Posted inଜାତୀୟ

୩ କରୋନା ରୋଗୀ ଚିହ୍ନଟ

ନୂଆଦିଲ୍ଲୀ,୩ା୩(ପି.ଟି.): ଭାରତରେ ଆଉ ୩ ଜଣ କରୋନା ରୋଗୀ ଦିଲ୍ଲୀ, ତେଲଙ୍ଗାନା ଓ ଜୟପୁରରୁ ଚିହ୍ନଟ ହୋଇଛନ୍ତି। ଇଟାଲୀରୁ ଦିଲ୍ଲୀ ଆସିଥିବା ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ଥିବା ଜଣାପଡିଛି। ତେଲେଙ୍ଗାନାରେ କରୋନା ସଂକ୍ରମିତ ବ୍ୟକ୍ତି ଜଣକ ପୂର୍ବରୁ ଦୁବାଇ ଯାଇଥିଲେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ସେହିପରି ଇଟାଲୀରୁ ଫେରିଥିବା ଅନ୍ୟ ଜଣେ ସଂକ୍ରମିତ ଥିବା ଜୟପୁରରେ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା କରାଯାଉଛି। ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସାନି ଆଡଭାଇଜରି ଜାରି କରାଯାଇଛି। ବିମାନ ବନ୍ଦରଗୁଡ଼ିକରେ ଯାଞ୍ଚ ବଢ଼ାଇବାକୁ କୁହାଯିବା ସହ ଅତ୍ୟଧିକ ସଂକ୍ରମିତ ଦେଶକୁ ନ ଯିବା ଲାଗି ନାଗରିକଙ୍କୁ ପରାମର୍ଶ ଦିଆଯାଇଛି। ୨୧ଟି ବିମାନ ବନ୍ଦର, ୧୨ଟି ବୃହତ ଓ ୬୫ଟି କ୍ଷୁଦ୍ର ବନ୍ଦରରେ ଯାତ୍ରୀମାନଙ୍କୁ ଯାଞ୍ଚ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୨୫,୭୩୮ ଜଣଙ୍କୁ ନଜରରେ ରଖାଯାଇଛି। ଅତି ଜରୁରୀ ନ ଥିଲେ ଚାଇନା, ଇରାନ, ଇଟାଲୀ, ଦକ୍ଷିଣ କୋରିଆ ଓ ସିଙ୍ଗାପୁର ନ ଯିବା ଲାଗି ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ୩୭ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ରଖାଯାଇ ଚିକିତ୍ସା କରାଯାଉଛି। ଇରାନ ଓ ଇଟାଲୀରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ସେଠାକାର ସରକାରଙ୍କ ସହ ଆଲୋଚନା ଚାଲିଥିବା ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କଠାରେ କରୋନା ଭୂତାଣୁ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ: ଜଣେ ଯବାନ ଶହୀଦ

ଶ୍ରୀନଗର, ୧୨।୮: ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଯବାନ ଶହୀଦ ହୋଇଥିବାବେଳେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।...

କୋଭିଡ-୧୯ରୁ ରକ୍ଷା ପାଇବାକୁ ଚାଇନା ଦେବ ପରାମର୍ଶ: ଭାଗନେବ ଭାରତ

ନୂଆଦିଲ୍ଲୀ,୨୦।୩: କରେନା ଭାଇରସ ବା କୋଭିଡ-୧୯ ଏବେ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ଭୂତାଣୁର ସଠିକ୍‌ ଚିକିତ୍ସା ପଦ୍ଧତି ନ ଥିବାରୁ...

ପୁଣି ଅଶାନ୍ତ ଜାମିଆ ପରିସର

ନୂଆଦିଲ୍ଲୀ,୩।୨: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ପରିସରରେ ରବିବାର ବିଳମ୍ବିତ ରାତିରେ ପୁଣି ଗୁଳି ଫୁଟିଛି। ଫଳରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।...

ରାହୁଲ ଗାନ୍ଧୀଙ୍କୁ ନିଜ ରକ୍ତରେ ଲେଖିଲେ ଚିଠି, ‘ଦୟାକରି ଇସ୍ତଫା ଦିଅନ୍ତୁ ନାହିଁ ’

ଲକ୍ଷ୍ନୌ, ୩୦।୫: ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ ଅଡି ବସିଛନ୍ତି ରାହୁଲ ଗାନ୍ଧୀ। ତାଙ୍କୁ...

ଦିଲ୍ଲୀ ସୀମା ବିବାଦକୁ ନେଇ ରାୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୪।୬: କରୋନା ସଂକ୍ରମଣ କାରଣକୁ ଏବେ ଦିଲ୍ଲୀ ସୀମାକୁ ସିଲ୍‌ କରି ଦିଆଯାଇଛି। ଫଳରେ ସାଧାରଣ ଲୋକଙ୍କ ଯାଆସ କରିବାରେ ଅସୁବିଧା ସୃଷ୍ଟି ହେଉଛି। ଲୋକଙ୍କ...

ବିବାହ ବେଦିରେ ପିତାଙ୍କ ମୃତଦେହ ରଖି ୭ ଘେରା ବୁଲିଲେ ପୁଅ

ଚେନ୍ନାଇ, ୧୨।୮: ତାମିଲନାଡୁର ବିଲ୍ଲୁପୁରମ୍‌ରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ପିତାଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ବେଦି ଉପରେ ରଖି ୭ ଘେରା...

ବିନା ମାସ୍କରେ ମିଳିବନି ପେଟ୍ରୋଲ,ଡିଜେଲ

ନୂଆଦିଲ୍ଲୀ,୨୦।୪: ପେଟ୍ରୋଲିୟମ ଡିଲର୍ସ ଆସୋସିଏଶନ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ଆସୋସିଏଶନର ଅଧ୍ୟକ୍ଷ ଅଜୟ ବଂଶଲ କହିଛନ୍ତି ଯେ, ପେଟ୍ରୋଲ ପମ୍ପଗୁଡିକରେ କାମ କରୁଥିବା...

ପାଣି ମାଗିବାକୁ ଆସିଥିବା ମହିଳାଙ୍କୁ ମଝି ରାସ୍ତାରେ ଗୋଇଠା ମାରିଲେ ଭାଜପା ବିଧାୟକ: ଭିଡ଼ିଓ ଭାଇରାଲ

ଅହମ୍ମଦାବାଦ୍‌,୩।୬: ଗୁଜରାଟରେ ପାଣି ମାଗିବାକୁ ଆସିଥିବା ଜଣେ ମହିଳାଙ୍କୁ ଭାଜପା ବିଧାୟକ ମଝି ରାସ୍ତାରେ ଗୋଇଠା ମାରିଛନ୍ତି। ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ...

Coronavirus Update


Archives

Model This Week

Why Dharitri