୩ରେ ଆସି ୫ରେ ଫେରିବେ ଶାହା: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧ା୭(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୩ ତାରିଖ ସା ୮ଟା ୪୦ରେ ଝାରସୁଗୁଡ଼ା ଠାରେ ପହଞ୍ଚିବେ। ଏହାପରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ। ୪ ତାରିଖରେ ବିଏସ୍‌ଏଫ୍‌ ହେଲିକପ୍ଟର ଯୋଗେ ଝାରସୁଗୁଡ଼ାରୁ ବରଗଡ଼ ଯିବେ। ସେଠାରେ ୧୧ଟା ୧୫ ମିନିଟ୍‌ରେ ପହଞ୍ଚିବା ପରେ ବରଗଡ଼ ଜିଲା ବଉଳସିଙ୍ଘ ସ୍ଥିତ ବିପିସିଏଲ୍‌ ଟୁ ଜି ଇଥାନଲ୍‌ ପ୍ଲାଣ୍ଟ ଯିବେ। ସେଠାରେ ସେ ୧୧ଟା ୪୦ ମିନିଟ୍‌ ପର୍ଯ୍ୟନ୍ତ ରହିବେ। ୧୧ଟା ୫୦ରେ ବରଗଡ଼ଠାରେ ଆୟୋଜନ ହେବାକୁ ଥିବା ଏକ ସାଧାରଣ ସଭାରେ ଯୋଗଦେବେ। ୧୨ଟା ୫୦ରେ ସାଧାରଣ ସଭାରୁ ବାହାରି ହେଲିକପ୍ଟର ଯୋଗେ ବୁର୍ଲା ସ୍ଥିତ ଏମ୍‌ସିଏଲ୍‌ରେ ପହଞ୍ଚିବେ। ଏମ୍‌ସିଏଲ୍‌ ଗେଷ୍ଟ ହାଉସ୍‌ରେ ମଧ୍ୟାହ୍ନଭୋଜନ କରିବେ। ସେଠାରୁ ୨ଟା ୧୦ରେ ସମଲେଶ୍ୱରୀ ମନ୍ଦିର ଯାଇ ପୂଜା ଓ ଦର୍ଶନ କରିବେ। ୨ଟା ୪୫ରୁ ୪ଟା ପର୍ଯ୍ୟନ୍ତ ସମ୍ବଲପୁରର କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଉଦ୍‌ଘାଟନ କରିବେ। ସେଠାରେ କାର୍ଯ୍ୟକ୍ରମ ଶେଷକରି ଶାହା ବିଏସ୍‌ଏଫ୍‌ ହେଲିକପ୍ଟର ଯୋଗେ ଝାରସୁଗୁଡ଼ା ବିମାନବନ୍ଦର ଯିବେ। ସେଠାରୁ ଆଇଏଏଫ୍‌ ହେଲିକପ୍ଟର ଯୋଗେ ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିବେ। ସେଦିନ ରାତିରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ। ୫ ତାରିଖ ସକାଳ ୧୦ଟା ୪୫ରେ ଶାହା କଟକ ବଡ଼ମ୍ବା ଚିନିକଳର ଶୁଭାରମ୍ଭ କରିବେ। ସେଠାରୁ ସେ ଅପରାହ୍ନ ୧ଟା୩୦ ସୁଦ୍ଧା ହୋଟେଲକୁ ଫେରିଆସିବେ। ସେଠାରୁ ସେ ଭୁବନେଶ୍ୱର ଫେରି ମଧ୍ୟାହ୍ନଭୋଜନ କରିବେ। ଅପରାହ୍ନ ୩ଟା ସମୟରେ ଓଏସ୍‌ଏପି ବିଏନ୍‌ କ୍ୟାମ୍ପସ୍‌ ଯିବେ। ସେଠାରେ ସେ ଓଡ଼ିଶା ପୋଲିସର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେଠାରୁ ସିଧାସଳଖ ଭୁବନେଶ୍ୱର ବିମାନବନ୍ଦର ଆସି ନୂଆଦିଲ୍ଲୀ ଫେରିଯିବେ। ଏନେଇ ତାଙ୍କର ମିନିଟ୍‌ ଟୁ ମିନିଟ୍‌ କାର୍ଯ୍ୟକ୍ରମରେ ଉଲ୍ଲେଖ କରାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଘରେ ବିଲକୁଲ ଫ୍ରି’ରେ ଲାଗିବ ସୋଲାର ପ୍ୟାନେଲ, ସରକାର ଉଠାଇବେ ସବୁ ଖର୍ଚ୍ଚ

ନୂଆଦିଲ୍ଲୀ,୨।୯: ଦିଲ୍ଲୀବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ସରକାର ଏପରି ଏକ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି, ଯାହା ମାଧ୍ୟମରେ ଏବେ ଛାତ ଉପରେ ସୋଲାର ଲଗାଇବା…

କାର୍‌ ଓଲଟି ଭିତରେ ପଶିଗଲା ପାଣି, ଅଣନିଶ୍ୱାସୀ ହୋଇ ଚାଲିଗଲା…

ପାରାଦୀପ, ୨।୯ (ଶରତ ରାଉତ): ପାରାଦୀପ-ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥ ତଥା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ ଗେଟ୍‌ ବଜାର ନିକଟରେ ବୁଧବାର ସକାଳେ…

ଆଜି ତୁଳା ରାଶିରେ ଶୁକ୍ରଙ୍କ ପ୍ରବେଶ: ମେଷ ସମେତ ଏହି ୫ ରାଶିର ହେବ ବମ୍ଫର ରୋଜଗାର, ଘଟିବ ଯାହା କେବେ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ପ୍ରେମ, ସୁଖ-ସୁବିଧା, ଧନ, ବୈଭବ ଓ ଐଶ୍ୱର୍ଯ୍ୟର କାରକ ବୋଲି ମନେ କରାଯାଏ। ଶୁକ୍ରଙ୍କ ରାଶି ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି…

ସରପଞ୍ଚଙ୍କ ଗାଁ ରାସ୍ତା ଶୋଚନୀୟ: ପାଦ ଚଲା ରାସ୍ତା ପାଇଁ ବି ନୁହେଁ ଉପଯୋଗୀ

ଗଞ୍ଜାମ,୨।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡିକ ଅବହେଳିତ ଅବସ୍ଥାରେ ଥିବାବେଳେ ଖୋଦ ସରପଞ୍ଚଙ୍କ ଗାଁ ନୀଳାଦ୍ରିପୁର ରାସ୍ତା ଶୋଚନୀୟ ହୋଇପଡ଼ିଥିବା ଅଭିଯୋଗ ହୋଇଛି…

ଟିମ ଇଣ୍ଡିଆରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ସ୍ଥାନ, କାନ୍ଦିଲେ ବଡ଼ ବଡ଼ ଖେଳାଳି!

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଦଳରେ ଗୋଟିଏ କିମ୍ବା…

ଫାଇନ୍‌ରେ ଟ୍ରାଫିକ ନିୟନ୍ତ୍ରଣ, ହେଉନି ସ୍ଥାୟୀ ପ୍ରତିକାର

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ସମେତ ଜିଲାରେ ଟ୍ରାଫିକ ସମସ୍ୟା ଚରମସୀମାରେ ପହଞ୍ଚତ୍ଛି। ସହରସ୍ଥିତ ଯେଉଁ ରାସ୍ତାକୁ ଦେଖିଲେ ଏହା ଜଳଜଳ ହୋଇ ଦିଶୁଛି। କେଉଁଠି ବେଆଇନ ପାର୍କିଂ…

ବୁଧବାରଠୁ ମଙ୍ଗଳଙ୍କ ରାଶି ପରିବର୍ତ୍ତନ: ୪ ରାଶିଙ୍କ ଭାଗ୍ୟ ଚମକିବ, ଏମାନେ ରୁହନ୍ତୁ ସାବଧାନ

ବୁଧବାର ଦିନ ମେଷଠାରୁ ମୀନ ପର୍ଯ୍ୟନ୍ତ ସମସ୍ତ ୧୨ଟି ରାଶି ପାଇଁ ଗ୍ରହ-ନକ୍ଷତ୍ର ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ରହିବ। ୨ ସେପ୍ଟେମ୍ବର ୨୦୨୬ରେ ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ…

ଚମକାଇଲା BCCIର ନିଷ୍ପତ୍ତି: ଆଫଗାନିସ୍ତାନ ସିରିଜ୍‌ରୁ ୮ ଷ୍ଟାର୍‌ ଖେଳାଳି ଆଉଟ୍‌, ପଛରେ ରହିଛି ଏହି ବଡ଼ କାରଣ!

ନୂଆଦିଲ୍ଲୀ,୨।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ସେପ୍ଟେମ୍ବର ୧ରେ ବିସିସିଆଇ ଏହି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri