୩୫୭ କୋଟି ବର୍ଷ ତଳେ ଦକ୍ଷିଣ ଆଫ୍ରିକାର ପାହାଡ଼ରେ ହୋଇଥିଲା ମାନବ ସୃଷ୍ଟି

ଜୋହାନ୍ସ୍‌ବର୍ଗ,୧୩।୨: ମାନବ ସୃଷ୍ଟିକୁ ଇତିମଧ୍ୟରେ କୋଟି କୋଟି ବର୍ଷ ବିତିଯାଇଛି। ଗବେଷକଙ୍କ ଅନୁସାରେ ପ୍ରାୟ ୩୫୭ କୋଟି ବର୍ଷ ତଳେ ଦକ୍ଷିଣ ଆଫ୍ରିକାର ମଖଞ୍ଜଓ୍ବା ପାହାଡ଼ରେ ମାନବ ସୃଷ୍ଟି ହୋଇଥିଲା। ପୃଥିବୀ ସୃଷ୍ଟିର କିଛି କାଳ ପରେ ସମଗ୍ର ଅଞ୍ଚଳ ପାଣିରେ ବୁଡ଼ି ରହିଥିଲା। ତେବେ ପ୍ରଥମେ ମଖଞ୍ଜଓ୍ବା ପାହାଡ଼ ପାଣି ଭିତରୁ ବାହାରକୁ ଦେଖାଯାଇଥିବା ଗବେଷକ କହିଛନ୍ତି। ଫଳରେ ଏଠାରେ ଜୀବନ ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଜୈବବିବର୍ତ୍ତନ ଦ୍ୱାରା ଏଠାରେ ମାନବ ସୃଷ୍ଟି ହୋଇଥିଲା। ପୃଥିବୀରେ ଜୀବନ ସୃଷ୍ଟି ସମ୍ପର୍କରେ ଆବଶ୍ୟକୀୟ ତଥ୍ୟ ଯୋଗାଉ ଥିବାରୁ ଏହି ଅଞ୍ଚଳକୁ ୟୁରେକା ସିଟି ଭାବେ ନାମିତ କରାଯାଇଛି। ଏଠାରେ ପୃଥିବୀର ସର୍ବ ପୁରାତନ ଭୂଭାଗ ରହିଛି। ୨୦୧୮ରେ ମଖଞ୍ଜଓ୍ବା ପାହାଡ଼ ଅଞ୍ଚଳକୁ ୟୁନେସ୍କୋ ପକ୍ଷରୁ ବିଶ୍ୱ ହେରିଟେଜ୍‌ ସ୍ଥଳ ଭାବେ ଘୋଷିତ କରାଯାଇଥିଲା। ୨୦୧୪ରେ ଏଠାରେ ଜୀବନ ସୃଷ୍ଟି ତଥ୍ୟ ସଂଗ୍ରହ ପାଇଁ ଜିଓଟ୍ରେଲ୍‌ ଆରମ୍ଭ କରାଯାଇଥିଲା। ଜର୍ମାନୀର ଜେନା ବିଶ୍ୱବିଦ୍ୟାଳୟର ପ୍ରଫେସର ଖ୍ରୀଷ୍ଟୋଫର ହ୍ୟୁବେକ୍‌ ଏବଂ ସ୍ଥାନୀୟ ଗାଇଡ୍‌ ଟୋନୀ ଫେର୍ରାରଙ୍କ ସହଯୋଗରେ ଏହାକୁ ଆରମ୍ଭ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଲଏସିରେ କାର୍ଯ୍ୟ କରୁଥିବା ୩ ପିଏଲଏ ଅଧିକାରୀଙ୍କ ପଦୋନ୍ନତି କଲେ ଜିନପିଙ୍ଗ…

ବେଜିଂ,୨୪।୧୦ : ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଦେଶର ନିର୍ଦ୍ଦେଶ ଗ୍ରହଣ କରିବା ମାତ୍ରେ ତାଙ୍କର ପଦକ୍ଷେପ ଆରମ୍ଭ କରିଛନ୍ତି। ଲଗାତାର ତୃତୀୟ ଥର ପାଇଁ...

ଅନଲାଇନ୍‌ ଗେମ୍‌ ଖେଳୁ ଖେଳୁ ଲିକ୍‌ ହେଲା ଚାଇନାର ଶକ୍ତିଶାଳୀ ଟ୍ୟାଙ୍କର ଗୁପ୍ତ ତଥ୍ୟ…

ବେଜିଂ, ୮।୬ : ଚାଇନାରେ ଅନଲାଇନ ଗେମ୍‌ ଖେଳିବାକୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସଭିଏଁ ପସନ୍ଦ କରିଥାନ୍ତି। ବିଶେଷକରି ସାମରିକ ଯୁଦ୍ଧ...

ବାଘକୁ ଡରାଇଦେଲା ଷଣ୍ଢ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଏହି ଫୁଲରେ ବସେ ନାହିଁ ଭଅଁର

ଫୁଲ ଭଗବାନଙ୍କ ଏକ ଅନବଦ୍ୟ ସୃଷ୍ଟି। ଫୁଲରେ ଭଅଁର ବସିଲେ ଏହାର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଥାଏ। ମାତ୍ର ଏମିତି ଫୁଲ ଅଛି, ଯାହା ଉପରେ ଭଅଁର...

ଇସ୍ରାଏଲର ଆକ୍ରମଣରେ ଦୁଇ ପାଲେଷ୍ଟାଇନ୍‌ ମୃତ

ଜେରୁଜେଲମ୍‌,୬ା୫: ଶନିବାର ଇସ୍ରାଏଲର ଆକ୍ରମଣରେ ଦୁଇ ପାଲେଷ୍ଟାଇନ୍‌ଙ୍କ ମୃତ୍ୟୁ ହୋଇଛି। ତେବେ ଇସ୍ରାଏଲର ସୈନ୍ୟମାନେ ଏନେଇ ପ୍ରତିକ୍ରିୟା ଦେଇନାହାନ୍ତି। ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଏହି...

ହୀରା ଗିଟାର

ଗିଟାରର ଧୂନ୍‌ କାହାକୁ ବା ଭଲ ନ ଲାଗେ। ଅନେକଙ୍କର ଏହା ଏକ ପ୍ରିୟ ବାଦ୍ୟଯନ୍ତ୍ର। ତେବେ ଏମିତି ଏକ ଗିଟାର ଅଛି, ଯାହାକୁ ଦେଖୁ...

ଘରେ ପାଦ ଦେଉ ଦେଉ ଘଟିଲା ଏମିତି…

ନିଜର ଗୋଟିଏ ଘର ହେଉ ଏହି ସ୍ବପ୍ନ ସମସ୍ତେ ଦେଖିଥାନ୍ତି। ମାତ୍ର ବେଳେବେଳେ ଏହି ସ୍ବପ୍ନ ଡରାଇ ଦେଇଥାଏ। ଏମିତି କିଛି ଘଟିଛି ଲଣ୍ଡନରେ ରହୁଥିବା...

ମାଲିକ ଚାକିରିରୁ ବାହାର କରିଦେବାରୁ ଯୁବକ ନେଲେ ଏମିତି ପଦକ୍ଷେପ

ମାଲିକ ଚାକିରିରୁ ବାହାର କରିଦେବା ଜଣେ ବ୍ୟକ୍ତିଙ୍କ ପାଇଁ ନିଶ୍ଚିତ ଅପମାନଜନକ ହୋଇଥାଏ। କିଛି ଲୋକ ଚୁପ୍‌ଚାପ ଚାଲି ଯାଉଥିବା ବେଳେ ଆଉ କିଛି ଲୋକ...

Advertisement
Archives

Model This Week