଷ୍ଟେଶନକୁ ଆସିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଇଓ ଅଫିସ ଆଗରେ ଶିକ୍ଷକଙ୍କ ଗଣଧାରଣା: କାରଣ ଦର୍ଶାଅ ନୋଟିସ ପ୍ରତ୍ୟାହାର ପରେ…

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଭୋପେନ କୁମାର ମହାନ୍ତ ଶିକ୍ଷକ ସଂଘର କାର୍ଯ୍ୟକର୍ତ୍ତାଙ୍କୁ ଜାରି କରିଥିବା କାରଣ ଦର୍ଶାଅ ନୋଟିସ…

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ, ସଫଳ କରିବାକୁ ଛତ୍ରପୁରରେ ପଥପ୍ରାନ୍ତ ସଭା

ଛତ୍ରପୁର,୭।୧୦(ଦିଲ୍ଲୀପ ସାମଲ): ଏମଏମଡ଼ିଆର ସଂଶୋଧିତ ଅଧିନିୟମ ତୁରନ୍ତ ରଦ୍ଦ କରିବା, ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେସ କୁମାରଙ୍କ ବହିଷ୍କାର ଓ ଗିରଫଦାରୀ, ଏସଆଇଆର ପ୍ରତ୍ୟାହାର କରିବା, ଗଣଶିକ୍ଷା…

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଡବଲ୍‌ ଇଞ୍ଜିନ ସରକାରରେ…

ଖୋର୍ଦ୍ଧା,୭।୧୦(ପ୍ରଭାତ ପାଣିଗ୍ରାହୀ): ‘ବିକଶିତ ଭାରତ’ ସହ ‘ବିକଶିତ ଓଡ଼ିଶା’ ଗଠନ ପ୍ରକ୍ରିୟାରେ ସମସ୍ତ ନାଗରିକ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?