୩୨ଦିନ ମୃତ୍ୟୁ ସହ ଛକାପଞ୍ଝା

ଓ୍ବେଲିଂଟନ: ସମୁଦ୍ରର ଅଥଳ ଜଳରାଶି। ଦୀର୍ଘ ୩୨ଦିନ ମୃତ୍ୟୁ ସହ ଛକାପଞ୍ଝା। ଶେଷରେ ବଞ୍ଚିବାର ଇଚ୍ଛା ଆଗରେ ହାରିଯାଇଛି ମୃତ୍ୟୁ। ହଲିଉଡ୍‌ ଚଳଚ୍ଚିତ୍ରର କାହାଣୀ ପରି ଲାଗୁଥିବା ଏଭଳି ଏକ ଘଟଣା ଘଟିଛି ପ୍ରଶାନ୍ତ ମହାସାଗରରେ। ମୃତ୍ୟୁପଞ୍ଝାରୁ ବଞ୍ଚତ୍ୟାଇଥିବା ପାପୁଆ ନ୍ୟୁଗିନିର ସମ୍ପୃକ୍ତ ୪ଜଣ ବ୍ୟକ୍ତି ବଖାଣିଛନ୍ତି ସେମାନଙ୍କ ସହ ଘଟିଥିବା ଅଙ୍ଗେନିଭା କାହାଣୀ। ବର୍ଷା ପାଣି ଏବଂ ନଡ଼ିଆ ସେମାନଙ୍କୁ ଏତେ ଦିନ ଧରି ବଞ୍ଚାଇ ରଖିଥିବା ସେମାନେ କହିଛନ୍ତି।
ପାପୁଆ ନ୍ୟୁଗିନିର ବୋଗେନଭିଲ ପ୍ରାନ୍ତର ଏକ ଦଳ ଗତ ଡିସେମ୍ବର ୨୨ରେ ଖ୍ରୀଷ୍ଟମାସ୍‌ ପାଳନ କରିବାକୁ କାର୍ଟେଟ୍‌ ଦ୍ୱୀପ ଅଭିମୁଖେ ବାହାରିଥିଲେ। ଉକ୍ତ ସ୍ଥାନ ବୋଗେନଭିଲଠାରୁ ୧୦୦ କିମି ଦୂରରେ ଅବସ୍ଥିତ। ବଞ୍ଚିଯାଇଥିବା ବ୍ୟକ୍ତି ଡୋମିନିକ୍‌ ଷ୍ଟେଲି କୁହନ୍ତି, ଦ୍ୱୀପକୁ ଯିବା ସମୟରେ ଛୋଟ ନୌକାଟି ବୁଡ଼ିଯାଇଥିଲା। ଡଙ୍ଗାରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ୪ଜଣ ବୁଡ଼ିଗଲେ। ଅନ୍ୟମାନେ ବହୁକଷ୍ଟରେ ନୌକାକୁ ସିଧା କରିବାରେ ସଫଳ ହେଲୁ। ହେଲେ କୂଳକୁ ଆସିବା ବଦଳରେ ଦିଗହରା ହୋଇ ଦୂରକୁ ଚାଲିଗଲୁ। ପରିସ୍ଥିତି ପ୍ରତିକୂଳ ଥିଲା। ଭୋକ, ଶୋଷରେ ଆଉଟୁପାଉଟୁ ହେବା ଛଡ଼ା ଅନ୍ୟ ପନ୍ଥା ନ ଥିଲା। ତା’ସାଙ୍ଗକୁ ଅଶାନ୍ତ ସମୁଦ୍ର ପ୍ରତି ମୁହୂର୍ତ୍ତରେ ପରୀକ୍ଷା ନେଉଥିଲା। ପ୍ରତିକୂଳ ପରିବେଶ ସତ୍ତ୍ୱେ ବହୁକଷ୍ଟରେ ୮ ଜଣ ହିଁ ଜୀବନ ବଞ୍ଚାଇ ପାରିଥିଲୁ। ସେମାନଙ୍କ ମଧ୍ୟରେ ଜଣେ ଦମ୍ପତି ଏବଂ ତାଙ୍କ ଛୁଆ ଥିଲେ। ମାତ୍ର କିଛି ଦିନ ମଧ୍ୟରେ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା। ଛୁଆକୁ ସମ୍ଭାଳିବା ଦାୟିତ୍ୱ କାନ୍ଧରେ ପଡ଼ିଲା। ସବୁ ଚେଷ୍ଟା ସତ୍ତ୍ୱେ ଛୁଆକୁ ବି ବଞ୍ଚାଇ ହେଲାନି। ଏହିପରି ୮ଜଣଙ୍କ ମଧ୍ୟରୁ ୪ଜଣ ମୃତ୍ୟୁମୁଖରେ ପଡ଼ିଲେ। ମୃତଦେହକୁ ସମୁଦ୍ରରେ ଫିଙ୍ଗି ଦେବାକୁ ବାଧ୍ୟ ହେଲୁ। ସମୁଦ୍ର ମଧ୍ୟରେ ଥିବାବେଳେ ଅନେକ ମାଛମରା ବୋଟ ଡଙ୍ଗା ନିକଟରେ ଯାଇଥିଲା। ହେଲେ କାହାରି ନଜର ଆମ ଉପରେ ପଡ଼ି ନ ଥିଲା। ଶେଷରେ ଈଶ୍ୱର ଆମ ପ୍ରାର୍ଥନା ଶୁଣିଲେ। ଏକ ମାଛଧରା ଡଙ୍ଗା ଆମକୁ ଦେଖିଲା। ନ୍ୟୁ କଲେଡୋନିଆ ତଟରୁ ୨୦୦୦କିମି ଦୂର ସମୁଦ୍ର ଭିତରୁ ୨୩ ଜାନୁୟାରୀରେ ସମସ୍ତଙ୍କୁ ଉଦ୍ଧାର କରାଗଲା। ପାପୁଆ ନ୍ୟୁଗିନିରେ ଚିକିତ୍ସା ପରେ ସମସ୍ତଙ୍କୁ ମୁକ୍ତ କରି ଦିଆଯାଇଥିବା ଡୋମିନିକ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଂଜୋ ଆବେଙ୍କ ପରେ ଏବେ ଟାର୍ଗେଟରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା! ଭାଷଣ ଦେବା ସମୟରେ ଫିଙ୍ଗାଗଲା ପାଇପ ବମ

ଟୋକିଓ,୧୫।୪: ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କ ସଭାରେ ୧୫ ଏପ୍ରିଲ ଅର୍ଥାତ୍‌ ଶନିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଓ୍ବାକାୟାମା ସହରରେ...

ପେଟ ପୋଷିବା ପାଇଁ ୭୫ ବଷୀୟା ବୃଦ୍ଧା କରୁଛନ୍ତି ଏମିତି: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବୃଦ୍ଧ ବୟସରେ ଲୋକେ ଆଶାବାଡ଼ିର ସାହାରା ନେଇଥାନ୍ତି। ହେଲେ ଜଣେ ୭୫ ବର୍ଷୀୟା ବୃଦ୍ଧା ଆଶାବାଡି ସହ ଏମିତି ମାର୍ଶଲ ଆର୍ଟ କରି ଦେଖାଇଛନ୍ତି, ଯାହାକୁ...

ଏଠାରେ କୁକୁରକୁ ପୂଜା କରାଯାଇ ପାଳନ କରାଯାଏ ଦୀପାବଳି

ଆଲୋକର ପର୍ବ ଦୀପାବଳୀ କେବଳ ଭାରତରେ ପାଳନ କରାଯାଏ ନାହିଁ। ଏହା ଜାପାନ, ଗୁଆନା, ମାଲେସିୟା, ମରିସସ୍‌, ମ୍ୟାନମାର, ସିଙ୍ଗାପୁର ଆଦି ଦେଶରେ ମଧ୍ୟ ପାଳନ...

ଖାଲଖମା ରାସ୍ତାରେ ଫଟୋଶୁଟ୍‌ କଲେ କନ୍ୟା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଥିରୁଭାନନ୍ତପୁରମ,୨୨।୯: ଆଜିକାଲି ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ଏହି କାରଣରୁ ଖାଲ ରାସ୍ତା ଓ ଗଳିରେ ପାଣି ଜମା ହୋଇରହିଛି। ସମସ୍ତଙ୍କ ପାଇଁ...

କରୋନା ମହାମାରୀ ନେଇ ଆରୋପ ପ୍ରତ୍ୟାରୋପକୁ କ୍ୱାରାଣ୍ଟାଇନ୍‌ରେ ରଖ; ପ୍ରଥମେ ଜଳୁଥିବା ଘରକୁ ସୁରକ୍ଷିତ କର: ଡବ୍ଲ୍ୟୁଏଚ୍‌ଓ

ଓ୍ବାଶିଂଟନ,୯।୪: ସାରା ପୃଥିବୀରେ ଦେଖାଦେଇଥିବା କରୋନା ସଙ୍କଟର ମୁକାବିଲା ଲାଗି ପ୍ରସ୍ତୁତି ଜାରି ରହିଛି। ଏପରିସ୍ଥଳେ କରୋନା ମହାମାରୀ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ...

ମୋର ଆଠ ଲାଭ, ତୁମର ଦୁଇ କ୍ଷତି !

ବନବାସ କାଳରେ ପ୍ରଭୁ ରାମ ଅଯୋଧ୍ୟାରୁ ପ୍ରସ୍ଥାନ କରି ପହଞ୍ଚିଲେ ଶୃଙ୍ଗବେରପୁରରେ l ସେଠାରେ ଗୁହକଙ୍କ ଆତିଥ୍ୟ ସ୍ବୀକାର କରି ପରଦିନ ଗଙ୍ଗା ପାର ହେବା...

ପୋଷା କୁକୁର ଚିରିଦେଲା ପାସପୋର୍ଟ : ମାଲିକାଣୀଙ୍କ ବୁହାନ ଯିବା ହେଲାନି

ତାଇପେ, ୨୯।୧: କୁକୁରଙ୍କୁ ବିପଦର ଆଭାସ ବହୁ ପୂର୍ବରୁ ମିଳିଥାଏ ବୋଲି ଲୋକେ କହିଥାନ୍ତି। ଏହାର ଏକ ସଦ୍ୟତମ ଉଦାହରଣ ତାଇଓ୍ବାନ୍‌ରେ ଦେଖିବାକୁ ମିଳିଛି। ଏଠାରେ...

୯ରେ ବଡ଼ ଘୋଷଣା କରିପାରନ୍ତି ପୁଟିନ୍‌

ମସ୍କୋ,୨ା୫: ୟୁକ୍ରେନ୍‌ର ବିଭିନ୍ନ ସହର ଧ୍ୱସ୍ତବିଧ୍ୱସ୍ତ ହେବା ସହ ଆକ୍ରମଣରେ ହଜାର ହଜାର ହୋକଙ୍କ ପ୍ରାଣ ଯିବା ପରେ ରୁଷିଆ ଖୁବଶୀଘ୍ର ପୂର୍ବ ୟୁରୋପୀୟ ଦେଶରେ...

Advertisement
Archives

Model This Week