ନିଜକୁ ଐଶ୍ୱର୍ଯ୍ୟାଙ୍କ ପୁଅ ବୋଲି ଦାବିକଲେ ଯୁବକ

କିଛିଦିନ ତଳେ ଜଣେ ମହିଳା ନିଜକୁ ଅନୁରାଧା ପଡ଼ଓ୍ବାଲଙ୍କ ଝିଅ କହି ଚର୍ଚ୍ଚାକୁ ଆସିଥିବାବେଳେ ଏବେ ଜଣେ ୩୨ ବର୍ଷୀୟ ଯୁବକ ନିଜକୁ ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କ ପୁଅ ବୋଲି ଦାବି କରି ଚର୍ଚ୍ଚାକୁ ଆସିଛନ୍ତି। ପ୍ରାୟ ବର୍ଷକ ତଳେ ସଂପୃକ୍ତ ଯୁବକ ନିଜକୁ ଐଶ୍ୱର୍ଯ୍ୟାଙ୍କ ପୁଅ ବୋଲି ମଧ୍ୟ ଦାବି କରିଥିଲେ।
ଏକ ରିପୋର୍ଟ ଅନୁଯାୟୀ, ମାଙ୍ଗାଲୋରରେ ରହୁଥିବା ୩୨ ବର୍ଷୀୟ ସଙ୍ଗୀତ କୁମାର ନିଜକୁ ଐଶ୍ୱର୍ଯ୍ୟାଙ୍କ ପୁଅ ବୋଲି କହିଛନ୍ତି। ତାଙ୍କୁ ଐଶ୍ୱର୍ଯ୍ୟା ଆଇଭିଏଫ୍‌ ଜରିଆରେ ଲଣ୍ଡନରେ ଜନ୍ମ ଦେଇଥିବା ସୋସିଆଲ ମିଡିଆରେ କହିଛନ୍ତି। ସଙ୍ଗୀତ କହିଛନ୍ତି, ୧୯୮୮ ମସିହାରେ ତାଙ୍କର ଜନ୍ମ ଲଣ୍ଡନରେ ହୋଇଥିଲା। ସେତେବେଳେ ଐଶ୍ୱର୍ଯ୍ୟାଙ୍କୁ ୧୫ ବର୍ଷ ହୋଇଥିଲା।

ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ପିତା ତାଙ୍କୁ ଯେତେବେଳେ ବିଶାଖାପାଟଣା ଆଣି ଆସିଥିଲେ ଐଶ୍ୱର୍ଯ୍ୟାଙ୍କ ମାତାପିତା ଦୁଇବର୍ଷ ପର୍ଯ୍ୟନ୍ତ ତାଙ୍କର ଦେଖାଶୁଣା କରୁଥିଲେ। ତାଙ୍କର ଜନ୍ମ ପ୍ରମାଣପତ୍ରକୁ ତାଙ୍କ ସମ୍ପର୍କୀୟମାନେ ଚିରି ଦେଇଥିଲେ। ଏବେ ସଙ୍ଗୀତ ଚାହୁଁଛନ୍ତି ମୁମ୍ବାଇ ଫେରିଯିବାକୁ। ଐଶ୍ୱର୍ଯ୍ୟାଙ୍କ ସହିତ ସେଠାରେ ମିଶି ରହିବାକୁ ଇଚ୍ଛା କରିଛନ୍ତି। ସୋସିଆଲ ମିଡିଆରେ ଯେତେବେଳେ ଏକଥା ଜଣାପଡ଼ିଲା ପୋଲିସ ସଙ୍ଗୀତଙ୍କୁ ମାନସିକ ବିକାରଗ୍ରସ୍ତ ବୋଲି କହିଛି। ମାତ୍ର ଏକଥାରେ କେତେ ସତ୍ୟତା ଅଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଶୁଭ ମଙ୍ଗଲ ଜାଦା ସାବଧାନ’ର ଟ୍ରେଲର ରିଲିଜ

ମୁମ୍ବାଇ: ଆୟୁଷ୍ମାନ ଖୁରାନାଙ୍କ ଅପ୍‌ କମିଂ ରୋମାଣ୍ଟିକ ଓ କମେଡି ଫିଲ୍ମ ‘ଶୁଭ ମଙ୍ଗଲ ଜାଦା ସାବଧାନ’ର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲର ୨ମିନିଟ୍‌...

ଦର୍ଶକଙ୍କୁ ଡରାଇ ପାରିଲାନି ‘ଭୂତ’: ୩ ଦିନରେ ୧୬.୩୬ କୋଟି ବ୍ୟବସାୟ

ମୁମ୍ବାଇ: ଭିକି କୌଶଲଙ୍କ ଅଭିନୀତ ଫିଲ୍ମ ‘ଭୂତ’ ରିଲିଜ ହୋଇସାରିଛି। ଟ୍ରେଲର ରିଲିଜ ପରେ ଦର୍ଶକେ ଯାହା ଆଶା କରୁଥିଲେ କିନ୍ତୁ ସେମିତି କିଛି କମାଲ...

ଦୀପିକାଙ୍କ ଫଟୋ ଦେଖି କ’ଣ କହୁଛନ୍ତି ଦର୍ଶକ

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନ ଓ ରଣବୀର ସିଂ ବିବାହ କରିବା ପରେ ଅଧିକାଂଶ ସମୟ ରହୁଛନ୍ତି ଚର୍ଚ୍ଚାରେ। ଉଭୟ ସୋସିଆଲ ମିଡିଆରେ ବେଶ୍‌...

ଅମିତାଭ୍‌ଙ୍କ ପସନ୍ଦର ଅଭିନେତ୍ରୀ ଆଲିଆ

ଟିଭି ଶୋ’ ‘କୌନ୍‌ ବନେଗା କରୋଡପତି’(କେବିକେ)ରେ ବିଗ୍‌ ବି ଅମିତାଭ ବଚ୍ଚନ ସବୁବେଳେ ପ୍ରତିଯୋଗୀଙ୍କ ସହ ମଜାଦାର କଥା ଶେୟାର କରିଥାନ୍ତି। ନିକଟରେ କେବିକେ ସିଜିନ୍‌-୧୧ରେ...

ଫଟୋଗ୍ରାଫରଙ୍କ ଉପରେ ରାଗିଲେ ତୈମୁର

ମୁମ୍ବାଇ: ଷ୍ଟାର କିଡ୍‌ ଭାବେ ଶୈଫିନାଙ୍କ ପୁଅ ତୈମୁର ଅଲ୍ଲି ଖାଁ ବଲିଉଡ୍‌ଠାରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି ବେଶ୍‌ ପରିଚିତ। କାରଣ ହେଉଛି ତାଙ୍କର...

ଶୁଟିଂ ପାଇଁ ମୁମ୍ବାଇରେ ପହଞ୍ଚିଥିବା କନିକାଙ୍କୁ ଫ୍ଲାଟରେ ଏଣ୍ଟ୍ରି ପାଇଁ ମନାକଲା ସୋସାଇଟି

ମୁମ୍ବାଇ: କରୋନା ଲକ୍‌ଡାଉନ ଯୋଗୁ ମାର୍ଚ୍ଚ ୨୨ଠାରୁ ସମସ୍ତ ଫିଲ୍ମ ଓ ସିରିୟଲ୍‌ ଶୁଟିଂ ବନ୍ଦ ରହିଛି। ଫଳରେ କଳାକାରମାନେ ହାତବାନ୍ଧି ଘରେ ବସି ରହିଛନ୍ତି।...

ଗୁଗଲରେ ସର୍ବାଧିକଥର ସର୍ଚ୍ଚ କରାଯାଇଛି ଦେଶୀ ଗର୍ଲଙ୍କୁ

ମୁମ୍ବାଇ: ନିକଟରେ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ଗୁଗଲ ସର୍ଚ୍ଚରେ ସର୍ବାଧିକ ଥର ସର୍ଚ୍ଚ କରାଯାଇଛି। SEMrush...

ମେଘନାଦଙ୍କ ସହିତ ଯୁଦ୍ଧ ସମୟରେ ଲକ୍ଷ୍ମଣଙ୍କୁ ହୋଇଥିଲା ସଂକ୍ରମଣ

ଅଭିନେତା ସୁନୀଲ ଲାହିରି ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ ରାମାନନ୍ଦ ସାଗରଙ୍କ ଟିଭି ସିରିଏଲ ‘ରାମାୟଣ’ ବିଷୟରେ ଅନେକ ରୋଚକ କାହାଣୀ କହିଛନ୍ତି। ଏହି ସିରିଏଲରେ ସେ ଲକ୍ଷ୍ମଣଙ୍କ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *