୩୦ଫୁଟ ପାଣି ଭିତରେ ୧୨ ଘଣ୍ଟା ରହିଲେ ଦିଶା-ଆଦିତ୍ୟ

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ମଲଙ୍ଗ’ରେ ଦିଶା ପଟାନୀ ଏବଂ ଆଦିତ୍ୟ ରାୟ କପୁର ଆଖି ଲାଖି ଗଲା ପରି ଶଟ୍‌ ଦେଇଛନ୍ତି। କିନ୍ତୁ ଏସବୁ ଶଟ୍‌ ଦେବା ପାଇଁ ଦୁଇଜଣଙ୍କୁ କମ୍‌ କଷ୍ଟ କରିବାକୁ ପଡ଼ିନି। ଏ ସମ୍ପର୍କରେ ଖୋଦ୍‌ ଦିଶା ଏକ ସାକ୍ଷାତ୍‌କାରରେ କହିଛନ୍ତି।
ଦିଶା କୁହନ୍ତି, ଆଦିତ୍ୟଙ୍କ ସହ ସେ ବହୁତ ସିନ୍‌ କରିଛନ୍ତି। ମାତ୍ର ସବୁଠୁ କଷ୍ଟ ଥିଲା ଅଣ୍ଡରଓ୍ବାଟର ଗୀତର ଶୁଟିଂ। ଖାସ୍‌ ଏଥିପାଇଁ ୧୨ ଘଣ୍ଟା ପର୍ଯ୍ୟନ୍ତ ୩୦ ଫୁଟ ଗଭୀର ପାଣିରେ ତାଙ୍କୁ ରହିବାକୁ ପଡ଼ିଥିଲା। ପାଣି ବାରମ୍ବାର ଉଠିଆସି କାନରେ ପଶି ଯାଉଥାଏ। ପାଣିର ସ୍ରୋତ ମଧ୍ୟ ଖୁବ୍‌ ତୀବ୍ର ଥିଲା। ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଏହି ସିନ୍‌ର ଶୁଟିଂ କରାଯାଇଥିଲା। ଯଦିଓ ଅକ୍ସିଜେନ୍‌ ସିଲିଣ୍ଡର ଲଗାଯାଇଥିଲା। କାନକୁ ମଧ୍ୟ ରବର କଭରରେ ଘୋଡ଼ାଇ ରଖିଥିଲେ। ତଥାପି ଭୟ ଲାଗୁଥିଲା। ଏମିତିରେ ମୋତେ ପାଣିକୁ ବହୁ ଡର ଲାଗେ। କାରଣ ପିଲାଦିନେ ପାଣିରେ ବୁଡ଼ି ଯାଇଥିଲି। ତେଣୁ ଏହି ଶଟ୍‌ ଦେବାକୁ ମନ ଭିତରେ ଅନେକ ଭୟ ରହିଥିଲା। ସେ ଯାହା ବି ହେଉ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଆମେ ରିସ୍କ ନେଇ ଏପରି ଶଟ୍‌ ଦେଲୁ। ଶଟ୍‌ଟି ଓକେ ମଧ୍ୟ ହୋଇଥିଲା। ଫିଲ୍ମ ରିଲିଜ ପରେ ସେସବୁ କଷ୍ଟ ଭୁଲିଯାଇଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଇଜରଲ୍ୟାଣ୍ଡରେ ହନିମୁନ

ମୁମ୍ବାଇ: ବଲିଉଡର ବହୁ ଚର୍ଚ୍ଚିତ କପୁଲ ଆଲିଆ ଭଟ୍ଟ ଓ ରଣବୀର କପୁର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । କିଛିବର୍ଷ ହେବ ଏମାନେ...

କ୍ୟାଟ୍ରିନାଙ୍କ ସନ୍‌ଡେ ସେଲ୍ଫି

ମୁମ୍ବାଇ: ବଲିଉଡ କୁଇନ କ୍ୟାଟ୍ରିନା କୈଫ ନିକଟରେ ବିବାହ କରିଥିବା ବେଳେ ସବୁବେଳେ ତାଙ୍କୁ ନେଇ କିଛି ନା କିଛି ଗସିପ୍ ଶୁଣିବାକୁ ମିଳୁଛି ।...

କେଶ ଝଡିବା ରୋକିବାକୁ ନେଇ ଟିପ୍ସ ଦେଲ ମୀରା

ବଲିଉଡ୍‌ ଅଭିନେତା ଶାହିଦ କପୁରଙ୍କ ସ୍ତ୍ରୀ ମୀରା ରାଜପୁତ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରାୟତଃ ନିଜର ଫଟୋ ଏବଂ ଭିଡିଓ ପୋଷ୍ଟ କରନ୍ତି।...

ସ୍ବାମୀଙ୍କ ଭୟରେ ଘରୁ ବାହାରିବାକୁ ଡରୁଥିଲେ ଅଭିନେତ୍ରୀ, ଏବେ ବଖାଣିଲେ ଦୁଃଖ

ବମ୍ବେ: କିଛି ଦିନର ଡେଟିଂ ପରେ ବିବାହ। ଏବେ ଛାଡ଼ପତ୍ର ପର୍ଯ୍ୟନ୍ତ କଥା ପହଞ୍ଚିବା ପରେ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରି ଆସୁଛନ୍ତି ଅଭିନେତ୍ରୀ ସୁସ୍ମିତା...

ଶର୍ଟଲେସ୍‌ ହୋଇ ଯୋଗ କଲେ ବରୁଣ, ଏହି ଅଭିନେତ୍ରୀ ଉଡ଼ାଇଲେ ମଜା

ମୁମ୍ବାଇ: ଅଭିନେତା ବରୁଣ ଧାଓ୍ବନ ଫିଟ୍‌ନେସ ପ୍ରିୟ। ତାଙ୍କର ଓ୍ବାର୍କଆଉଟ୍‌ ଭିଡିଓ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଯେତେ ବ୍ୟସ୍ତତା ଭିତରେ ବରୁଣ ରହିଲେ ମଧ୍ୟ ଓ୍ବାର୍କଆଉଟ୍‌...

ଫେବୃୟାରୀ ୧୪ରେ ଲାଲ୍‌ ସିଂ ଚଢ଼ା…

ମୁମ୍ବାଇ,୨୬।୯: ଆମିର ଖାଁଙ୍କର ଫିଲ୍ମ ଲାଲ୍‌ ସିଂ ଚଢ଼ାର ରିଲିଜ୍‌ ତାରିଖ ଘୁଞ୍ଚିବାରେ ଲାଗିଛି। ଏବେ ଆମିର ଟୁଇଟ୍‌ କରି ଫିଲ୍ମଟି ୨୦୨୨ ଫେବୃୟାରୀ ୧୪...

ଅଷ୍ଟ୍ରିଆରେ କ୍ୟାଟ୍ରିନା, ଶେୟାର କଲେ ବ୍ରେକ୍‌ଫାଷ୍ଟ ଫଟୋ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବେ ଅଷ୍ଟ୍ରିଆରେ ଅଛନ୍ତି। ସେ ସଲମାନଙ୍କ ସହ ଫିଲ୍ମ ‘ଟାଇଗର-୩’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। କ୍ୟାଟ୍‌ ଶୁଟିଂ ଲୋକେଶନର...

ବାଦଶାହାଙ୍କ ବୈବାହିକ ଜୀବନରେ ଝଡ଼

ବମ୍ବେ: ବଲିଉଡର ଅନ୍ୟତମ ଲୋକପ୍ରିୟ ଗାୟକ ତଥା ର଼୍ୟାପର ହେଲେ ବାଦଶାହା। ଏବେ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ବାଦଶାହା ଏବଂ ସ୍ତ୍ରୀ...

Advertisement
Archives

Model This Week