୩୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓ୍ବାଶିଂଟନ/ରୋମ୍‌/ଲଣ୍ଡନ,୨୮ା୪: ପ୍ରାଣଘାତୀ କରୋନାରେ ୨୧୦ ଦେଶରେ ମୋଟ ୨.୦୮ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ସଂକ୍ରମିତଙ୍କ ସଂଖ୍ୟା ୩୦ ଲକ୍ଷ ଟପିଥିବା ବେଳେ ଆମେରିକା, ସ୍ପେନ୍‌, ଇଟାଲୀ, ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନ ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଯଦିଓ ସୋମବାର ସୁଦ୍ଧା ବିଶ୍ୱରେ ପ୍ରାୟ ୮ ଲକ୍ଷ ୯୦ ହଜାର ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ତଥାପି କ୍ରମବର୍ଦ୍ଧିଷ୍ଣୁ ନୂଆ ରୋଗୀଙ୍କ ସଂଖ୍ୟା ହୋସ୍‌ ଉଡ଼ାଇ ଦେଉଛି। ଆମେରିକା ସଂକ୍ରମଣ ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୯.୯୦ ଲକ୍ଷରୁ ଅଧିକ ଥିବାବେଳେ ମୃତ୍ୟୁସଂଖ୍ୟା ୫୫,୫୦୦ ଟପିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ପ୍ରାୟ ୩ ହଜାର ନୂଆ ରୋଗୀ ଚିହ୍ନଟ ହୋଇଛନ୍ତିି। ପୋକମାଛି ଭଳି ଏହି ବିତ୍ତଶାଳୀ ଦେଶରେ ଲୋକଙ୍କ ଜୀବନ ଯାଉଛି। ଖାଲି ସେତିକି ନୁହେଁ, ଏହି ରୋଗର ଚିକିତ୍ସା ଲାଗି ସେଭଳି ଫଳପ୍ରଦ ଔଷଧ ଏପର୍ଯ୍ୟନ୍ତ ବାହାରି ନ ଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସ୍ପେନ୍‌ରେ ଏବେ ୨.୨୯ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ଥିବାବେଳେ ମୃତ୍ୟୁମୁଖରେ ପଡ଼ିଲେଣି ୨୩,୫୨୧ ବ୍ୟକ୍ତି। ଇଟାଲୀରେ ୨୬,୬୫୦ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୧.୯୭ ଲକ୍ଷ ଟପିଛି। ଫ୍ରାନ୍ସରେ ୧.୬୨ ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଥିବାବେଳେ ୨୨,୮୫୬ ଜଣଙ୍କ ଜୀବନ ଗଲାଣି। ଜର୍ମାନୀରେ ସୋମବାର ସୁଦ୍ଧା ୧.୫୮ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଥିବାବେଳେ ପ୍ରାୟ ୬ ହଜାର ଲୋକ ପ୍ରାଣ ହରାଇଥିବା ଜଣାପଡ଼ିଛି। ବ୍ରିଟେନରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୨୦,୭୩୨ରେ ପହଞ୍ଚିଛି। ଅନ୍ୟ ପ୍ରମୁଖ ଦେଶ ମଧ୍ୟରେ ଇରାନରେ ୫,୮୦୬, ଚାଇନାରେ ୪,୬୩୩, ତୁର୍କୀରେ ୨,୮୦୫, ବ୍ରାଜିଲରେ ୪,୨୯୮, ବେଲଜିୟମରେ ୭,୨୦୭, ନେଦରଲାଣ୍ଡ୍ସରେ ୪, ୫୧୮, ସ୍ବିଡେନରେ ୨, ୨୭୪, ମେକ୍ସିକୋରେ ୧,୩୫୧, କାନାଡାରେ ୨,୬୧୭ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ମହାମାରୀ ଭୂତାଣୁଠାରୁ ବର୍ତ୍ତିବା ଲାଗି ସାମାଜିକ ଦୂରତା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୂଳ ଭାରତୀୟ କୃଷ୍ଣା ଏମଏଲକେଙ୍କୁ ସ୍ବତନ୍ତ୍ର ଗ୍ରାଣ୍ଡ ପରେଡ଼ ସମ୍ମାନ…

ଓ୍ବାଶିଂଟନ,୧୭।୧ : ମାର୍ଟିନ ଲୁଥର୍‌ କିଙ୍ଗ ଗ୍ରାଣ୍ଡ ପ୍ୟାରେଡ ସ୍ବତନ୍ତ୍ର ସମ୍ମାନରେ ଆମେରିକୀୟ ତଥା ମୂଳ ଭାରତୀ କୃଷ୍ଣ ଭାଭିଲାଙ୍କୁ ସମ୍ମାନିତ କରାଯାଇଛି। କୃଷ୍ଣ ଭାଭିଲା...

ଜରୁରୀ ରୋଗୀ ସେବା ପାଇଁ ୧୦ଅଟୋକୁ ଅନୁମତି

ଦାରିଙ୍ଗବାଡ଼ି,୧୬।୪(ଡି.ଏନ.ଏ.): କରୋନା ମୁକାବିଲା ପାଇଁ ଏବେ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ଏଥିପାଇଁ ଜରୁରୀକାଳିନ ସେବା ମିଳିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ତେବେ ଲୋକଙ୍କ...

ଡୋଜ୍‌ ଅଭାବ ନେଇ ଲେଟର ଓ୍ବାର: କେନ୍ଦ୍ର ପକ୍ଷରୁ ପାଲଟା ଜବାବ

ନୂଆଦିଲ୍ଳୀ,୮।୪: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଅଣାୟତ୍ତ ହେବାରେ ଲାଗିଛି। କରୋନାରୁ ଦୂରେଇ ରହିବା ପାଇଁ ଜାରି ରହିଥିବା ସାର୍ବଜନୀକ ଟିକାକରଣ ଅଭିଯାନରେ...

ୟୁରୋପ ଗଲା ନାଟୋ ଯୁଦ୍ଧ ବିମାନ

କ୍ୱିଭ୍‌/ବ୍ରୁସେଲ୍ସ, ୨୫।୧: ୟୁକ୍ରେନ ଉପରେ ରୁଷିଆର ଯୁଦ୍ଧ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ(ନାଟୋ)ର ସଦସ୍ୟ ଦେଶଗୁଡ଼ିକ ଏକଜୁଟ ହୋଇଛନ୍ତି। ନାଟୋ ରୁଷିଆ...

ସିଧା ପ୍ରସାରଣ ସମୟରେ ଖସି ପଡିଲା ମହିଳା ଆଙ୍କରଙ୍କ ଦାନ୍ତ

କ୍ୱିଭ,୧୮।୭: ୟୁକ୍ରେନର ଜଣେ ଟେଲିଭିଜନ ନ୍ୟୁଜ ଆଙ୍କର ମରିକା ପଡଲ୍କୋ ସମାଚାର ପଢିବା ସମୟରେ ହଠାତ୍‌ ତାଙ୍କର ଏକ ଦାନ୍ତ ଖସି ପଡିଥିଲା। ହେଲେ ସେ...

ମନି ଲଣ୍ଡରିଂକୁ ଆଇନଗତ କରିବାକୁ ସରକାରଙ୍କ ଯୋଜନା, ବିରୋଧୀଙ୍କ ସମାଲୋଚନା …

ଢାକା, ୧୨।୬ : ମନି ଲଣ୍ଡରିଂକୁ ଆଇନଗତ କରିବାକୁ ବାଂଲାଦେଶ ସରକାରଙ୍କ ଯୋଜନାକୁ ନେଇ ଦେଶରେ ତୀବ୍ର ବିବାଦ ଦେଖାଦେଇଛି। କେବଳ ବିରୋଧୀ ନୁହନ୍ତି, ନାଗରିକ...

କୋଭିଡ-୧୯ରେ ପୀଡ଼ିତ ପ୍ରଥମ ଶିଶୁଙ୍କ ମୃତ୍ୟୁ

ନ୍ୟୁୟର୍କ,୨୯।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ସାରିଥିବା ବେଳେ ଆମେରିକାରେ ପ୍ରଥମ କରି ଜଣେ ଶିଶୁର ମୃତ୍ୟୁ ହୋଇଛି। ୧ବର୍ଷରୁ...

ଓମିକ୍ରନ୍ ଆତଙ୍କ: ମୁମ୍ବାଇରେ ୧୪୪ ଧାରା ଜାରି

ମୁମ୍ବାଇ,୧୬ ।୧୨: ଓମିକ୍ରନ୍ ବେଳକୁ ବେଳ ଦେଶରେ କାୟା ବିସ୍ତାର କରି ଚାଲିଛି । ପ୍ରତିଦିନ କୌଣସି ନା କୌଣସି ରାଜ୍ୟରେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ...

Advertisement
Archives

Model This Week