ଘରେ ବିଲକୁଲ ଫ୍ରି’ରେ ଲାଗିବ ସୋଲାର ପ୍ୟାନେଲ, ସରକାର ଉଠାଇବେ ସବୁ ଖର୍ଚ୍ଚ

ନୂଆଦିଲ୍ଲୀ,୨।୯: ଦିଲ୍ଲୀବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ସରକାର ଏପରି ଏକ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି, ଯାହା ମାଧ୍ୟମରେ ଏବେ ଛାତ ଉପରେ ସୋଲାର ଲଗାଇବା ସମ୍ପୂର୍ଣ୍ଣ ମାଗଣା ହେବାକୁ ଯାଉଛି। ଦିଲ୍ଲୀ ସରକାର ନିଜର ସୋଲାର ଏନର୍ଜି ପଲିସିରେ ବଡ଼ ଧରଣର ପରିବର୍ତ୍ତନକୁ ମଞ୍ଜୁରୀ ଦେଇଛନ୍ତି, ଯାହା ଅଧୀନରେ ଘରୋଇ ଗ୍ରାହକମାନଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ରୁଫଟପ୍‌ ସୋଲାର ଯୋଜନା (Free Rooftop Solar Scheme) ଆରମ୍ଭ କରାଯାଇଛି।

ଏହି ଯୋଜନାର ଲକ୍ଷ୍ୟ ହେଉଛି ୨୦୨୭ ସୁଦ୍ଧା ରାଜଧାନୀର ୨.୩ ଲକ୍ଷ ଘରେ ରୁଫଟପ୍‌ ସୋଲାର ସିଷ୍ଟମ ଲଗାଇବା। ସରକାରଙ୍କ ଏହି ନୂତନ ପଦକ୍ଷେପ ଅନୁଯାୟୀ, ଯେଉଁ ଘରୋଇ ଗ୍ରାହକମାନେ ମାସକୁ ୪୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ବ୍ୟବହାର କରନ୍ତି, ସେମାନେ ମାଗଣାରେ ସୋଲାର ପ୍ୟାନେଲ ଲଗାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ଏଥିପାଇଁ ଆରମ୍ଭର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ୧ ସେପ୍ଟେମ୍ୱର ୨୦୨୬ରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ବଡ଼ ପରିବର୍ତ୍ତନ ବିଷୟରେ ଘୋଷଣା କରିଛନ୍ତି।

ନୂଆ ନିୟମ ଅନୁସାରେ, ଯେଉଁ ଘରଗୁଡ଼ିକରେ ମାସକୁ ୪୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ଖର୍ଚ୍ଚ ହୁଏ, ସେମାନଙ୍କୁ ୩ କିଲୋୱାଟ ପର୍ଯ୍ୟନ୍ତ ସୋଲାର ସିଷ୍ଟମ ମାଗଣାରେ ମିଳିପାରିବ; ତେବେ ଏହା ବୈଷୟିକ ଦୃଷ୍ଟିକୋଣରୁ ସମ୍ଭବପର (feasible) ହେବା ଆବଶ୍ୟକ। ଏଥିପାଇଁ ମୋଟ ପ୍ରାୟ ୧.୫୬ ଲକ୍ଷ ଟଙ୍କାର ପାଣ୍ଠି ଯୋଗାଇ ଦିଆଯିବ, ଯେଉଁଥିରେ କେନ୍ଦ୍ର ସରକାରଙ୍କ ୭୮,୦୦୦ ଟଙ୍କାର ସବସିଡି ଏବଂ ଦିଲ୍ଲୀ ସରକାରଙ୍କ ସମାନ ପରିମାଣର କ୍ୟାପିଟାଲ ସବସିଡି ସାମିଲ ରହିଛି। ଅର୍ଥାତ, ଗ୍ରାହକମାନଙ୍କୁ ପ୍ରାରମ୍ଭିକ ନିବେଶ ଉପରେ କୌଣସି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।

ଏତିକି ହିଁ ନୁହେଁ, ଏହି ଯୋଜନା ଅଧୀନରେ ୫ ବର୍ଷ ପର୍ଯ୍ୟନ୍ତ ମାଗଣା ରକ୍ଷଣାବେକ୍ଷଣ (maintenance) ମଧ୍ୟ ମିଳିବ। ମନୋନୀତ ଭେଣ୍ଡରମାନେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ସୋଲାର ସିଷ୍ଟମର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ସମ୍ପୂର୍ଣ୍ଣ ମାଗଣାରେ ତଦାରଖ କରିବେ।

ଏହି ଯୋଜନାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଯେ, ସୋଲାର ପ୍ୟାନେଲ ଲଗାଇବା ପରେ ମଧ୍ୟ ପରିବାରଗୁଡ଼ିକୁ ମିଳୁଥିବା ପୂର୍ୱ ବିଦ୍ୟୁତ ସବସିଡିର ସୁବିଧା ବନ୍ଦ ହେବ ନାହିଁ; ବରଂ ସେମାନେ ଏକାସାଙ୍ଗରେ ଉଭୟ ଲାଭ ପାଇପାରିବେ। ସରଳ ଭାଷାରେ କହିଲେ, ଆପଣଙ୍କୁ ସୋଲାରରୁ ମାଗଣା ବିଦ୍ୟୁତ ମିଳିବ ଏବଂ ଯଦି ଆପଣ ସରକାରୀ ଗ୍ରୀଡକୁ ବିଦ୍ୟୁତ୍ ନିଅନ୍ତି, ତେବେ ସେଥିରେ ମିଳୁଥିବା ରିହାତି (ସବସିଡି) ମଧ୍ୟ ପୂର୍ୱପରି ଜାରି ରହିବ।

ଦିଲ୍ଲୀ ସରକାରଙ୍କ ଏହି ନୂତନ ମାଗଣା ରୁଫଟପ୍‌ ସୋଲାର ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କୁ କେନ୍ଦ୍ର ସରକାରଙ୍କ ‘ପିଏମ ସୂର୍ଯ୍ୟ ଘର’ ପୋର୍ଟାଲ ଜରିଆରେ ହିଁ ଅନଲାଇନ ଆବେଦନ କରିବାକୁ ପଡ଼ିବ। ସର୍ୱପ୍ରଥମେ ଆପଣଙ୍କୁ pmsuryaghar.gov.in ୱେବସାଇଟକୁ ଯାଇ ନିଜର ପଞ୍ଜୀକରଣ (Registration) ସମ୍ପୂର୍ଣ୍ଣ କରିବାକୁ ହେବ।

ତା’ପରେ ଲଗଇନ କରିବା ପରେ Rooftop Solar Application ଫର୍ମ ପୂରଣ କରିବାକୁ ପଡ଼ିବ। ଆବେଦନ ମଞ୍ଜୁର ହେବା କ୍ଷଣି ଆପଣଙ୍କ ପଞ୍ଜୀକୃତ ମୋବାଇଲ ନମ୍ୱର ଏବଂ ପୋର୍ଟାଲରେ Feasibility Approval ର ମେସେଜ ଆସିବ, ଯାହା ପରେ ଭେଣ୍ଡର ଚୟନ ଏବଂ ଇନଷ୍ଟଲେସନ (ସ୍ଥାପନ) କାର୍ଯ୍ୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri